ଆମ ଜିଲା ଖବର

ନିଜ ଘରେ ଦେଉଛନ୍ତି ଶିକ୍ଷା: ଉପାନ୍ତ ଅଞ୍ଚଳରେ ଶାଶୁ, ବୋହୂଙ୍କ ଅଙ୍ଗନଓ୍ବାଡି

ଉଦଳା,୩ା୧୨(ସନ୍ତୋଷ କୁମାର ବାଛିନୀ):ଅଙ୍ଗନଓ୍ବାଡିରେ ନା କରିଛନ୍ତି ଚାକିରି ନା ମିଳିଛି କର୍ମୀ ଦାୟିତ୍ୱ। ତଥାପି ନିଜ ଘରେ ଖୋଲିଛନ୍ତି ଏକ ସ୍ବତନ୍ତ୍ର ପାଠଶାଳା। ଘରଠାରୁ ୩ କି.ମି. ଦୂରରେ ଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ଯାଇପାରୁ ନ ଥିବା ପିଲାମାନଙ୍କୁ ଦେଉଛନ୍ତି ଶିକ୍ଷା…

ଅତାବିରା ଆର୍‌ଏମ୍‌ସିରେ ଅଚଳାବସ୍ଥା ଜାରି: ପଞ୍ଚମ ଦିନରେ ଉଠାଣ ଶୂନ

ଅତାବିରା, ୩ା୧୨(ଯୁଧିଷ୍ଠିର ମହାପାତ୍ର):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ଲାଗି ରହିଛି। ନଭେମ୍ବର ୨୮ତାରିଖରୁ ମଣ୍ଡି ଖୋଲିଛି ସତ, ହେଲେ ଏପର୍ଯ୍ୟନ୍ତ ଅତାବିରା ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ଅଧୀନ ଗୋଡ଼ଭଗା ଓ ଅତାବିରା ମଣ୍ଡିରୁ କେବଳ…

ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା: ମିଳିଲା ଲିଖିତ ପ୍ରତିଶ୍ରୁତି, ଟଳିନି ସମସ୍ୟା

ବରଗଡ଼,୩।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ୫ ଦିନ ବିତି ଯାଇଛି। ଏହାସତ୍ତ୍ୱେ ଧାନ ଉଠାଣ ନେଇ ଚାଷୀମାନେ ଆଶଙ୍କାରେ ରହିଛନ୍ତି। ମଙ୍ଗଳବାର ବରଗଡ଼ ନିୟନ୍ତ୍ରିତ ବଜାର କମିଟି(ଆର୍‌ଏମ୍‌ସି) ଅଧୀନ କଲାପାଣି ମଣ୍ଡିରେ ଉପଜିଲାପାଳ ପ୍ରସନ୍ନ କୁମାର…

ବରଗଡ଼ ଧନୁଯାତ୍ରା ପ୍ରସ୍ତୁତି ସମୀକ୍ଷା: ସଂସ୍କୃତି ବିଭାଗର ସହାୟତା କୋଟିଏ ଟଙ୍କାକୁ ବୃଦ୍ଧି

ବରଗଡ଼,୨।୧୨(ପ୍ରେମାନନ୍ଦ ଖମାରୀ): ବିଶ୍ୱ ପ୍ରସିଦ୍ଧ ତଥା ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ୭୮ତମ ସଂସ୍କରଣର ସଫଳ ଆୟୋଜନ ପାଇଁ ମଙ୍ଗଳବାର ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଏକ ଆଭାସୀ ପ୍ରସ୍ତୁତି…

ଅନ୍ଧାରରେ ମା’ ତାରାତାରିଣୀ ମନ୍ଦିର; ମୋବାଇଲ ଲାଇଟରେ ପୂଜାର୍ଚ୍ଚନା, ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ

ପୁରୁଷୋତ୍ତମପୁର,୨।୧୨(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀ ମନ୍ଦିର ଅନ୍ଧକାରମୟ ହୋଇ ରହିଥିବା ବେଳେ ମୋବାଇଲ ଲାଇଟରେ ପୂଜାର୍ଚ୍ଚନା କରାଯାଉଥିବା ଭଳି ଦୃଶ୍ୟ ମଙ୍ଗଳବାର ଦେଖିବାକୁ ମିଳିଛି। ମନ୍ଦିରର ବେଢ଼ା ଓ ଗର୍ଭଗୃହରେ ସନ୍ଧ୍ୟା ପରେ ଘୋର…

୬ଟି ବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ମୁରୁସୁଆଁରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା

ପାଟଣା,୨।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ମଙ୍ଗଳବାର ୬ଟି ବିଦ୍ୟାଳୟର ଛାତ୍ରୀଙ୍କ ମଧ୍ୟରେ ଆନ୍ତଃ-ବିଦ୍ୟାଳୟ “ଖେଳିବା ଓ ପ୍ରସ୍ଫୁଟିତ ହେବା” ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍…

ଆଇନ ସେବା କମିଟିର ଚିତ୍ରାଙ୍କନ ପ୍ରତିଯୋଗିତା ଫଳାଫଳ ପ୍ରକାଶ

ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଏବଂ ରାଜ୍ୟ ଆଇନ ସେବା ପ୍ରାଧିକରଣଙ୍କ ସହଯୋଗ କ୍ରମେ ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି ପକ୍ଷରୁ ଗତ ନଭେମ୍ବର ୨୩ ତାରିଖରେ ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାର ଫଳାଫଳ ପ୍ରକାଶ ପାଇଛି।…

୫ ଡିସେମ୍ବରରେ ଆନ୍ଦୋଳନକୁ ଓହ୍ଲାଇବେ ଦେଢ଼ ଲକ୍ଷ ଶିକ୍ଷକ

ଭଞ୍ଜନଗର,୨।୧୨(ବାବୁଲା ପ୍ରଧାନ): ଦୁଇ ଦଫା ଦାବୀ ପୂରଣ ନହେଲେ ଆସନ୍ତା ଡିସେମ୍ବର ୫ ତାରିଖରେ ରାଜ୍ୟର ଦେଢ଼ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଏନ୍.ପି.ଏସ୍. ପ୍ରାଥମିକ ଶିକ୍ଷକ…

ଛାତ୍ରୀଛାତ୍ରଙ୍କ ଧରି ଯାଉଥିଲା ଅଟୋ: ହରିଣକୁ ଦେଲା ଧକ୍କା, ଆଉ ତା’ପରେ…

ଖଲ୍ଲିକୋଟ,୨ା୧୨(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଛକ ବଡ଼ଶଙ୍ଖ ନିକଟରେ ମଙ୍ଗଳବାର ଏକ ହରିଣକୁ ଧକ୍କା ଦେଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଅଟୋରେ ଥିବା ୧୬ ଛାତ୍ରୀଛାତ୍ର ଆହତ…

ଅଭିଯୁକ୍ତଙ୍କୁ ପଳାତକ ଘୋଷିତ କରି ୱାରେଣ୍ଟ ଜାରି କଲେ କୋର୍ଟ 

ମୋହନା,୨।୧୨( ମନ୍ମଥ ମିଶ୍ର ): ଗଞ୍ଜେଇ ଚୋରା ଚାଲାଣ ବେଳେ ଆନ୍ଧ୍ରପ୍ରଦେଶ ପୋଲିସ ଦ୍ୱାରା ଧରାପଡ଼ି ଜେଲ ଯାଇ ବେଲରେ ଆସିଥିଲେ।  ପରେ  କୋର୍ଟର ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ହାଜର ନ ହେବା କାରଣରୁ ଅଭିଯୁକ୍ତଙ୍କୁ ଆନ୍ଧ୍ରପ୍ରଦେଶର ଏକ କୋର୍ଟ ପଳାତକ…

ଛାତ୍ରୀଙ୍କୁ ଅପହରଣ କରି ପୋଲିସକୁ କଲେ ନାକେଦମ୍‌ : ପାଖରେ ଟଙ୍କା ସରିଯିବାରୁ ଗାଁକୁ ଆସି…

ଦିଗପହଣ୍ଡି,୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧୀନ ଏକ ଗାଁର ଜଣେ ୧୦ମ ଶ୍ରେଣୀ ଛାତ୍ରୀ(୧୫)ଙ୍କୁ ପାଖ ନିକଟ ଗ୍ରାମର ବନମାଳୀ ମହାରଣା ଗତ ନଭେମ୍ବର ୧୦ ତାରିଖରେ ଅପହରଣ କରି ନେଇଥିଲେ। ଛାତ୍ରୀଙ୍କ ବାପା ଏ ନେଇ…

ଶୋଚନୀୟ ହୋଇପଡିଛି ରାସ୍ତା: ମରାମତି ପାଇଁ ଦାବି

ନୂଆପଡ଼ା,୨ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଲକ ସିଆଲଲଟି ପଞ୍ଚାୟତ କରଙ୍ଗାଭଟାଠାରୁ ଦିଆମୁଣ୍ଡା ଛକ ବିଜୁ ଏକ୍ସପ୍ରେସ ୱେକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡିଛି। ସୂଚନା ଅନୁଯାୟୀ ଏହି ରାସ୍ତା କରଙ୍ଗାଭଟା ନାଏକ ପଡାଠାରୁ କାଜୁ ବଗିଚା ଦେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri