ଆମ ଜିଲା ଖବର

ଧିମେଇ ଚାଲିଛି ଧାନକିଣା

ସୋନପୁର,୫।୬(ନି.ପ୍ର.) – ସୁବର୍ଣ୍ଣପୁର ଜିଲାରେ ମେ ୧୫ ତାରିଖରୁ ଧାନ କିଣା ଆରମ୍ଭ ହୋଇଛି। ଜୁନ୍‌ ୧୫ ତାରିଖରେ ଏହି ଅବଧି ସରିବ। ହେଲେ ମୌସୁମୀ ପାଖେଇ ଆସିଥିବା ବେଳେ ସରକାରଙ୍କ ମନ୍ଥର ଗତିରେ ଧାନ ସଂଗ୍ରହ ଚାଷୀଙ୍କୁ ଚିନ୍ତାରେ...

ଗୋଟିଏ ଦିନରେ କାମ କଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମିକ

ବଲାଙ୍ଗୀର ଅଫିସ, ୫ା୬ – କରୋନା ମହାମାରୀ ଓ ଲକ୍‌ଡାଉନ୍‌ ସମୟରେ ବଲାଙ୍ଗୀର ଭଳି ଦାଦନପ୍ରବଣ ଓ ଶିଳ୍ପବିହୀନ ଜିଲାରେ ଲୋକଙ୍କୁ ରୋଜଗାର ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି ା ରାଜ୍ୟ ବାହାରେ ଥିବା ଲକ୍ଷାଧିକ ପ୍ରବାସୀ ଏବେ...

ଶୋଚନୀୟ ଅବସ୍ଥାରେ ହୋଟେଲ ଶିଳ୍ପ

ଢେଙ୍କାନାଳ ଅଫିସ, ୫।୬ – କରୋନାକୁ ନେଇ ବିଶ୍ୱ ଅର୍ଥନୀତି ଛାରଖାର ହୋଇଯାଇଥିବାବେଳେ ଏଥିରୁ ବାଦ୍‌ ପଡ଼ିନି ହୋଟେଲ ଶିଳ୍ପ। ପାଖାପାଖି ୨ମାସ ଧରି ହୋଟେଲ ବନ୍ଦ ରହିବା ପରେ ବ୍ୟବସାୟୀଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ନିକଟରେ ସରକାର...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି ଅବସ୍ଥା ସୃଷ୍ଟି ହୋଇଥିବାରୁ ଆଗାମୀ ଦିନରେ ମୌସୁମୀ ବର୍ଷା ହେଲେ ପରିସ୍ଥିତି କିପରି...

ସଙ୍ଗରୋଧ କେନ୍ଦ୍ରରୁ ଫେରିଲେ ୧୭୮ ପ୍ରବାସୀ

ଦାରିଙ୍ଗବାଡ଼ି,୫ା୬(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ରହିଥିବା ସଙ୍ଗରୋଧ କେନ୍ଦ୍ରରୁ ଅଦ୍ୟାବଧି ୧୭୮ ପ୍ରବାସୀ ଘରକୁ ଫେରିଛନ୍ତି। ଏବେ ଆହୁରୀ ୫୬୫ ଜଣ ୯ଟି ସଙ୍ଗରୋଧ କେନ୍ଦ୍ରରେ ରହିଛନ୍ତି। ସରକାରୀ ତାଲିକା ପ୍ରକାରେ ସେମାନଙ୍କୁ ଖାଦ୍ୟ ଦିଆଯାଉଛି। ନିୟମିତ ସ୍ବାସ୍ଥ୍ୟପରୀକ୍ଷା କରାଯାଉଥିବା...

ଗଞ୍ଜାମରେ ସୁସ୍ଥ ହେଲେଣି ୩୫୪

ଛତ୍ରପୁର,୫ା୬(ଡି.ଏନ୍‌.ଏ.)- କରୋନା ଲକ୍ଷଣ ଦେଖାଗଲେ ନ ଲୁଚାଇ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅ। ଏପରି କଲେ ପ୍ରାଣଘାତୀ ଭୂତାଣୁକୁ ହରାଇ ହେବ। ଗୁରୁବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଟୁଇଟ କରି ଏହା କହିଛନ୍ତି। ଏଥିସହ ଜନଗହଳି ସ୍ଥାନକୁ...

ଲକ୍‌ଡାଉନ୍‌ରେ ଫି ମାଗୁଛନ୍ତି ଘରୋଇ ସ୍କୁଲ, କଲେଜ

ବ୍ରହ୍ମପୁର ଅଫିସ,୫ା୬- କୋଭିଡ୍‌-୧୯କୁ ନେଇ ସାରା ବିଶ୍ୱ ଆତଙ୍କିତ ଅବସ୍ଥାରେ ରହିଛି। ଏଭଳି ସ୍ଥିତିରେ କେତେକ ଘରେଇ ସ୍କୁଲ ଓ କଲେଜ ଫି ପାଇଁ ଅବିଭାବକଙ୍କ ଉପରେ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି। ଫି ଛାଡ କରିବା ନେଇ...

କରୋନା ବଦଳାଇ ଦେଲା ଜୀବନର ମୋଡ: ମାଛ ବିକୁଛନ୍ତି ଗୀତିକାର

ଭଦ୍ରକ ଅଫିସ, ୫ା୬- କୁମାର ଗୌତମ ଭଦ୍ରକ ସହର ତଥା ଜିଲାର ଜଣେ ସୁନାମଧନ୍ୟ କଣ୍ଠଶିଳ୍ପୀ, ଓଲିଉଡ ଜଗତରେ ତାଙ୍କର ସ୍ବତନ୍ତ୍ର ପରିଚିତ ରହିଛି। ସେ ଭଦ୍ରକରେ ମେଲୋଡି ପାର୍ଟି କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ କରୋନା ଲକ୍‌ଡାଉନ...

ଧାନ କିଣାରେ ଅନିୟମିତତା : ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ଖୁଣ୍ଟା, ୫।୬(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ବାହାନଡ଼ା ଲ୍ୟାମ୍ପରେ ଚାଷୀଙ୍କ ଠାରୁ ଧାନ କିଣାରେ ଅନିୟମିତତା କରାଯାଇଥିବା ନେଇ ଚାଷୀମାନେ ଜିଲାପାଳଙ୍କ ଠାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ...

ବାଲେଶ୍ୱରରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ: ଟେର୍‌ ପାଉନି ପୋଲିସ

ବାଲେଶ୍ୱର ଅଫିସ, ୫।୬-ବାଲେଶ୍ୱର ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ୍‌ ସକ୍ରିୟ ହୋଇପଡ଼ିଛି। ପୋଲିସର କୋହଳ ତଦନ୍ତ ଯୋଗୁ ବିଭିନ୍ନ ଆଳ ଦେଖାଇ ଅଭିଯୁକ୍ତମାନେ ଖସି ପଳାଇବାରେ ସଫଳ ହେଉଛନ୍ତି। ଗୁରୁବାର ଏନେଇ ଜିଲା ନାରୀସଂଘ ସଭାପତି ଗୋପାମୁଦ୍ରା ମହାପାତ୍ର ଅଭିଯୋଗ...

ପୁରୀରେ ପଙ୍ଗପାଳ ଚର୍ଚ୍ଚା

ପୁରୀ ଅଫିସ,୪ା୬: ପୁରୀରେ ପଙ୍ଗପାଳ। ଏମିତି ଚର୍ଚ୍ଚା ଗୁରୁବାର ପୁରୀ ସହରର ବିଭିନ୍ନ ସ୍ଥାନରେ ଶୁଣିବାକୁ ମିଳିଥିଲା। ବାଲୁଖଣ୍ଡ ଅଭୟାରଣ୍ୟ ନୂଆନଈ ନିକଟ ରାସ୍ତା ପାର୍ଶ୍ୱ ଗଛରେ ଏମାନେ ବହୁ ସଂଖ୍ୟାରେ ବସିଥିବା ଗୁରୁବାର ପୂର୍ବାହ୍ନରେ ଲୋକେ ଦେଖିଥିଲେ। ପଙ୍ଗପାଳ...

ଗୋଷ୍ଠୀସଂଘର୍ଷକୁ ନେଇ ବୋମା ମାଡ଼

ବ୍ରହ୍ମଗିରି,୪ା୬(ଡି.ଏନ.ଏ): ଏକ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କିସ୍ତି ଟଙ୍କାକୁ କେନ୍ଦ୍ର କରି ପୁରୀ ସଦର ଥାନା ଅନ୍ତର୍ଗତ ନିଶିଭଅଁର ଗ୍ରାମରେ ଗୁରୁବାର ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଗୁରୁବାର ବୋମା ମାଡ଼ ହୋଇଛି। ଏ ନେଇ ଗ୍ରାମରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri