ଆମ ଜିଲା ଖବର

କଦଳୀଗଛ କଟାକୁ ନେଇ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୪ ଗୁରୁତର

ବାହାନଗା,୧୦।୩(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ପଞ୍ଚାୟତ ନଇଁଛଣପୁର ଗ୍ରାମରେ କଦଳୀଗଛ କଟାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ ହୋଇଛି। ଫଳରେ ଗୋଟିଏ ପରିବାରର ୪ଜଣ ଗୁରୁତର ହୋଇଛନ୍ତି। ଆହତମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଖନ୍ତାପ ଥାନା ନଇଁଛଣପୁର ଗ୍ରାମର…

ସରିଲା ପ୍ରଥମଦିନର ପରୀକ୍ଷା: କେହି ବି କପି କରି ପଡ଼ିନାହାନ୍ତି ଧରା

ଢେଙ୍କାନାଳ ଅଫିସ,୧୦ା୩: ଚଳିତ ବର୍ଷ ଢେଙ୍କାନାଳ ଜିଲାରେ ୯୬ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌ ୧୬ ହଜାର ୧୧୫ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ୮୧ଟି କେନ୍ଦ୍ରରେ ସିସିଟିଭି କ୍ୟାମେରା ଲାଗିଛି। ପ୍ରଶ୍ନ ଓ ଉତ୍ତର ପତ୍ରକୁ କଡ଼ା ସୁରକ୍ଷା ମଧ୍ୟରେ ୧୦ଟି…

ବିଜୁ ସ୍ବାସ୍ଥ୍ୟକାର୍ଡରେ ଅନିୟମିତତା: ହସ୍ପିଟାଲରେ ଚଢ଼ାଉ

ଢେଙ୍କାନାଳ ଅଫିସ,୧୦ା୩: ଢେଙ୍କାନାଳ ସହରର କିଛି ଘରୋଇ ହସ୍ପିଟାଲରେ ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଚଢ଼ାଉ ହୋଇଛି। ବିଜୁ ସ୍ବାସ୍ଥ୍ୟକାର୍ଡ ଅନିୟମିତତା ନେଇ ଏହି ଚଢ଼ାଉ କରାଯାଇଛି। ଦୀର୍ଘଦିନ ହେବ ବିଜୁ ସ୍ବାସ୍ଥ୍ୟ କାର୍ଡକୁ ନେଇ କିଛି ବେସରକାରୀ ହସ୍ପିଟାଲ ଅନିୟମିତତା…

ମା’ଙ୍କୁ ଶେଷ ଦର୍ଶନ କରିପାରିଲେନି ମାଓବାଦୀ ନେତା: ଶେଷକୃତ୍ୟ ସମ୍ପନ୍ନ କଲେ ପୋଲିସ ବାବୁ

ଚିତ୍ରକୋଣ୍ଡା,୧୦ା୩,(ଡି.ଏନ୍‌.ଏ.): କେନ୍ଦ୍ରୀୟ କମିଟି ମାଓବାଦୀଙ୍କ ମା’ଙ୍କ ଅକାଳ ବିୟୋଗ ହୋଇଥିବା ବେଳେ ମାଓବାଦୀ ନେତା ଜଗନ୍ନ ଖବର ପାଇଥିଲେ ମଧ୍ୟ ମା’ଙ୍କୁ ଶେଷ ଦର୍ଶନ କରିପାରି ନ ଥିଲେ। ମାଓବାଦୀ ନେତାଙ୍କ ମା’ଙ୍କ ପରଲୋକ ଖବର ପାଇ ସିଲେରୁ ଥାନା ଏସିଆଇ,…

ସୋନପୁର କଲେଜକୁ ମିଳିନି ପୂର୍ଣ୍ଣ ସରକାରୀ ମାନ୍ୟତା

ସୋନପୁର,୧୦।୩(ନି.ପ୍ର.): ସୋନପୁର କଲେଜ ସୁବର୍ଣ୍ଣପୁର ଜିଲାର ସର୍ବପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ। ୧୯୬୪ ମସିହାରେ ଏହି କଲେଜ ସ୍ଥାପିତ ହୋଇଥିଲା। ଇତିମଧ୍ୟରେ ୫୯ ବର୍ଷ ବିତିଯାଇଛି। ହେଲେ ସୋନପୁର କଲେଜକୁ ନା ପୂର୍ଣ୍ଣ ସରକାରୀ ମାନ୍ୟତା ମିଳିଛି ନା ସ୍ବୟଂଶାସିତ ମାନ୍ୟତା ମିଳିଛି।…

ପୁଣି କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲ ଜଳୁଛି

ଲାଞ୍ଜିଗଡ଼,୧୦।୩(ଡି.ଏନ.ଏ.): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ବନାଞ୍ଚଳ ସିକେରକୁପା ସେକ୍ସନ କିଡିଙ୍ଗ ବିଟର କାଉଗୁଡ଼ା ଗ୍ରାମ୍ୟ ଜଙ୍ଗଲରେ ନିଆଁ ଲାଗିଛି। ନିଆଁ ଲାଗିବା ଫଳରେ ଜଙ୍ଗଲରେ ଥିବା ଶହଶହ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବାରେ ଲାଗିଛି। କୌଣସି ଦୁର୍ବୃତ୍ତ…

କେନାଲ ନିର୍ମାଣରେ ବ୍ୟାପକ ଦୁର୍ନୀତି

ଖଡ଼ିଆଳ,୧୦।୩(ଡି.ଏନ.ଏ.): ନୂଆପଡା ଜିଲା କୋମନା ଓ ଖଡ଼ିଆଳ ବ୍ଲକ ମଝିରେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ (ତିଖାଲି ଡ୍ୟାମ) ନିର୍ମାଣ ହୋଇଛି। ନୂଆପଡା ଜିଲାର ବୋଡ଼େନ ଓ ଖଡ଼ିଆଳ ବ୍ଲକର ୧୩ ହଜାର ୫ ଶହ ହେକ୍ଟର ଓ ବଲାଙ୍ଗୀର ଜିଲାର…

କେନାଲ କୂଳ ଜମିକୁ ମାଡୁନି ପାଣି

ବରଗଡ଼ ଅଫିସ୍‌,୧୦।୩: ଚଳିତ ରବିଧାନ ଫସଲରେ ବରଗଡ଼ ଜିଲା ହୀରାକୁଦ ଜଳସେଚିତ ଅଞ୍ଚଳର ଚାଷୀମାନେ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି। କେନାଲ ବିଭାଗର ଦୂରଦୃଷ୍ଟିହୀନତା ଯୋଗୁ ଏହି ସ୍ଥିତି ଉପୁଜିଛି। ବରଗଡ଼ ମୁଖ୍ୟ କେନାଲର କଟାପାଲି ଏବଂ କମଗାଁ ମଝି ଜିରା…

ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଧାରଣା

ଭଦ୍ରକ ଅଫିସ,୧୦ା୩: ଭଦ୍ରକ ଜିଲା ଧାମନଗର ବ୍ଲକ ରଇପୁର ଗ୍ରାମରେ ଏକ ବେଆଇନ କୁକୁଡ଼ା ଫାର୍ମ ନିର୍ମାଣ ବନ୍ଦ ଦାବିରେ ଗ୍ରାମବାସୀ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି। ଗ୍ରାମର ଦକ୍ଷିଣ ପାର୍ଶ୍ୱରେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତି କୁକୁଡ଼ା…

ସ୍କୁଲ ବନ୍ଦ ପରେ ପିଲାଙ୍କୁ ମିଳୁନି ଯାତାୟାତ ଖର୍ଚ୍ଚ

ନବରଙ୍ଗପୁର,୧୦।୩(ବି.ପ୍ର.): ୨୦ରୁ କମ୍‌ ଛାତ୍ରୀଛାତ୍ର ଥିବା ବିଦ୍ୟାଳୟକୁ ବନ୍ଦ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଲେ। ନବରଙ୍ଗପୁର ଜିଲାରେ ୨୦୧୯-୨୦ ଶିକ୍ଷାବର୍ଷ ପରେ ଜିଲାର ୧୧୦ ପ୍ରାଥମିକ ଓ ୨୪ ଉଚ୍ଚ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ…

ଜନତା ହାଇସ୍କୁଲରେ ମାତୃଭାଷା ପରୀକ୍ଷା ଦେଲେ ୨୫୧ ଛାତ୍ରୀଛାତ୍ର

ବେଗୁନିଆପଡ଼ା,୧୦ା୩(ଡି.ଏନ୍‌.ଏ.): ଶୁକ୍ରବାରଠାରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଇଛନ୍ତି। ପ୍ରଥମ ଦିନରେ ପରୀକ୍ଷାର୍ଥୀ ୧ ଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟାରେ…

ଜିଲା ସଦର ମହକୁମାରେ ପାନୀୟ ଜଳ ଅଭାବ

ରାୟଗଡ଼ା,୧୦ା୩(ସ୍ବ.ପ୍ର.): ରାୟଗଡ଼ା ଜିଲା ସଦର ମହକୁମାରେ ପାନୀୟ ଜଳର ଅଭାବ ଦେଖାଦେଉଛି। ରାୟଗଡ଼ା ପରିପାର୍ଶ୍ୱରେ ନାଗାବଳୀ ଓ ଝଞ୍ଜାବତୀ ଦୁଇଟି ନଦୀ ପ୍ରବାହିତ ହୋଉଥିଲେ ମଧ୍ୟ ସହରବାସୀଙ୍କୁ ଉପଯୁ୍‌କ୍ତ ପରିମାଣର ପାଣି ମିଳୁନି। ଗ୍ରୀଷ୍ମ ଆରମ୍ଭ ପୂର୍ବରୁ ପିଇବା ପାଣି ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?