ବନ୍ଧାକୋବି ଭିତରେ ହେଉଥିଲା ଗଞ୍ଜେଇ ଚାଲାଣ, ମାଡି ବସିଲା ପୋଲିସ
ବାଲିମେଳା,୧୦।୯(ଶିବଦତ୍ତ ସାହୁ): ମାଫିଆମାନେ ବିଭିନ୍ନ ଅଭିନବ ଉପାୟରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିବା ଘଟଣା ସାମ୍ନାକୁ ଆସୁଛି। ବଡ଼ ଚତୁରତାର ସହିତ ଏକ ପିକଅପ ଭ୍ୟାନ୍ର ଡାଲାରେ ତଳେ ବିପୁଳ ପରିମାଣର ଗଞ୍ଜେଇ ରଖି ତା ଉପରେ ବନ୍ଧାକୋବି ରଖି…
ଭୋଟର ସଚେତନତା କାର୍ଯ୍ୟକ୍ରମ
ଭଞ୍ଜନଗର,୧୦।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ଭୋଟର ସଚେତନତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଶ୍ରୀବତ୍ସ ସରକାରୀ ଉଚ୍ଚ ବିଦ୍ୟାଳୟ, ଭଞ୍ଜନଗର ଏବଂ ଡି.ଏମ. ଜୁନିୟର ଓ ଡିଗ୍ରୀ ମହାବିଦ୍ୟାଳୟ, ଗାଲେରୀଠାରେ ବିଭିନ୍ନ ଭୋଟର ସଚେତନତା କାର୍ଯ୍ୟକ୍ରମ…
ବାଲ୍ୟ ବିବାହ ରୋକିବା ନେଇ ଗୁରୁତ୍ୱାରୋପ, ବିଭିନ୍ନ ବିଭାଗ ମଧ୍ୟରେ ଉତ୍ତମ ସମନ୍ବୟ ରଖି…
ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ବାଲ୍ୟ ବିବାହ ନିଷେଧ ଆଇନ, ୨୦୦୬ର ସଠିକ କାର୍ଯ୍ୟକାରିତା ସହ ବାଲ୍ୟ ବିବାହ ରୋକିବା ଦିଗରେ ନିଯୁକ୍ତ ଅଧିକାରୀଙ୍କ ଦକ୍ଷତା ବୃଦ୍ଧି ଲକ୍ଷ୍ୟରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଜିଲାସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜିଲା ପରିଷଦର ଋଷିକୂଲ୍ୟା…
ଗାଧୋଇବାକୁ ଯାଇଥିଲେ, ମିଳିଲା ମୃତଦେହ
ନୂଆପଡ଼ା,୧୦ା୯(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ଥାନା ଅଧୀନ ମିଛାପାଲି ପଞ୍ଚାୟତ ଗରେଲ ବାହାଲିପଡ଼ାରେ ଏକ ଅଘଟଣ ଘଟିଛି। ଚହଲା ପାଣିରେ ବୁଡ଼ି ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେ ହେଲେ ଦିଗମ୍ବର ଠେଲା (୫୦)। ମିଳିଥିବା ସୂଚନା ମୁତାବକ, ଦିଗମ୍ବର…
ସୁଧୁରୁନି ରାସ୍ତାର ଅବସ୍ଥା, ଏନ୍ଏସିକୁ ଦାବିପତ୍ର ପ୍ରଦାନ କରି…
ପଦ୍ମପୁର,୧୦ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଏନ୍ଏସି ଅନ୍ତର୍ଗତ ଥାନା ସମ୍ମୁଖରୁ ଡା. ବି.ଆର୍. ଆମ୍ବେଦକର ଛକ ପର୍ଯ୍ୟନ୍ତ ରାସ୍ତାର ଦୁରବସ୍ଥା ଦୂର କରି ତୁରନ୍ତ ରାସ୍ତା ନିର୍ମାଣ ଓ ଉନ୍ନତିକରଣ କରିବାକୁ ଦାବି ହୋଇଛି। ଏନେଇ ସ୍ଥାନୀୟ ବାସିନ୍ଦାମାନଙ୍କ ପକ୍ଷରୁ ଏନ୍ଏସି କାର୍ଯ୍ୟନିିର୍ବାହୀ…
କେବିକେ ବିକାଶ ଯୋଜନାରୁ ବଞ୍ଚିତ ହେବେ ୪ ପଞ୍ଚାୟତ, ଆନୁଆଲ ଆକ୍ସନ ପ୍ଲାନ୍କୁ ନେଇ ଅସନ୍ତୋଷ
କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ କେବିକେ ବିକାଶ ଯୋଜନାର ଆନୁଆଲ ଆକ୍ସନ ପ୍ଲାନ୍କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବ୍ଲକର ୧୨ଟି ପଞ୍ଚାୟତ ପାଇଁ ୨୦୨୪-୨୫, ୨୦୨୫-୨୬ ଓ ୨୦୨୬-୨୭ ଆର୍ଥିକ ବର୍ଷ ନିମନ୍ତେ ପଞ୍ଚାୟତ ସମିତି…
ସରକାରଙ୍କ ଋଣ ଯୋଜନା ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ନେଇ ପରାମର୍ଶ
ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଗୁରୁବାର ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଜିଲା ବ୍ୟାଙ୍କ ପରାମର୍ଶଦାତା କମିଟି ତ୍ରୟମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ରହ୍ମପୁର ଏମ୍ପି ଡ.…
ଗାଁକୁ ନିଶାମୁକ୍ତ କରିବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମହିଳା, ପ୍ରତିଶ୍ରୁତି ଦେଇ ଥାନାଧିକାରିଣୀ କହିଲେ…
ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ସ୍ଥାନୀୟ ଦେଉଳପଡ଼ା ପଞ୍ଚାୟତ ବାଙ୍କୀଛନ୍ଦା ଗ୍ରାମରେ ଦୀର୍ଘବର୍ଷ ଧରି ବେଆଇନ ମଦ ବ୍ୟବସାୟୀମାନେ ଦେଶୀ ବିଦେଶୀ ମଦ କାରବାର କରୁଥିବା ମହିଳାମାନେ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ଦୁଇ ମଦ…
ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ
ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍ଏସ୍ଏମ୍ଇ ବିଭାଗର କମିଶନର-କମ୍-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍ଆଇଆର ସମ୍ପର୍କିତ କାର୍ଯ୍ୟର ବିସ୍ତୃତ ସମୀକ୍ଷା କରିଛନ୍ତି। ଏହି ଅବସରରେ ଆୟୋଜିତ ସମୀକ୍ଷା ବୈଠକରେ ଦାବି ଓ…
ବାଇକ୍ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ
ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍ରେ ଲଦି ମଦକୁ ବିଭିନ୍ନ ଛକରେ ଥିବା ଦୋକାନକୁ ଚାଲାଣ କରିଥିଲା ବେଳେ ତନ୍ତିଆପାଳ ସାମୁଦ୍ରିକ ଥାନା…
ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…
କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ ହୋଇଆସୁଛି। ଗୋଚର ଜମି ଚିହ୍ନଟ କରି ଜବରଦଖଲ ମୁକ୍ତ କରିବା ଦାବିରେ ଗ୍ରାମର…
ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ
ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା ବିଭିନ୍ନ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା…

