ପାହାଡ଼ ଚଢ଼ି ଚିଠି ବାଣ୍ଟୁଛନ୍ତି ପୋଷ୍ଟ ମାଷ୍ଟର
ମୋହନା,୧୩ା୧୦(ମନ୍ମଥ ମିଶ୍ର): ଡାକ ସେବା ବ୍ରିଟିଶ ଅମଳରୁ ଆରମ୍ଭ ହୋଇଥିବା ବେଳେ ବହୁ ପୁରାତନ କାଳରୁ ଲୋକଙ୍କୁ ଏହି ସେବା ଯୋଗାଇ ଆସୁଛି। ଜନସାଧାରଣଙ୍କୁ ସଞ୍ଚୟ ଖାତା, ପୁନଃ ସଂଘଟିତ ଜମା ଖାତା, ମାସିକ ଆୟ ଖାତା, ସୁକନ୍ୟା ସମୃଦ୍ଧି ଯୋଜନା…
କାମରେ ଲାଗୁନି ପବ୍ଲିକ ପାର୍କ
ଚମ୍ପୁଆ,୧୩ା୧୦(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ବିଜ୍ଞାପିତ ଅଞ୍ଚଳ ପରିଷଦର ୧୩ ଗୋଟି ୱାର୍ଡବାସୀଙ୍କ ଶାରୀରିକ, ମାନସିକ ଅଭିବୃଦ୍ଧି ଓ ଆମୋଦ ପ୍ରୋମଦ ପାଇଁ ନିର୍ମାଣ ହୋଇଥିବା ପାର୍କ କାମରେ ଲାଗୁନାହିଁ। ମୁଖ୍ୟମନ୍ତ୍ରୀ କର୍ମ ତତ୍ପର ଅଭିଯାନ ଅନୁଯାୟୀ ଗୃହ ଏବଂ…
ଧାନଚାଷରେ ଗୁଣ୍ଡିପୋକ, ଚିନ୍ତାରେ ଚାଷୀ
ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର…
୬ ମାସ ଗଲାନି, ଭାଙ୍ଗିଗଲା ଡ୍ରେନ୍
ବଇଣ୍ଡା,୧୩ା୧୦(ପରିକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ଅଞ୍ଚଳରେ ନିର୍ମାଣ କରାଯାଉଥିବା ଡ୍ରେନ୍ କାର୍ଯ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହୋଇଛି। ଆବଶ୍ୟକ ପରିମାଣର ଲୁହାରଡ୍ ଦିଆଯାଇ ନ ଥିବା ଯୋଗୁ କେତେକ ସ୍ଥାନରେ ଡ୍ରେନ ଭାଙ୍ଗିବା ଆରମ୍ଭ କଲାଣି। ଏହାକୁ…
ଆବେଦନର ୭ବର୍ଷ ପରେ ବି ମିଳିଲାନି ଭତ୍ତା
ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): ସରକାର ସାମାଜିକ ସୁରକ୍ଷା ଉପରେ ଗୁରୁତ୍ୱ ଦେଇ ଗ୍ରାମାଞ୍ଚଳ ଗରିବଙ୍କୁ ଭତ୍ତା ପ୍ରଦାନ କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଉଦାସୀନତା ପାଇଁ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସୁରକ୍ଷା ବିପର୍ଯ୍ୟସ୍ତ ହୋଇପଡିଛି। ବହୁ ବୃଦ୍ଧାବୃଦ୍ଧ, ମହିଳା ଓ ଭିନ୍ନକ୍ଷମ…
ଲମ୍ପି ଭାଇରସ୍, ବହୁ ଗୋରୁ ଆକ୍ରାନ୍ତ
ନିଶ୍ଚିନ୍ତକୋଇଲି,୧୩ା୧୦(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳରେ ଗତବର୍ଷ ଲମ୍ପି ଭାଇରସ ଯୋଗୁ ବହୁ ଗୋରୁ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡିଥିଲେ। ଏହା ଗୋପାଳକମାନଙ୍କ ନିଦ ହଜାଇ ଦେଇଥିଲା। ବର୍ଷେ ପରେ ପୁଣି ଥରେ ବ୍ଲକ ଅଞ୍ଚଳରେ…
କାମ କରିବାକୁ ଯାଇ ଥାଇଲାଣ୍ଡରେ ଫସିଛନ୍ତି ୩୫ ଶ୍ରମିକ
ରାଜକନିକା,୧୩ା୧୦(ସଞ୍ଜୟ କୁମାର ଦାଶ):କେନ୍ଦ୍ରାପଡ଼ା ଜିଲାରେ ବେକାର ହୋଇ ଗାଁରେ ବୁଲି ଗଣ୍ଡେ ଖାଇ ଢୋକେ ପିଇବା ଅପେକ୍ଷା ପରିବାର ପ୍ରତିପୋଷଣ ପାଇଁ ଦାଦନ ଖଟିବାକୁ ଯୁବପିଢ଼ି ବାହାର ରାଜ୍ୟ ଓ ଦେଶକୁ ଯାଉଛନ୍ତି। ଯେଉଁ ଦଲାଲଙ୍କ ମାଧ୍ୟମରେ ସେମାନେ ରାଜ୍ୟ ଓ…
ବିକାଶ ଅପେକ୍ଷାରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା
ଖୋର୍ଦ୍ଧା,୧୩ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକଠାରୁ ୨ଶହ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ…
ରେଳ ସାଇଡିଂରେ କୋଇଲା ଅପମିଶ୍ରଣ
ଯାଜପୁର/କଳିଙ୍ଗନଗର,୧୩ା୧୦(ହର୍ଷବର୍ଦ୍ଧନ ବେହେରା/ଶୁଭାଶିଷ ରାଉତ): ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ମେସ୍କୋ ରେଳୱେ ସାଇଡିଂରେ କୋଇଲା ଅପମିଶ୍ରଣ ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ମଙ୍ଗଳବାର ଓ ବୁଧବାର ମାଇନିଂ ଏନ୍ଫୋର୍ସମେଣ୍ଟ ସ୍କ୍ବାଡ୍ର ଏକ ୬ ଜଣିଆ ଦଳ ତଦନ୍ତ କରି…
ପୁଅ ହେଲା ପର: ଘର ଛାଡ଼ି ମା’ବାପା ଅନ୍ୟତ୍ର କଲେ ବିବାହ
ମହାକାଳପଡ଼ା, ୧୩ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): ପ୍ରେମ ବୁଝେନା ବୟସ, ଜାତି କି ଗୋତ୍ର। ରଙ୍ଗ୍ ଫୋନ ନମ୍ବରରୁ ପ୍ରେମ ଉଜାଡ଼ି ଦେଲା ସୁଖର ସଂସାର। ଉଭୟ ସ୍ତ୍ରୀ ସ୍ବାମୀ ନିଜ ଜନ୍ମ କଲା ପୁତ୍ର ସ୍ନେହ ଛାଡ଼ି ପ୍ରେମରେ ହେଲେ ବାଇଆ।…
ଖାଦ୍ୟ ମାନ ପାଇଁ ଭୁବନେଶ୍ୱର ଏସ୍ଏଫ୍ଟିଏଲ୍ ଭରସା
କେନ୍ଦ୍ରାପଡ଼ା,୧୩ା୧୦ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲାରେ ଖାଦ୍ୟର ମାନ ପରୀକ୍ଷା ସମ୍ଭବ ନୁହେଁ। ପରୀକ୍ଷାଗାର ନ ଥିବାରୁ ଜିଲାବାସୀ ବାସି ଖାଦ୍ୟଠାରୁ ଆରମ୍ଭ କରି ଅପମିଶ୍ରିତ ଖାଦ୍ୟ ଖାଇବାକୁ ବାଧ୍ୟ ହେଉଛନ୍ତି। ଏହି ଜିଲାରେ ପରୀକ୍ଷାଗାର ପ୍ରତିଷ୍ଠା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକ…
ଠିକାଦାରଙ୍କ କବ୍ଜାରେ ବନ୍ଦ ବିଦ୍ୟାଳୟ ଗୃହ
ନାଉଗାଁ,୧୩ା୧୦(ସୁଧା ବେହୁରା): ନାଉଗାଁ ବ୍ଲକରେ ୪୦ରୁ ଊର୍ଦ୍ଧ୍ୱ ବିଦ୍ୟାଳୟ ବନ୍ଦ ହୋଇରହିଛି। ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ନିୟମାନୁସାରେ ଯେଉଁ ବିଦ୍ୟାଳୟରେ ୨୦ରୁ କମ୍ ଉପସ୍ଥାନ ଓ ୧ କିଲୋମିଟର ବ୍ୟବଧାନ ମଧ୍ୟରେ ଗୋଟିଏ ଅଧିକ ବିଦ୍ୟାଳୟ ରହିଛି। ସେଗୁଡିକୁ…

