ବିକାଶ ଅପେକ୍ଷାରେ ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ଗଡ଼ଖୋର୍ଦ୍ଧା

ଖୋର୍ଦ୍ଧା,୧୩ା୧୦(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା-ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକଠାରୁ ୨ଶହ ମିଟର ଦୂରରେ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳାକ୍ଷେତ୍ର। ଗଡ଼ଖୋର୍ଦ୍ଧାଠାରେ ମହାପ୍ରଭୁ ୩ଥର ପଦାର୍ପଣ କରିଛନ୍ତି। ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଏହି ମନ୍ଦିରକୁ ପରବର୍ତ୍ତୀ ସମୟରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ପୁନଃ ନିର୍ମାଣ କରାଯାଇଥିଲା। ଏହି ମନ୍ଦିର ଏବେବି ଅବହେଳିତ ଅବସ୍ଥାରେ ରହିଛି। ଏହାର ପୁନରୁଦ୍ଧାର ଓ ବିକାଶ ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।
ଖୋର୍ଦ୍ଧା ରାଜବଂଶ ଖୋର୍ଦ୍ଧା ଦୁର୍ଗ ପରିସରରେ କୁଞ୍ଜବିହାରୀ ମନ୍ଦିର, ଗୋପାଳ ମନ୍ଦିର, ରାଧାକାନ୍ତ ମନ୍ଦିର, ରଘୁନାଥ ମନ୍ଦିର, ବୃନ୍ଦାବନ ଚନ୍ଦ୍ର ମନ୍ଦିର(ଓଡ଼ିଆ ମଠ), ଗୋବିନ୍ଦଜୀଉ ମଠ, କପିଳେଶ୍ୱର ମନ୍ଦିର, ନୀଳକଣ୍ଠେଶ୍ୱର ମନ୍ଦିର ସ୍ଥାପନ କରିଥିଲେ। ୧୫୬୮ରୁ ୧୮୦୪ ପ୍ରାୟ ୨୩୫ବର୍ଷ ମଧ୍ୟରେ ଖୋର୍ଦ୍ଧା ରାଜ୍ୟରେ ୬୭୯ ଦେବ ଓ ୪୬୧ ଦେବୀ ମନ୍ଦିର ୫୮୭ଟି ଭଗବତୀ ମନ୍ଦିର ନିର୍ମାଣ କରିଥିବା ଗବେଷକଙ୍କ ମତ ରହିଛି। ଗଜପତି ପ୍ରଥମ ରାମଚନ୍ଦ୍ରଦେବ ଖ୍ରୀ.୧୫୬୮ରେ ଗଡ଼ଖୋର୍ଦ୍ଧାରେ ଓଡ଼ିଶାର ରାଜଧାନୀ ସ୍ଥାପନା କରିଥିଲେ। ପରେ ଖ୍ରୀ.୧୫୭୫ରେ କୁଜଙ୍ଗଗଡରୁ ଶ୍ରୀଜଗନ୍ନାଥଙ୍କ ବ୍ରହ୍ମ ଅଣାଇ ଗଡଖୋର୍ଦ୍ଧା ସ୍ଥିତ ମନ୍ଦିରରେ ନବକଳେବର କରାଇ କଳାପାହାଡ ଆକ୍ରମଣ ଯୋଗୁ ୮ବର୍ଷ ଶୂନ୍ୟ ରହିଥିବା ଶ୍ରୀମନ୍ଦିରରେ ଚତୁର୍ଦ୍ଧାବିଗ୍ରହଙ୍କୁ ପୁନଃ ଶ୍ରୀମନ୍ଦିରରେ ସ୍ଥାପନା କରାଇଥିଲେ। ଏଥିଲାଗି ଗଜପତି ରାମଚନ୍ଦ୍ର ଦେବଙ୍କୁ ଦ୍ୱିତୀୟ ଇନ୍ଦ୍ରଦ୍ୟୁମ୍ନ ଭାବେ ଶ୍ରୀମନ୍ଦିର ସେବାୟତ, ୧୬ଶାସନ ବ୍ରାହ୍ମଣଙ୍କ ଦ୍ୱାରା ଭୂଷିତ ହୋଇଥିଲେ ବୋଲି ଐତିହାସିକ କେଦାର ନାଥ ମହାପାତ୍ରଙ୍କ ଖୁରୁଧା ଇତିହାସ ପୁସ୍ତକରେ ବର୍ଣ୍ଣନା କରିଛନ୍ତି। ଏହି ସମୟରେ ଗଜପତି ରାମଚନ୍ଦ୍ର ଦେବ ଖୋର୍ଦ୍ଧା ଦୁର୍ଗକୁ ଶ୍ରୀଜଗନ୍ନାଥପୁର-କଟକ ଭାବେ ନାମକରଣ କରିଥିଲେ। କୁଞ୍ଜବିହାରୀ ମନ୍ଦିରରେ ବାରବାଟୀ ଦୁର୍ଗରୁ କାଞ୍ଚି ବିଜୟର ସ୍ମାରକୀ ଶ୍ରୀସାକ୍ଷୀଗୋପାଳ ବିଗ୍ରହ ଖ୍ରୀ.୧୬୧୫ ପର୍ଯ୍ୟନ୍ତ ପ୍ରାୟ ୪୭ବର୍ଷ ଧରି ଏଠାରେ ପୂଜିତ ହେଉଥିଲେ। ବର୍ତ୍ତମାନ ସତ୍ୟବାଦୀରେ ସାକ୍ଷୀଗୋପାଳ ଭାବେ ପୂଜା ପାଉଛନ୍ତି। ପୁନଶ୍ଚ ଗଜପତି ପୁରୁଷୋତ୍ତମ ଦେବଙ୍କ ରାଜତ୍ୱ କାଳରେ ଖ୍ରୀ.୧୬୦୭ରେ ମୋଗଲଙ୍କ ଆକ୍ରମଣ ଯୋଗୁ ଶ୍ରୀଜଗନ୍ନାଥ ଏହି ମନ୍ଦିରରେ ୩ମାସ ୪ଦିନ ଅବସ୍ଥାନ କରିଥିଲେ। ଏଠାରେ ଗୁପ୍ତଭାବେ ପୂଜା ପାଉଥିଲେ। ମାଦଳା ପାଞ୍ଜିରେ ଏହି ପ୍ରସଙ୍ଗରେ ବର୍ଣ୍ଣିତ ଅଛି ଯେ, ସେବକ ପରମେଶ୍ୱରଙ୍କ୍‌ୁ ନେଇ ଖୁରୁଧାରେ ଗୋପାଳ ଦେଉଳେ ବିଜେ କରାଇଲେ। ଏଣୁ ଏହି ଗୋପାଳ ମନ୍ଦିର ସମଗ୍ର ହିନ୍ଦୁ ସମାଜ ପାଇଁ ପରମପାବନ ତୀର୍ଥକ୍ଷେତ୍ର। ଭକ୍ତ ସାଲବେଗ ଏଠାରେ ପ୍ରଭୁଙ୍କୁ ଦର୍ଶନ ପାଇଁ ଆସିଥିଲେ ବୋଲି ଐତିହ୍ୟ ବିଷାରଦ ଡ.ସୁରେନ୍ଦ୍ର ମିଶ୍ର ମତ ଦେଇଛନ୍ତି। ପରବର୍ତ୍ତୀ ସମୟରେ ଦ୍ୱିତୀୟ ରାମଚନ୍ଦ୍ରଦେବଙ୍କ ସମୟରେ ତକି ଖାଁ ଖୋର୍ଦ୍ଧା ଆକ୍ରମଣ ସମୟରେ ଗଜପତି ଓ ଶ୍ରୀଜଗନ୍ନାଥ ଚତୁର୍ଦ୍ଧାବିଗ୍ରହ ବୋଲଗଡରେ ଅବସ୍ଥାନ କରିଥିଲେ। ସେଠାରୁ ପୁନଶ୍ଚ ପୁରୀ ଶ୍ରୀମନ୍ଦରିକୁ ପତ୍ୟାବର୍ତ୍ତନ କରିବା ସମୟରେ ଏହି ଗୋପାଳ ମନ୍ଦିରରେ ଅବସ୍ଥାନ କରିଥିଲେ। ଏହି ପ୍ରସଙ୍ଗ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରଫେସର ହିମାଂଶୁ ଶେଖର ପଟ୍ଟନାୟକ ଏବଂ ବୋଲଗଡର ଇତିହାସ ଲେଖକ ରବୀନ୍ଦ୍ର କୁମାର ପରିଡାଙ୍କ ପୁସ୍ତକରେ ଉଲ୍ଲେଖ ରହିଛି। ଉତ୍କଳକେଶରୀ ଡ.ହରେକୃଷ୍ଣ ମହତାବଙ୍କ ହିଷ୍ଟ୍ରି ଅଫ ଓଡ଼ିଶା ଏବଂ ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କ ରଚିତ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଉପନ୍ୟାସ ନୀଳଶୈଳରେ ଉଲ୍ଲେଖ ରହିଥିବା ଗବେଷକ ଗୋପାଳକୃଷ୍ଣ ଦାସ କହିଛନ୍ତି। ଏଠାରେ ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଶ୍ରୀମନ୍ଦିର ଢାଞ୍ଚାରେ ହୋଇଥାଏ। ମନ୍ଦିର ପରିଚାଳନା ଲାଗି ଶ୍ରୀଜଗନ୍ନାଥ ଲୀଳାକ୍ଷେତ୍ର କମିିଟି ଗଠନ କରାଯାଇଛି। ଶ୍ରୀମନ୍ଦିର ରୀତିନୀତି ପ୍ରକାରେ ସମସ୍ତ ଦୈନନ୍ଦିନ ନୀତିକାନ୍ତି କରାଯାଉଛି। ମନ୍ଦିର ପରିସରରେ କାଶୀଲୋକନାଥ ମନ୍ଦିର ଏବଂ ପରବର୍ତ୍ତୀ ସମୟରେ ମାତା ଲକ୍ଷ୍ମୀ ବିଗ୍ରହ ପ୍ରତିଷ୍ଠା କରାଯାଇଛି। ମନ୍ଦିରରେ ଅକ୍ଷୟ ମହାପାତ୍ର, ଅରୁପା ମହାପାତ୍ର ବର୍ଷବ୍ୟାପୀ ସମସ୍ତ ନୀତିକାନ୍ତି ସେବାପୂଜା କରି ଆସୁଛନ୍ତି। ଗତ ୨ବର୍ଷ ହେବ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ କରାଯାଉଛି। ବେଷକ ଦାସ କୁହନ୍ତି, ମହାପ୍ରଭୁଙ୍କ ଏହି ଲୀଳାକ୍ଷେତ୍ର ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ର ସମ୍ପର୍କରେ ଜାଣିବା ପରେ ୨୦୦୭ ମସିହାରେ ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର ଏହି ସ୍ଥାନ ପରିଦର୍ଶନରେ ଆସିଥିଲେ। ଡାକ ବଙ୍ଗଳାରେ ଏହି ଲୀଳାକ୍ଷେତ୍ର ସମ୍ପର୍କରେ ଆଲୋଚନା ହୋଇଥିଲା। ମହାପ୍ରଭୁଙ୍କ ଲୀଳାକ୍ଷେତ୍ରରେ ଚତୁର୍ଦ୍ଧାବିଗ୍ରହ ପ୍ରତିଷ୍ଠା ଲାଗି ସ୍ଥିର ହୋଇଥିଲା। ୨୦୧୪ ଜୁନ ୨୭, ୨୮ ଓ ୨୯ ତାରିଖରେ ତିନିଦିନ ମହାପ୍ରଭୁଙ୍କ ଚତୁର୍ଦ୍ଧା ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ସେହି ସମୟରେ ଏହି ପ୍ରତିଷ୍ଠା ଉତ୍ସବରେ ଶ୍ରୀମନ୍ଦିର ମୁକ୍ତିମଣ୍ଡପ ସଭାପତି ଭୀମସେନ ମିଶ୍ର, ସମ୍ପାଦକ ରବି ନାରାୟଣ ମିଶ୍ର, ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡ.ସିଦ୍ଧେଶ୍ୱର ମହାପାତ୍ର, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ତତ୍କାଳୀନ ଗବେଷଣା ଅଧିକାରୀ ଡ.ସୁରେନ୍ଦ୍ର ମିଶ୍ର ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?