ଧାନଚାଷରେ ଗୁଣ୍ଡିପୋକ, ଚିନ୍ତାରେ ଚାଷୀ

ଉମରକୋଟ,୧୩।୧୦(ସନ୍ତୋଷ ଶତପଥୀ): ପ୍ରଥମେ ସ୍ବଳ୍ପ ବର୍ଷା ଯୋଗୁ ଧାନ ଗଛ ଯେଉଁ ଭାବେ ବଢ଼ିବା କଥା ତାହା ହୋଇପାରିଲା ନାହିଁ। ଧାନ ଅମଳ କମିବା ଆଶଙ୍କା ଥିବାବେଳେ ବର୍ତ୍ତମାନ ବିପିଏଚ୍‌ ଗୁଣ୍ଡିପୋକ ଧାନ ଫସଲରେ ଲାଗିଲାଣି। ଏଥିଯୋଗୁ ଉମରକୋଟ ପୌରାଞ୍ଚଳ ୧ନମ୍ବର ୱାର୍ଡ ଦର୍ଗାଗୁଡା ଗ୍ରାମର ଧାନଚାଷୀ ଏବେ ଚିନ୍ତାରେ। ଚାଷୀ ବରୁଣ ଘୋଷ, ପ୍ରମୋଦ ସ୍ବାଇଁ, ଆପନା ସେଠୀ, ରଞ୍ଜନ ସେଠୀ, ନୀର ସେଠୀ, ଭାଗୀ ସେଠୀ, ଶରତ ଭୂୟାଁଙ୍କ ଧାନ ଜମି ବ୍ୟତୀତ ଆଖପାଖ ଶହ ଶହ ଏକର ଧାନଜମିରେ ଗୁଣ୍ଡିପୋକ ଲାଗିଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ଧାନ ହେବା ସମୟରେ ଧାନକେଣ୍ଡାରୁ ଧାନ କ୍ଷୀର କମିଯାଏ। ଏହି ପୋକ ଧାନ ଗଛ ମୂଳରେ ରହି ସମସ୍ତ ରସକୁ ଶୋଷି ନେଇଥାନ୍ତି। ଫଳରେ ଗଛ ଦୁର୍ବଳ ହୋଇଯାଏ। ଗଛ ମୂଳରୁ ଧୀରେଧୀରେ ପଚିଶଢ଼ି ନଷ୍ଟ ହୋଇଯାଏ। ପୂର୍ବରୁ କୃଷି ଅଧିକାରୀମାନେ ଫସଲ ବୁଲି ବୁଲି ନିରୀକ୍ଷଣ କରୁଥିଲେ। କୌଣସି ସମସ୍ୟା ଦେଖାଗଲେ ତୁରନ୍ତ ଚାଷୀଙ୍କୁ ପରାମର୍ଶ ଦେଉଥିଲେ। କିନ୍ତୁ ବର୍ତ୍ତମାନ କୃଷି ବିଭାଗରେ ଏହାର ଅଭାବ ପରିଲକ୍ଷିତ ହେଉଛି। ପୋକ ଲାଗିଲେ ବା ଲାଗିବା ପୂର୍ବରୁ କୌଣସି କୃଷି ଅଧିକାରୀ କେବେ ମଧ୍ୟ ଆସି ସଚେତନ କରୁନାହାନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି। ସରକାର ଚାଷୀଙ୍କୁ ସଚେତନ କରିବାକୁ ଅନେକ ଯୋଜନା କରୁଛନ୍ତି। କିନ୍ତୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉ ନ ଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ତେଣୁ ଚାଷୀ ବାଧ୍ୟହୋଇ ଦୋକାନୀଙ୍କ ଉପରେ ଭରସା କରନ୍ତି। ଘଟଣାକୁ ନେଇ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ାଙ୍କୁ ପଚାରିବାରୁ ପାଣି ଅଭାବରୁ ଏହି ସବୁ ରୋଗ ଦେଖାଯିବ, ମାଟିରେ ଖରା ନ ପଡିଲେ ଏହି ଭଳି ପୋକ ଲାଗିଥାଏ। ସୋମବାର ଏହି ଅଞ୍ଚଳକୁ ଯାଇ କ୍ଷେତ୍ର ପରିଦର୍ଶନ କରିବେ ବୋଲି କହିଛନ୍ତି। କୃଷି ବିଭାଗ ପକ୍ଷରୁ ସଚେତନ କରାଯାଉ ନାହିଁ ବୋଲି ଚାଷୀମାନେ ଯେଉଁ ଅଭିଯୋଗ କରିଛନ୍ତି ତାହାକୁ ସେ ଅସ୍ବୀକାର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ପୂଜା-ନୂଆଁଖାଇ, ପୌରକେଲାରେ ସ୍ୱଚ୍ଛତା ଅଭିଯାନ

କର୍ଲାମୁଣ୍ଡା,୧୩।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଳା ନୂଆଁଖାଇ ପର୍ବ ଅବସରରେ ପୌରକେଲା ଗ୍ରାମର ମା ସୁନାମୁଖୀ ଯୁବ ସଂଗଠନ ପକ୍ଷରୁ ରବିବାର ଏକ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?