ଥମୁନି ଜୁଆ ଖେଳ: ୧୧ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
ଭଞ୍ଜନଗର,୧୭।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଂଚଳରେ ଏବେବି ଜୁଆ ଖେଳ ଥମିବାକୁ ନାହିଁ। ରବିବାର ରାତିରେ ପୋଲିସ ଭେରେଡାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୧ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୪୩ ହଜାର…
ନୀତି-ଅନୀତି ଲୋକଲୋଚନକୁ ଆଣିବା ଗଣମାଧ୍ୟମର କର୍ତ୍ତବ୍ୟ
ବରଗଡ଼,୧୮।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ରବିବାର ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଛି । ସମାରୋହରେ ଜିଲାପାଳ ଆଦିତ୍ୟ ଗୋୟଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉପସ୍ଥିତ ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସେ କହିଥିଲେ,…
ଆଜି ଢେଙ୍କାନାଳ ବନ୍ଦ: ଟିପିସିଓଡିଏଲ୍ର ଶୋଷଣକୁ ନେଇ ପ୍ରତିବାଦ
ଢେଙ୍କାନାଳ,୧୭ା୧୧(ରତନ ନାୟାର):ଟିପିସିଓଡିଏଲ୍ର ଶୋଷଣ ପ୍ରତିବାଦରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ଢେଙ୍କାନାଳ ପକ୍ଷରୁ ଜିଲା ଓକିଲ ସଂଘ ଆବାହକତ୍ୱରେ ସୋମବାର ଢେଙ୍କାନାଳ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ପାଳନ ହେବ। ଏଥିପାଇଁ ସହର…
୨ ହାତୀ ଲଢେଇରେ ଚାଲିଗଲା ଯୁବକଙ୍କ ଜୀବନ
ରାଉରକେଲା,୧୬।୧୧(ସଙ୍ଗୀତା ଜେନା): ସୁନ୍ଦରଗଡ଼ ଜିଲା ଲାଠିକଟା ଥାନା ଅଧୀନ ଏରଗେଡା ପଡ଼ିଆରେ ରବିବାର ୨ଟି ଦନ୍ତା ହାତୀଙ୍କ ଘମାଘୋଟ ଲଢେଇ ବେଳେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଏରଗେଡା ଗ୍ରାମର ମାଙ୍ଗରା କୁଜୁର(୪୦)। ଏ ନେଇ ମୃତକଙ୍କ ମା’…
ମହମ୍ମଦ ଅସଲମ ସ୍ମୃତି ସମ୍ମାନରେ ସମ୍ମାନିତ ହେଲେ ଲାଞ୍ଜିଗଡ଼ ସାମ୍ବାଦିକ ଏମ୍. ଚନ୍ଦ୍ର ଶେଖର
ଲାଞ୍ଜିଗଡ଼,୧୬ା୧୧(ରମେଶ ଚନ୍ଦ୍ର ନାୟକ): ଜାତୀୟ ପ୍ରେସ ଦିବସ ଅବସରରେ କଳାହାଣ୍ଡି ଜିଲାର ଲାଞ୍ଜିଗଡ଼ ବ୍ଲକ ପ୍ରେସ୍ କ୍ଲବ୍ ସମ୍ପାଦକ ଏମ୍. ଚନ୍ଦ୍ର ଶେଖରଙ୍କୁ ମହମ୍ମଦ ଅସଲମ ସ୍ମୃତି ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି। ରବିବାର କଳାହାଣ୍ଡି ଜିଲା ଜୁନାଗଡ଼ସ୍ଥିତ ଅଗ୍ରସେନ ଭବନରେ…
କେସିଙ୍ଗାରେ ଓଜେୟୁ ପକ୍ଷରୁ ଜିଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ
କେସିଙ୍ଗା,୧୬ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ସର୍ବ ପୁରାତନ ସାମ୍ବାଦିକ ସଂଘ ଓଡ଼ିଶା ଜର୍ନାଲିଷ୍ଟ ୟୁନିୟନ (ଓଜେୟୁ) ପକ୍ଷରୁ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟିର ସଭାଗୃହରେ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଜିଲା ସଭାପତି ନିରୋଜ…
ଖେମୁଣ୍ଡି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ‘ଶିଶୁ ଉତ୍ସବ’ ପାଳିତ
ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): କୁନି କୁନି ଶିଶୁ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଉଦ୍ଦେଶ୍ୟରେ ରବିବାର ଦିଗପହଣ୍ଡି ସ୍ଥିତ କଳିଙ୍ଗ ବୈଶ୍ୟ ସମାଜ ସଭାଗୃହ ପରିସରରେ ଆଞ୍ଚଳିକ ଖେମୁଣ୍ଡି କଳିଙ୍ଗ ବୈଶ୍ୟ ସଂଘ ପକ୍ଷରୁ ଏକ ‘ଶିଶୁ ଉତ୍ସବ’ ଅନୁଷ୍ଠିତ ହୋଇଯାଇଛି। ସଂଘ…
ଦିଗପହଣ୍ଡିରେ ଜାତୀୟ ପ୍ରେସ୍ ଦିବସ ପାଳିତ
ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍ଏସି କାର୍ଯ୍ୟାଳୟ ସଭାଗୃହରେ ରବିବାର ଜାତୀୟ ପ୍ରେସ୍ ଦିବସ ପାଳିତ ହୋଇଯାଇଛି। ଦିଗପହଣ୍ଡି ଖବରଦାତା ସଂଘ ସଭାପତି ଅଶେଷ ନାଥ ମିଶ୍ରଙ୍କ ସଭାପତିତ୍ୱରେ ଏହି ଅବସରରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ‘ସାମ୍ପ୍ରତିକ ସ୍ଥିତିରେ…
ଫୁଡ୍ ପାର୍କ ପରିଦର୍ଶନ କଲେ ମନ୍ତ୍ରୀ
ରାୟଗଡ଼ା,୧୬।୧୧(ଆଶିଷ ରଞ୍ଜନ ପଣ୍ଡା)- ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ତଥା ଓଡ଼ିଆ ଭାଷା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଏବଂ ରାଜ୍ୟ ସଭା ଏମ୍ପି ସୁଜିତ କୁମାର ରାୟଗଡ଼ା ଜିଲା କୋଲନରା ବ୍ଲକ ଭୁଜବଳସ୍ଥିତ ମିଟ୍ସ କଲେଜ…
କବିସୂର୍ଯ୍ୟ ହେଉଛନ୍ତି ବଡ଼ଖେମୁଣ୍ଡିିର ଯୋଗଜନ୍ମା ପୁରୁଷ
ଦିଗପହଣ୍ଡି,୧୬ା୧୧(ଅଶେଷ ନାଥ ମିଶ୍ର): ଓଡ଼ିଶାର ଯୁଗଜନ୍ମା କବିସୂର୍ଯ୍ୟ ବଳଦେବ ରଥଙ୍କ ଜନ୍ମସ୍ଥାନକୁ ନେଇ ସୃଷ୍ଟି ହେଉଥିବା ଅଯଥା ଦ୍ୱନ୍ଦ୍ୱକୁ ବନ୍ଦ କରିବା ପାଇଁ ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି ପରିଷଦ ପକ୍ଷରୁ ନିବେଦନ କରାଯାଇଛି। ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ସଭାଗୃହରେ ଆୟୋଜିତ…
ପାଚିକା, ସହାୟକ ମହାସଂଘର ବଡ଼ ନିଷ୍ପତ୍ତି: ୫ରେ ବିଧାନସଭା ଆଗରେ ଆନ୍ଦୋଳନ
ପଦ୍ମପୁର, ୧୬।୧୧(ପ୍ରଶନ୍ତ କୁମାର କର): ଦକ୍ଷିଣ ଓଡ଼ିଶା ପାଚିକା ଓ ସହାୟକ ମହାସଂଘ ପକ୍ଷରୁ ପଦ୍ମପୁର ବ୍ଲକ୍ ଜଗମଣ୍ଡା ପାହାଡ଼ ଉପରେ ବ୍ଲକ ସଭାପତି ପାର୍ବତୀ ଶବରଙ୍କ ଆୟୋଜନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଉପଦେଷ୍ଟା ତ୍ରିପତି ଗମାଙ୍ଗ…
କମାଲ କଲେ ଆଦିବାସୀ ଝିଅ: ଜାତୀୟ ପ୍ରତିଯୋଗୀତା ପାଇଁ ହେଲେ ମନୋନୀତ
ଭଞ୍ଜନଗର,୧୬।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର ବ୍ଲକ ବାହାଡ଼ାପଦର ନୋଡାଲ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଆଦିବାସୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ଓଡ଼ିଶା ସରକାରଙ୍କ ବିଦ୍ୟାଳୟସ୍ତରୀୟ ଖେଳକୁଦ ପ୍ରତିଯୋଗିତାର ଚଉଦ ବର୍ଷରୁ କମ୍ ଲମ୍ବା ଡିଆଁରେ ପ୍ରଥମ ସ୍ଥାନ ଅଧିକାରକରି ସ୍ବର୍ଣ୍ଣ…
Archives


