ଦିନକ ପରେ ଥିଲା କାଶୀରାମଙ୍କ ତୃତୀୟ ବିବାହ ବାର୍ଷିକୀ: ଲିଭିଗଲା ଜୀବନଦୀପ
ଝାରସୁଗୁଡା/ ଲଖନପୁର,(ଆଶିଷ ରଞ୍ଜନ ଦାଶ /ଗୌତମ ସାହୁ/)୨୩।୨:ଜାତୀୟ ରାଜପଥ ୪୯ରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରେ ରହିଛନ୍ତି ଲଖନପୁର ବ୍ଲକ ସରେଇପାଲି ଗ୍ରାମର କାଶୀରାମ ଭୋଇ। ବାପା ଟିକେଶ୍ୱର ଏବଂ ମାଁ…
ପ୍ରଦୂଷଣ ନିୟନ୍ତ୍ରଣ ନିୟମକୁ ମିଲର୍ସଙ୍କ ବେଖାତିର: ସପ୍ତାହକରେ ୬ମିଲର୍ସଙ୍କୁ ନୋଟିସ୍
ବରଗଡ଼,୨୩।୨(ପ୍ରେମାନନ୍ଦ ଖମାରୀ):ପରିବେଶ ପ୍ରଦୂଷଣ ବଢ଼ି ଚାଲିଛି। ସ୍ବାସ୍ଥ୍ୟହାନିର ଏହା ପ୍ରମୁଖ କାରଣ ସାଜିଛି। ଏହାକୁ ରାଜ୍ୟ ସରକାର ମଧ୍ୟ ଗୁରୁତ୍ୱର ସହିତ ନେଇଛନ୍ତି। ଏଥିପାଇଁ ସରକାର ନିୟମ କଡ଼ାକଡ଼ି କରିଛନ୍ତି। କ୍ରମବର୍ଦ୍ଧିଷ୍ଣୁ ପରିବେଶ ପ୍ରଦୂଷଣ ରୋକିବା ପାଇଁ ବାଇକ୍ଠାରୁ ଆରମ୍ଭ କରି…
ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ସମସ୍ୟା: ୬ ଶ୍ରେଣୀ ପାଇଁ ଜଣେ ଶିକ୍ଷକ
ଅମରପାଲି,୨୩ା୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତର ସାହାଜଲଥା ପ୍ରାଥମିକ ବିଦ୍ୟାଳୟରେ ଦେଖା ଦେଇଛି ଶିକ୍ଷକ ସମସ୍ୟା। ଏହି ସ୍କୁଲରେ ବାଲ ବାଟିକା ସହିତ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି। ସେମାନଙ୍କୁ ପଢ଼ାଇବା ପାଇଁ ପୂର୍ବରୁ ୨ଜଣ ଶିକ୍ଷକ…
ସ୍କୁଟିରେ ନେଉଥିଲେ ବ୍ରାଉନସୁଗାର, ପାଟ୍ରୋଲିଂବେଳେ ଯାଞ୍ଚ କରିବାରୁ…
ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଚୋରା ବ୍ରାଉନସୁଗାର କାରବାର ଅଭିଯୋଗରେ ୨ ଜଣକୁ ଗିରଫ କରିଛି। ସେମାନଙ୍କ ଠାରୁ ୫୧ ଗ୍ରାମ ବ୍ରାଉନସୁଗାର, ଗୋଟିଏ ସ୍କୁଟି ସହ ୨୭୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି।…
କାର୍-ବାଇକ୍ ମୁହାଁମୁହିଁ, ଚାଲିଗଲା ୨ ଯୁବକଙ୍କ ଜୀବନ
କେନ୍ଦୁଝର,୨୨ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଗୋଳବନ୍ଧ ଗ୍ରାମ ଛକ ନିକଟରେ ରବିବାର ମଧ୍ୟାହ୍ନରେ ଏକ କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ତେଲକୋଇ…
ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ: କୋର୍ଟ ଚାଲାଣ ହେଲେ ୩
ପଟାଙ୍ଗି,୨୨ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଦେଓପଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଜଣେ ମୃତ ଘଟଣାରେ ପୋଲିସ ତଦନ୍ତ ଜାରି ରଖି ୩ ଜଣଙ୍କୁ ରବିବାର କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି। କୋର୍ଟ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ମୃତ ପୋଲିସ ପରିବାରଙ୍କୁ ମିଳିବ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା
ଭୁବନେଶ୍ୱର,୨୨।୨: ଝାରସୁଗୁଡ଼ା ଜିଲା ସଦର ଥାନାରୁ ପ୍ରାୟ ଶହେ ମିଟର ଦୂର ଏଚ୍ କଣ୍ଟାପାଲି ଏନ୍ଏଚ୍ ୪୯ରେ ରବିବାର ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୫ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୩ ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ…
ହାତୀ ମୃତ୍ୟୁ ଘଟଣା:୩ ଶିକାରୀ ଗିରଫ,ଏବେ ବି ଡେପୁଟି ରେଞ୍ଜର ଫେରାର…
ବାଲିଗୁଡ଼ା,୨୨ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ବନଖଣ୍ଡର ବେଲଘର ରେଞ୍ଜ ଅନ୍ତର୍ଗତ ମୁଣ୍ଡୁଟି ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ୩ ଜଣ ଶିକାରୀଙ୍କୁ ବନ ବିଭାଗ ଗିରଫ କରିଛି । ସେମାନେ ହେଲେ ବେଲଘର ରେଞ୍ଜ…
ପଣ୍ଡିତଙ୍କ ବେଦମନ୍ତ୍ରରେ କମ୍ପିଲା ସହର, ମା’ ସାତ ଭଉଣୀଙ୍କ…
ଗଞ୍ଜାମ,୨୨ା୨(ବିଦ୍ୟାଧର ସାହୁ): ଗଞ୍ଜାମ ସହର କୈବର୍ତ୍ତ ସାହିଠାରେ ଥିବା ମା’ ସାତ ଭଉଣୀଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି। ପ୍ରାତଃରେ ଋଷୁକୂଲ୍ୟା ନଦୀ ଘାଟରୁ ପାଣି ଅଣାଯିବା ପରେ ଘୃତଯଜ୍ଞ ଆରମ୍ଭ ହୋଇଥିଲା। ଏହି ଅବସରରେ ମନ୍ଦିରରେ ଦଶ…
ବେଆଇନ ଭାବରେ ଅନ୍ଲୋଡିଂ ହେଉଥିଲା ଶହଶହ ଜିଞ୍ଜର ବୋତଲ, ମାଡ଼ିବସିଲା ଅବକାରୀ ବିଭାଗ
ବାଲେଶ୍ୱର,୨୨ା୨(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା ଭ୍ରାମ୍ୟମାଣ ଅବକାରୀ ୟୁନିଟ୍ ପକ୍ଷରୁ ରବିବାର ଚଢ଼ାଉ କରାଯାଇଛି। ସୋର ଥାନା ଅନ୍ତର୍ଗତ ଦୟାନିଧିପୁର ନିକଟ ଖେଳପଡ଼ିଆରେ ବେଆଇନ ଭାବେ ଏକ ଭ୍ୟାନ୍ରୁ ଜିଞ୍ଜର ଅନ ଲୋଡିଂ ହେଉଥିବା ଖବର ପାଇ ଅବକାରୀ ଅଧୀକ୍ଷକ ମନୋଜ…
ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା
ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଦିଗପହଣ୍ଡି ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ…
ବାଇକ୍ରେ ଯାଉଥିଲେ ଯୁବକ, ଚାପିଦେଲା ଅଜଣା ଗାଡ଼ି
ଭଞ୍ଜନଗର,୨୨ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ବାରଡ଼ା ନିକଟରେ ରବିବାର ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବିଲପଡ଼ାର ପ୍ରଭାତ ନାୟକ (୨୪)। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ…
Archives


