ଦନ୍ତା ଦଳିଦେବା ପରେ ପରିବାର ଲୋକେ କଲେ ଏମିତି କାମ, ଅମର ରହିଗଲେ ଊର୍ମିଳା

ଦିଗପହଣ୍ଡି,୨୨ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା ପଞ୍ଚାୟତ ଜଲମେରିପଲ୍ଲୀ ଗ୍ରାମର ସିମାଞ୍ଚଳ ରାଉତଙ୍କ ସ୍ତ୍ରୀ ଊର୍ମିଳା ରାଉତ(୫୧) ରବିବାର ସକାଳେ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ଦିଗପହଣ୍ଡି ପୋଲିସ ତାଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲା। ତାଙ୍କ ଚକ୍ଷୁ ୨ଟିକୁ ପରିବାର ଲୋକେ ସ୍ବେଚ୍ଛାକୃତ ଭାବେ ଦାନ କରିବାକୁ ଚାହିଁଥିଲେ। ବ୍ୟବଚ୍ଛେଦ ପୂର୍ବରୁ ପରିବାର ଲୋକଙ୍କ ସହମତିରେ ବଡ଼ ଡାକ୍ତରଖାନା ଚକ୍ଷୁ ବିଭାଗ ଡାକ୍ତରୀ ଟିମ୍‌ ତାଙ୍କ ଦୁଇଟି ଚକ୍ଷୁକୁ ସଂଗ୍ରହ କରିଥିଲେ।

ମୃତ୍ୟୁ ପରେ ବି ଅମର ହୋଇଗଲେ ଊର୍ମିଳା। ଦାନ କରିଥିବା ଦୁଇ ଚକ୍ଷୁରେ ସେ ଜୀବଜଗତ ଦେଖିପାରିବେ ବୋଲି ଡାକ୍ତର କହିବା ପରେ ଉପସ୍ଥିତ ପରିବାର ଲୋକେ ଭୋଭୋ ହୋଇ କାନ୍ଦିଥିଲେ। ସକାଳେ ଗାଁ ନିକଟ ପରିବା ବାଡ଼ରେ ସ୍ବାମୀଙ୍କ ସହ ମିଶି ଊର୍ମିଳା ହସଖୁସିରେ ଫୁଲକୋବି ତୋଳୁଥିଲେ ଦନ୍ତା ହାତୀକୁ ଦେଖି ଆଖପାଖରେ ଥିବା ଲୋକେ ପାଟିକଲେ। ହାତୀ ଆସିଥିବା ଜାଣି ଉଭୟ ସ୍ବାମୀ ସ୍ତ୍ରୀ ଦୌଡ଼ି ଥିଲେ। ସ୍ତ୍ରୀ ଦୌଡ଼ି ନ ପାରିବାରୁ ସ୍ବାମୀ ତାଙ୍କୁ ପିଠିରେ ପକାଇ ଦୌଡ଼ିବା ବେଳେ ହାତୀ ଶୁଣ୍ଢରେ ସ୍ତ୍ରୀଙ୍କୁ ଝିକି ନେଇଥିଲା। ସ୍ବାମୀ ଦୌଡ଼ି ଯାଇ ନିକଟରେ ଥିବା ଏକ ଆମ୍ବ ଗଛ କଡ଼ରେ ଠିଆ ହୋଇ ଭୟଭୀତ ଅବସ୍ଥାରେ ଥରୁଥିଲେ। ତାଙ୍କ ଆଖି ଆଗରେ ସ୍ତ୍ରୀ ଊର୍ମିଳାଙ୍କୁ ହାତୀ କଚାଡ଼ି ଦେବା ସହ ଦଳି ଦେଇଥିଲା।

ଖବରପାଇ ଦିଗପହଣ୍ଡି ବିଧାୟକ ଡ.ସିଦ୍ଧାନ୍ତ ମହାପାତ୍ର, ତହସିଲଦାର ସନ୍ତୋଷ କୁମାର ସାହୁ, ସରପଞ୍ଚ ପ୍ରତିନିଧି ଶିବରାମ ପ୍ରଧାନ, ଏମ୍‌.ସନ୍ତୋଷ, ଗଜପତି ଜିଲା ପାରଳାଖେମୁଣ୍ଡି ବନଖଣ୍ଡ କାର୍ଯ୍ୟାଳୟର ଅତିରିକ୍ତ ବନସଂରକ୍ଷକ ଅରୁଣ କୁମାର ସାହୁ, ଚନ୍ଦ୍ରଗିରି ରେଞ୍ଜର ରୂପକ କୁମାର ପ୍ରଧାନ, ଥାନା ଏସ୍‌.ଆଇ ରାଜକିଶୋର ପାତ୍ର ସଦଳବଳ ଗାଁରେ ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଉପସ୍ଥିତ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଗଞ୍ଜାମ ଜିଲାପାଳ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶକ୍ରମେ ତହସିଲଦାର ଉଭୟ ମୃତକ ପରିବାରଙ୍କୁ ରେଡକ୍ରସ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏ ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଥିଲେ। ବନ ବିଭାଗ ପକ୍ଷରୁ ଅନୁକମ୍ପା ମୂଳକ ସହାୟତା ରାଶି ୧୦ ଲକ୍ଷ ଟଙ୍କା ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଦିଆଯିବ। ଶୁଦ୍ଧିକ୍ରିୟା ବାବଦକୁ ଅନୁକମ୍ପା ରାଶିର ୧୦ ପ୍ରତିଶତ ତତ୍କାଳ ପ୍ରଦାନ କରାଯିବ ବୋଲି ଅତିରିକ୍ତ ବନ ସଂରକ୍ଷକ କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

କେସିଙ୍ଗା ମହାବିଦ୍ୟାଳୟରେ ବନମହୋତ୍ସବ ପାଳିତ: ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅନ୍ୟତମ ସରକାରୀ ଅଗ୍ରଣୀ ଶିକ୍ଷନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟ ପରିସର ମଧ୍ୟରେ ଯୁବ ରେଡକ୍ରସ (YRC) ଓ ରାଷ୍ଟ୍ରୀୟ ସେବା ଯୋଜନା (NSS)…

କୁଲାଡ ରଥଯାତ୍ରା ପାଇଁ ସମୀକ୍ଷା: ପୂର୍ତ୍ତ ବିଭାଗ ପକ୍ଷରୁ ସୁରକ୍ଷା ପ୍ରମାଣପତ୍ର ପ୍ରଦାନ

ଭଞ୍ଜନଗର,୧୪।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ ରଥଯାତ୍ରା ଶହ ଶହ ବର୍ଷ ଧରି ପାଳିତ ହୋଇ ଆସୁଛି। ଭଞ୍ଜ ରାଜବଂଶ ପକ୍ଷରୁ ଉକ୍ତ ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri