ଆମ ଜିଲା ଖବର

ଓଡ଼ିଶାର ୪ ସୀମାନ୍ତ ଗାଁକୁ ଆନ୍ଧ୍ରର ସନ୍ଧି ଚିହ୍ନଟ: ମୁଖିଆଙ୍କୁ ୧୮୯୮ର ତମ୍ବାପଟ୍ଟା

ପଟ୍ଟାଙ୍ଗି, ୧୪ା୮(ଶରତ କୁମାର ଧଳ): ଆନ୍ଧ୍ର ସୀମାନ୍ତକୁ ଲାଗିଥିବା ଓଡ଼ିଶାର ଗ୍ରାମଗୁଡ଼ିକୁ ନିଜର ଅଞ୍ଚଳ ଦର୍ଶାଇବାକୁ ଆନ୍ଧ୍ର ସରକାର ଦୀର୍ଘବର୍ଷ ଧରି ଅନେକ ଫନ୍ଦିଫିକର କରି ଆସୁଛନ୍ତି। ଏନେଇ ଅନେକ ବିବାଦ ସୃଷ୍ଟି ହୋଇଥିବାବେଳେ ମାମଲା ମଧ୍ୟ ବିଚାରାଧୀନ ରହିଛି। ଆନ୍ଧ୍ରର…

ଶ୍ରୀମନ୍ଦିର ଉଡ଼ାଇଦେବାକୁ ଧମକ

ପୁରୀ,୧୪ା୮ (ଅଜିତ୍‌ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣିଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶ୍ରୀମନ୍ଦିର ପରିକ୍ରମା ମାର୍ଗର ବୁଢ଼ୀ ମା’ ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ହାତରେ ଲେଖାଯିବା ସହିତ ଫୋନ୍‌ ନମ୍ବର ମଧ୍ୟ ଦିଆଯାଇଛି।…

ଖୋର୍ଦ୍ଧାରେ ହର ଘର ତ୍ରିରଙ୍ଗା

ଖୋର୍ଦ୍ଧା,୧୩।୮(ପ୍ରଭାତ ପାଣିଗ୍ରାହୀ): ଦେଶ ପାଳୁଛି ସ୍ବାଧିନତାର ୭୯ତମ । ଏହି ଅବସରରେ ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଠାରୁ ଖୋର୍ଦ୍ଧା ଟାଉନ ହଲ ପର୍ଯ୍ୟନ୍ତ ଆୟୋଜିତ ହର ଘର ତ୍ରୀରଙ୍ଗା ପଦଯାତ୍ରା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଆଇନ ପୂର୍ତ୍ତ…

ଛାତ୍ର ବିଜେଡ଼ି ପକ୍ଷରୁ ଶୋଭାଯାତ୍ରା, ଡ଼ିଜିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର

ଦିଗପହଣ୍ଡି,୧୩ା୮(ଅଶେଷ ନାଥ ମିଶ୍ର): ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଯୋଗୁ ଦିନକୁ ଦିନ ନାରୀ ନିର୍ଯ୍ୟାତନା, ଗଣଦୁଷ୍କର୍ମ ପ୍ରତିବାଦରେ ବୁଧବାର ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ବିଜୁଛାତ୍ର ଜନତା ଦଳ ପକ୍ଷରୁ ପ୍ରତିବାଦ ଶୋଭାଯାତ୍ରା କରାଯାଇଛି। ଛାତ୍ର ବିଜେଡ଼ି ଗଞ୍ଜାମ ଜିଲା ସଭାପତି ପ୍ରଶାନ୍ତ ପଣ୍ଡାଙ୍କ…

ଚଳନ୍ତା ଟ୍ରେନରୁ ସୁନା ବ୍ୟବସାୟୀଙ୍କଠୁ ସୁନା ଚୋରି ମାମଲାର ପର୍ଦ୍ଦାଫାଶ: ୫୮ ଗ୍ରାମ ଗହଣା, ୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ସହ ୬ ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା,୧୩।୮(ଆଶିଷ ରଞ୍ଜନ ପଣ୍ଡା)- ଚଳନ୍ତା ଟ୍ରେନରେ ହୋଇଥିବା ଏକ ଚୋରି ମାମଲାର ପର୍ଦ୍ଦାଫାଶ କରିଛି ରାୟଗଡ଼ା ଜିଆରପି ପୋଲିସ । ଏହି ମାମଲାରେ ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ରାୟଗଡ଼ା ଜିଆର୍‌ପି ବୁଧବାର ଏକ ଖବରଦାତା ସମ୍ମିଳନୀରେ ସୂଚନା…

ଚାଷରେ କ୍ଷତି ସହ ଋଣ ଭାର: ବିଷ ପିଇ ଜୀବନ ହାରିଲେ ଚାଷୀ, ଥାନାରେ ଅଭିଯୋଗ…

ଭବାନୀପାଟଣା/ଟିଟିଲାଗଡ଼, ୧୩।୮(ଉତ୍ତମ କୁମାର ଦାଶ/ଶରତ ଚନ୍ଦ୍ର ମିଶ୍ର)-ବଲାଙ୍ଗୀର ଜିଲା ସିନ୍ଧେକେଲା ଥାନା ଅନ୍ତର୍ଗତ କଣ୍ଡରା ଗ୍ରାମରେ ବୁଧବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଚାଷ କ୍ଷତି ଓ ଗ୍ରୁପ ଋଣ ଶୁଝି ନ ପାରି ଜଣେ ଅଭାବଗ୍ରସ୍ତ ଚାଷୀ ବିଷ…

କାର ଧକ୍କାରେ ବାଇକ ଚାଳକ ଗୁରୁତର : ଉତ୍ତେଜିତ ଲୋକଙ୍କ ରାସ୍ତା ଅବରୋଧ

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି – ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଖେମୁଣ୍ଡି କାଳୁଆ ଛକଠାରେ ବୁଧବାର ଅପରାହ୍ନରେ ଏକ ଦୃତଗାମୀ କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ବାଇକ ଚାଳକ ଜଣକ…

ବ୍ଲକ୍‌ସ୍ତରୀୟ ପ୍ରତିଯୋଗିତାରେ ଚଞ୍ଚକତା ଅଭିଯୋଗ: ବିଡ଼ିଓଙ୍କ ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୩ା୮ (ଅରୁଣ ସାହୁ): ଦାରିଙ୍ଗବାଡ଼ି ସ୍ବାଧୀନତା ଦିବସ ପାଳନ ପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି। ଏଥିପାଇଁ ସାମୂହିକ ପ୍ୟାରେଡ ସମେତ ବିଭିନ୍ନ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରୀଛାତ୍ରଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି।…

ପୁଇଁନ୍ତଲା ବ୍ଲକ ସ୍ତରୀୟ ଶିକ୍ଷଣ ଉପକରଣ ପ୍ରସ୍ତୁତି , ନେଇ…

ବଲାଙ୍ଗୀର,୧୩।୮: ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ମଲମୁଣ୍ଡା ସରକାରୀ ପ୍ରାଥମିକ ବିଦ୍ୟାଳୟଠାରେ ବ୍ଲକ ସ୍ତରୀୟ ତିନି ଦିନିଆ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାର ଉଦ୍‌ଘାଟନୀ ସଭାରେ ରତ୍ନମୟୀ ପୁରୋହିତ, ଗୋଷ୍ଠୀ ଶିକ୍ଷା ଅଧିକାରିଣୀ, ପୁଇଁନ୍ତଲା ଓ ଜିଲା…

ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣି, ପିଅନ

ଗଜପତି,୧୩ା୮(ଗିରିଧାରୀ ପରିଚ୍ଛା): ଭିଜିଲାନ୍ସ ଜାଲରେ ଗଜପତି ସିଡିଏମ୍‌ଓ କାର୍ଯ୍ୟାଳୟର ବରିଷ୍ଠ କିରାଣି ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ। ୨୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ଜଗଦୀଶ ଓ ନିରଞ୍ଜନଙ୍କୁ ଧରିଲା ଭିଜିଲାନ୍ସ। ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ନେଉଥିଲେ…

ତୃତୀୟ ଦିବସରେ ପହଞ୍ଚିଲା ରାଜସ୍ବ ଅମଲା ସଂଘର ଆନ୍ଦୋଳନ

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜସ୍ବ ଅମଲାମାନଙ୍କ ସାମୁହିକ ଛୁଟି ଆଜି ତୃତୀୟ ଦିବସରେ ପହଞ୍ଚିଲା। କେନ୍ଦୁଝରରେ ଏହି ଆନ୍ଦୋଳନ ଯୋଗୁ ବିଭିନ୍ନ ଜିଲାର ସମସ୍ତ ବ୍ଲକ, ତହସିଲ, ICDS, ITDA,RTO ପ୍ରଭୃତି ଗୁଡ଼ିକରେ ସମସ୍ତ ପ୍ରକାର କାର୍ଯ୍ୟ ଏକ ପ୍ରକାର ଠପ୍‌…

ନାବାଳିକା ଅପହରଣକାରୀଙ୍କୁ ୭ ବର୍ଷ ଜେଲ୍‌ଦଣ୍ଡ ସହ…

କେନ୍ଦୁଝର,୧୩ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ବୁଧବାର ଏକ ନାବାଳିକା ଅପହରଣ ମାମଲାର ବିଚାର କରି ଦୈତାରୀ ଥାନା ଅନ୍ତର୍ଗତ ସାନସିଆଡ଼ିମାଳ ଗ୍ରାମର ଚିତ୍ତରଞ୍ଜନ ମହାନ୍ତଙ୍କୁ ୭ବର୍ଷ ସଶ୍ରମ କାରାଦଣ୍ତ ସହ ୫ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?