ନୟାଗଡ଼

ମୃତ୍ତିକା ପରୀକ୍ଷା କାର୍ଯ୍ୟକ୍ରମ ବାଟବଣା : ୧୩ହଜାରରୁ ମାତ୍ର ୩ ହଜାର ଚାଷୀଙ୍କ ଜମିର ହୋଇଛି ପରୀକ୍ଷା

ନୟାଗଡ଼ ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ କୃଷିନୀତି ୨୦୧୩ ଅନୁଯାୟୀ ଚାଷୀଙ୍କ ଜମିର ମାଟି ପରୀକ୍ଷା ପାଇଁ ପ୍ରତି ଜିଲାରେ ମୃତ୍ତିକା ପରୀକ୍ଷା କେନ୍ଦ୍ର ରହିଛି। ଚାଷୀମାନେ ସେମାନଙ୍କ ଜମିରେ ଫସଲ ନ ହେଲେ ମାଟିର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ରକୁ…

ଧାନ ଫସଲରେ ହଳଦୀଗୁଣ୍ଡି ପୋକ: ଚିନ୍ତାରେ ଚାଷୀ

ଭାପୁର,୧୮ା୧୦(ଡି.ଏନ୍‌.ଏ.): ନୟାଗଡ଼ା ଜିଲା ଭାପୁର ବ୍ଲକ ଅଞ୍ଚଳରେ ସମ୍ପ୍ରତି ଧାନ ଫସଲରେ ପୋକ ଚାଷୀମାନଙ୍କୁ ଚିନ୍ତାରେ ପକାଇଛି। ବ୍ଲକରେ ଥିବା ୧୦ ହଜାର ଏକର ଚାଷଜମି ମଧ୍ୟରୁ ୭ ହଜାର ଏକର ଜମିରେ ଧାନଚାଷ ହୋଇଥିବାବେଳେ ୩ ହଜାର ଏକରରୁ ଊର୍ଦ୍ଧ୍ୱ…

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ନୟାଗଡ଼ ଅଫିସ , ୧୭।୧୦- ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ନୟାଗଡ଼ କ୍ଷୁଦ୍ର ଜଳସେଚନ ନିର୍ବାହୀ ଯନ୍ତ୍ରୀ ବିନୟ କୁମାର ସୁବୁଦ୍ଧିଙ୍କ ନୟାଗଡ଼ ସରକାରୀ ବାସଭବନ ସମେତ ନିଜ ଘର ବ୍ରହ୍ମପୁର ସମେତ ୮ ଟି ସ୍ଥାନରେ କଟକ ଭିଜିଲାନ୍ସ…

ନୟାଗଡ ଜିଲାରେ ଖାଲି ପଡ଼ିଛି ୧୦୬ ଡାକ୍ତର ପଦବୀ: ଜିଲା ମୁଖ୍ୟ ଚିକିତ୍ସାଳୟରେ ନାହାନ୍ତି ୨୯ ଡାକ୍ତର

ନୟାଗଡ଼ ଅଫିସ,୧୭।୧୦: ରାଜ୍ୟର ବିଭିନ୍ନ ମେଡିକାଲ୍‌ରେ ମୋ ସରକାର କାର୍ଯ୍ୟକ୍ରମ କିପରି ଭାବେ ତୃଣମୂଳସ୍ତରରେ କାର୍ଯ୍ୟକ୍ଷମ ହେଉଛି ତାହାର ସ୍ଥିତି ପରଖୁଛନ୍ତି ୫-ଟି ସଚିବ ଓ ଅନ୍ୟ ଅଧିକାରୀମାନେ। କିଛିଦିନ ତଳେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସି ଏମାନେ ପରିଦଶର୍ନ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ

ନୟାଗଡ଼ ଅଫିସ,୧୭।୧୦: ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମାଣ ହେବ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଏହି ଘୋଷଣା କରିଛନ୍ତି। ଏ ସମ୍ପର୍କରେ ବୁଧବାର ସନ୍ଧ୍ୟାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ…

ଜାଲ୍‌ ଦଲିଲରେ ପଟ୍ଟା ପ୍ରଦାନ ଘଟଣା: ତହସିଲ କାର୍ଯ୍ୟାଳୟ ପରିସରରେ ୨ଗୋଷ୍ଠୀ ଧାରଣା

ରଣପୁର,୧୭।୧୦(ସ୍ବ.ପ୍ର.): ଜାଲ୍‌ ଦଲିଲ୍‌ରେ ପଟ୍ଟା ପ୍ରଦାନ ଘଟଣାରେ ରଣପୁର ଥାନା ପୋଲିସ ତତ୍କାଳୀନ ରଣପୁର ଆରଆଇ ତଥା ଲୋଧାଚୁଆରେ କାର୍ଯ୍ୟରତ ଆରଆଇ ବିରୁପାକ୍ଷ ବିଶ୍ୱାଳଙ୍କୁ ଗିରଫ କରିବା ପ୍ରତିବାଦରେ ରଣପୁର ତହସିଲ ସମ୍ମୁଖରେ କର୍ମଚାରୀମାନେ ବୁଧବାର ଧାରଣା ଦେଇଥିଲେ । ତେବେ…

ଅଙ୍ଗନଓ୍ବାଡି ଶିଶୁଙ୍କୁ ନିମ୍ନମାନର ଖାଦ୍ୟ: ଦିଆଗଲା ପୋକଖିଆ, ଫିମ୍ପି ଚାଉଳର ଭାତ

ନୂଆଗାଁ,୧୭।୧୦ (ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଅଙ୍ଗନଓ୍ବାଡି କେନ୍ଦ୍ରରେ ଶିଶୁମାନଙ୍କୁ ପୋକଖିଆ, ଫିମ୍ପିଲଗା ଚାଉଳର ଭାତ ଦିଆଯାଉଛି। ବୁଧବାର ଏହା ଜଣାପଡିବା ପରେ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ସମନ୍ବିତ ଶିଶୁ ବିଭାଗ ତରଫରୁ…

ବ୍ଲକ ଅଧ୍ୟକ୍ଷାଙ୍କ ସଭ୍ୟ ପଦ ରଦ୍ଦ ଘଟଣା : ଜିଲାପାଳଙ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ପତ୍ର ପ୍ରଦାନ

ଦାରିଙ୍ଗବାଡ଼ି,୧୬।୧୦(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ୨ରୁ ଅଧିକ ସନ୍ତାନ ଥିବାରୁ ସଭ୍ୟପଦ ରଦ୍ଦ ହୋଇଥିଲା। ଏନେଇ ସେ ଉଚ୍ଚ ନ୍ୟାୟାଳୟରେ ଅପିଲ୍‌ କରିଥିଲେ। ମଙ୍ଗଳବାର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ଅଧ୍ୟକ୍ଷାଙ୍କୁ ରହିତାଦେଶ ମିଳିଥିଲା। ବୁଧବାର…

ଆମତ୍ତୃପ୍ତି ଦେଉଛି କେନ୍ଦରା ବାଦନ

ଗଣିଆ, ୧୬।୧୦(ଡି.ଏନ.ଏ.):ଆଧୁନିକତା ଛାପରେ ହଜିଗଲାଣି ପାରମ୍ପରିକ ଲୋକକଳା ସାଙ୍ଗକୁ ପୁରାତନ ଲୋକବାଦ୍ୟ ା ଗୋପୀଯନ୍ତ୍ର, କେନ୍ଦରା, ଘୁଡୁକି,ଖଞ୍ଜଣି, ହାରମୋନିୟମ ଆଦି ପାରମ୍ପରିକ ଲୋକବାଦ୍ୟର ତାଳ ଆଉ ଶୁଣିବାକୁ ମିଳୁନାହିଁ ା ଏହାର ପ୍ରତିବଦଳରେ ବିଭିନ୍ନ ବୈଦ୍ୟୁତିକ ବାଦ୍ୟଯନ୍ତ୍ରର ଧୁନ୍‌ ଯୁବପିଢିଙ୍କୁ ମତୁଆଲା…

ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ

ନୟାଗଡ଼ ଅଫିସ,୧୬।୧୦-ମହାନ ଜନନାୟକ, ମିଶାଇଲ ମ୍ୟାନ, ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ଭାରତରତ୍ନ ଡ. ଏ.ପି.ଜେ. ଅବଦୁଲ କଲାମଙ୍କ ପୁଣ୍ୟ ଜନ୍ମତିଥିରେ ମଙ୍ଗଳବାର ତାଙ୍କର ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ନୟାଗଡ଼ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି ା ନୟାଗଡ଼…

ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ଧାରଣା

ନୟାଗଡ଼ ଅଫିସ,୧୬।୧୦-ନୟାଗଡ଼ ଜିଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ମଙ୍ଗଳବାର ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରମିକମାନେ ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ…

ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ, ରେଳମନ୍ତ୍ରୀ କଲେ ଉଦ୍‌ଘାଟନ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଭୁବନେଶ୍ୱରରୁ ନୟାଗଡ଼କୁ ଗଡ଼ିଲା ସେବା ଏକ୍ସପ୍ରେସ। ରେଳମନ୍ତ୍ରୀ ପୀୟୁଷ ଗୋଏଲ ଦିଲ୍ଲୀରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମଙ୍ଗଳବାର ଏହାକୁ ଉଦ୍‌ଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଡ. ହର୍ଷବର୍ଦ୍ଧନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri