ନୟାଗଡ଼

ବ୍ରାଉନସୁଗାର କାରବାରକୁ ନାହିଁ ଲଗାମ: ଥାନା, ଫାଣ୍ଡି, ମନ୍ଦିର ସମ୍ମୁଖରେ ଚାଲିଛି ବିକ୍ରି

ନୟାଗଡ଼ ଅଫିସ,୬ା୨: ଖୋର୍ଦ୍ଧା ପରେ ନୟାଗଡ଼ ଜିଲା ଏବେ ବ୍ରାଉନସୁଗାର ବ୍ୟବସାୟୀଙ୍କ କବ୍‌ଜାରେ। ଜିଲାର ବିଭିନ୍ନ ଥାନା, ଫାଣ୍ଡି, ମନ୍ଦିର, ଶିକ୍ଷାନୁଷ୍ଠାନ ସମ୍ମୁଖରେ ବ୍ରାଉନସୁଗାର ବିକ୍ରି ହେଉଛି। କାରବାର ବଢ଼ାଇବା ପାଇଁ ବେକାର ଯୁବକ, ଗରିବ ଲୋକଙ୍କୁ ଏଥିରେ ନିୟୋଜିତ କରାଯାଉଛି।…

ଚାଷ ଛଡାଇ ନେଲା ଚିନିକଳ: ବୁଡିବାକୁ ବସିଛି ଆଖୁଚାଷ

ନୟାଗଡ଼ ଅଫିସ,୬ା୨: ନୟାଗଡ଼ ଜିଲାର ପାରମ୍ପରିକ ଅର୍ଥକରୀ ଫସଲ ଆଖୁଚାଷ ଏବେ ବୁଡିବାକୁ ବସିଛି। କାହିଁ କେଉଁ କାଳରୁ ଏଠାକାର ଚାଷୀ ଆଖୁ ଚାଷ କରି ଘଣା ବୁଲାଇ ଗୁଡ କରିଆସୁଥିଲେ। ଚିନିକଳ ହେବା ପରେ ୧୯୮୦ ପରଠାରୁ ଗୁଡକୁ ଭୁଲି…

ଠାକୁର, ଉନ୍ନୟନ କାର୍ଯ୍ୟ ନାଁରେ ଜଙ୍ଗଲ ଲୁଟ୍‌: ପଦା ହେବାରେ ଲାଗିଛି ନୟାଗଡ଼ ବନଖଣ୍ଡ

ନୟାଗଡ଼ ଅଫିସ, ୫ା୨(ଲୋକନାଥ ମିଶ୍ର): ଜଙ୍ଗଲ ଲୁଟିବାର ନୂଆ ତରିକା ଆପଣାଇଛନ୍ତି ଅସାଧୁ ବ୍ୟବସାୟୀ। ଠାକୁର ଓ ଉନ୍ନୟନ କାର୍ଯ୍ୟ ବାହାନାରେ ସେମାନେ ଜଙ୍ଗଲରୁ ଗଛ କାଟି ବ୍ୟବସାୟ ଚଳାଇଛନ୍ତି। ଫଳରେ ନୟାଗଡ଼ ବନଖଣ୍ଡର ବିଭିନ୍ନ ଜଙ୍ଗଲ ପଦା ହେବାରେ ଲାଗିଛି।…

ପରିଚୟ ପାଇଁ ସଂଗ୍ରାମ: ମିଳୁନି କନ୍ଧ ମାନ୍ୟତା

ନୟାଗଡ ଅଫିସ, ୪ା୨(ଲୋକନାଥ ମିଶ୍ର): ପରିଚୟ ପାଇଁ ସଂଘର୍ଷ ଜାରି ରହିଥିଲେ ମଧ୍ୟ ଓଡିଆ କନ୍ଧଜାତି ପାଉନାହାନ୍ତି ମାନ୍ୟତା। ପରିଚୟ ପାଇଁ ସେମାନେ ବିଭିନ୍ନ ସମୟରେ ଆନ୍ଦୋଳନ, ଧାରଣା, ଅଭିଯୋଗ, ପ୍ରତିବାଦ କରୁଥିଲେ ବି ସୁଫଳ ମିଳୁନି। ଏହି ପରିପ୍ରେକ୍ଷୀରେ ନୟାଗଡ଼…

୩ବର୍ଷର ସଂଘର୍ଷ ପରେ ମିଳିଲାନି ନ୍ୟାୟ : ଥାନା ଆଗରେ ରାଜପଥ ଅବରୋଧ କଲେ ବାସନ୍ଦ ପରିବାର

ନୟାଗଡ଼ ଅଫିସ, ୪ା୨: ନୟାଗଡ଼ ଜିଲା ଇଟାମାଟି ଥାନା ଭୂତଡିହି ଗାଁର ୪ ବାସନ୍ଦ ପରିବାର ଦୁର୍ଦ୍ଦିନରେ କାଳ କାଟୁଛନ୍ତି। ନ୍ୟାୟ ପାଇଁ ପରିବାର ସଦସ୍ୟ ପ୍ରାୟ ୩ବର୍ଷ ହେଲା ବିଭିନ୍ନ ସମୟରେ ଏସ୍‌ପି, ଜିଲାପାଳ, ଥାନା, ମାନବିକ ଅଧିକାର କମିଶନଙ୍କୁ…

ବନବିଭାଗ ଓ ପୋଲିସ ଉପସ୍ଥିତିରେ ଶାଳଗଣ୍ଡି ଲୁଟ୍‌

ଓଡ଼ଗାଁ, ୪ା୨(ସ୍ବ.ପ୍ର.): ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ଆଦର୍ଶ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ବନ୍ଧାଭୂମି ଗ୍ରାମ ନିକଟରେ ବନବିଭାଗ ଓ ପୋଲିସ ଉପସ୍ଥିତିରେ ରବିବାର ବିଳମ୍ବିତ ରାତିରେ କେତେକ ଲୋକ ବିପୁଳ ପରିମାଣର ଶାଳଗଣ୍ଡି ଲୁଟି ନେଇଛନ୍ତି। ବିଶ୍ୱସ୍ତ ସୂତ୍ରରୁ…

ପଦଯାତ୍ରାରେ ଚାଷୀ: ବୁଲିବେ ୧୨୦୦ କିମି

ନୟାଗଡ ଅଫିସ, ୩ା୨: ପଦଯାତ୍ରାରେ  ଗାଁକୁ ଗାଁ ବୁଲୁଛନ୍ତି ଚାଷୀ। ଚାଷୀ ଓ ସାଧାରଣ ଲୋକଙ୍କୁ ସେମାନଙ୍କ ସମସ୍ୟା ଅବଗତ କରାଉଛନ୍ତି । ୨୦ ବର୍ଷରୁ ଊର୍ଦ୍ଧ୍ୱ ଚାଷ କାର୍ଯ୍ୟରେ ନିୟୋଜିତ ହୋଇଥିବା ଚାଷୀଙ୍କୁ ମାସିକ ୫ ହଜାର ପେନସନ, ଧାନ…

ପୋଖରୀରେ କୁମ୍ଭୀର: ଭୟରେ ସ୍ନାନ ପାଇଁ ଯାଉନାହାନ୍ତି ଲୋକେ

ନୟାଗଡ ଅଫିସ, ୩ା୨: ନୟାଗଡ଼ ଜିଲା ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ଛାମୁଣ୍ଡିଆ ବନାଞ୍ଚଳ ଗୋପୀନାଥପୁର (ଖଳିସାହି) ଗ୍ରାମର ପାଖାପାଖି ଥିବା ୪ ପୋଖରୀରେ ୩ କୁମ୍ଭୀର ଆତଙ୍କ ଖେଳାଇଛନ୍ତି। ଭୟରେ ସ୍ଥାନୀୟ ଲୋକେ ସ୍ନାନ ପାଇଁ ପୋଖରୀକୁ ଯାଉନାହାନ୍ତି। ପ୍ରାପ୍ତ ସୂଚନା…

ପୂର୍ଣ୍ଣାଙ୍ଗ ହୋଇପାରିଲାନି ଜରାବ୍ୟାଧି ଚିକିତ୍ସା କେନ୍ଦ୍ର: ଅଧିକ ଅନୁଦାନକୁ ମନା କଲେ ସରକାର

ନୟାଗଡ଼ ଅଫିସ, ୩ା୨(ଲୋକନାଥ ମିଶ୍ର): ପରିବର୍ତ୍ତିତ ପ୍ଲାନକୁ ଅନୁମୋଦନ ନ କରି ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜରାବ୍ୟାଧି ଚିକିତ୍ସା କେନ୍ଦ୍ର ନିର୍ମାଣ କରାଯାଇଥିବା ଅଭିଯୋଗ ହୋଇଛି। ୪୦ଲକ୍ଷ ଟଙ୍କାର ଏହି ଘୋଟାଲା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟମନ୍ତ୍ରୀଙ୍କ…

ଲକ୍ଷାଧିକ ଟଙ୍କାର ସାଇଜ୍‌ ଶାଳକାଠ ଜବତ, ଅଭିଯୁକ୍ତ ଫେରାର

ଓଡ଼ଗାଁ,୧ା୨(ସ୍ବ.ପ୍ର.)- ନୟାଗଡ଼ ବନଖଣ୍ଡ ଓ ଓଡ଼ଗାଁ ବନାଞ୍ଚଳ ଅନ୍ତର୍ଗତ ଶରଧାପୁର ପଞ୍ଚାୟତ ଜିରିପଡା ଗ୍ରାମରୁ ବନ ବିଭାଗ ଶନିବାର ମଧ୍ୟାହ୍ନରେ ବିପୁଳ ପରିମାଣର ମୂଲ୍ୟବାନ ସାଇଜ୍‌ ଶାଳକାଠ ଜବତ କରଛି। ସୂଚନାନୁଯାୟୀ, ସେହି ଗ୍ରାମର କୈଳାସ ପ୍ରଧାନଙ୍କ ଏକ ନୂତନ ଖୋଲା…

ଡାଲା ଅଟୋକୁ ଧକ୍କା ଦେଲା କ୍ୟାଣ୍ଟର: ଜଣେ ମୃତ, ୧୦ ଆହତ

ନୟାଗଡ଼ ଅଫିସ,୧।୨: ନୟାଗଡ଼ ଜିଲା ନୂଆ ଜଗନ୍ନାଥ ରାସ୍ତାର ଗୋଡ଼ିପଡା ଝରଣପୋଖରୀ ନିକଟରେ ଶନିବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଡାଲା ଅଟୋକୁ କ୍ୟାଣ୍ଟର ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଛନ୍ତି।…

ବସ୍‌-ଟ୍ରକ୍‌ ଧକ୍କା: ୩୦ ଆହତ, ୬ ଗୁରୁତର

ରଣପୁର/ଟାଙ୍ଗୀ,୧।୨(ସ୍ବ.ପ୍ର./ଡି.ଏନ୍‌.ଏ.): ନୟାଗଡ ଜିଲା ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥର ବେଣ୍ଟଛକ ନିକଟରେ ଶୁକ୍ରବାର ଅପରାହ୍ନରେ ଏକ ଟ୍ରକ ସହ ବସ୍‌ର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଚାଳକଙ୍କ ସମେତ ୩୦ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri