ମୟୂରଭଞ୍ଜ

ଐତିହାସିକ ନିଷ୍ପତ୍ତି: ଶିମିଳିପାଳରେ ବାଘ ଜଗିବେ ସଶସ୍ତ୍ରବଳ

ଭୁବନେଶ୍ୱର,୧୯।୧୨: ମୟୂରଭଞ୍ଜ ଜିଲାର ଶିମିଳିପାଳ ଟାଇଗର ରିଜର୍ଭରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ କରିବା ଦିଗରେ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି ସରକାର। ଶିକାର ତଥା ବନ୍ୟଜନ୍ତୁ ଅପରାଧରୁ ଏହି ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଏକ ୧୩୧ ସଦସ୍ୟ ବିଶିଷ୍ଟ ସଶସ୍ତ୍ର…

ଚଢ଼ାଉ ବେଳେ ଆଇଆଇସିଙ୍କୁ ଆକ୍ରମଣ: ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିଲା

ଉଦଳା, ୧୮।୧୨(ସନ୍ତୋଷ କୁମାର ବାଚ୍ଛିନୀ)-ଲଘୁ ଖଣିଜ ପଦାର୍ଥ ଚୋରାଚାଲାଣ ରୋକିବାକୁ ଚଢ଼ାଉ ବେଳେ ସଂଘବଦ୍ଧ ଆକ୍ରମଣରେ ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ଆଇଆଇସି ପ୍ରକାଶ କୁମାର ରଥ ଆହତ ହୋଇଛନ୍ତି। ଚୋରାଚାଲାଣକାରୀଙ୍କ ପଥର ମାଡ଼ରେ ଥାନା ଗାଡ଼ି ଭାଙ୍ଗିରୁଜି ଯାଇଛି। ଏନେଇ…

୧୦ ଦିନ ପରେ ବଳଦ ମାରିଲା, ଖାଇ ପାରିଲା ନାହିଁ : ଜିନ୍ନତକୁ ନେଇ ତେଜୁଛି ଅସନ୍ତୋଷ

ବାରିପଦା,୧୮।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡ ରାଜ୍ୟ ରାଜାବସା ଓ ଚିଆବାନ୍ଧି ଜଙ୍ଗଲରେ ରହୁଥିବା ମହାବଳ ବାଘୁଣୀ ଜିନ୍ନତକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ୧୦ ଦିନ ପରେ ଜଙ୍ଗଲକୁ ଚରିବାକୁ ଯାଇଥିବା ଏକ ବଳଦକୁ ସେ…

କୋଲଡ୍ରିଙ୍କସ ବୋତଲରେ ଦେଶୀ ମଦ ଚାଲାଣ

ଉଦଳା,୧୭।୧୨: ମୟୂରଭଞ୍ଜ ଜିଲା ଉଦଳା ବସଷ୍ଟାଣ୍ଡରୁ ପୋଲିସ ୧୮୦ ଲିଟର ଦେଶୀ ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ କୋଲ୍ଡଡ୍ରିଙ୍କସ ବୋତଲରେ ଅଭିନବ ଉପାୟରେ ଦେଶୀ ମଦ ଚୋରା ଚାଲାଣ କରୁଥିଲେ।…

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ବଡସାହି ଥାନା ଅଧିନ ବଡସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକର ପରିଚୟ ମିଳିପାରି ନ ଥିବାବେଳେ ହତ୍ୟା ହୋଇଥିବା ନେଇ ପାରିପାର୍ଶ୍ୱିକ ସ୍ଥିତିରୁ ପୋଲିସ ତଦନ୍ତ ଜାରି…

ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କୁ ମନେପକାଇଲେ ରାଜ ପରିବାର

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ତତ୍କାଳୀନ ମୟୂରଭଞ୍ଜ ରାଜ୍ୟର ପ୍ରଜାବତ୍ସଳ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ୧୫୪ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଆଧୁନିକ ଓ ଅନ୍ୟତମ ବିନ୍ଧାଣୀ ତଥା ଉତ୍କଳ ସମ୍ମିଳନୀର ଅଧ୍ୟକ୍ଷ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ଦେଓଙ୍କ ଏହି ଜନ୍ମ ଜୟନ୍ତୀ…

ସାପ୍ତାହିକ ହାଟରୁ ଅର୍ଦ୍ଧଦଗ୍ଧ ମୃତଦେହ ଜବତ: ହତ୍ୟା ସନ୍ଦେହ

ବାରିପଦା,୧୭।୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଜଣେ ଅଜଣା ବ୍ୟକ୍ତିକୁ କେହି ଦୁର୍ବୃତ୍ତ ହତ୍ୟା ପରେ ନିଆଁରେ ପୋଡି ଦେଇଥିବା ନେଇ ପୋଲିସ ସନ୍ଦେହ କରିଛି। ମୃତ ବ୍ୟକ୍ତିଙ୍କ ଦରପୋଡ଼ା ଶରୀର ହାଟ…

ପାରଦ ୧ ଡିଗ୍ରୀକୁ ଖସିଲା

ବାରିପଦା,୧୭ା୧୨ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଉତ୍ତର-ପଶ୍ଚିମା ପବନ ପ୍ରବାହିତ ହେବାରୁ ଭୀଷଣ ଥଣ୍ଡା ଅନୁଭୂତ ହେଉଛି। ଶୀତର ଲହର ବୃଦ୍ଧି ପାଉଥିବାରୁ ହାଡ଼ଭଙ୍ଗା ଥଣ୍ଡା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଶୀତକଷ୍ଟ ଦୂର କରିବା ପାଇଁ ଲୋକେ ନିଆଁ…

ଜିନ୍ନତ ପରେ ଶିମିଳିପାଳ ଛାଡ଼ିଲା ଯମୁନା

ବାରିପଦା,୧୭ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରେ ମହାବଳ ବାଘର ଜେନେଟିକ୍‌ ଡାଇଭର୍ସିଟି (ବଂଶାନୁକ୍ରମିକ ବିବିଧତା) ପରିବର୍ତ୍ତନ କରିବା ନେଇ ଆରମ୍ଭ ହୋଇଥିବା ମିଶନ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି। ଯେଉଁ ଦୁଇ ବାଘୁଣୀଙ୍କୁ ମହାରାଷ୍ଟ୍ରରୁ ଅଣାଯାଇ ମିଶନ କାର୍ଯ୍ୟକାରୀ…

ଶ୍ରମିକଙ୍କୁ ଧରି ଯାଉଥିଲା ପିକ୍‌ଅପ୍‌ ଭ୍ୟାନ୍‌: ବାଟରେ ଫାଟିଗଲା ଚକ, ଆଉ ତା’ପରେ…

ଗୋପବନ୍ଧୁନଗର,୧୫ା୧୨(ଶାନ୍ତନୁ କୁମାର ମଢୁଆଳ)/ଉଦଳା(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା-ବୈଶଙ୍ଗା ରାସ୍ତାର ଜୟପୁର ପଞ୍ଚାୟତ ଅନ୍ତର୍ଗତ ଅସ୍ତିଆ ନିକଟରେ ରବିବାର ଏକ ପିକ୍‌ଅପ୍‌ ଭ୍ୟାନ୍‌ ଓଲଟି ୧୦ ଶ୍ରମିକ ଆହତ ହୋଇଛନ୍ତି। ଗୋପବନ୍ଧୁନଗର ବ୍ଲକ୍‌ ଅନ୍ତର୍ଗତ ଆରପଟା ଅଞ୍ଚଳରୁ ୧୬ଜଣ ଶ୍ରମିକଙ୍କୁ…

ମୃତ ଯବାନଙ୍କ ୨୦ଲକ୍ଷ ହଡ଼ପ ପାଇଁ କୋର୍ଟ ରାୟ ଜାଲିଆତି

ଉଦଳା,୧୫ା୧୨(ସନ୍ତୋଷ କୁମାର ବାଛିନୀ): ଜଣେ ମୃତ ଯବାନଙ୍କ ଟଙ୍କା ହଡ଼ପ କରିବାକୁ ସାଙ୍ଘାତିକ କାଣ୍ଡ। କୋର୍ଟଙ୍କ ରାୟ, ବିଚାରପତିଙ୍କ ଦସ୍ତଖତ ଜାଲ୍‌ କରିବା ସହ ସରକାରୀ କାଗଜପତ୍ରକୁ ଜାଲିଆତି କରି ବ୍ଲୁ ପ୍ରିଣ୍ଟ କଲେ। ବିବାହ ବିଚ୍ଛେଦ ସାର୍ଟିଫିକେଟ ଜାଲିଆତି କରି…

ଫେରିବା ନାଁ ଧରୁନି ଜିନ୍ନତ:୫ ଦିନ ପରେ ମଇଁଷି ବାଛୁରି ମାରି ଖାଇଲା

ବାରିପଦା,୧୪ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟରୁ ଝାଡ଼ଖଣ୍ଡ ଜଙ୍ଗଲକୁ ପଳାଇଥିବା ମହାବଳ ବାଘୁଣୀ ଜିନ୍ନତ ଫେରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ରବିବାର ରାତିରୁ ପଳାଇଯାଇ ଝାଡ଼ଖଣ୍ଡର ଚିଆବାନ୍ଧି ଗ୍ରାମ୍ୟ ଜଙ୍ଗଲରେ ଲୁଚି ରହିଥିବା ଜିନ୍ନତ ୫ ଦିନ ପରେ ବନ୍ଧାଯାଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri