ପୁଣି ହାତୀ ଭାଙ୍ଗିଲା ଘର
ଚିତ୍ରଡା,୨୬।୫(ଡି.ଏନ୍.ଏ.): ମୟୁରଭଞ୍ଜ ଜିଲା ମୋରଡା ବ୍ଲକରେ ହାତୀ ଉପଦ୍ରବ ଥମିବାର ନା ଧରୁନି। ସୋମବାର ବିଳମ୍ବିତ ରାତିରେ ଏକ ଦନ୍ତାହାତୀ ଆସି ଚିକଟାମାଟିଆ ପଞ୍ଚାୟତ ଭାଲୁଘେରା ଗାଁର ବାଜୁନ ମୁର୍ମୁଙ୍କ ଚାଳ ଘର ଭାଙ୍ଗି ଧାନଗୁଡିକୁ ନଷ୍ଟ କରିଦେଇଥିବା ଦେଖିବାକୁ ମିଳିଛି।…
ଘରେ ହେଲା ନମାଜ ପାଠ
ବାଙ୍ଗିରିପୋଷି,୨୬ା୫(ଡି.ଏନ.ଏ): ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ଲକ୍ ଡାଉନ ଜାରି ରହିଛି। ଏହି ସମୟ ମଧ୍ୟରେ କୌଣସି ଧାର୍ମିକ ସ୍ଥଳରେ ପୂଜାର୍ଚ୍ଚନା ନ କରିବା ପାଇଁ କଟକଣା ରହିଛି। ଏହି ଅବସରରେ ସମସ୍ତ ମନ୍ଦିର ଓ ମସଜିଦରେ…
ଶିମିଳିପାଳରୁ ଶିକାରୀ ଗିରଫ
ଖୁଣ୍ଟା,୨୫ା୫(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟର ଡୁକୁରା ୱାଇଲ୍ଡ ଲାଇଫ୍ ରେଞ୍ଜ ଅଞ୍ଚଳରୁ ସୋମବାର ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ଗିରଫ ଶିକାରୀ ଜଣକ ହେଲେ ନୂଆଗାଁ ଗ୍ରାମର ଚନ୍ଦ୍ର ମୋହନ ହେମ୍ବ୍ରମ। ଭୋର ସମୟରେ ବିଭିନ୍ନ ଶିକାର…
ତାମିଲନାଡ଼ୁରୁ ୨ଟି ଟ୍ରେନ୍ରେ ଫେରିବେ ପ୍ରବାସୀ
ବାରିପଦା ଅଫିସ,୨୫ା୫- ଲକ୍ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଟ୍ରେନ୍ ୨ଟି ବାରିପଦାର ଭଞ୍ଜପୁର ଷ୍ଟେଶନଠାରେ ଅଟକିବ।…
କ୍ୱାରାଣ୍ଟାଇନ୍ କେନ୍ଦ୍ରରେ୧୪୪
ବାରିପଦା ଅଫିସ,୨୫ା୫- ମହାମାରୀ କରୋନା ଭୂତାଣୁର ସଂକ୍ରମଣ ପ୍ରତିରୋଧ ଉଦ୍ଦେଶ୍ୟରେ ମୟୂରଭଞ୍ଜ ଜିଲାର ସମସ୍ତ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର (ଟିଏମ୍ସି), କ୍ୱାରାଣ୍ଟାଇନ୍ ଓ ଆଇସୋଲେଶନ କେନ୍ଦ୍ରରେ ୧୪୪ ଧାରା ଜାରି କରାଯାଇଛି। ସତର୍କତା ପଦକ୍ଷେପ ସ୍ବରୂପ ସାମାଜିକ ଦୂରତ୍ୱ ବଜାୟ ରଖିବା…
ଦୁର୍ଘଟଣାରେ ଯୁବକଙ୍କ ପ୍ରାଣଗଲା
ରାଇରଙ୍ଗପୁର,୨୫ା୫(ଡି.ଏନ୍.ଏ.)- ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ରାଇରଙ୍ଗପୁର-ଯାମଦା ରାସ୍ତାର ତାଳଗାଁ ନିକଟରେ ରବିବାର ଅପରାହ୍ନରେ ଏକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ୧୩ନଂ. ଓ୍ବାର୍ଡର ସିଗନାଲ…
ଚିକିତ୍ସା ଅବହେଳାରୁ ଶିଶୁକନ୍ୟାଙ୍କ ମୃତ୍ୟୁ ଅଭିଯୋଗ: ପ୍ରତିବାଦରେ ମେଡ଼ିକାଲ୍ରେ ଉତ୍ତେଜନା
ବାରିପଦା ଅଫିସ,୨୪ା୫-ମୟୂରଭଞ୍ଜ ଜିଲା ବାରିପଦା ସହରର ବାଲେଶ୍ୱର ଗୋଲେଇସ୍ଥିତ ଜୀବନଦୀପ ହସ୍ପିଟାଲରେ ଚିକିତ୍ସା ଅବହେଳାରୁ ନବଜାତ ଶିଶୁକନ୍ୟାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଶିଶୁକନ୍ୟାଙ୍କ ପିତା ବାରିପଦା ତକତପୁର ୱାର୍ଡ଼ ନଂ. ୨୪ର ବାସିନ୍ଦା ରମେଶ ଚନ୍ଦ୍ର ସିଂହ ଏନେଇ ଟାଉନ…
ମାଛ ଧରିବାକୁ ଯାଇ ବୁଢ଼ାବଳଙ୍ଗରେ ଯୁବକ ନିଖୋଜ
ବଡ଼ସାହି,୨୩ା୫(ସ୍ବ.ପ୍ର.)-ବୁଢ଼ାବଳଙ୍ଗ ନଦୀରେ ମାଛ ଧରୁଥିବା ବେଳେ ଶନିବାର ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ହେଲେ ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଚନ୍ଦନପୁର ପଞ୍ଚାୟତ ଅଧୀନ ମହୁପୁରା ଗ୍ରାମର ରଥ ମହାନ୍ତଙ୍କ ପୁଅ ରମାକାନ୍ତ(୩୨)। ଖବରପାଇ ବଡ଼ସାହି ଓ ବେତନଟୀ ଦମକଳ…
୧୦ ଦିନରେ ଚେନ୍ନାଇରୁ ମୟୂରଭଞ୍ଜ
ବିଶୋଇ,୨୩ା୫(ଡି.ଏନ୍.ଏ.)-କରୋନା ଯୋଗୁ ବର୍ତ୍ତମାନ ସାରା ଦେଶରେ ଲକ୍ଡାଉନ ପରିସ୍ଥିତି ଜାରି ହୋଇଥିବାବେଳେ ଏଥିରେ ନିଜର ପରିବାର ପୋଷଣ ନିମନ୍ତେ ବାହାର ରାଜ୍ୟକୁ ଯାଇଥିବା ପ୍ରବାସୀ ଓଡିଆଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଲକ୍ଡାଉନ କାରଣରୁ ବାହାର ରାଜ୍ୟର ଅଧିକାଂଶ ଘରୋଇ…
ବୃଦ୍ଧା ମା’ଙ୍କୁ ପିଟିପିଟି ମାରିଦେଲେ ଦୁଇ ପୁଅ
ବାରିପଦା ଅଫିସ,୨୨ା୫: ମୟୂରଭଞ୍ଜ ଜିଲା ବାଙ୍ଗରିପୋଷି ଥାନା ସାତଭାୟା ଗ୍ରାମରେ ଗୁରୁବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବଣକାଟି ପଞ୍ଚାୟତ ସାତଭାୟା ଗ୍ରାମର ବୃଦ୍ଧା ମା’ ତୁଳସୀ ସିଂଙ୍କୁ ଦୁଇ ପୁଅ ପିଟିପିଟି ମାରି ଦେଇଛନ୍ତି।…
ଅମ୍ଫନ୍ର ପ୍ରଭାବ: ୨୪ ଘଣ୍ଟା ଧରି ବନ୍ଦ ରହିଛି ବିଦ୍ୟୁତ୍ ସରବରାହ
ଚିତ୍ରଡ଼ା,୨୧ା୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ବାତ୍ୟା ଅମ୍ପନ୍ର ପ୍ରଭାବ ବୁଧବାର ଦେଖିବାକୁ ମିଳିଥିଲା। ଫଳରେ ବିଭିନ୍ନ ଘର କ୍ଷତିଗ୍ରସ୍ତ ହେବା ସହ ଗଛ ଏବଂ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି। ଏଥିନେଇ ବିଦ୍ୟୁତ୍ ସେବା ବୁଧବାରଠାରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ…
ଠାକୁରମୁଣ୍ଡା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ, ତୀର୍ଥ ଭ୍ରମଣରେ ଯାଇ ଫେରିଥିଲେ ବୃଦ୍ଧ
ଠାକୁରମୁଣ୍ଡା, ୨୧।୫(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବ୍ଲକରେ ପ୍ରଥମ କରି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୁରୁବାର ଜିଲାରେ ୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ଠାକୁରମୁଣ୍ଡାର ଜଣେ ୭୦ ବର୍ଷୀୟ ବୃଦ୍ଧ ରହିଛନ୍ତି। ଚିହ୍ନଟ ବୃଦ୍ଧ ତୀର୍ଥ…
Archives


