ତାମିଲନାଡ଼ୁରୁ ୨ଟି ଟ୍ରେନ୍‌ରେ ଫେରିବେ ପ୍ରବାସୀ

ବାରିପଦା ଅଫିସ,୨୫ା୫- ଲକ୍‌ଡାଉନ ଯୋଗୁ ତାମିଲନାଡୁରେ ଫସି ରହିଥିବା ପ୍ରବାସୀ ଓଡ଼ିଆ ମଙ୍ଗଳବାର ୨ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ବାରିପଦାକୁ ଫେରିବେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏହି ଟ୍ରେନ୍‌ ୨ଟି ବାରିପଦାର ଭଞ୍ଜପୁର ଷ୍ଟେଶନଠାରେ ଅଟକିବ। ଏଥିପାଇଁ ସୋମବାର ଭଞ୍ଜପୁର ଷ୍ଟେଶନଠାରେ ରେଳ ଟ୍ରାକ୍‌ରେ ଏକ ଇଞ୍ଜିନ ଚଲାଇ ପରୀକ୍ଷଣ କରାଯାଇଥିଲ। ୨ ମାସ ହେଲାଣି ଟ୍ରାକରେ କୌଣସି ଟ୍ରେନ୍‌ ଚାଲି ନ ଥିବାରୁ ଏପରି ପରୀକ୍ଷଣ କରାଯାଇଥିଲା। ଶ୍ରମିକମାନେ ଆସିବାଠାରୁ କ୍ୱାରାଣ୍ଟାଇନ୍‌ କେନ୍ଦ୍ରକୁ ଯିବା ପର୍ଯ୍ୟନ୍ତ ଭଞ୍ଜପୁର ଷ୍ଟେଶନଠାରେ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମଙ୍ଗଳବାର ସକାଳ ୮ଟାରୁ ଭଞ୍ଜପୁର ରେଲେୱ ଷ୍ଟେଶନର ୫୦୦ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯିବା ସହିତ ଏହାକୁ ଜିଲାପାଳ ବିନୀତ ଭରଦ୍ୱାଜ ନିଷେଧାଞ୍ଚଳ ଘୋଷଣା କରିଛନ୍ତି। ଗୋଟିଏ ଟ୍ରେନ୍‌ ଅପରାହ୍ନ ୧୧ଟା ୩୦ ସମୟରେ ଓ ଅନ୍ୟଟି ସନ୍ଧ୍ୟା ୬ଟା ୩୦ରେ ପହଞ୍ଚିବ। ଏଥିରେ ପ୍ରାୟ ୧୦୦୦ ଶ୍ରମିକ ଆସିବେ ବୋଲି ସୂଚନା ମିଳିଛି। ପ୍ରବାସୀ ଶ୍ରମିକମାନଙ୍କ ସୁବିଧା ପାଇଁ ଷ୍ଟେଶନଠାରେ ୨୭ଟି କାଉଣ୍ଟର ଖୋଲାଯାଇଛି। ଶ୍ରମିକମାନେ ଓହ୍ଲାଇବା ପରେ ସେମାନଙ୍କୁ ଷ୍ଟେଶନଠାରେ ହୋଇଥିବା ଅସ୍ଥାୟୀ କେନ୍ଦ୍ରରେ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ। ଏହା ପରେ ବସ୍‌ ଯୋଗେ ସେମାନଙ୍କୁ ନିଜ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରକୁ ପଠାଯିବ। ଉଲ୍ଲେଖଯୋଗ୍ୟ ଯେ, ଜିଲାରେ କରୋନା ସନ୍ଦେହରେ ସୋମବାର ସୁଦ୍ଧା ୩୭୦୩ ଜଣଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥି ମଧ୍ୟରୁ ୩୬୦୩ ଜଣଙ୍କ ରିପୋର୍ଟ ଆସିଛି। ବାକି ୧୦୦ ଜଣଙ୍କ ରିପୋର୍ଟ ଅପେକ୍ଷାରେ ରହିଛି। ୩୬୦୩ ରିପୋର୍ଟରୁ ୧୫ଜଣଙ୍କ ରିପୋର୍ଟ ପଜିଟିଭ ଥିବା ବେଳେ ଅନ୍ୟମାନଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ଆକ୍ରାନ୍ତ ୧୫ ଜଣଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ୬ ଜଣ ଚିକିତ୍ସିତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

ବସୁଧା ଯୋଜନା ଫେଲ୍: ଝରଣା ପାଣି ଭରସା, ଭୋଟ ବର୍ଜନ ଚେତାବନୀ ଦେଲେ ଗ୍ରାମବାସୀ

ଥୁଆମୂଳ ରାମପୁର,୧୫ା୬(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ଗ୍ରାମପଞ୍ଚାୟତର ତୁମୋନୀଖୋଲ ଗ୍ରାମରେ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଛି ।…

ଝଗଡ଼ପଲ୍ଲୀକୁ ହରାଇ ଗୋକର୍ଣ୍ଣପୁର ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଖମାରିଗାଁ ପଞ୍ଚାୟତ ଅଧୀନ ଗୋଲଣ୍ଡା ଗ୍ରାମରେ ଚାଲିଥିବା ବୃନ୍ଦାବନ ଚନ୍ଦ୍ର କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri