ମାଲକାନଗିରି

ଗିରଫ ଭୟରେ ମାଟିଖାଲ ଗାଁ ପୁରୁଷଶୂନ୍ୟ

ମାଲକାନଗିରି,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ପୋଲିସକୁ ଆକ୍ରମଣ ଘଟଣାରେ ମାଟିଖାଲ ଗ୍ରାମ ଉପରେ ପୋଲିସ ସୋମବାର ଚଢ଼ାଉ କରିଛି। କୋରାପୁଟ, ଲମତାପୁଟ ଏବଂ ମାଛକୁଣ୍ଡର ୫ ପ୍ଲାଟୁନ ପୋଲିସ ମିଳିତ ଭାବରେ ଚଢ଼ାଉ କରିବାରୁ ଗ୍ରାମ ପୁରୁଷଶୂନ୍ୟ ହୋଇଯାଇଛି। ଏଯାବତ୍‌ କାହାକୁ ଗିରଫ କରା…

ଅବହେଳାରୁ ଆଶ୍ରମ ସ୍କୁଲ ଛାତ୍ରଙ୍କ ମୃତ୍ୟୁ

ମାଲକାନଗିରି,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ନନ୍ଦିନୀଗୁଡା ଆଶ୍ରମ ବିଦ୍ୟାଳୟରେ ଚିକିତ୍ସା ଅବହେଳାରୁ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୃତ ଛାତ୍ର ଜଣକ ହେଲେ ନାକାମାମୁ ପଞ୍ଚାୟତ ନିଳାପାରି ଗ୍ରାମର ରାଜୁ…

ବିଦ୍ୟୁତ୍‌ କାର୍ଯ୍ୟାଳୟ ଘେରିଲେ ଗୁଣ୍ଠାୱାଡ଼ା ପଞ୍ଚାୟତବାସୀ

ଚିତ୍ରକୋଣ୍ଡା,୧୬।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଗୁଣ୍ଠାୱାଡ଼ା ପଞ୍ଚାୟତର ବିିଭିନ୍ନ ଗ୍ରାମରେ ଦୁଇଦିନ ହେଲା ବିଦ୍ୟୁତ୍‌ ସେବା ବିଚ୍ଛିନ୍ନ ହୋଇଛି। ଫଳରେ ଖରାଦିନରେ ଲୋକେ ଅସହ୍ୟ ଗରମ ସାଙ୍ଗକୁ ବିଭିନ୍ନ ସମସ୍ୟାରେ ଅଛନ୍ତି। ରବିବାର ଅପରାହ୍ନ ପର୍ଯ୍ୟନ୍ତ ବିଦ୍ୟୁତ୍‌ ନ ଆସିବାରୁ…

ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ବ୍ୟବସାୟୀ ଗିରଫ

ମାଲକାନଗିରି/କାଲିମେଳା,୧୬।୫(ଡି.ଏନ୍‌.ଏ.): ସରପଞ୍ଚଙ୍କ ଜାଲ୍‌ ଦସ୍ତଖତ କରି ଶିକ୍ଷକମାନଙ୍କୁ ବଦଳି କରାଇବା ପାଇଁ ଡିଇଓ ଏବଂ ବିଇଓଙ୍କୁ ଚିଠି କରିବା ଘଟଣାରେ ବ୍ୟବସାୟୀ ମୌସୁମ ଖାଁଙ୍କୁ ମାଲକାନଗିରି ଜିଲା ମୋଟୁ ପୋଲିସ ଗିରଫ କରିଛି। ସୂଚନାଯୋଗ୍ୟ, କାଲିମେଳା ବ୍ଲକ ମୋଟୁ ପଞ୍ଚାୟତର ସରପଞ୍ଚ…

ପୋଲିସକୁ ଚୋର ଭାବି ପିଟିଲେ ଗ୍ରାମବାସୀ

କୋରାପୁଟ/ମାଲକାନଗିରି,୧୫ା୫(ସ୍ବ.ପ୍ର./ଡି.ଏନ.ଏ.): ଜଣେ ଗଞ୍ଜେଇ ବ୍ୟବସାୟୀଙ୍କୁ ରାତିରେ ଧରିବାକୁ ଯାଇଥିବା ମାଲକାନଗିରି ପୋଲିସକୁ ସ୍ଥାନୀୟ ଗ୍ରାମବାସୀ ଚୋର ଭାବି ଆକ୍ରମଣ କରିଛନ୍ତି। କୋରାପୁଟ ଜିଲା ମାଛକୁଣ୍ଡ ଥାନା ଅଧୀନ ମାଟିଖାଲ ଗ୍ରାମରେ ଏପରି ଘଟଣା ଘଟିଛି। ମାଟିଖାଲ ଗ୍ରାମରେ ଗଞ୍ଜେଇ ଚୋରାଚାଲାଣ ହେଉଥିବା…

ଶିକ୍ଷକ ନିଯୁକ୍ତି ପରେ ଖୋଲିଲା ତାଲା

ମାଲକାନଗିରି,୧୫।୫(ଡି.ଏନ.ଏ.): ମାଲକାନଗିରି ଜିଲା କୁର୍ସୁବାଡାରେ ଥିବା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁ ଛାତ୍ରୀଛାତ୍ରଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବାରୁ ଶିକ୍ଷକ ନିଯୁକ୍ତି ଦାବିକରି ଶୁକ୍ରବାର ଅଭିଭାବକ ଓ ଗ୍ରାମବାସୀ ତାଲା ପକାଇ ଧାରଣାରେ ବସିଥିଲେ। ଜିଲା ଶିକ୍ଷା ବିଭାଗ ପକ୍ଷରୁ…

ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା

ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ ଥିବା ନଳକୂପ ପାଣି ବ୍ୟବହାର ଉପଯୋଗୀ ହେଉ ନ ଥିବାରୁ ସାହିବାସିନ୍ଦା ଚୁଆପାଣି ବ୍ୟବହାର…

ଲ୍ୟାଣ୍ଡମାଇନ ବିସ୍ଫୋରଣ: ୨ ଯବାନ ଗୁରୁତର

ମାଲକାନଗିରି,୧୪ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ଶନିବାର ତାଣ୍ଡବ ରଚିଛନ୍ତି ମାଓବାଦୀ। ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୨ ଯବାନ ଗୁରୁତର ହୋଇଛନ୍ତି। ଯବାନ ଦ୍ୱୟଙ୍କୁ ଉଦ୍ଧାର କରାଯାଇ ବିଜାପୁର ମେଡିକାଲରେ ଭର୍ତ୍ତି କରାଯାଇଛି। ଅନ୍ୟପକ୍ଷରେ ମାଓବାଦୀଙ୍କ ଆକ୍ରମଣ ପରେ କମ୍ବିଂ ଅପରେଶନକୁ…

ଯବାନଙ୍କୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ବୋମା

ମାଲକାନଗିରି,୧୩ା୫(ଡି.ଏନ୍‌.ଏ.): ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ଯବାନଙ୍କୁ ଟାର୍ଗେଟ କରି ମାଓବାଦୀମାନେ ଏକ ବଡ଼ ଯୋଜନା କରିଥିଲେ। ମାତ୍ର ଏହା ପଣ୍ଡ ହୋଇଯାଇଛି। ଫଳରେ ଅଳ୍ପଳେ ବର୍ତ୍ତି ଯାଇଛନ୍ତି ଯବାନ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ମାଓବାଦୀମାନେ ୫ କିଲୋ ଓଜନର ପ୍ରେସର…

ଝୁଲନ୍ତା ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ

କୋରୁକୋଣ୍ଡା,୧୨।୫(ଡି.ଏନ୍‌.ଏ): ମାଲକାନଗିରି ଥାନା ଅନ୍ତର୍ଗତ ଏମଭି ୩୧ଠାରୁ କିଛିପାଲ୍ଲି ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ ଏକ ଗଛରେ ଝୁଲନ୍ତା ଅବସ୍ଥାରେ ଏକ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳା ଜଣକ ହେଉଛନ୍ତି କିଛିପାଲ୍ଲୀ ଗ୍ରାମର ଗାଙ୍ଗୀ ପଡିଆମୀ (୪୦)।…

ବର୍ଷେ ହେଲାଣି ଫଟା ପାଇପ୍‌ ମରାମତି ହେଉନି

ମାଲକାନଗିରି,୧୨।୫ (ଡି.ଏନ.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ପୋଡଘାଟ ପଞ୍ଚାୟତର ଅମଳାବଟା ଗ୍ରାମରେ ବଢିବାରେ ଲାଗିଛି ଜଳ କଷ୍ଟ । ଗ୍ରାମରେ ପାନୀୟ ଜଳ ଯୋଗାଣ ଲାଗି ପାଇପ ଲାଇନ ବ୍ୟବସ୍ଥା ରହିଛି। ତେବେ ଏକ ବର୍ଷ ହେଲାଣି ଏହି ପାଇପ…

ବାତ୍ୟା ଲାଗି ସ୍କୁଲ ଛୁଟି

ମାଲକାନଗିରି,୧୧।୫(ଡି.ଏନ୍‌.ଏ.): ବାତ୍ୟା ଅସାନିକୁ ନେଇ ମାଲକାନଗିରି ପ୍ରଶାସନ ପକ୍ଷରୁ ଜିଲାର ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆନ୍ଧ୍ର ସୀମାବର୍ତ୍ତୀ ଅଞ୍ଚଳ ହୋଇଥିବାରୁ ମାଲକାନଗିରି ଜିଲା ପ୍ରଭାବିତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲା ପ୍ରଶାସନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri