ପୋଲିସ-ମାଓବାଦୀ ଗୁଳି ବିନିମୟ
ମାଲକାନଗିରି, ୨୩ା୪(ଡି.ଏନ୍.ଏ): ମାଲକାନଗିିରି ଜିଲାରେ ପୁଣି ଲାଲ୍ବାହିନୀ ସକ୍ରିୟ ହୋଇଛି। ଜିଲାର ମାଥିଲି ଥାନା ଅନ୍ତର୍ଗତ ତୁଳସୀ ପାହାଡ଼ର ନିକଟସ୍ଥ ଦଲଦଲିଠାରେ ମାଓବାଦୀମାନେ ଏକତ୍ରିତ ହୋଇ ଅଘଟଣା ଘଟାଇବା ନେଇ ଯୋଜନା କରୁଥିବା ଖବର ପାଇ ଗତ ୨ ଦିନ ଧରି…
କୋହଳ ହେଲା କିଛି କଟକଣା
ମାଲକାନଗିରି,୨୦ା୪(ଡି.ଏନ୍.ଏ.): କୋରେନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ଲକ୍ଡାଉନ ଘୋଷଣା କରିଥିବା ବେଳେ ମାଲକାନଗିରି ଜିଲାରେ ସୋମବାରଠାରୁ କିଛି ମାତ୍ରାରେ କଟକଣା କୋହଳ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩୪୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା। ସେଥିରୁ…
ମାଲକାନଗିରି ସହରର ବିଭିନ୍ନ ଅଞ୍ଚଳ ବିଶୋଧନ
ମାଲକାନଗିରି,୧୧।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦରମହକୁମାର ବିଭିନ୍ନ ସ୍ଥାନକୁ ଶନିବାର ବିଶୋଧନ କରାଯାଇଛି। ସାରା ରାଜ୍ୟରେ କରୋନା ଭୂତାଣୁର ପ୍ରତିରୋଧ ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଜିଲାପାଳ ମନୀଷ…
ଲକ୍ଡାଉନ୍: ଜୀବିକା ହରାଇଛନ୍ତି ଶତାଧିକ ମହୁଲଫୁଲ ସଂଗ୍ରହକାରୀ
କୋରୁକୋଣ୍ଡା,୯ା୪(ଡି.ଏନ୍.ଏ.) : କରୋନା ଭୂତାଣୁ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଚାଲିଛି। ଫଳରେ ସରକାରଙ୍କ ପକ୍ଷରୁ ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଏହାର ପ୍ରଭାବ ରାଜ୍ୟବାସୀଙ୍କ ଜୀବନଜୀବିକା ଉପରେ ପଡ଼ିଛି। ବିଶେଷକରି ଲକ୍ଡାଉନ୍ ହେତୁ ମାଲକାନିଗରି ଜିଲାର ମହୁଲ ଫୁଲ ସଂଗ୍ରହକାରୀ…
କୋଭିଡ୍-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର
କୋରୁକୋଣ୍ଡା,୯ା୪(ଡି.ଏନ୍.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି ୦୨ ଜେ ୯୩୭୭ ହୋଇଥିବା ବେଳେ ଏହାକୁ ପୂର୍ଣ୍ଣଧାର ମୁଦୁଲି ନାମକ ଜଣେ ଯୁବକ…
କରୋନା ପାଇଁ ଘର ଘର ବୁଲି ପିଡିଏସ୍ ଚାଉଳ ବଣ୍ଟା ବେଳେ ବାଟମାରଣା
କାଲିମେଳା,୫।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଉଣ୍ଡ୍ରକୁଣ୍ଡା ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ପିଡିଏସ୍ ଚାଉଳକୁ ସେହି ପଞ୍ଚାୟତର ଯୋଗାଣ ସହାୟକ ହଡ଼ପ କରିଥିବା ଅଭିଯୋଗ ହୋଇଛି। କରୋନାକୁ ଦୃଷ୍ଟିରେ ରଖି ଗତ ୨ ତାରିଖ ଉଣ୍ଡ୍ରକୁଣ୍ଡା ବସ୍ତିରେ ଥିବା…
ଲକ୍ଡାଉନ୍ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍ ଜବତ
ମାଲକାନଗିରି,୧ା୪(ଡି.ଏନ୍.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଲକ୍ଡାଉନ୍ ଘୋଷଣା ପରଠାରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ବୁଝାଯାଉଛି। ତଥାପି ଲୋକେ…
ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲା ପ୍ରଶାସନର ତତ୍ପରତା
ମାଲକାନଗିରି,୧ା୪(ଡି.ଏନ୍.ଏ.): ରାଜ୍ୟରେ ମଙ୍ଗଳବାର କରୋନା ଭାଇରସ୍ରେ ପୀଡ଼ିତ ଚତୁର୍ଥ ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲାରେ ଏହାର ପ୍ରଭାବ ପଡ଼ିଛି। କାରଣ ଜିଲାରୁ ଅଧିକାଂଶ ଶ୍ରମିକ ରାଜ୍ୟ ବାହାରୁ ଘରମୁହାଁ ହୋଇଛନ୍ତି। ଏମାନଙ୍କୁ ଚିହ୍ନଟ, ଡାକ୍ତରୀ ପରୀକ୍ଷା ସହ ୧୪ଦିନ ଅସ୍ଥାୟୀ…
ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ
ମାଲକାନଗିରି,୩୦ା୩ (ଡି.ଏନ୍.ଏ.): କରୋନା ଭାଇରସ୍ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ…
ଚୋରାଚାଲାଣ ବେଳେ ଆଳୁ ଟ୍ରକ୍ ଜବତ: ୨ ଗିରଫ
ମାଲକାନଗିରି,୨୮ା୩(ଡି.ଏନ୍.ଏ.): ଲକ୍ଡାଉନ୍ର ସୁଯୋଗ ନେଇ ଆଳୁ କଳାବଜାର କରାଯାଉଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିିତିରେ ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ଆଳୁ ଅନ୍ୟତ୍ର ଚାଲାଣ କରିବା ସମୟରେ ପୋଲିସ ଓ ପ୍ରଶାସନ ଦ୍ୱାରା ଧରାପଡ଼ିଛନ୍ତି। ଶୁକବ୍ରାର ମଧ୍ୟରାତ୍ରରେ ଉପଜିଲାପାଳ ରାମେଶ୍ୱର…
ସୋସିଆଲ୍ ମିଡିଆରେ ଗୁଜବ ପ୍ରଚାର କରି ଅଧ୍ୟାପକ ଗିରଫ
ମାଲକାନଗିରି,୨୭ା୩(ଡି.ଏନ୍.ଏ): ମହାମାରୀ କୋଭିଡ୍-୧୯ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି।…
ତାମିଲନାଡ଼ୁରେ ଫସିଛନ୍ତି ମାଲକାନଗିରିର ୧୦ ଶ୍ରମିକ
କୋରୁକୋଣ୍ଡା,୨୭ା୩(ଡି.ଏନ୍.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍ ଅନ୍ତର୍ଗତ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ୧୦ ଶ୍ରମିକ ତାମିଲ୍ନାଡ଼ୁରେ ଫସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ରହିଛନ୍ତି। କାମ କରିବା ପାଇଁ ଏମାନେ ତାମିଲ୍ନାଡ଼ୁ ଯାଇଥିବାବେଳେ କରୋନା ଯୋଗୁ…

