ମାଲକାନଗିରି

କୋଭିଡ୍‌-୧୯ ଜରୁରୀ ସେବାରେ ନିୟୋଜିତ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଡ୍ରାଇଭର ଫେରାର

କୋରୁକୋଣ୍ଡା,୯ା୪(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ କୋଭିଡ୍‌-୧୯ ଜରୁରୀ ସେବାରେ ନିଯୋଜିତ ଗାଡ଼ିଟି ଗୁରୁବାର ପୂର୍ବାହ୍ନରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୂଚନାନୁଯାୟୀ, ଦୁର୍ଘଟଣାଗ୍ରସ୍ତ ଗାଡ଼ି ନମ୍ବର ଓଡି ୦୨ ଜେ ୯୩୭୭ ହୋଇଥିବା ବେଳେ ଏହାକୁ ପୂର୍ଣ୍ଣଧାର ମୁଦୁଲି ନାମକ ଜଣେ ଯୁବକ…

କରୋନା ପାଇଁ ଘର ଘର ବୁଲି ପିଡିଏସ୍ ଚାଉଳ ବଣ୍ଟା ବେଳେ ବାଟମାରଣା

କାଲିମେଳା,୫।୪(ଡି.ଏନ୍.ଏ.): ମାଲକାନଗିରି ଜିଲା ପଡିଆ ବ୍ଲକ ଅନ୍ତର୍ଗତ ଉଣ୍ଡ୍ରକୁଣ୍ଡା ପଞ୍ଚାୟତର ହିତାଧିକାରୀଙ୍କୁ ଦିଆଯିବାକୁ ଥିବା ପିଡିଏସ୍ ଚାଉଳକୁ ସେହି ପଞ୍ଚାୟତର ଯୋଗାଣ ସହାୟକ ହଡ଼ପ କରିଥିବା ଅଭିଯୋଗ ହୋଇଛି। କରୋନାକୁ ଦୃଷ୍ଟିରେ ରଖି ଗତ ୨ ତାରିଖ ଉଣ୍ଡ୍ରକୁଣ୍ଡା ବସ୍ତିରେ ଥିବା…

ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ୧୦୦ରୁ ଊର୍ଦ୍ଧ୍ୱ ବାଇକ୍‌ ଜବତ

ମାଲକାନଗିରି,୧ା୪(ଡି.ଏନ୍‌.ଏ): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ସରକାରଙ୍କ ସମେତ ପୋଲିସ ଓ ପ୍ରଶାସନର ଚିନ୍ତା ବଢ଼ୁଛି। ହେଲେ ଏଭଳି ପରିସ୍ଥିତିରେ ମଧ୍ୟ ଲୋକେ ସଚେତନ ହେଉନାହାନ୍ତି। ଲକ୍‌ଡାଉନ୍‌ ଘୋଷଣା ପରଠାରୁ ବିଭିନ୍ନ ମାଧ୍ୟମରେ ଲୋକଙ୍କୁ ବୁଝାଯାଉଛି। ତଥାପି ଲୋକେ…

ରାଜ୍ୟରେ ଚତୁର୍ଥ କରୋନା ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲା ପ୍ରଶାସନର ତତ୍ପରତା

ମାଲକାନଗିରି,୧ା୪(ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର କରୋନା ଭାଇରସ୍‌ରେ ପୀଡ଼ିତ ଚତୁର୍ଥ ରୋଗୀ ଚିହ୍ନଟ ପରେ ମାଲକାନଗିରି ଜିଲାରେ ଏହାର ପ୍ରଭାବ ପଡ଼ିଛି। କାରଣ ଜିଲାରୁ ଅଧିକାଂଶ ଶ୍ରମିକ ରାଜ୍ୟ ବାହାରୁ ଘରମୁହାଁ ହୋଇଛନ୍ତି। ଏମାନଙ୍କୁ ଚିହ୍ନଟ, ଡାକ୍ତରୀ ପରୀକ୍ଷା ସହ ୧୪ଦିନ ଅସ୍ଥାୟୀ…

ଜିଲାରେ କରୋନା ସମସ୍ୟା ସୃଷ୍ଟି କରିପାରନ୍ତି ଦାଦନ ଶ୍ରମିକ

ମାଲକାନଗିରି,୩୦ା୩ (ଡି.ଏନ୍‌.ଏ.): କରୋନା ଭାଇରସ୍‌ଜନିତ ରୋଗ ପାଇଁ ଏବେ ସମଗ୍ର ବିଶ୍ୱରେ ଆତଙ୍କ ଦେଖାଦେଇଛି। ଏହି ରୋଗ ଅନ୍ୟ ଦେଶରୁ ଆସଥିବା ଲୋକଙ୍କ ଦ୍ୱାରା ଭାରତରେ ସଂକ୍ରମଣ ହୋଇଥିବା ସରକାର ସ୍ପଷ୍ଟ କରିଛନ୍ତି। ମାଲକାନଗରି ଜିଲାରେ ଏହାର ପ୍ରଭାବ ନ ଥିଲେ…

ଚୋରାଚାଲାଣ ବେଳେ ଆଳୁ ଟ୍ରକ୍‌ ଜବତ: ୨ ଗିରଫ

ମାଲକାନଗିରି,୨୮ା୩(ଡି.ଏନ୍‌.ଏ.): ଲକ୍‌ଡାଉନ୍‌ର ସୁଯୋଗ ନେଇ ଆଳୁ କଳାବଜାର କରାଯାଉଥିବାବେଳେ ଖାଉଟି ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିିତିରେ ନ୍ୟସ୍ତସ୍ବାର୍ଥ ବ୍ୟବସାୟୀ ଆଳୁ ଅନ୍ୟତ୍ର ଚାଲାଣ କରିବା ସମୟରେ ପୋଲିସ ଓ ପ୍ରଶାସନ ଦ୍ୱାରା ଧରାପଡ଼ିଛନ୍ତି। ଶୁକବ୍ରାର ମଧ୍ୟରାତ୍ରରେ ଉପଜିଲାପାଳ ରାମେଶ୍ୱର…

ସୋସିଆଲ୍‌ ମିଡିଆରେ ଗୁଜବ ପ୍ରଚାର କରି ଅଧ୍ୟାପକ ଗିରଫ

ମାଲକାନଗିରି,୨୭ା୩(ଡି.ଏନ୍‌.ଏ): ମହାମାରୀ କୋଭିଡ୍‌-୧୯ ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବାବେଳେ ଓଡ଼ିଶାରେ ମଧ୍ୟ କାୟା ବିସ୍ତାର କରିବାରେ ଲାଗିଛି। ଇତିମଧ୍ୟରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ରେ ପହଞ୍ଚିଛି। ତେଣୁ ରାଜ୍ୟ ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଯଥାସମ୍ଭବ ପଦକ୍ଷେପ ନେଉଛନ୍ତି।…

ତାମିଲନାଡ଼ୁରେ ଫସିଛନ୍ତି ମାଲକାନଗିରିର ୧୦ ଶ୍ରମିକ

କୋରୁକୋଣ୍ଡା,୨୭ା୩(ଡି.ଏନ୍‌.ଏ): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ୍‌ ଅନ୍ତର୍ଗତ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ୧୦ ଶ୍ରମିକ ତାମିଲ୍‌ନାଡ଼ୁରେ ଫସିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ୩ ମହିଳା ମଧ୍ୟ ରହିଛନ୍ତି। କାମ କରିବା ପାଇଁ ଏମାନେ ତାମିଲ୍‌ନାଡ଼ୁ ଯାଇଥିବାବେଳେ କରୋନା ଯୋଗୁ…

ଚିତ୍ରକୋଣ୍ଡାରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଲୋକଙ୍କୁ ଘରେ ରହିବାକୁ କୁହାଯାଉଛି

ଚିତ୍ରକୋଣ୍ଡା, ୨୫।୩(ଡି.ଏନ୍‌.ଏ.): ସାରା ପୃଥିବୀରେ କରୋନା ଭୂତାଣୁ ଭୟଙ୍କର ରୂପ ଧାରଣ କରିଥିବା ବେଳେ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ପ୍ରଥମେ ମାର୍ଚ୍ଚ ୩୧ ଓ ପରେ ୨୧ ଦିନ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବରେ ମାଲକାନଗିରି ଜିଲା…

ଜନନୀ ଯନ୍ତ୍ରଣା: ଗ୍ରାମକୁ ରାସ୍ତା ନ ଥିବାରୁ ଭାରରେ ବୁହାହେଲେ ଗର୍ଭବତୀ

ଚିତ୍ରକୋଣ୍ଡା,୨୩।୩(ଡି.ଏନ୍‌.ଏ.): ନଜରକୁ ଆସିଛି ଆଉ ଏକ ଜନନୀ ଯନ୍ତ୍ରଣା। ଗ୍ରାମକୁ ରାସ୍ତା ନ ଥିବାରୁ ଗର୍ଭବତୀଙ୍କୁ ଭାରରେ ବୁହାଇବାକୁ ପଡ଼ିଛି। ରବିବାର ଏପରି ଦେଖିବାକୁ ମିଳିଛି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ନୁଆଗୁଡ଼ା ପଞ୍ଚାୟତ ପାଲିଗୁଡ଼ା ଗ୍ରାମରେ। ଗ୍ରାମର ଭୀଷ୍ମ…

ଗର୍ଭବତୀଙ୍କୁ ଡାକ୍ତରଖାନାରେ ପହଞ୍ଚାଇଲା ପୋଲିସ ପାଟ୍ରୋଲିଂ ଗାଡ଼ି

ଚିତ୍ରକୋଣ୍ଡା,୨୨।୩(ଡି.ଏନ୍‌.ଏ.): ମାଲକାନଗିର ଜିଲା ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳର ଯୋଡ଼ାମ୍ବ ଅଞ୍ଚଳରୁ ଜଣେ ଗର୍ଭବତୀଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ବୋଟ୍‌ରେ ଆଣି ଘାଟ କୂଳରେ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିଲେ। ମାତ୍ର ପ୍ରସବ ଯନ୍ତ୍ରଣା ବଢ଼ିବାରୁ ପାଟ୍ରୋଲିଂରେ ଥିବା ପୋଲିସ ଗାଡ଼ି ଗର୍ଭବତୀଙ୍କୁ…

୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ: ୪ କୋର୍ଟ ଚାଲାଣ

କୋରୁକୋଣ୍ଡା,୨୧।୩(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଓରକେଲ ଥାନା ପୋଲିସ ୮ କୁଇଣ୍ଟାଲ ୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ୪ ଜଣଙ୍କୁ କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ପୁରୁଣା ଚିମିଟାପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?