ମାଲକାନଗିରି

ମାଲକାନଗିରି ଜିଲାରେ ପୁଣି ୫ କରୋନା ଆକ୍ରାନ୍ତ ଚିହ୍ନଟ: ୪ ବିଏସ୍‌ଏଫ୍‌ ଯବାନ ସଂକ୍ରମିତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ)-ମାଲକାନଗିରି ଜିଲାରେ ଶନିବାର ଆଉ ୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ୪ ଜଣ ବିଏସ୍‌ଏଫ୍‌ ଯବାନ ରହିଛନ୍ତି। ଆକ୍ରାନ୍ତ ଯବାନମାନେ ସଦର ମହକୁମା ସଙ୍ଗରୋଧ କେନ୍ଦ୍ରରେ ରହିଥିବା ବେଳେ କିଛିଦିନ ପୂର୍ବରୁ ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ଫେରିଥିଲେ।…

ମାଲକାନଗିରିରେ ବଢ଼ିଚାଲିଛି ଗୁଣିଗାରେଡ଼ି ଜନିତ ମୃତ୍ୟୁସଂଖ୍ୟା: ଦମ୍ପତିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ମାଲକାନଗିରି,୨୭ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଗୁଣିଗାରେଡ଼ି ସନ୍ଦେହ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଦୁଇଦିନ ତଳେ ମା’-ଝିଅଙ୍କୁ ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା କରାଯାଇଥିବା ବେଳେ ଶନିବାର ଆଉ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଶୁକ୍ରବାର ରାତିରେ କୌଣସି ଦୁର୍ବୃତ୍ତ…

୮୦ ହଜାର ଲାଞ୍ଚ ନେବାବେଳେ ମାଡି ବସିଲା ଭିଜିଲାନ୍ସ

ମାଲକାନଗିରି,୨୬ା୬(ଡି.ଏନ୍‌.ଏ.)-ସରକାରୀ ଜାଗାରେ ଘର କରିବା ନେଇ ହୋଇଥିବା ମାମଲାକୁ ଉଠାଇଦେବାକୁ କହି ଜଣେ ବ୍ୟକ୍ତିଙ୍କଠାରୁ ଉପଜିଲାପାଳଙ୍କ କାର୍ଯ୍ୟାଳୟର ଜଣେ ବରିଷ୍ଠ କିରାଣି ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଶୁକ୍ରବାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି। ତାଙ୍କ ନାମ ଅକ୍ଷୟ…

ସୁପ୍ରିମକୋର୍ଟ କଟକଣା: ମନ୍ଦିର ବେଢ଼ା ଭିତରେ ହେଲା ପହଣ୍ଡି, ଭକ୍ତଙ୍କୁ ବାରଣ

ମାଲକାନଗିରି,୨୩।୬(ଡି.ଏନ.ଏ): ସୁପ୍ରିମକୋର୍ଟଙ୍କ  ନିର୍ଦ୍ଦେଶ ଓ ରାଜ୍ୟ ସରକାରଙ୍କ କଟକଣାକୁ କଡ଼ାକଡ଼ି ଭାବେ ପାଳନ କରି ମାଲକାନଗିରିରେ ଘୋଷଯାତ୍ରା ପାଳିତ ହୋଇଯାଇଛି ା ଜିଲା ସଦର ମହକୁମାସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମୁଖ୍ୟ ଫାଟକରେ ତାଲା ପଡିଥିଲା।…

୫ କି.ମି ପାହାଡ଼ ଚଢ଼ି ଦୁର୍ଗମ ଗ୍ରାମରେ ପହଞ୍ଚିଲେ ବିଡିଓ

ଖଇରପୁଟ,୨୨ା୬(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଗୋବିନ୍ଦପାଲି ପଞ୍ଚାୟତର ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମ ମଇଁଷିଖାଲ ଗ୍ରାମକୁ ସୋମବାର ବିଡିଓ ହୃଦାନନ୍ଦ ସାହୁ ଗସ୍ତ କରିଛନ୍ତି। ପାହାଡ ଚଢି ୫କି.ମି. ଚାଲିଚାଲି ଯାଇ ସେ ଉକ୍ତ ଗ୍ରାମରେ ପହଞ୍ଚତ୍ଛନ୍ତି। ନିକଟରେ…

ନିର୍ଭୟରେ ବିନା ମାସ୍କରେ ବୁଲୁଝନ୍ତି ଲୋକେ: ଯାଞ୍ଚ ବେଳେ ଗଣୁଛନ୍ତି ତଣ୍ଡ

କୋରୁକୋଣ୍ଡା୨୨।୬(ଡି.ଏନ୍‌.ଏ): ଦେଶରେ ଅନଲକ୍‌ ୧ ଚାଲୁଥିବା ବେଳେ ସାମାଜିକ ଦୂରତ୍ୱ ବଜାଇରଖିବା ଓ ମାସ୍କ ବ୍ୟବହାରକୁ ବାଧ୍ୟତାମୂଳକ କରାଯାଇଛି। ସୋମବାର ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ, କୋରୁକୋଣ୍ଡା ରାଜସ୍ବ ବିଭାଗ ଓ ମାଲକାନଗିରି ପୋଲିସ ପକ୍ଷରୁ କୋରୁକୋଣ୍ଡା ବ୍ଲକ ସଦର ଅନ୍ତର୍ଗତ…

ଶ୍ରମିକ ରୂପେ ୨ ଛାତ୍ରଙ୍କୁ କାର୍ଯ୍ୟରେ ଲଗାଇଛନ୍ତି ଶିକ୍ଷକ

ଏମ୍‌ଭି-୭୯,୨୧ା୬(ଡି.ଏନ.ଏ.)-ସରକାର ଗରିବ ପିଲାଙ୍କ ପାଠପଢ଼ା ପାଇଁ ମାଗଣା ଖାତା, ବହି, ସିଲଟ, ଖାଦ୍ୟ, ରହିବା ପାଇଁ ହଷ୍ଟେଲ ସୁବିଧା କରିଛନ୍ତି। କେତେକ କ୍ଷେତ୍ରରେ ଶିଶୁଶ୍ରମିକମାନଙ୍କୁ ଉଦ୍ଧାର କରାଯାଇ ହଷ୍ଟେଲରେ ରଖି ଶିକ୍ଷାଦାନ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଏକ ସ୍ବତନ୍ତ୍ର ସ୍କାଡ୍‌ ମଧ୍ୟ…

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ ଅଭୟ: ଯୋଡ଼ାମ୍ବରେ ନୂତନ ଥାନା କଲେ ଉଦ୍‌ଘାଟନ

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଜିଲା ଗସ୍ତ କରି ଫେରିଛନ୍ତି। ପ୍ରଥମେ ସେ ସ୍ବାଭିମାନ ଅଞ୍ଚଳ ଗସ୍ତ କରି ଯୋଡ଼ାଆମ୍ବଠାରେ ଏକ ନୂତନ ପୋଲିସ ଥାନା ଉଦ୍‌ଘାଟନ କରିଛନ୍ତି। ଏଥିସହ ଗ୍ରାମବାସୀଙ୍କ ସହ ବିଭିନ୍ନ ସମସ୍ୟା ଉପରେ…

ମାଲକାନଗିରିରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି

ମାଲକାନଗିରି,୨୦ା୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶନିବାର ପୁଣି ୨ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଫଳରେ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୧କୁ ବୃଦ୍ଧି ପାଇଛି। ଆକ୍ରାନ୍ତ ଦ୍ୱୟ ମାଲକାନଗିରି ବ୍ଲକ ଅନ୍ତର୍ଗତ ଏକ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରରେ ରହୁଥିଲେ ଓ ଉଭୟ ତେଲେଙ୍ଗାନା…

ଚିତ୍ରକୋଣ୍ଡାରେ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ

ଚିତ୍ରକୋଣ୍ଡା,୨୦।୬: ଚିତ୍ରକୋଣ୍ଡା ପଞ୍ଚାୟତ ସମିତି ଅନ୍ତର୍ଗତ ଚିତ୍ରକୋଣ୍ଡା ସ୍ପିଲବାଇ ଲଞ୍ଚ ଘାଟଠାରେ ଶନିବାର ମାଲକାନଗିରି ଜିଲା ପ୍ରଶାସନ ପକ୍ଷରୁ ବ୍ଲକ ସ୍ତରୀୟ ପ୍ରାକ୍‌ ପ୍ରସ୍ତୁତି ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଚିତ୍ରକୋଣ୍ଡା ବ୍ଲକ, ଥାନା ଓ ତହସିଲର ମିଳିତ…

ମାଲକାନଗିରି ଜିଲାରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି

ମାଲକାନଗିର,୧୯।୬(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଶୁକ୍ରବାର ଆଉ ଏକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୯କୁ ବୃଦ୍ଧି ପାଇଛି। ଚିହ୍ନଟ ଜଣକ ମାଲକାନଗିରି ବ୍ଲକ ଗୌଡଗୁଡା ସଙ୍ଗରୋଧ କେନ୍ଦ୍ରର ବୋଲି ଜଣାପଡିଛି। ସେ…

ମଦ ନିଶାରେ ପରିବାରର ୫ଜଣଙ୍କୁ ବିଷ ଦେଇ ହତ୍ୟା ଉଦ୍ୟମ

ମାଲକାନଗିରି,୧୬ା୬(ଡି.ଏନ୍‌.ଏ.): ନିଶା ସେବନ କଲେ ମଣିଷ ନିଜର ହିତାହତ ଜ୍ଞାନ ହରାଇ ବସିଥାଏ। ସେ ସମୟରେ ସେ କ’ଣ କରିଥାଏ ନିଜେ ବୁଝିପାରି ନ ଥାଏ। ମାଲାକନଗିରି ଜିଲାରେ ଜଣେ ବ୍ୟକ୍ତି ନିଶା ସେବନ କରି ନିଜ ପରିବାରର ୫ଜଣଙ୍କୁ ବିଷ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri