ମାଲକାନଗିରି

୧୫ ଲକ୍ଷ ଟଙ୍କାର ଗୁଟୁଖା ଜବତ: ୮ ଗିରଫ

ମାଲକାନଗିରି,୧୩।୧୨(ଡି.ଏନ୍‌.ଏ.) : ମାଲକାନଗିରି ଜିଲା ସଦର ଥାନା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ପ୍ରାୟ ୧୫ ଲକ୍ଷ ଟଙ୍କାର ବେଆଇନ ଗୁଟୁଖା ଜବତ କରାଯାଇଛି। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ବିଷ୍ଣୁ ବେହେରା,…

ଚିତ୍ରକୋଣ୍ଡାରେ ଫୁଟିଲା ଗୁଳି: ଟଳିଲେ ୨ ମାଓବାଦୀ

ମାଲକାନଗିରି/ଚିତ୍ରକୋଣ୍ଡା,୧୩।୧୨(ଡି.ଏନ୍‌.ଏ):ପୁଣି ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଫୁଟିଲା ଗୁଳି। ସିଙ୍ଗାରାମଠାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ରବିବାର ଦୁଇ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଦୁଇ ମାଓବାଦୀଙ୍କ ମଧ୍ୟରୁ ଜଣେ ଦୁର୍ଦ୍ଦାନ୍ତ ତଥା ଏରିଆ କମିଟି ମେମ୍ବର…

ଚିତ୍ରକୋଣ୍ଡାରେ ଆରମ୍ଭ ହେଲା ୧୦୮ ଆମ୍ବୁଲାନ୍ସ ସେବା

ଚିତ୍ରକୋଣ୍ଡା,୧୧।୧୨: ଦୀର୍ଘଦିନର ଅପେକ୍ଷା ପରେ ସ୍ବାଭିମାନ ଅଞ୍ଚଳରେ ଆରମ୍ଭ ହୋଇଯାଇଛି ୧୦୮ ଆମ୍ବୁଲାନ୍ସ ସେବା। ଚିତ୍ରକୋଣ୍ଡା ଲଞ୍ଚ ଘାଟଠାରେ ୧୦୮ ଆମ୍ବୁଲାନ ବୋଟ ସେବାକୁ ଉଦ୍‌ଘାଟନ କରିଛନ୍ତି ମାଲକାନଗିରି ଜିଲାପାଳ ଓଆଇ ବିଜୟ। ଏହି ଅବସରରେ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା…

ସ୍ବାଭିମାନ ଅଞ୍ଚଳରେ ମାଓ ପୋଷ୍ଟର

ଚିତ୍ରକୋଣ୍ଡା,୧୧।୧୨: ଆନ୍ଧ୍ର ଓଡ଼ିଶା ସୀମାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ପଣଷପୁଟ ପଞ୍ଚାୟତର ମସୁରିଗୁଡ଼ା ଗ୍ରାମ ନିକଟରେ ଶୁକ୍ରବାର ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। ପିଏଲଜିଏ ସପ୍ତାହ ଶେଷ ହେବାର ଦୁଇ ଦିନ ପରେ ପୋଷ୍ଟର ଲଗାଇଛନ୍ତି ମାଓବାଦୀମାନେ। ଏଥିରେ…

ଗଛରେ ପିଟି ହେଲା ବାଇକ: ଚାଲିଗଲା ୩ ଜୀବନ

ମାଲକାନଗିରି,୧୦ା୧୨(ଡି.ଏନ୍‌.ଏ.)-ମାଲକାନଗିରି କାଲିମେଳା ମୁଖ୍ୟରାସ୍ତା ଏମ୍‌ଭି-୧୬ ଗ୍ରାମ ନିକଟରେ ଗୁରୁବାର ବାଇକ୍‌ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଜଣେ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ମୃତକମାନେ ହେଲେ ମୁକୁନ୍ଦ ପଡିଆମି (୩୦), ରାଜା ମାଢି (୪୨) ଓ ସିନ୍ଧ୍ରିମାଳ…

କୃଷି ଆଇନକୁ ବିରୋଧ: ଚିତ୍ରକୋଣ୍ଡାରେ ଭାରତ ବନ୍ଦ ପ୍ରଭାବ

ଚିତ୍ରକୋଣ୍ଡା,୮।୧୨(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶବ୍ୟାପୀ ବିରୋଧ କରାଯାଉଛି। ଏହି କ୍ରମରେ ସାରାଦେଶରେ ଚାଷୀ ଆନ୍ଦୋଳନ ଜାରି ରଖିଥିବାବେଳେ ମଙ୍ଗଳବାର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାକୁ ସ୍ବତଃସ୍ଫୁର୍ତ୍ତ ସମର୍ଥନ ମିଳିଛି।…

ପାଇଖାନା ନିର୍ମାଣରେ ଦୁର୍ନୀତି: କାମ ନ କରି ହୋଇଛି ବିଲ୍‌

କୋରୁକୋଣ୍ଡା,୭ା୧୨(ଡି.ଏନ. ଏ.): ସରକାର ସ୍ବଚ୍ଛ ଭାରତ ଅଭିଯାନ ନାମରେ ବହୁ ଅର୍ଥ ଖର୍ଚ୍ଚ କରୁଥିବା କହୁଥିବା ବେଳେ ଏଥିରୁ ହିତାଧିକାରୀମାନେ ସୁଫଳ ପାଉନାହାନ୍ତି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ମାରିବେଡା ପଞ୍ଚାୟତର ରାଖେଲଗୁଡା ଗ୍ରାମରେ ପାଇଖାନା ନିର୍ମାଣରେ ଦୁର୍ନୀତି ହୋଇଥିବା…

ଉତ୍ତରପ୍ରଦେଶ ଗାଡ଼ିରେ ୨ କୁଇଣ୍ଟାଲ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ଚିତ୍ରକୋଣ୍ଡା ପୋଲିସ: ୪ ଅଭିଯୁକ୍ତଙ୍କୁ ବାନ୍ଧିଲା

ଚିତ୍ରକୋଣ୍ଡା,୪।୧୨-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ପୋଲିସ ୨ କୁଇଣ୍ଟାଲ ଗଞ୍ଜେଇ ଜବତ କରିଛି। ଏହାଛଡ଼ା ୪ ମୋଟର ସାଇକେଲ, ୩ ମୋବାଇଲ, ନଗଦ ୫୬୭୦ ଟଙ୍କା ସହ ଗଞ୍ଜେଇ ଚାଲାଣ କରୁଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଶୁକ୍ରବାର କୋର୍ଟ ଚାଲାଣ କରିଥିବା…

ଅବହେଳିତ ଅବସ୍ଥାରେ ମିନି ଷ୍ଟାଡିୟମ

ଚିତ୍ରକୋଣ୍ଡା,୧।୧୨(ଡି.ଏନ.ଏ.): କେନ୍ଦ୍ର ଓ ରାଜ୍ୟ ସରକାର କ୍ରୀଡ଼ାର ବିକାଶ ପାଇଁ ବ୍ଲକ ଓ ପଞ୍ଚାୟତ ଷ୍ଟାଡିୟମ ଓ ମିନି ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ସେଠାରେ ବିଭିନ୍ନ ପ୍ରତିଯୋଗିତା ଆୟୋଜନକରି ଉଭୟ ଆୟୋଜକ ଓ ଖେଳାଳିମାନେ ଉପକୃତ ହୋଇଥାନ୍ତି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ…

ମାଲକାନଗିରିରେ ଖୋଲିଲା ଧାନମଣ୍ଡି

ମାଲକାନଗିରି,୩୦ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାରେ ଚାଷୀମାନଙ୍କ ନିକଟରୁ ଧାନ କିଣିବା ପାଇଁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଧାନମଣ୍ଡି ଖୋଲାଯାଇଛି। ସଦର ମହକୁମା ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଥିବା ମଣ୍ଡିକୁ ଜିଲାପାଳ ଓ୍ବାଇ ବିଜୟ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ…

ସୀମାନ୍ତରେ ଲ୍ୟାଣ୍ଡ୍‌ମାଇନ ବିସ୍ଫୋରଣ: ଜଣେ କମାଣ୍ଡାଣ୍ଟଙ୍କ ମୃତ୍ୟୁ, ୧୦ ଯବାନ ଗୁରୁତର

ମାଲକାନଗିରି,୨୯ା୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ସୁକୁମା ଜିଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଜଣେ କୋବ୍ରା ବାଟାଲିୟନର କମାଣ୍ଡାଣ୍ଟଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ ଯବାନ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛିା ସୂଚନାନୁଯାୟୀ ଶନିବାର ରାତିରେ…

ଯନ୍ତ୍ରୀରେ ମାଓବାଦୀ-ପୋଲିସ ଗୁଳିବିନିମୟ ଘଟଣା: ଜଣେ ମାଓବାଦୀ ମୃତ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ମାଲକାନଗିରି,୨୭।୧୧।(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଯନ୍ତ୍ରୀ ପଞ୍ଚାୟତ ତୋଟାଗୁଡା ଜଙ୍ଗଲରେ ଗୁରୁବାର ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ହାଡକୋର ମାଓବାଦୀର ମୃତ୍ୟୁ ଘଟିଥିବାବେଳେ ଆଉ ଜଣେ ମାଓବାଦୀ ଆହତ ହୋଇଥିବା ଜଣାପଡିଛି। ଏଥିସହ ଘଟଣାସ୍ଥଳରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?