ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ
କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ରାମଚନ୍ଦ୍ର ଉଲୁକା। ଅଭିଯୁକ୍ତ ଜ୍ୱାଇଁ…
ଫିଟ୍ନେସ୍ବିହୀନ ସ୍କୁଲ ବସ୍ ଚଳାଇ ପିଲାଙ୍କ ଜୀବନ ସହ ଖେଳ
ଦାମନଯୋଡ଼ି/ପଟ୍ଟାଙ୍ଗି,୨୯ା୩(ମାନସ ରଞ୍ଜନ କର/ଶରତ ଧଳ): କୋରାପୁଟ ଜିଲାର ବିବାଦୀୟ କୋଟିଆ ଗଞ୍ଜେଇପଦରଠାରେ ଥିବା ସ୍ବତନ୍ତ୍ର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଆଦିବାସୀ ବର୍ଗର ଛାତ୍ରୀଛାତ୍ରଙ୍କ ଯାତାୟାତ ଲାଗି ଦାମନଯୋଡ଼ିସ୍ଥିତ ନାଲ୍କୋ ପକ୍ଷରୁ ବସ୍ (ଓଡି ୧୦ଡବ୍ଲ୍ୟୁ-୭୭୦୭) ସେବା ଯୋଗାଇ ଦିଆଯାଉଛି। ଏହି ବସ୍ରେ…
ଆନ୍ଧ୍ର-ଓଡ଼ିଶା ପ୍ରଶାସନଙ୍କ ଆଲୋଚନା ଭିଡିଓ ଭାଇରାଲ
ପଟ୍ଟାଙ୍ଗି,୨୮ା୩(ଶରତ ଧଳ)ଆନ୍ଧ୍ର ସୀମାକୁ ଲାଗିଥିବା କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତରେ ଆନ୍ଧ୍ର- ଓଡ଼ିଶା ମଧ୍ୟରେ କିପରି ଶାନ୍ତି ଶୃଙ୍ଖଳାର ସହ ମତଦାନ ହେବ ସେ ନେଇ ଉଭୟ ପ୍ରଶାସନ ମଧ୍ୟରେ ଆଲୋଚନାର ଏକ ଭିଡିଓ ଗଣମାଧ୍ୟମରେ ଭାଇରାଲ ହୋଇଛି।…
ଓଡ଼ିଶାରୁ ଆନ୍ଧ୍ରକୁ କରୁଥିଲେ ଲୁହା ଚୋରା ଚାଲାଣ: ୭ ଗିରଫ
ପଟାଙ୍ଗି,୨୭ା୩(ଶରତ ଧଳ): ଓଡ଼ିଶା ତଥା ପଡ଼େଶୀ ଆନ୍ଧ୍ର ସୀମାନ୍ତ ଅଞ୍ଚଳରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ଲୁହା ସାମଗ୍ରୀ ଚୋରି କରି ପଡ଼ୋଶୀ ଆନ୍ଧ୍ର ରାଜ୍ୟକୁ ଚୋରାଚାଲାଣ ହେଉଥିବା ବେଳେ ପୋଲିସ ହାତରେ ଧରାପଡ଼ି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ…
ବାଜିଲାଣି ନିର୍ବାଚନୀ ବିଗୁଲ, କୋରାପୁଟରେ ପୋଲିସ ପକ୍ଷରୁ ଫ୍ଲାଗ୍ମାର୍ଚ୍ଚ
କୋରାପୁଟ,୨୭।୩(ଅମିତାଭ ବେହେରା): ଆଗକୁ ସାଧାରଣ ନିର୍ବାଚନ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି କୋରାପୁଟ ପୋଲିସ ପକ୍ଷରୁ ସଦର ମହକୁମା ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍
କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି। କୋରାପୁଟ…
ଆଗକୁ ନିର୍ବାଚନ: ପୋଲିସର ଫ୍ଲାଗମାର୍ଚ୍ଚ
ଦାମନଯୋଡ଼ି,୨୬।୩(ମାନସ ରଞ୍ଜନ କର): ଆଗକୁ ସାଧାରଣ ନିର୍ବାଚନ। ଆଇନ୍ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଦାମନଯୋଡ଼ି ପୋଲିସ ପକ୍ଷରୁ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରାଯାଇଛି। ଆଇନଶୃଙ୍ଖଳା ବଜାୟ ରଖିବା, କୌଣସି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ନ ହେବା ଏବଂ ନିର୍ବାଚନ ଆଚରଣବିଧି ନିୟମ ଉଲ୍ଲଂଘନ…
ହୋଲିରେ ଦୁର୍ଘଟଣା: ଜଣେ ମୃତ, ୩ ଗୁରୁତର
ଦଶମନ୍ତପୁର,୨୬।୩(ଅରବିନ୍ଦ ନାୟକ): ରଙ୍ଗର ପର୍ବ ହୋଲି ପାଇଁ ସବୁଠି ଉତ୍ସବର ମାହୋଲ ଥିବା ବେଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ସାମ୍ନାକୁ ଆସିଛି। ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ହୋଇଛନ୍ତି।…
ଦୋଳପୂର୍ଣ୍ଣିମା ଯାତ୍ରା ଦେଖି ଫେରୁଥିଲେ ଓଲଟିଲା ଅଟୋ: ଜଣେ ମୃତ, ୬ ଗୁରୁତର
ଦଶମନ୍ତପୁର,୨୬।୩ (ଅରବିନ୍ଦ ନାୟକ): କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପିଣ୍ଡାପଦର ପଞ୍ଚାୟତରେ ଏକ ଅଟୋ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ଥ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଏହା ସହ ୧୦ ଆହତ ହୋଇଛନ୍ତି। …
ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍କା ଜାରି କଲା ପୋଲିସ
ଦାମନଯୋଡି,୨୫।୩(ମାନସ ରଞ୍ଜନ କର): ଏସ୍ଡିଜେଏମ୍ କୋର୍ଟ କୋରାପୁଟଙ୍କ ନିର୍ଦ୍ଦେଶ କ୍ରମେ ଦାମନଯୋଡ଼ି ଥାନା ପୋଲିସ ଅଁଳାବାଡି କଲୋନୀର ବିଜୟ ମୁଦୁଲିଙ୍କ ଘରେ ସ୍ଥାବର ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଲଟ୍କା ଜାରି କରିଛି। ୨୦୧୧ରେ ବିଜୟଙ୍କ ନାମରେ ଏକ ସଙ୍ଗୀନ ମାମଲା…
ବାରମ୍ବାର ସମନ ଜାରି ସତ୍ତ୍ୱେ କରୁଥିଲେ ଅଣଦେଖା, ବ୍ୟକ୍ତିଙ୍କ ବିରୋଧରେ ଲଟ୍କା ଜାରି କଲା ପୋଲିସ
ପଟ୍ଟାଙ୍ଗି,୨୪।୩(ଶରତ ଧଳ): କୋର୍ଟରୁ ଆସୁଥିଲା ସମନ। ହେଲେ ବାରମ୍ବାର ଏହାକୁ ଅବମାନନା କରି ଆଇନ୍ ଉଲ୍ଲଘଂନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ପୋଲିସ ଗାଁରେ ପହଞ୍ଚି ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ସମୁଖରେ ଡାକବାଜି ମାଧ୍ୟମରେ ଜାରି ହୋଇଥିବା ଗିରଫ ପରୱାନା ପଢି ଶୁଣାଇଛି।…
ବ୍ରିଜ ତଳକୁ ଖସିଲା ଗାଡ଼ି, ଗାଡ଼ିର ଆଗରେ ରହିଛି ଛତିଶଗଡ଼ ପଛରେ ଓଡ଼ିଶା ନମ୍ବର
କୁନ୍ଦୁରା,୨୩।୩(ସନ୍ତୋଷ କୁମାର ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁସାଙ୍ଗଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଖଟଲାପଦର ନିକଟସ୍ଥ କୋଲାବ ନଦୀ ବ୍ରିଜ୍ ଉପରୁ ଏକ ଇନୋଭା ଗାଡ଼ି ତଳକୁ ଖସିଛି। ଉକ୍ତ ଗାଡ଼ିରେ ଛତିଶଗଡ଼ ଗଞ୍ଜେଇ ଚାଲାଣ ହେଉଥିବା ପୋଲିସ ସନ୍ଦେହ କରୁଛି।…
Archives


