ପାହାଡ଼ରେ ଖଞ୍ଜୁଥିଲେ ବିସ୍ଫୋରକ: ଧରାପଡ଼ିଲେ ୩ ଯୁବକ
ସୁନାବେଡା/ସେମିଳିଗୁଡା,୨୫ା୯(ସ୍ବ.ପ୍ର.): ପାହାଡ଼ରେ ପଥର ଫଟାଇବା ଲାଗି ବିସ୍ଫୋରକ ଖଞ୍ଜୁଥିବା ବେଳେ ସେମିଳିଗୁଡ଼ା ପୋଲିସ ୩ ଜଣ ଯୁବକଙ୍କୁ ଗିରଫ କରିଛି। ସେମାନେ ହେଲେ ଉପର ମାନିଆ ଗ୍ରାମର ତ୍ରିନାଥ ବେନିଆ(୨୬), ଲୁଙ୍ଗୁରି ଗ୍ରାମର ଧନୀ ଖରା(୩୦) ଓ ଗୋବିନ୍ଦ ଖରା(୪୨)। ପୋଲିସ…
ରାସ୍ତା କଡ଼ରେ ଶିଶୁକନ୍ୟା ଜନ୍ମ ଦେଲେ ମହିଳା
ଦଶମନ୍ତପୁର,୨୨ା୯(ଡି.ଏନ.ଏ.): ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ଜଣେ ମହିଳା ରାସ୍ତା କଡରେ ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏଭଳି ଏକ ଘଟଣା ଘଟିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଅଧୀନପ ଚିକାମ୍ବ ପଞ୍ଚାୟତର ତୁନଖାଲ ଗ୍ରାମରେ। ଗ୍ରାମର କାର୍ତ୍ତିକ ମୁଦୁଲିଙ୍କ ସ୍ତ୍ରୀ…
ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣିଲେ ସ୍ବାମୀ
ବୈପାରିଗୁଡା,୨୨ା୯(ଡି.ଏନ୍.ଏ.): କୋରାପୁଟ ଜିଲା ବୈପାରିଗୁଡା ଥାନା ଅଧୀନ ଡେଙ୍ଗା କୁସୁମଗୁଡା ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସୁବର୍ଣ୍ଣା ପରଜା। ନିଶାସକ୍ତ ଅବସ୍ଥାରେ…
ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
କୋରାପୁଟ,୨୨ା୯(ସ୍ବ.ପ୍ର.): ମାଛକୁଣ୍ଡ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ବିସ୍ଫୋରକ ସାମଗ୍ରୀ ସମେତ ନଗଦ ଟଙ୍କା ଜବତ ହୋଇଛି। କୋରାପୁଟ ପୋଲିସକୁ ମାଓବାଦୀ ମୁକାବିଲା କ୍ଷେତ୍ରରେ ଏକ ବଡ଼ଧରଣର ସଫଳତା ମିଳିଛି। ସୂଚନାନୁଯାୟୀ ଏସ୍ଓଜି ଓ ଡିଭିଏଫ୍ ପକ୍ଷରୁ କୋରାପୁଟ ଜିଲା ମାଛକୁଣ୍ଡ…
ମଦ ପିଇ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା: ନିର୍ଧୂମ୍ ଛେଚିଲେ ଲୋକେ
ଜୟପୁର, ୧୮ା୯ (ନି.ପ୍ର.): ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ଡ୍ରାଇଭର ଓ ହେଲ୍ପରଙ୍କୁ ଧରି ଲୋକେ ନିସ୍ତୁକ ମାଡ଼ ମାରିଛନ୍ତି। ଉଭୟଙ୍କୁ ଜୟପୁର ସଦର ପୋଲିସ ଗିରଫ କରିଛି। ସେମାନେ ହେଲେ ଲିପୁ ନାୟକ ଓ କେ ଶିବା। ସୂଚନା ମୁତାବକ,…
ଅଶ୍ଲୀଳ ଗୀତକୁ ବିରୋଧ: ଟାଉନ ଥାନାରେ ଏତଲା ଦେଲା ଜିଲା ବିକାଶ ମଞ୍ଚ
କୋରାପୁଟ,୧୯ା୯(ସ୍ବ.ପ୍ର.): କୋରାପୁଟ ଜିଲା ଝିଅଙ୍କୁ ନେଇ ଅଶ୍ଲୀଳ ଗୀତ ପରିବେଷଣ କରିଥିବା ଓମ ଶଙ୍କର ନାମକ ବ୍ୟକ୍ତିଙ୍କ ବିରୋଧରେ ଜିଲା ବିକାଶ ମଞ୍ଚ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଜିଲା ବିକାଶ ମଞ୍ଚ ସମ୍ପାଦକ ଏସ୍. ପାଣିଗ୍ରାହୀ ଓ ଅନ୍ୟ ସଦସ୍ୟ…
ଜାଲ୍ ଡ୍ରାଇଭିଂ ଲାଇସେନ୍ସ ଜାଲରେ ଯୁବକ
ବୈପାରିଗୁଡା,୧୯ା୯ (ଡି.ଏନ୍.ଏ):ସଡକ ଦୁର୍ଘଟଣା ଏଡାଇବା ପାଇଁ ପରିବହନ ବିଭାଗ ପକ୍ଷରୁ କଠୋର ଆଇନ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ସମୟରେ ଟ୍ରାଫିକ୍ ଓ ପୋଲିସ୍ ପକ୍ଷରୁ ମଧ୍ୟ ଯାଞ୍ଚ କରାଯାଇ ଆଇନ ଖିଲାପକାରୀଙ୍କଠାରୁ ଜରିମାନା ଆଦାୟ ହେଉଛି। ଯାଞ୍ଚରୁ ବର୍ତ୍ତିିବା ଲାଗି କୋରାପୁଟ…
କୋଟିଆ ସୀମାରେ ବାଘ ଆତଙ୍କ
କୋରାପୁଟ,୧୮/୯(ସ୍ବ.ପ୍ର): କୋରାପୁଟ ଜିଲାର କୋଟିଆ ସୀମାନ୍ତ ଆନ୍ଧ୍ରପ୍ରଦେଶର ପାହାଡ ଅଞ୍ଚଳରେ ଗତ କିଛି ଦିନ ହେଲା ଏକ ମହାବଳ ବାଘ ବୁଲୁଥିବା ନେଇ ଜିଲାରକୋଟିଆ ପଞ୍ଚାୟତ ଅଞ୍ଚଳରେ ଆତଙ୍କ ଖେଳାଯାଇଛି। କୋଟିଆ ସୀମାନ୍ତ ହର ମାଣ୍ଡିଙ୍ଗି, ଫଗୁଣ ସିନେରୀ ଓ ଫାଟୁ…
ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଦେଇ ଫସିଲେ ଅବକାରୀ ବିଭାଗର କର୍ମଚାରୀ
କୋରାପୁଟ,୧୮।୯(ସ୍ବ.ପ୍ର): କୋରାପୁଟ ଜିଲା ସୁଙ୍କି ଫାଣ୍ଡି ପୋଲିସ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସୁରକ୍ଷା ଯୋଗାଉଥିବାବେଳେ ଅଭିଯୋଗରେ ଅବକାରୀ ବିଭାଗର ୩ ଜଣ କର୍ମଚାରୀଙ୍କୁ ଅଟକ ରଖିଛି। ରବିବାର ଆନ୍ଧ୍ରକୁ ଚାଲାଣ କରାଯାଉଥିବା ଗଞ୍ଜେଇ ଭର୍ତ୍ତି ଟ୍ରକକୁ ସେମାନେ ସୁରକ୍ଷା ଯୋଗାଉଥିବା ଜଣାପଡିଛି।…
ପାଠ ପଢ଼ିବେ ପାର୍ବତୀ
ବୈପାରିଗୁଡା,୧୭ା୯ (ଡି.ଏନ୍.ଏ.): ବାପା ମା’ ସ୍ନେହରୁ ବଞ୍ଚତ୍ତ ପାର୍ବତୀ ପୂଜାରୀଙ୍କ ମୁହଁରେ ହସ ଫୁଟିଛି। ଆର୍ଥିକ ଅନଟନ ଓ ପାରିବାରିକ ଅସୁବିଧା ଯୋଗୁ ତାଙ୍କ ପାଠପଢା ଅଧାରୁ ଅଟକିଯିବା ନେଇ ସୃଷ୍ଟି ହୋଇଥିବା ସଂସୟ ଦୂର ହୋଇଛି। ବ୍ଲକର ବାଲିଗଁାସ୍ଥିତ ମଙ୍ଗଳ…
ମହିଳାଙ୍କୁ ଇଙ୍ଗିତକରି ଅଶ୍ଳୀଳ ଗୀତ
ଜୟପୁର/ସୁନାବେଡ଼ା, ୧୬ା୯(ନି.ପ୍ର./ସ୍ବ.ପ୍ର.): ପ୍ରତ୍ୟେକ ଜିଲାର ମହିଳା ଓ ଯୁବତୀଙ୍କୁ ଅଶାଳୀନ ଭାଷା ପ୍ରୟୋଗକରି ଗୀତ ଗାଇଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର କଳାକାର, ଛାତ୍ରୀ ଓ ମହିଳାମାନେ ଏକତ୍ରିତ ହୋଇ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି…
ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ୬ ଗିରଫ
ଜୟପୁର, ୧୬।୯ (ନି.ପ୍ର.): ଓପିଟିସିଏଲର ଲୁହା ଆଙ୍ଗେଲ ଚୋରି ମାମଲାରେ ଜୟପୁର ସଦର ପୋଲିସ ଗୁରୁବାର ମୁଖ୍ୟ ଅଭିଯୁକ୍ତଙ୍କ ସହ ଚୋରି ସାମଗ୍ରୀର କ୍ରେତା ଓ ଚୋରି ସାମଗ୍ରୀ ଚାଲାଣ କରୁଥିବା ଗ୍ୟାଙ୍ଗର ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ…
Archives


