ଖୋର୍ଦ୍ଧା

ଷ୍ଟାଡିୟମରେ ମିନାବଜାର ଅନିଶ୍ଚିତତାକୁ ନେଇ ଅସନ୍ତୋଷ

ଜଟଣୀ, ୨୬।୮(ଡି.ଏନ୍‌.ଏ):ରାଜ୍ୟରେ ଖୋର୍ଦ୍ଧା ଜିଲା ଜଟଣୀ ଗଣେଶ ପୂଜାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ପୂଜା ସମୟରେ ମନୋରଞ୍ଜନ ଏବଂ କିଣା ବିକା ପାଇଁ ବିଭିନ୍ନ ସ୍ଥାନରେ ବ୍ୟବସାୟୀ ସଂଘ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ମିନାବଜାର ପଡିଥାଏ। ତେବେ ମିନାବଜାରର…

ହତ୍ୟାକରି ମହାନଦୀକୁ ଫିଙ୍ଗିଦେଇଥିଲେ

ଖୋର୍ଦ୍ଧା ଅଫିସ, ୨୬ା୮:ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପୁବୁସାହିର ଯୁବକ ବାସୁଦେବ ପ୍ରଧାନଙ୍କ ନିଖୋଜ ଘଟଣା ନୂଆମୋଡ଼ ନେଇଛି। ବାସୁଦେବଙ୍କୁ ଅଭିଯୁକ୍ତ କବାଡ଼ିଆ ମାଲିକ ରବୀନ୍ଦ୍ର ମୁଦୁଲି ହତ୍ୟା କରି ବୋଲେରୋରେ ମୃତଦେହ ନେଇ ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା କଣ୍ଟିଲୋ…

୪ ବର୍ଷ ବିତିଲା, ସରୁନି ଅଙ୍ଗନଓ୍ବାଡି କେନ୍ଦ୍ର ନିର୍ମାଣ କାର୍ଯ୍ୟ

ଜଟଣୀ,୨୫ା୮(ଡି.ଏନ୍‌.ଏ.): ଶିକ୍ଷାର ବିକାଶ ସହ ବିଦ୍ୟାଳୟର ଭିତ୍ତିଭୂମି ସୁଦୃଢ଼ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ତେବେ ଜଟଣୀ ପୌରାଞ୍ଚଳ ଅଧୀନ କୁଦିଆରୀ ଦଶଦୋଳ ମେଳଣ ପଡ଼ିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ନିର୍ମାଣ ହେଉଥିବା ଅଙ୍ଗନଓ୍ବାଡି କେନ୍ଦ୍ରକୁ ୪ ବର୍ଷ ବିତିଥିଲେ…

ଚାଷୀଙ୍କୁ ଚିନ୍ତା: ୧୦,୯୬୨ ହେକ୍ଟର ଫସଲ ନଷ୍ଟ

ଖୋର୍ଦ୍ଧା ଅଫିସ,୨୫ା୮: ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓରବରସିଂ, ବ୍ରଜମୋହନପୁର ପଞ୍ଚାୟତର ୧୭ ଗାଁ ଏବେ ବି ବନ୍ୟାପାଣି ଘେରରେ ରହିଛି। ଜଳସ୍ତର କମୁଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମୁନି। ଏକର ଏକର ଚାଷଜମି ବୁଡ଼ି ରହିଛି। ମୌସୁମୀ ପ୍ରବେଶରେ ବିଳମ୍ବ, ସ୍ବଳ୍ପବୃଷ୍ଟି,…

୨୭ରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା

ଭୁବନେଶ୍ୱର,୨୪ା୮(ବ୍ୟୁରୋ): ଚଳିତମାସ ୨୭ ତାରିଖରେ ଖୋର୍ଦ୍ଧା ଜିଲାର ୧୩୯ ଶିକ୍ଷାନୁଷ୍ଠାନକୁ ସ୍ବତନ୍ତ୍ର ଛୁଟି ଘୋଷଣା କରାଯାଇଛି। ଚଳିତ ବର୍ଷ ହେବାକୁ ଥିବା ଏଏସ୍‌ଓ ପରୀକ୍ଷା କେନ୍ଦ୍ର ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏହି ସ୍ବତନ୍ତ୍ର ଛୁଟି ଘୋଷଣା ହୋଇଛି। ଏଏସ୍‌ଓ ପରୀକ୍ଷା…

୧୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ,୨୪ା: ଖୋର୍ଦ୍ଧାରେ ବଢ଼ିଚାଲିଛି ବ୍ରାଉନସୁଗାର କାରବାର। ବୁଧବାର ଖୋର୍ଦ୍ଧା ଅବକାରୀ ପୋଲିସ ସାମନ୍ତରାପୁର ଠେଙ୍ଗାହାଟ ଛକରୁ ୧୪୬ ଗ୍ରାମ୍‌ ବ୍ରାଉନସୁଗାର ଜବତ ସହ ଜଣେ ଯୁବକଙ୍କୁ ଗିରଫ କରିଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧୫ଲକ୍ଷ ଟଙ୍କା ହେବ। ଭୁବନେଶ୍ୱର ଏୟାରଫିଲ୍ଡ…

୧୮, ୭୭୦ ଗୃହପାଳିତ ପ୍ରାଣୀ ପ୍ରଭାବିତ

ଖୋର୍ଦ୍ଧା ଅଫିସ,୨୪ା୮: ଖୋର୍ଦ୍ଧା ଜିଲାରେ ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶା ବଢ଼ିବାରେ ଲାଗିଛି। ପ୍ରଶାସନର କ୍ଷୟକ୍ଷତି ରିପୋର୍ଟ ଅନୁଯାୟୀ ଖୋର୍ଦ୍ଧା, ବେଗୁନିଆ ଓ ଜଟଣୀ ବ୍ଲକର ୧୩ଟି ପଞ୍ଚାୟତରେ ବନ୍ୟା ପାଣି ମାଡିଛି। ଜିଲାର ୪୭ଟି ଗଁା ପ୍ରଭାବିତ ହୋଇଥିବା ବେଳେ ୨୨ହଜାର…

ମାଷ୍ଟରମାଇଣ୍ଡଙ୍କୁ ପାଉନି ପୋଲିସ

ଖୋର୍ଦ୍ଧା ଅଫିସ,୨୨ା୮: କୋଲକାତାରୁ ବାଲେଶ୍ୱର, ଜଳେଶ୍ୱର ଅଞ୍ଚଳରୁ ଗଳାବାଟ ଦେଇ ବ୍ରାଉନସୁଗାର ଖୋର୍ଦ୍ଧାରେ ପହଞ୍ଚୁଛି। ଏଠାରୁ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ପଡ଼ୋଶୀ ଜିଲା ପୁରୀ ନିକଟବର୍ତ୍ତୀ ଅଞ୍ଚଳକୁ ପଠାଯାଉଛି। ସ୍ବଳ୍ପ ସମୟରେ ଅଧିକ ଟଙ୍କା ରୋଜଗାର ଲାଳସାରେ ଯୁବପିଢି ଏଥିରେ ସାମିଲ…

୧୫ ଗାଁ ବନ୍ୟାପାଣି ଘେରରେ: ମିଳୁନି ପାଲ, ପାନୀୟଜଳ

ଖୋର୍ଦ୍ଧା ଅଫିସ,୨୨ା୮: ଖୋର୍ଦ୍ଧା ବ୍ଲକ ଅଧୀନ ୩ ପଞ୍ଚାୟତର ୧୫ ଗାଁ ବନ୍ୟାପାଣି ଘେରରେ ରହିଛି। ଜଟଣୀ ତିରିମଲ୍ଲଠାରେ ରାଜୁଆ ନଦୀରେ ଶହେଫୁଟର ଘାଇ ହେବା ପରେ ଏହି ତିନି ପଞ୍ଚାୟତରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ପାଣି ଘରେ ପଶିବା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି

ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ…

କଲେଜ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଛାତ୍ରଙ୍କ ଧାରଣା

ନିରାକାରପୁର,୧୯।୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତରେ ଥିବା କେବିଡିଏଭି କଲେଜରେ ଶୁକ୍ରବାର ଛାତ୍ର ଅଶାନ୍ତି ଦେଖାଦେଇଛି। ୩ ଦଫା ଦାବି ପୂରଣ ନେଇ ଅଞ୍ଚଳର ଜନପ୍ରତିନିଧି ଏବଂ ଛାତ୍ରମାନେ ଅଧ୍ୟକ୍ଷଙ୍କ କାଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ଦାବି ଗୁଡିକ ହେଲା, କଲେଜ…

ଅସରଳାରେ ବଢୁଛି ପକ୍ଷୀ ଶିକାର

ଖୋର୍ଦ୍ଧା ଅଫିସ,୧୯।୮: ବୋଲଗଡ ବ୍ଲକ ଅଧୀନ ଅସରଳା ଗ୍ରାମରେ ଅବାଧରେ ଚାଲିଛି ପକ୍ଷୀ ଶିକାର। ଶିକାରୀମାନେ ସତର୍କତାର ସହ ବିଭିନ୍ନ ଉପାୟରେ ଗଛରେ ଥିବା ପକ୍ଷୀଙ୍କୁ ବନ୍ଧୁକ ମୁନରେ ଶିକାର କରିଚାଲିଛନ୍ତି। ବଡ଼ ବଡ଼ ମାଛ ରଙ୍କା, ବଗ, ବାଦୁଡ଼ି ପ୍ରତିଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri