ଖୋର୍ଦ୍ଧା

କାଳୁପଡ଼ାଘାଟରେ ରହିଲା ରାଜ୍ୟରାଣୀ ଏକ୍ସପ୍ରେସ

ନିରାକାରପୁର,୫।୬(ଡି.ଏନ୍‌.ଏ.): ଖୋର୍ଦ୍ଧା ରେଳ ଡିଭିଜନ ଅନ୍ତର୍ଗତ କାଳୁପଡ଼ାଘାଟ ରେଳ ଷ୍ଟେସନରେ ସୋମବାଠାରୁ ଅନୁଷ୍ଠାନିକ ଭାବେ ରହିଛି ରାଉରକେଲା-ଗୁଣୁପୁର ଏବଂ ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ। ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୃଥୱୀରାଜ ହରିଚନ୍ଦନ, ରେଲ ୟୁଜର୍ସ ଆସୋସିଏଶନ କାଳୁପଡ଼ା ଘାଟର ସଭାପତି…

ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ୨ ଲୋକପାଇଲଟଙ୍କ ଚାଲିଛି ଚିକିତ୍ସା   

ଖୋର୍ଦ୍ଧା ଅଫିସ,୪।୬: ଦୁର୍ଘଟଣାଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସର ଲୋକୋ ପାଇଲଟ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ଭୁବନେଶ୍ୱରସ୍ଥିତ ଏକ୍ଷ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।  ଲୋକୋ ପାଇଲଟ  ଗୁଣନିଧି ମହାନ୍ତି ଓ ଆସିଷ୍ଟାଣ୍ଟ ଲୋକୋ ପାଇଲଟ ହଜାରୀ ବେହେରାଙ୍କ ମୁଣ୍ଡ,…

ବାଇକ୍‌ ଚୋରି କରୁଥିବା ବେଳେ ଧରାପଡ଼ିଲେ ଯୁବକ, ଉତ୍ତମ ମଧ୍ୟମ ଦେଇ ପୋଲିସ ଜିମା ଦେଲେ ଲୋକେ

ନିରାକାରପୁର,୩ା୬(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଅଧିନସ୍ଥ ନିରାକାରପୁର ୟୁପି ସ୍କୁଲ ମୁଖ୍ୟ ଫାଟକ ପାଖରେ ଥିବା ଏକ ଜଳଖିଆ ଦୋକାନ ସାମ୍ନାରୁ ଶନିବାର ସନ୍ଧ୍ୟାରେ ଜଣେ ବାଇକ୍‌ ଚୋରଙ୍କୁ ଧରି ଉତ୍ତମ ମଧ୍ୟମ ଦେଇ ଲୋକେ ପୋଲିସ ଜିମା ଦେଇଛନ୍ତି।…

ଦୁଇ ବାଇକ୍‌ ମୁହାଁମୁହିଁ: ଉଭୟ ଚାଳକ ଗୁରୁତର

ନିରାକାରପୁର,୩ା୬(ଡି.ଏନ୍‌.ଏ.): ଶନିବାର ୨ଟି ବାଇକ୍‌ ମୁହାଁମୁହିଁ ହେବାରୁ ଉଭୟ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି। ଖବର ଲେଖାହେବା ପର୍ଯ୍ୟନ୍ତ ଉଭୟ ଚାଳକଙ୍କ ପରିଚୟ ମିଳିପାରିନାହିଁ। ତେବେ ଜଣେ ଚାଳକଙ୍କ ଘର ଜଙ୍କିଆ ଥାନା ଅଧିନସ୍ଥ ଦେଉଳି ହୋଇଥିବା ବେଳେ ଅନ୍ୟଜଣେ ନିରାକାରପୁର…

ଟଙ୍କା ପାଇଁ ପୁଅକୁ ଅପହରଣ ଉଦ୍ୟମ

ବାଲୁଗାଁ,୧।୬(ଡି.ଏନ୍‌.ଏ.): ଟଙ୍କା ପାଇଁ ବେଳେବେଳେ ରକ୍ତ ସମ୍ପର୍କ ମଣିଷ ମଧ୍ୟ ନ ବୁଝି ପର କରିଦିଏ। ଏହି ଟଙ୍କା ଯୋଗୁ ଭଉଣୀ ଭାଇ ମଧ୍ୟରେ, ୨ ଭାଇ ମଧ୍ୟରେ, ବାପପୁଅ ମଧ୍ୟରେ ବାଦବିବାଦ, ଅପହରଣ, ହତ୍ୟା ସମାଜରେ ପ୍ରତିଦିନ ଘଟିଆସୁଛି। ଏଭଳି…

ଛାତରୁ ଖସିପଡ଼ିଲେ ମହିଳା

ନିରାକାରପୁର,୩୧।୫(ଡି.ଏନ୍‌.ଏ.): ଛାତରୁ ଖସିପଡ଼ି ବୁଧବାର ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଖୋର୍ଦ୍ଧା ଜିଲା ଲେଣ୍ଡୋ ପଞ୍ଚାୟତ ଜାଜପୁର ଗ୍ରାମର ନିରୁପମା ମିଶ୍ର(୨୮)। ନିରୁପମା ଛାତ ଉପରକୁ ଲୁଗା ଶୁଖାଇବାକୁ ଯାଇଥିଲେ। ହେଲେ କୌଣସି କାରଣରୁ ସେ ଛାତ…

କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ ପାଇଁ ଏନ୍‌ସିଆଇଏସ୍‌ଏମ୍‌କୁ ନୋଟିସ

ଖୋର୍ଦ୍ଧା ଅଫିସ,୩୦ା୫: ପୁରୀସ୍ଥିତ ଗୋପବନ୍ଧୁ ଆୟୁର୍ବେଦ କଲେଜରେ ବିନା ଯୋଗ୍ୟତାରେ ଡାକ୍ତରୀ ପାଠ ପଢୁଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇବା ପରେ ରାଜ୍ୟ ଆୟୁଷ ନିର୍ଦ୍ଦେଶାଳୟ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ବିଭିନ୍ନ ପର୍ଯ୍ୟାୟରେ ଆୟୁଷ ବିଭାଗ ପକ୍ଷରୁ ଗୋପବନ୍ଧୁ ଆୟୁର୍ବେଦ…

ଜୀବଜନ୍ତୁଙ୍କ ସେବାରେ ଶାନ୍ତିଲତା

ଖୋର୍ଦ୍ଧା ଅଫିସ,୨୮ା୫: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ରହିଛି। ଖୋର୍ଦ୍ଧା ସହର ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ରହୁଛି। ପୂର୍ବାହ୍ନ ୧୦ଟା ପରେ ଘରୁ ବାହାରି ହେଉନି। ଲୋକଙ୍କ ପାଇଁ ପୌର ପ୍ରଶାସନ ପକ୍ଷରୁ ଜଳଛତ୍ର ଖୋଲାଯାଇଛି। ତେବେ ପୌର ପ୍ରଶାସନ…

ଶୌଚାଳୟରେ ତାଲା, ଯାତ୍ରୀ ହଇରାଣ

ଖୋର୍ଦ୍ଧା ଅଫିସ,୨୮ା୫: ଖୋର୍ଦ୍ଧା ସହରର ବିକାଶ, ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦିଆଯାଉଛି ବୋଲି ପୌର ପ୍ରଶାସନ ପକ୍ଷରୁ କୁହାଯାଉଥିବା ବେଳେ ଲୋକଙ୍କୁ ମୌଳିକ ସୁବିଧା ମିଳିପାରୁନାହିଁ। ଶୌଚାଳୟରେ ତାଲା ପଡ଼ିଥିବାରୁ ଯାତ୍ରୀମାନେ ନାହିଁ ନ ଥିବା ହଇରାଣ ହେଉଛନ୍ତି। ପରିସ୍ରାଗାର ନିର୍ମାଣ କରାଯାଇଥିଲେ…

ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୭.୨୮ ଲକ୍ଷ ଲୁଟ୍‌

ଖୋର୍ଦ୍ଧା ଅଫିସ,୨୭ା୫: ଗତ କିଛିଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ମାତିଛନ୍ତି ଲୁଟେରା। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ଫାଇନାନ୍ସ କମ୍ପାନୀ ଏଜେଣ୍ଟ। ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଆଦର୍ଶ ଥାନା ସାମନ୍ତରାପୁର ବୁଡ଼ିବଗିଚା ଛକରୁ ଦୁଇଜଣ ବ୍ଲାକ୍‌ ପଲ୍‌ସରଧାରୀ ଫାଇନାନ୍ସ କମ୍ପାନୀ…

କୂଅ ଖୋଳିବାକୁ ଯାଇ ହାତୀ ଆକ୍ରମଣରେ ପ୍ରାଣ ହରାଇଲେ

ନିରାକାରପୁର,୨୭।୫(ଡି.ଏନ.ଏ): କୂଅ ଖୋଳିବାକୁ ଆସି ହାତୀ ଆକ୍ରମଣରେ ପ୍ରାଣ ହରାଇଲେ ଜଣେ ବୟସ୍କ। ଏପରି ଅଭାବନୀୟ ଘଟଣା ଘଟିଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଅନ୍ତର୍ଗତ କାମଗୁରୁଠାରେ। ମୃତକ ଜଣକ ହେଲେ ନୟାଗଡ ଜିଲା ରଣପୁର ଥାନା ଅନ୍ତର୍ଗତ ସତ୍ୟ ନାରାୟଣ…

ଉପୁଡ଼ିଲା ଗଛ, ଭାଙ୍ଗିଲା ସ୍କୁଲ ଆଜ୍‌ବେଷ୍ଟସ

ଖୋର୍ଦ୍ଧା ଅଫିସ/ବାଣପୁର,୨୬ା୫(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ଗୁରୁବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଖୁବ୍‌ ଜୋରରେ ପବନ ବହିବା ସାଙ୍ଗକୁ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଅନେକ ସ୍ଥାନରେ ଗଛ ଉପୁଡ଼ିବା ସହ ଡାଳ ଭାଙ୍ଗି ପଡ଼ିବାରୁ ବିଦ୍ୟୁତ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri