ଖୋର୍ଦ୍ଧା ଅଫିସ,୨୭ା୫: ଗତ କିଛିଦିନର ନୀରବତା ପରେ ଖୋର୍ଦ୍ଧାରେ ପୁଣି ମାତିଛନ୍ତି ଲୁଟେରା। ଏମାନଙ୍କ ଟାର୍ଗେଟରେ ରହିଛନ୍ତି ଫାଇନାନ୍ସ କମ୍ପାନୀ ଏଜେଣ୍ଟ। ଶୁକ୍ରବାର ଅପରାହ୍ନ ୩ଟା ୩୦ରେ ଆଦର୍ଶ ଥାନା ସାମନ୍ତରାପୁର ବୁଡ଼ିବଗିଚା ଛକରୁ ଦୁଇଜଣ ବ୍ଲାକ୍ ପଲ୍ସରଧାରୀ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ୭ ଲକ୍ଷ ୨୮ ହଜାର ଟଙ୍କା ଲୁଟିନେଇ ଫେରାର ହୋଇଯାଇଛନ୍ତି। ପୋଲିସ ପହଞ୍ଚି ନିକଟ ଦୋକାନରେ ସିସିଟିଭି ଫୁଟେଜ୍ ଯାଞ୍ଚ କରିଛି। ଲୁଟ୍ ସମୟର ଦୃଶ୍ୟ କଏଦ ହୋଇଥିବା ଜଣାପଡ଼ିଛି। ଅନ୍ୟପଟେ କମ୍ପାନୀ ମ୍ୟାନେଜରଙ୍କ ଅଭିଯୋଗକ୍ରମେ ପୋଲିସ ତଦନ୍ତ ଆରମ୍ଭ କରିଛି।
ମୁତାବକ, ନବୀନାବାଗସ୍ଥିତ ଏକ ଘରୋଇ ଫାଇନାନ୍ସ କମ୍ପାନୀର ଦୁଇ କର୍ମଚାରୀ ବ୍ୟାଗ୍ରେ ୭ ଲକ୍ଷ ୨୮ହଜାର ଟଙ୍କା ନେଇ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଜମା କରିବା ଲାଗି ବାଇକ୍ରେ ଯାଉଥିଲେ। ଏହି ସମୟରେ ପଛପଟୁ ସେମାନଙ୍କୁ ପିଛା କରିଥିଲେ ଦୁଇ ବ୍ଲାକ୍ ପଲ୍ସରଧାରୀ ଯୁବକ। ଚାଳକ ଲାଲ୍ରଙ୍ଗର ଟୋପି ଏବଂ ପଛରେ ବସିଥିବା ଯୁବକ ଧଳାରଙ୍ଗର ଟୋପି ପରିଧାନ କରିଥିଲେ। ରାସ୍ତା ଶୂନ୍ଶାନ୍ର ସୁଯୋଗ ନେଇ ପଲ୍ସର ପଛରେ ବସିଥିବା ଯୁବକ ଜଣକ ଟଙ୍କା ଭର୍ତ୍ତି ବ୍ୟାଗ୍ ଝାମ୍ପିଥିଲେ। ଫଳରେ ଫାଇନାନ୍ସ କର୍ମଚାରୀ ବାଇକ୍ରୁ ଖସିପଡ଼ିଥିଲେ। ପରେ ପଲ୍ସରଧାରୀ ଯୁବକ ତାଙ୍କ ବ୍ୟାଗ୍ ଝାମ୍ପିନେଇ ପଳାଇବା ବେଳେ ଫାଇନାନ୍ସ କର୍ମଚାରୀ ସେମାନଙ୍କ ପିଛା କରିଥିଲେ ମଧ୍ୟ ଧରିପାରି ନ ଥିଲେ। ଲୁଟେରାଦ୍ୱୟ ଖୋର୍ଦ୍ଧା ଟାଉନ ଅଭିମୁଖେ ଦ୍ରୁତଗତିରେ ପଳାଇଥିଲେ। ଏନେଇ କମ୍ପାନୀ ମ୍ୟାନେଜର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି।
Posted inHome, Home Left, ଆମ ଜିଲା ଖବର, ଖୋର୍ଦ୍ଧା View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

