କେନ୍ଦୁଝର

୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ...

ବିଶ୍ୱ ଏଡ୍‌ସ ଦିବସ: ସଚେତନତା ସୃଷ୍ଟି ପାଇଁ ଦସ୍ତଖତ ଅଭିଯାନ

କେନ୍ଦୁଝର,୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାମୁଖ୍ୟ ଡାକ୍ତରଖାନା ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ସେବା...

ଧାନ ଅମଳ ସମୟରେ ହାତୀ ଉପଦ୍ରବ: ରାତି ଉଜାଗର ହେଉଛନ୍ତି ଚାଷୀ

କେନ୍ଦୁଝର,୧।୧୨(ସ୍ବ.ପ୍ର.) : ଜିଲାରେ ବର୍ତ୍ତମାନ ବିଲରୁ ଧାନ ଫସଲ ଅମଳ କରିବାର ସମୟ ହୋଇଛି। ଏହି ସମୟରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଛି। ସ୍ଥାନୀୟ ସଦର ରେଞ୍ଜ ଉକୁଚାବେଡ଼ା ଗ୍ରାମ ନିକଟରେ ୫ଟି ହାତୀ ରହି ଯାଇଥିବାରୁ ଲୋକମାନେ...

ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ର : ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ

ଯୋଡ଼ା,୩୦।୧୧(ଡି.ଏନ୍‌.ଏ): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିବାରୁ ଅଭିଭାବକମାନେ ଶନିବାର ସ୍କୁଲରେ ତାଲା ପକାଇ ଦେଇଛନ୍ତି। ଏ ସମ୍ପର୍କରେ ଅଭିଭାବକ ବସନ୍ତ ମୁଣ୍ଡା, ଲକ୍ଷ୍ମଣ ନାଏକ, ଇନ୍ଦୁମତୀ ନାଏକ,...

ଟାଙ୍ଗିରି ଗ୍ରାମରେ ଦନ୍ତା ଆତଙ୍କ: ଶୁଣ୍ଢରେ ଟେକି ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

କେନ୍ଦୁଝର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଟାଙ୍ଗିରି ଗ୍ରାମରେ ଶନିବାର ସକାଳେ ଏକ ଦନ୍ତାହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେହିଭଳି ଅନ୍ୟଜଣେ ବୃଦ୍ଧା ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମୃତକ ହେଲେ ସୁଆଗି ଜୁଆଙ୍ଗ। ସୂଚନାନୁଯାୟୀ, ସୁଆଗି ଓ...

ରାଜ୍ୟ ରାଜପଥରେ ଶୁଖିଲା ଗଛ: ଯାତାୟାତ ଲାଗି ଭୟ କରୁଛନ୍ତି ଲୋକେ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.) : କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜଛକ ସାଇ ମନ୍ଦିର ନିକଟରେ ଦୁଇଟିି ବଡ଼ ଶୁଖିଲା ଗଛ ଥିବାରୁ ୫୩ ନଂ. ରାଜ୍ୟ ରାଜପଥରେ ଯାତାୟାତ କରୁଥିବା ଲୋକେ ଭୟଭୀତ ହୋଇପଡୁଛନ୍ତି। ବିଭିନ୍ନ ସମୟରେ ଏହିଗଛରୁ ଡାଳ ପଡ଼ି ଅନେକେ...

ବନ୍ୟା ସୁରକ୍ଷା ବନ୍ଧରୁ ବ୍ୟାପକ ଗଛକଟା: ବିପଦକୁ କରୁଛି ଆମନ୍ତ୍ରଣ

ଆନନ୍ଦପୁର,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବୈତରଣୀ ବାମପାର୍ଶ୍ୱ ବନ୍ୟା ସୁରକ୍ଷାବନ୍ଧର ଫକୀରପୁରଠାରେ ବ୍ୟାପକ ଗଛ କଟାଯାଉଥିବା ପରିଲକ୍ଷିତ ହୋଇଛି। ଫଳରେ ବନ୍ଧ ପ୍ରତି ବିପଦକୁ ଆମନ୍ତ୍ରଣ କରୁଛି। ସଂପୃକ୍ତ ଅଞ୍ଚଳରେ ବିଭିନ୍ନ ସମୟରେ ବୈତରଣୀରେ ବନ୍ୟାଜଳ ଆସି ବନ୍ଧ ଭାଙ୍ଗିବାର...

୨ ଶିକ୍ଷକଙ୍କ ଘରୁ ଚୋରି: ଲକ୍ଷାଧିକ ଟଙ୍କାର ସୁନା ଗହଣା, ନଗଦ ଟଙ୍କା ନେଇଗଲେ ଦୁର୍ବୃତ୍ତ

ପାଟଣା,୩୦।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ଗ୍ରାମରେ ଦୁଇ ଜଣ ଶିକ୍ଷକଙ୍କ ଘରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରି ହୋଇଛି। ଉକ୍ତ ଗ୍ରାମର ଶିକ୍ଷକ ଜଗବନ୍ଧୁ ନାଏକ ଓ ନିତ୍ୟାନନ୍ଦ ମହାନ୍ତଙ୍କ ଘର ଗ୍ରିଲ ଭାଙ୍ଗି ଦୁର୍ବୃତ୍ତ ଆଲମୀରାରୁ...

ଅନାହାରରେ ଦୁଇ ମା’ ଝିଅ

ହାଟଡିହୀ,୩୦। ୧୧(ଡି.ଏନ୍‌.ଏ.)- କେନ୍ଦୁଝର ଜିଲାର ବଣପାହାଡ ଘେରା ହାଟଡିହୀ ବ୍ଲକର ଏକ ଅବହେଳିତ ଆଦିବାସୀ ଅଧ୍ୟୁଷିତ ଗାଁ ହଦଗଡ଼ । ଏହିଗାଁରେ ଅନେକ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଜୀବନ ବିତାଉଛନ୍ତି। ସରକାର ଗରିବ ଲୋକଙ୍କ ଲାଗି କାର୍ଯ୍ୟକାରୀ କରୁଥିବା...

ପଦ୍ମାବତୀ ପାଇଲେ ରାଜ୍ୟପାଳ ଟ୍ରଫି

କେନ୍ଦୁଝର,୩୦।୧୧( ସ୍ବ.ପ୍ର./ଡି.ଏନ.ଏ.)- ଭୁବନେଶ୍ୱର ଯାତ୍ରୀ ନିବାସଠାରେ ୨୦୧୭ – ୧୮ ବର୍ଷ ପାଇଁ ‘ପ୍ରତିଭା ଅନ୍ବେଷଣ’ କାର୍ଯ୍ୟକ୍ରମରେ ରାଜ୍ୟପାଳ ଟ୍ରଫି ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ବିଭିନ୍ନ ଜିଲାର ୨୦୦ ପ୍ରତିଯୋଗୀ ଭାଗ ନେଇଥିଲେ । ୨୮ ତାରିଖରେ ରବୀନ୍ଦ୍ର...

ପିଲାଙ୍କୁ ଇଂଲିଶ ମାଧ୍ୟମ ପାଠପଢା ନାଁରେ ପ୍ରତାରଣା: ଠକେଇର ଶିକାର ଶତାଧିକ ମହିଳା

ଝୁମ୍ପୁରା, ୩୦।୧୧ (ଡି.ଏନ.ଏ.)- ଗ୍ରାାମାଞ୍ଚଳ ପିଲାଙ୍କୁ ଇଂଲିଶ ମାଧ୍ୟମରେ ପାଠ ପଢାଇବା ପ୍ରଲୋଭନ ଦେଖାଇ ଝାଡଖଣ୍ଡ ରାଜ୍ୟର ଜଣେ ବ୍ୟକ୍ତି କେନ୍ଦୁଝର ଜିଲା ଝୁମ୍ପୁରା ଅଞ୍ଚଳରେ ଶିକ୍ଷାନଷ୍ଠାନ ଓ କୋଚିଂ ସେଣ୍ଟର ଖୋଲି ବଡ ଧରଣର ଠକେଇ କରିଥିବା ପଦାକୁ...

୫ ବର୍ଷ ହେଲା ପାଦରେ ପଡିଛି ବେଡି

ଆନନ୍ଦପୁର,୨୯। ୧୧(ସ୍ବ.ପ୍ର.)- ମାନସିକ ରୋଗରେ ଆକ୍ରାନ୍ତ ୨୫ ବର୍ଷର ଜଣେ ବିବାହିତ ଝିଅଙ୍କୁ ତାଙ୍କ ଗରିବ ବାପା ଉପଯୁକ୍ତ ଚିକିତ୍ସା କରାଇ ନ ପାରି ପ୍ରାୟ ୫ ବର୍ଷ ହେଲାଗୋଡରେ ଏକ ବେଡି ପକାଇ ଘରେ ଅଟକାଇ ରଖିଛନ୍ତି। ଏଭଳି...

କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର

ଚମ୍ପୁଆ, ୨୯ା୧୧(ଡି.ଏନ.ଏ.)- ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ମାଧ୍ୟମରେ ଶିଶୁଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକପତ୍ର ଯୋଗାଣ ସହ ପ୍ରାକ୍‌ ଶିକ୍ଷା ପ୍ରଦାନ କରାଯାଉଛି। ହେଲେ କେନ୍ଦୁଝର ଜିଲା ଚମ୍ପୁଆ ଅଞ୍ଚଳରେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି।...

ଖରିଫ ଧାନ ସଂଗ୍ରହ ପାଇଁ ପ୍ରଚାର ରଥ

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- କେନ୍ଦୁଝର ଜିଲା ଚମ୍ପୁଆ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଖରିଫ ଧାନ ସଂଗ୍ରହ ପାଇଁ ଏକ ସଚେତନତା ରଥ ବୁଲିବା ଆରମ୍ଭ କରିଛି। ଉପଜିଲାପାଳ ପ୍ରତାପ ପ୍ରୀତିିମୟ ନିଜ କାର୍ଯ୍ୟାଳୟ ଠାରେ ପତାକା ହଲାଇ ରଥର ଶୁଭାରମ୍ଭ...

କର୍ମୀଙ୍କ ପିଣ୍ଡାରେ ଚାଲିଛି ଅଙ୍ଗନୱାଡି

ଚମ୍ପୁଆ, ୨୯ା୧୧(ଡି.ଏନ.ଏ)- ସରକାରଙ୍କ ପକ୍ଷରୁ ପ୍ରାକ ଶିକ୍ଷା ପ୍ରଦାନ କ୍ଷେତ୍ରରେ ସମସ୍ତ ସୁବିଧା ସୁଯୋଗ ସୃଷ୍ଟି କରାଯାଇ ଅଙ୍ଗନୱାଡି ମାଧ୍ୟମରେ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ, ପୋଷାକ ପତ୍ର ଓ ପ୍ରାକ ଶିକ୍ଷା ପ୍ରଦାନ କରାଯାଉଥିବା ବେଳେ ଏହାର ବିପରୀତ...

ରାସ୍ତା ନିର୍ମାଣ କାର୍ଯ୍ୟ ବିଳମ୍ବ, ନିମ୍ନମାନର: ପ୍ରତିବାଦ କଲେ ବଡବିଲ କଲେଜ ଛାତ୍ରୀଛାତ୍ର

ବଡବିଲ, ୨୯।.୧୧ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ସହରାଞ୍ଚଳ ଦେଇ ୪ ଲେନ ବିଶିଷ୍ଟ ୧୦ ନମ୍ବର ରାଜ୍ୟ ରାଜପଥର ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ଓ ଖାଲଖମା ଗୁଡିକର ତୁରନ୍ତ ମରାମତି କରି ଦୁର୍ଘଟଣାକୁ ଏଡାଇବା ନିମନ୍ତେ ବ୍ୟବସ୍ଥା...

ପ୍ରକୃତିର ବରଦାନ ସାନଘାଗରା

କେନ୍ଦୁଝର, ୨୯ା୧୧ (ସ୍ବ.ପ୍ର.)-ପ୍ରକୃତିର ବରଦାନ ସାନଘାଗରା କହିଲେ ଅତ୍ୟୁକ୍ତି ହେବନାହିଁ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସାନଘାଗରା ଜଳପ୍ରପାତ। ଏଠାକୁ ଯିଏ ଥରେ ଆସିଛି ସେ ଏହାର ମନୋରମ ଦୃଶ୍ୟ କେବେ ଭୂଲିପାରିନାହିଁ। ପ୍ରାୟତଃ ଶୀତ ଦିନ ଆସିଲେ କେନ୍ଦୁଝର...

ନିଆରା ବାଲିଠାକୁରାଣୀ ପୂଜା: ଦେଉଛି ସଦ୍‌ଭାବନା ଓ ସହଯୋଗର ବାର୍ତ୍ତା

ହାଟଡିହୀ, ୨୮ା୧୧ (ଡି.ଏନ.ଏ.)-କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଅନ୍ତର୍ଗତ ସୁଲଣ ଓ ଜଳସରପୁର ଗ୍ରାମରେ ୫ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ମା’ ବାଲିଠାକୁରାଣୀଙ୍କ ପୂଜା ଅଞ୍ଚଳବାସୀଙ୍କ ମନରେ ନିଆରା ସାଂସ୍କୃତିକ ଚେତନା ସୃଷ୍ଟି କରିଆସିଛି। ଚଳିତବର୍ଷ ୯ ଦିନ ଧରି...