କେନ୍ଦୁଝର

ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ…

ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା…

ଛେଳି ଖାଇବାକୁ ଆସିଥିବା ୧୪ ଫୁଟର ଅହିରାଜ ଉଦ୍ଧାର, ଜଙ୍ଗଲରେ ଛାଡ଼ିଲା ବନବିଭାଗ

ପାଟଣା,୨୨ା୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ତଣ୍ଡ ଗ୍ରାମ ମଝିସାହିର ପ୍ରଭାକର ବେହେରାଙ୍କ ଘରୁ ୧୪ ଫୁଟ ଲମ୍ବର ଏକ ଅହିରାଜକୁ ଗୁରୁବାର ବନ ବିଭାଗ ଉଦ୍ଧାର କରିଛି। ପରେ ସାପଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ଛାଡ଼ି…

ଟ୍ରକ ଧକ୍କାରେ ୨ ହାତୀ ମୃତ

ଢେଙ୍କିକୋଟ/କୋଳିମାଟି/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଅଘଟଣ ଘଟିଛି। ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଆହତ ହୋଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ,…

ଆଗକୁ ବଢ଼ିବା ଆଶାରେ ଜୟନ୍ତ

ଆନନ୍ଦପୁର,୨୨।୮(ସନ୍ତୋଷ ରାଉତ)- ଆନନ୍ଦପୁରର ପୁରାତନ ଶିକ୍ଷାନୁଷ୍ଠାନ ବଳଭଦ୍ର ନାରାୟଣ ଉଚ୍ଚ ବିଦ୍ୟାଳୟ(ବି.ଏନ.ହାଇସ୍କୁଲ)ର ଦଶମ ଶ୍ରେଣୀର ଛାତ୍ର ଜୟନ୍ତ କୁମାର ଦତ୍ତ(୧୫)। ଦଶମରେ ପାଠ ପଢ଼ୁଥିଲେ ମଧ୍ୟ ଭବିଷ୍ୟତ ପାଇଁ ଏକ ଲକ୍ଷ୍ୟ ରଖିଛନ୍ତି। ସେ ଜଣେ ପାରା କମାଣ୍ଡର ହେବାକୁ ଆଶା…

ଭଙ୍ଗା ଘରେ ଚାଲିଛି ପାଠ ପଢ଼ା

ତେଲକୋଇ, ୨୨।୮(ଡି.ଏନ.ଏ.)-ତେଲକୋଇ ମୁଖ୍ୟାଳୟରେ ରହିଛି ସର୍ବ ପୂରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହୁଥିବା ବେଳେ ଶ୍ରେଣୀ ଗୃହରେ ପାଣି ଓ ଅଫିସ ଗୃହରେ ପାଣି ଯୋଗୁ ଆସବାବ ପତ୍ର ନଷ୍ଟ ହେବାରେ…

ଦାବି ପୂରଣ ନ ହେଲେ ପଡ଼ିବ ତାଲା: କୁଳପତିଙ୍କୁ ଦାବିପତ୍ର ଦେଲେ ଛାତ୍ରୀଛାତ୍ର

କେନ୍ଦୁଝର, ୨୨ା୮ (ସ୍ବ.ପ୍ର.)-ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଜିଲା ମୁଖ୍ୟାଳୟ ଠାରେ ଥିବା ଦ୍ୱିତୀୟ କ୍ୟାମ୍ପସରେ ବ୍ୟାପକ ଅବ୍ୟବସ୍ଥା ନେଇ ଛାତ୍ରୀଛାତ୍ର ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଜରିଆରେ କୁଳପତିଙ୍କୁ ସ୍ମାରକପତ୍ର ଦେଇ ତୁରନ୍ତ ସମାଧାନ କରିବାକୁ…

ବୃଦ୍ଧାଙ୍କୁ କଚାଡ଼ି ମାରିଲା ଦନ୍ତା

ତେଲକୋଇ/ପରଜଙ୍ଗ, ୨୧।୮(ଡି.ଏନ୍‌.ଏ.): ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ସଂରକ୍ଷିତ ଜଙ୍ଗଲରେ ହାତୀ-ମଣିଷ ସଂଘର୍ଷ ତୀବ୍ର ରୂପ ନେଇଛି। ହାତୀ ଦୌରାତ୍ମ୍ୟରେ ଜଙ୍ଗଲତଳି ଅଞ୍ଚଳବାସୀ ସର୍ବାଧିକ ପ୍ରଭାବିତ ହେଉଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ହାତୀ ମୁହଁରେ ଜୀବନ ଯିବା ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମହାବିରୋଡ଼ ସେକ୍ସନ…

ପାଇପ୍‌ରୁ ଆସୁଛି ନାଲି ରଙ୍ଗର ପାଣି: ପାନୀୟଜଳ ପାଇଁ ଓ୍ବାର୍ଡବାସୀ ହଇରାଣ

ଯୋଡ଼ା, ୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୯ନଂ ଓ୍ବାର୍ଡ ଗୋପ ମହାନ୍ତି ହଟିଂ ଠାରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପାନୀୟ ଜଳ ନିମନ୍ତେ ଦିଆଯାଇଥିବା ପାଇପ ଲାଇନରେ ନାଲି ରଙ୍ଗର ଦୂଷିତ ଜଳ ଆସୁଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଅଭିଯୋଗ…

ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ : ଦାବି ପୂରଣ ନ ହେଲେ ଆନ୍ଦୋଳନ ଜୋର୍‌ଦାର

କେନ୍ଦୁଝର,୨୧।୮(ସ୍ବ.ପ୍ର.): ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଥିବା ଦ୍ୱିତୀୟ କ୍ୟାମ୍ପସରେ ବ୍ୟାପକ ଅବ୍ୟବସ୍ଥା ନେଇ ଛାତ୍ରୀଛାତ୍ର ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏନେଇ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଜରିଆରେ କୁଳପତିଙ୍କୁ ଦାବିପତ୍ର ଦେଇ ତୁରନ୍ତ ସମାଧାନ କରିବାକୁ ଦାବି କରିଛନ୍ତି।…

ନିଶା ଔଷଧ କାରବାର : ଜଣେ ଗିରଫ

ଯୋଡ଼ା,୨୧।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ସହରର ସହିଦ ନଗରଠାରେ ଯୋଡା ପୋଲିସ ଚଢାଉ କରି ନିଶା ଔଷଧ ଓ ମଦ କାରବାର କରୁଥିବା ଅଭିଯୋଗରେ ଅନଓ୍ବାର ହୁସେନ୍‌ଙ୍କୁ ଗିରଫ କରିଛି। ଯୋଡା ଥାନା ଏସଆଇ ବିଶ୍ୱଜିତ ବେହେରାଙ୍କ ଠାରୁ ମିଳିଥିବା ସୂଚନାନୁଯାୟୀ…

କେନ୍ଦୁଝର ଜେଲରେ କଏଦୀଙ୍କ ମୃତ୍ୟୁ

କେନ୍ଦୁଝର,୨୧।୮(ସ୍ବ.ପ୍ର.): କେନ୍ଦୁଝର ଜେଲରେ ସଜା କାଟୁଥିବା ଜଣେ କଏଦୀଙ୍କର ବୁଧବାର ପୂର୍ବାହ୍ନରେ ମୃତ୍ୟୁ ଘଟିଛି। ସେ ହେଲେ ବଡ଼ବିଲ ଥାନା ହିସାବୁରୁ ଗ୍ରାମର ବିପିନ ନାୟକ। ପ୍ରକାଶ ଯେ, ବିପିନ ୨୦୧୭ ମସିହାରେ ଚମ୍ପୁଆ ଜେଲରୁ ଏଠାକୁ ସ୍ଥାନାନ୍ତରିତ ହୋଇଆସିଥିଲେ। ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?