କେନ୍ଦୁଝର

ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବିରେ ୩୧୪ ବ୍ଲକ ପରିକ୍ରମା : ଯୋଡ଼ାରେ ପହଞ୍ଚିଲେ ସତ୍ୟବ୍ରତ

ଯୋଡ଼ା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶାକୁ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦାବି ନେଇ ପଦଯାତ୍ରା ଆରମ୍ଭ କରିଥିବା ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ଭଗବାନସିଂଘ ଗ୍ରାମର ସତ୍ୟବ୍ରତ ଦାସ ରବିବାର କେନ୍ଦୁଝର ଜିଲା ଯୋଡ଼ାଠାରେ ପହଞ୍ଚିଛନ୍ତି। ଯୋଡ଼ାରେ ବୁଦ୍ଧିଜୀବୀ ମହଲରୁ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି।…

ନିଲାମ ହେବ ଖଣି, ବିଭିନ୍ନ କମ୍ପାନୀ ତତ୍ପର

ଯୋଡ଼ା, ୨୦।୧୦(ଡି.ଏନ.ଏ.)-ରାଜ୍ୟ ସରକାରଙ୍କ ବିଭିନ୍ନ ଖଣି ଗୁଡିକରେ ଲିଜ୍‌ ଅବଧି ଶେଷ ହେବାକୁ ଥିବାରୁ ସେଗୁଡିକର ପୁନଃ ନିଲାମ ପାଇଁ ଘୋଷଣା ପରେ ଯୋଡା ଖଣି ମଣ୍ଡଳର ବିଭିନ୍ନ ଖଣି ଉପରେ ବଡ ବଡ କମ୍ପାନୀଗୁଡ଼ିକର ନଜର ପଡିଛି । ସେମାନଙ୍କର…

ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ

ହାଟଡିହୀ, ୨୦।୧୦(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ଗ୍ରାମର ଦେହୁରୀସାହିର ଲୋକମାନେ ଅସ୍ବାସ୍ଥ୍ୟକର ପରିବେଶରେ ଜୀବନ ବିତାଇ ନାନା ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ଦୀର୍ଘ ବର୍ଷ ହେବ ସମସ୍ୟାର ସମାଧାନ ପାଇଁ ଜନ ପ୍ରତିନିଧିଙ୍କ ଠାରୁ ପ୍ରଶାସନର ଦ୍ୱାରସ୍ଥ…

ଧୂଳିଧୂଆଁରେ ଅଞ୍ଚଳବାସୀ ଅତିଷ୍ଠ : ୧ ହଜାର ପୋଷ୍ଟକାର୍ଡ ସଂଗ୍ରହ କରି ମୁଖ୍ୟମନ୍ତ୍ରୀଙ୍କୁ ପଠାଯିବ ଅଭିଯୋଗ

ବଡ଼ବିଲ,୧୯।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଅଞ୍ଚଳବାସୀ ବିପର୍ଯ୍ୟସ୍ତ ରାସ୍ତାଘାଟ, ଟ୍ରାଫିକ ସମସ୍ୟା, ପ୍ରଦୂଷଣରେ ଅତିଷ୍ଠ ହୋଇପଡ଼ିଛନ୍ତି। ଧୂଳିଧୂଆଁ ଜନିତ ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧିପାଉଛି। ତେବେ ଏ ନେଇ…

ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଗିରଫ

ପାଟଣା,୧୯।୧୦(ସ୍ବ.ପ୍ର.)- ଏକ ଅର୍ଥ ଲଗାଣକାରୀ ସଂସ୍ଥାର ଫିଲ୍‌ଡ ଅଫିସର ଅଜୟ କୁମାର ସାହଙ୍କଠାରୁ ରାସ୍ତାରେ ଟଙ୍କା ଲୁଟ୍‌ ଘଟଣାରେ କେନ୍ଦୁଝର ଜିଲା ପାଟଣା ଥାନା ପୋଲିସ ପର୍ଦ୍ଦାଫାଶ କରିଛି। କେହି ଲୁଟେରା ନୁହେଁ ନିଜେ ଅଭିଯୁକ୍ତ ଅଜୟ ଲୁଟ୍‌ ବାହାନା କରି…

ଓଡ଼ିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ପଦଯାତ୍ରା

ଚମ୍ପୁଆ, ୧୯।୧୦ (ଡି.ଏନ.ଏ.)-ଓଡିଶାକୁ ସ୍ବତନ୍ତ୍ର ପାହ୍ୟା ଦାବିରେ ଆନ୍ଦୋଳନ କରୁଥିବା ଜନସଚେତନା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ୩୧୪ ବ୍ଲକକୁ ପଦଯାତ୍ରା ଆରମ୍ଭ କରିବା ପରିପ୍ରେକ୍ଷୀରେ ଶୁକ୍ରବାର ଚମ୍ପୁଆ ବ୍ଲକରେ ପହଞ୍ଚି ବିଡିଓ ନୂପୁର ଚାନ୍ଦଗୋଟିଆଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ରାଷ୍ଟ୍ରପତିଙ୍କ…

ଅସହାୟ ଟିକିଲିଙ୍କୁ ମିଳିଲା ନୂଆ ଜୀବନ

ଘସିପୁରା,୧୯।୧୦(ଡି.ଏନ.ଏ.)- ଟିକିଲି ଜେନା(୨୬) ନାମ୍ନୀ ଜଣେ ଅସହାୟ ମାନସିକ ଅନଗ୍ରସର ଯୁବତୀ ଦୁର୍ଘଟଣାର ଶିକାର ହେବା ପରେ ଉପଯୁକ୍ତ ଚିକିତ୍ସାସେବା ନ ପାଇ ୮ ମାସ ଧରି ମୃତ୍ୟୁସହ ସଂଗ୍ରାମ କରୁଥିଲେ। ତାଙ୍କ ବାମ ହାତ ଭାଙ୍ଗିଥିବାରୁ ଏହା ସଂକ୍ରମିତ ହୋଇ…

ଯୌତୁକ ଜନିତ ମହିଳାଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ ଅଟକ

ହାଟଡିହୀ,୧୭।୧୦(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୋସୋ ଥାନା ଅଧୀନ ଖଳାଗଡିଆ ଗ୍ରାମର ଜଣେ ମହିଳାଙ୍କୁ ଯୌତୁକ ପାଇଁ ବିଷଦେଇ ହତ୍ୟା କରାଯାଇଥିବା ଗୁରୁବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଓ ଆନନ୍ଦପୁର ଡିଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ…

ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରାର ଶୁଭାରମ୍ଭ କଲେ ଜିଲାପାଳ

କେନ୍ଦୁଝର,୧୭।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ପ୍ଲାଷ୍ଟିକ ବର୍ଜନ ଶୋଭାଯାତ୍ରା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, କେନ୍ଦୁଝର ଶାଖା ପକ୍ଷରୁ ଏହି ଶୋଭାଯାତ୍ରା ଆୟୋଜିତ ହୋଇଥିବାବେଳେ ଏହାକୁ ଜିଲାପାଳ ଆଶିଷ ଥାକ୍‌ରେ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଏଥିରେ…

ବନ ବିଭାଗର ଚଢ଼ାଉ : ଲକ୍ଷାଧିକ ଟଙ୍କାର କାଠ ସହ ବାଇକ ଜବତ, ୪ ଗିରଫ

ବଡ଼ବିଲ,୧୭।୧୦(ସ୍ବ.ପ୍ର.) : କେନ୍ଦୁଝର ଜିଲା ବଡ଼ବିଲ ବନାଞ୍ଚଳ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲରୁ ଗଛ କାଟି ଚୋରା ଚାଲାଣ ବେଳେ ୪ କାଠ ମାଫିଆଙ୍କୁ ବୁଧବାର ରାତିରେ ବନବିଭାଗ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲା…

ଭିତ୍ତିଭୂମିର ହେଉନି ବିକାଶ; ନାମକୁ ମାତ୍ର ପର୍ଯ୍ୟଟନସ୍ଥଳୀ: ପାହାଡ଼ ପାଦଦେଶରେ ପୂଜା ପାଉଛନ୍ତି ମା’ ଗଡ଼ଚଣ୍ଡୀ

ହାଟଡିହୀ,୧୭। ୧୦(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକରେ ଅବସ୍ଥିତ ମା’ ଗଡ଼ଚଣ୍ଡୀଙ୍କ ମନ୍ଦିର। ସାକ୍ଷତ ଦେବୀ ରୂପେ କାହିଁ କେଉଁ କାଳରୁ ପୂଜା ପାଇଆସୁଛନ୍ତି। ୧୯୯୮ ମସିହାରେ ଓଡ଼ିଶା ଟୁରିଜମ୍‌ ବିଭାଗ ପକ୍ଷରୁ ଗଡ଼ଚଣ୍ଡୀକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦିଆଯାଇଥିଲା।…

୮ ମାସ ପରେ ସିଙ୍ଗରାଇଙ୍କୁ ମିଳିଲା ଚିକିତ୍ସା ସେବା

ଆନନ୍ଦପୁର,୧୭। ୧୦(ସ୍ବ.ପ୍ର.)-ଚିକିତ୍ସା ସେବା ଅପହଞ୍ଚ ଥିବା ଇଲାକାରେ ଏବେବି ଅନ୍ଧବିଶ୍ୱାସକୁ ଲୋକେ ଗ୍ରହଣ କରୁଛନ୍ତି। ଲୋକମାନେ ଗୁଣିଗାରେଡି, ଝଡ଼ାଫୁଙ୍କା ଭଳି ଅନ୍ଧବିଶ୍ୱାସର ମୋହ ଛାଡିବାକୁ ପ୍ରସ୍ତୁତ ନାହାନ୍ତି। ଏହିଭଳି ଏକ ନଜିର ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟଠାରୁ ମାତ୍ର ୧୨ କି.ମି. ଦୂର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?