କେନ୍ଦୁଝର

ଭାରସାମ୍ୟ ହରାଇ ଓଲଟିଲା ଅଟୋ: ୪ ଗୁରୁତର, ୬ ଆହତ

ପାଟଣା,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୂଳି ପାଟଣା ରାସ୍ତାର ଜଡିଚାତର ନିକଟରେ ବୁଧବାର ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ଓଲଟି ପଡ଼ିଛି। ଫଳରେ ଅଟୋରେ ଥିବା ୧୦ ଯାତ୍ରୀଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଥିବା ବେଳେ ୬…

କୁରାଳ ପଞ୍ଚମୀ ପାଳନ: ଜମିଲା ନୃତ୍ୟଗୀତର ଆସର

କେନ୍ଦୁଝର,୪।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ବଂଶପାଳ ବ୍ଲକ ତରମାକାନ୍ତ କୁରାଳସାହି ପକ୍ଷରୁ ବୁଧବାର କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହୋଇଯାଇଛି। ୧ରୁ ୩ ତାରିଖ ପର୍ଯ୍ୟନ୍ତ ରୁଦ୍ରପାଳ ରତ୍ନଶାରୀଙ୍କ କୁରାଳ ପଞ୍ଚମୀ ଧୁମ୍‌ଧାମରେ ପାଳନ କରାଯାଇଥିଲା। ଏଥିରେ ରତ୍ନସାଗର ସଂକୀର୍ତ୍ତନ ମଣ୍ତଳୀ ଭଗତପୁର…

କେନ୍ଦୁଝରରେ ପାଣିପାଗରେ ପରିବର୍ତ୍ତନ: ଆଗଭଳି ହାଡ଼ଭଙ୍ଗା ଶୀତ ନାହିଁ

କେନ୍ଦୁଝର, ୪।୧୨ (ସ୍ବ.ପ୍ର.)-ବିଳମ୍ବରେ ହେଉ ପଛକେ କେନ୍ଦୁଝର ଜିଲାରେ ଶୀତର ଆଗମନକୁ ନେଇ ଅନେକ ଖୁସି ବ୍ୟକ୍ତ କରୁଛନ୍ତି ା ତେବେ ଏହି ସମୟରେ ଯେଉଁ ଭଳି ଶୀତ ହେବା କଥା ସେଭଳି ଶୀତ ହେଉ ନ ଥିବାରୁ ଉଦ୍‌ବେଗ ପ୍ରକାଶ…

ଯାତ୍ରୀଙ୍କଠାରୁ ଲକ୍ଷେ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ

ଆନନ୍ଦପୁର,୩।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ରିଜ୍‌ଛକଠାରୁ ବସ୍‌ରୁ ଓହ୍ଲାଇଥିବା ଜଣେ ଯାତ୍ରୀଙ୍କ ଠାରୁ ମଙ୍ଗଳବାର ପୂର୍ବାହ୍ନରେ ଲକ୍ଷେ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଆନନ୍ଦପୁର ଥାନା ଅଡହୁରିଆ ଗ୍ରାମର ତପନ ଜେନା ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ବ୍ରାଞ୍ଚରୁ ଲକ୍ଷେ ଟଙ୍କା…

ଅଦରକାରୀ, ପୁରୁଣା ସାମଗ୍ରୀରେ ବାଇକ୍‌ ତିଆରି କଲେ ନବମ ଶ୍ରେଣୀ ଛାତ୍ର

ଆନନ୍ଦପୁର : ଜଣେ ନବମ ଶ୍ରେଣୀ ଛାତ୍ର ନିଜସ୍ବ ଜ୍ଞାନକୌଶଳ ବଳରେ ତିଆରି କରିଛନ୍ତି ଏକ ବାଇକ୍‌। ଏହି ବାଇକ୍‌କୁ ନେଇ ସମଗ୍ର କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ସୌର, ବାୟୁ ଓ ପାଣିଶକ୍ତିକୁ ନେଇ ବାଇକ୍‌ଟି ଗତିଶୀଳ…

୪୦ ଟଙ୍କାରେ ପିଆଜ ବିକିଲା କଂଗ୍ରେସ

ପାଟଣା,୩।୧୨(ସ୍ବ.ପ୍ର.): ଓଡ଼ିଶାରେ ପିଆଜ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ କେନ୍ଦୁଝର ଜିଲା ପାଟଣାବ୍ଲକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ରାଜନଗରଠାରେ ପିଆଜ କିଲୋ ପ୍ରତି ୪୦ ଟଙ୍କା ଦରରେ ଖାଉଟିମାନଙ୍କୁ ଯୋଗାଇ ଦିଆଯାଇଛି। ଗ୍ରାହକଙ୍କୁ ମୁଣ୍ଡ ପିଛା ମାତ୍ର ୨୫୦ ଗ୍ରାମ ଲେଖା…

ମାର୍ଚ୍ଚ ୩୧ ସୁଦ୍ଧା ନିଲାମ ହେବ ୨୦ ଖଣି

ଭୁବନେଶ୍ୱର/ଯୋଡ଼ା,୩।୧୨(ବ୍ୟୁରୋ/ଡି.ଏନ୍‌.ଏ. ): ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୨୦ ଖଣିର ପୁନଃ ଟେଣ୍ଡର କରାଯିବ। ଏ ନେଇ ଖଣି ଓ ଇସ୍ପାତ ବିଭାଗ ଯୁଗ୍ମ ସଚିବ ମଞ୍ଜୁଲତା ସ୍ବାଇଁ ସୋମବାର ଖଣି ନିର୍ଦ୍ଦେଶକଙ୍କୁ ଚିଠି (ସଂଖ୍ୟା-…

ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଅଭିଭାବକ

ଯୋଡ଼ା,୨।୧୨(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ାସ୍ଥିତ ବନେଇକଳା ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପରୀକ୍ଷା ଫର୍ମ ପୂରଣରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ସୋମବାର ନ୍ୟାୟ ପାଇଁ ଲିଖିତ ଆକାରରେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦଶମ ଶ୍ରେଣୀରେ ପଢୁଥିବା ୮୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୪୯…

ଜିଲାସ୍ତରୀୟ ଯୁବ ମହୋତ୍ସବ ଉଦ୍‌ଯାପିତ: ବନ୍ଧୁତାର ବାର୍ତ୍ତା ବାଣ୍ଟି ଫେରିଲେ ଯୁବ କଳାକାର

କେନ୍ଦୁଝର,୨।୧୨(ସ୍ବ.ପ୍ର./ଡି.ଏନ.ଏ.)-କେନ୍ଦୁଝର ନଗରଭବନଠାରେ ଆୟୋଜିତ ଦୁଇ ଦିନିଆ ଜିଲାସ୍ତରୀୟ ଯୁବ ମହୋତ୍ସବ ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଯାଇଛି। ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ପୌରପାଳିକା ଅଞ୍ଚଳରୁ ଆସିଥିବା ଯୁବ କଳାକାରମାନେ ମହୋତ୍ସବରେ ଭାଗ ନେଇ କଳା ମାମରେ ବନ୍ଧୁତାର ବାର୍ତ୍ତା ଦେଇ ଫେରିଯାଇଛନ୍ତି…

ଛାତ୍ରକୁ ମାଡ଼ ଘଟଣାରେ ଅଧ୍ୟକ୍ଷ ନିଲମ୍ବିତ

ଢେଙ୍କିକୋଟ, ୨।୧୨(ଡି.ଏନ୍‌.ଏ.)- କେନ୍ଦୁଝର ଜିଲା ଘଟଗାଁ ବ୍ଲକ ଢେଙ୍କିକୋଟ ପଞ୍ଚାୟତ ଟିକିରାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜଣେ ୯ମ ଶ୍ରେଣୀର ଛାତ୍ରଙ୍କୁ ମାଡ଼ ମରାଯିବା ଘଟଣାରେ ଅଧ୍ୟକ୍ଷ ରାଜୀବ କୁମାର ଦତ୍ତଙ୍କୁ ନିଲମ୍ବିତ କରାଯାଇଛି। ପରବର୍ତ୍ତୀ ଅଧ୍ୟକ୍ଷ ନିଯୁକ୍ତି ପର୍ଯ୍ୟନ୍ତ ବରିଷ୍ଠ…

୨ ଶିକ୍ଷକଙ୍କ ଦରମା ବନ୍ଦ

ଚମ୍ପୁଆ, ୧ା୧୨(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ ଅନ୍ତର୍ଗତ ଗୋପୀନାଥପୁର ପ୍ରାଥମିକ ବିଦ୍ୟାଳୟରେ ଜିଲା ଶିକ୍ଷା ଅଧିକାରୀଙ୍କ ମନିଟରିଂ ପରେ ଚମ୍ପୁଆ ବ୍ଲକ ଶିକ୍ଷା ଅଧିକାରୀ ୨ ଜଣ ଶିକ୍ଷକଙ୍କ ଦରମା ବନ୍ଦ କରିଥିବା ଜଣାପଡିଛି। ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ…

ବିଶ୍ୱ ଏଡ୍‌ସ ଦିବସ: ସଚେତନତା ସୃଷ୍ଟି ପାଇଁ ଦସ୍ତଖତ ଅଭିଯାନ

କେନ୍ଦୁଝର,୧।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟରେ ରବିବାର ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲାମୁଖ୍ୟ ଡାକ୍ତରଖାନା ପରିସରରୁ ଏକ ସଚେତନତା ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ସ୍ବାସ୍ଥ୍ୟ ବିଭାଗ ଓ ଆଇନ ସେବା ପ୍ରାଧିକରଣ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri