କେନ୍ଦୁଝର

ଚଳନ୍ତା ଟ୍ରକ୍‌ରୁ ପଡି ହେଲ୍‌ପର ଗୁରୁତର

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ସଦର ବ୍ଲକ ଗୋପାଳପୁର ୨୦ନଂ.ଜାତୀୟ ରାଜପଥ ନିକଟରେ ଚଳନ୍ତା ଟ୍ରକରୁ ଜଣେ ହେଲ୍‌ପର ପଡିଯାଇ ଗୁରୁତର ହୋଇଛନ୍ତି। ସେ ହେଲେ ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ଝାରବେଡ଼ା ଗ୍ରାମର ପ୍ରଫୁଲ୍ଲ କସିମାଳିଆ(୨୪)। ଡ୍ରାଇଭର ପ୍ରତାପ ସିଂ ସହିତ ସେ…

ମଲିପଶି ଭଲିବଲ୍‌ ଟୁର୍ନାମେଣ୍ଟ: ପଣ୍ଡୁଆ ଚାମ୍ପିୟନ

ଢେଙ୍କିକୋଟ,୬।୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ପାଟଣା ବ୍ଲକ ମଶୁଆରୀ ପଞ୍ଚାୟତ ଅଧୀନ ମଲିପଶି ଗ୍ରାମରେ ଉଦ୍ୟେକ୍ତା ହରିହର ରଣାଙ୍କ ନେତୃତ୍ୱରେ ରବିବାର ଦିନିକିଆ ଭଲିବଲ୍‌ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଜଗନ୍ନାଥ ନାଏକ, ବ୍ଲକ ଅଧ୍ୟକ୍ଷ ବିଶ୍ୱନାଥ ନାୟକ, ସରପଞ୍ଚ ଉମାମଣି…

ତେଲକୋଇରେ ହାତୀ ଆତଙ୍କ

କେନ୍ଦୁଝର, ୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳ ଅଧୀନସ୍ଥ ଖୁଣ୍ଟାପଡା ଗାଁରେ ହାତୀ ଉପଦ୍ରବ ଦେଖାଯାଇଛି। ୫ ଟିକିଆ ହାତୀପଲ ଗାଁରେ ପଶି ଖଳାରେ ଥିବା ଧାନକୁ ଖାଇବା ସହ ଧାନ ଜଗିବା ପାଇଁ ଥିବା ମଞ୍ଚାକୁ ଭାଙ୍ଗି ଦେଇଛନ୍ତି। ମଞ୍ଚାରେ…

ମହିଳାଙ୍କଠାରୁ ୫୨ ହଜାର ଟଙ୍କା ଝାମ୍ପି ନେଲେ ଦୁର୍ବୃତ୍ତ

କେନ୍ଦୁଝର,୬।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ଅନ୍ତର୍ଗତ ନରଣପୁରସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆରୁ ଟଙ୍କା ନେଇ ଆସୁଥିବା ଜଣେ ମହିଳାଙ୍କଠାରୁ ଟଙ୍କା ଲୁଟ୍‌ ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳା ଜଣଙ୍କ ହେଲେ ସବିତା ନାୟକ। ତାଙ୍କ ଘର ହଳଦିଆ ଟାଙ୍ଗିରି ବୋଲି…

୨୧ରେ ସିଏଏ ସପକ୍ଷରେ ରାଲି

କେନ୍ଦୁଝର,୬।୧(ସ୍ବ.ପ୍ର.): ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ପରିପ୍ରେକ୍ଷୀରେ କେନ୍ଦୁଝର ଭାଜପା ପକ୍ଷରୁ ଏକ ଖବରଦାତା ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାସ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି,…

ବାପଛେଉଣ୍ଡ ୪ ଶିଶୁ ଅସହାୟ

ତେଲକୋଇ, ୬।୧(ଡି.ଏନ.ଏ.)-ତେଲକୋଇ ଥାନା ଅନ୍ତର୍ଗତ ସଲେଇକେନା ପଞ୍ଚାୟତର ଦାମୋଦର ଗୌଣି ମୁଣ୍ଡା ସାହିରେ ୪ଜଣ ଅନାଥ ଶିଶୁ ରହୁଛନ୍ତି। ବାପା ମରିବା ପରେ ସେମାନଙ୍କ ମା’ ଛୁଆଙ୍କୁ ଛାଡି ପଳାଇବା ଯୋଗୁ ଛୁଆ ମାନଙ୍କ ପାଖରେ କେହି ନାହାନ୍ତି। ତାଙ୍କର ସାହା…

ବୁଡିବାକୁ ବସିଲାଣି ବାଉଁଶ ଶିଳ୍ପ; ଦୁର୍ଦ୍ଦିନରେ ବାଉଁଶ କାରିଗର

ରାଇସୁଆଁ, ୬।୧(ଡି.ଏନ.ଏ.)-ବାଉଁଶ ଶିଳ୍ପ ଏକ ଲାଭଜନକ କୁଟୀର ଶିଳ୍ପ ଥିଲା। ଏହି କୁଟୀର ଶିଳ୍ପ ମାଧ୍ୟମରେ ଶହଶହ ପରିବାର ଆତ୍ମନିର୍ଭରଶୀଳ ହୋଇ ନିଜନିଜର ଗୁଜୁରାଣ ମେଣ୍ଟାଇ ପାରୁଥିଲେ। ବହୁ ପରିବାର ବେରୋଜଗାରରୁ ମୁକ୍ତି ପାଇ ପାରୁଥିଲେ। ବର୍ତ୍ତମାନ ଆମ ରାଜ୍ୟରେ ଲକ୍ଷ…

ଅନିଶ୍ଚିତତାରେ କନିଆଁନୁକା ନାଳ କଲଭର୍ଟ ନିର୍ମାଣ: କଷ୍ଟ ଭୋଗୁଛନ୍ତି ୱାର୍ଡବାସୀ, ଯାତ୍ରୀ

ଚମ୍ପୁଆ, ୫ା୧(ଡି.ଏନ୍‌.ଏ.)- ଚମ୍ପୁଆ ଏନଏସି ଗଠନ ହେବାର ୫ ବର୍ଷ ପୂରିବାକୁ ଆଉ ଅଳ୍ପ କିଛି ମାସ ବାକି ରହିଥିବା ବେଳେ ୱାର୍ଡବାସୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ବାରମ୍ବାର ୱାର୍ଡବାସୀ ଏନଏସି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରୁଥିଲେ…

ପୁଣି ଲଜ୍ଜା: ବଳାତ୍କାର ପାଇଁ ନେଉଥିବା ବେଳେ ଗାଡ଼ି ଦୁର୍ଘଟଣା, ଲୋକଲୋଚନକୁ ଆସିଲା ଘଟଣା

କେନ୍ଦୁଝର,୪।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ଥାନା ଅଞ୍ଚଳରେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଶୁକ୍ରବାର ଗଣବଳାତ୍କାର ପାଇଁ ହାଟରୁ ନିଆଯାଉଥିବା ବେଳେ ବାଟରେ ଗାଡ଼ି ଦୁର୍ଘଟଣା ଘଟିବା ଚର୍ଚ୍ଚାର ବିଷୟ ହୋଇଛି। ପୂର୍ବରୁ ଉକ୍ତ ନାବାଳିକାଙ୍କୁ ଦୁଇଥର ବଳାତ୍କାର କରାଯାଇଥିବା…

ସାନଘାଗରାରେ ଜମୁଛି ଭିଡ଼: ବିଭିନ୍ନ ଆଚାରର ଚାହିଦା ଅଧିକ

କେନ୍ଦୁଝର, ୪।୧ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଅନ୍ୟତମ ଆକର୍ଷଣ ସାନଘାଗରା ଜଳପ୍ରପାତରେ ନୂଆବର୍ଷ ଉପଲକ୍ଷେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି। ସାନଘାଗରା ଜଳପ୍ରପାତ ବୁଲିବା ସହ ଭୋଜିଭାତ କରିବାକୁ ରାଜ୍ୟ ଓ ରାଜ୍ୟ ବାହାରୁ ବହୁସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି। ପ୍ରାକୃତିକ ଜଙ୍ଗଲ…

ତେଲକୋଇ ବଜାରରୁ ଜବରଦଖଲ ଉଚ୍ଛେଦ

ତେଲକୋଇ,୪ା୧(ଡି.ଏନ୍‌.ଏ.)- ରାସ୍ତା ପ୍ରଶସ୍ତୀକରଣ ପାଇଁ ତେଲକୋଇ ମୁଖ୍ୟାଳୟର ବଜାର ଅଞ୍ଚଳରେ ଥିବା ସରକାରୀ ଜମିକୁ ଶୁକ୍ରବାର ଜବରଦଖଲ ମୁକ୍ତ କରାଯାଇଛି। ସ୍ଥାନୀୟ ତହସିଲଦାର ତଥା ମାଜିଷ୍ଟ୍ରେଟ ଅଶ୍ୱିନୀ କୁମାର ନାୟକ, ବାଂଶପାଳ ତହସିଲଦାର ତ୍ରିନାଥ ଦାଶ ଏବଂ ଥାନା ଅଧିକାରୀ ପଦ୍ମାସିନୀ…

ଦୁର୍ଘଟଣାରେ ୨ ବାଇକ୍‌ ଆରୋହୀଙ୍କ ମୃତ୍ୟୁ

ଯୋଡ଼ା, ୩ା୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ତଥା ୫୨୦ ନଂ. ଜାତୀୟ ରାଜପଥ କଣ୍ଡରା ଛକଠାରେ ନିର୍ମାଣ ହେଉଥିବା ଟୋଲଗେଟ୍‌ ନିକଟରେ ଏକ ବାଇକକୁ ଅଜଣା ଗାଡି ଧକ୍କା ଦେବାରୁ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ଘଟିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri