ପୋଲ ତଳୁ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ସାହି କଳିକୁ ନେଇ ହତ୍ୟା ସନ୍ଦେହ
କେନ୍ଦୁଝର,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ତଳଜାଗର ଗ୍ରାମ ନିକଟରେ ଥିବା ପୋଲ ତଳୁ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ତଳଜାଗର ଗ୍ରାମର କବି ଦେହୁରି (୫୦) ବୋଲି ଜଣାପଡିଛି। ସାହିରେ ହୋଇଥିବା ଝଗଡାକୁ ନେଇ…
ଯୁବକଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ
ପାଟଣା,୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ବନବୀର ଗ୍ରାମର ଜଣେ ୨୨ବର୍ଷୀୟ ଯୁବକ ଗୁରୁବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଦ୍ମଲୋଚନ ମହାନ୍ତଙ୍କ ପୁଅ କାଳୀଚରଣ। ପ୍ରକାଶ ଯେ, ଅପରାହ୍ନରେ କାଳିଚରଣ ନିଜ ଘର ସଙ୍ଗାରେ…
ଭଗାମୁଣ୍ଡାର ପରିଚୟ ରେଶମ ଶିଳ୍ପ
ଯୋଡ଼ା,୬।୩(ଡି.ଏନ.ଏ.)-ଖଣି, ବୈତରଣୀ ଓ ମା’ ତାରିଣୀଙ୍କୁ ନେଇ ସାରା ରାଜ୍ୟ ତଥା ଦେଶରେ କେନ୍ଦୁଝର ଜିଲା ପ୍ରସିଦ୍ଧି ଲାଭ କରିଥିବାବେଳେ ଏବେ ଆଉ ଏକ କୁଟୀରଶିଳ୍ପ ଏହି ଜିଲାକୁ ସ୍ବତନ୍ତ୍ର ପରିଚୟ ଦେଇଛି। ଟସର ରେଶମ ସୂତାରେ ନିର୍ମିତ ଶାଢି,ବସ୍ତ୍ର ପାଇଁ…
ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପ୍ରଶାସନିକ ଅଧିକାରୀଙ୍କ ମାଲ୍ୟାର୍ପଣ
ବଡ଼ବିଲ,୫।୩(ସ୍ବ.ପ୍ର.): ମାର୍ଚ୍ଚ ୫ ଅର୍ଥାତ୍ ଆଜି ରାଜ୍ୟ ବ୍ୟାପୀ ପାଳନ ହେଉଛି ପଞ୍ଚାୟତିରାଜ ଦିବସ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ଏହି ଦିବସ ପାଳନ କରାଯାଉଛି। ସେଥିନିମନ୍ତେ, କେନ୍ଦୁଝର ଜିଲା ବଡ଼ବିଲ ପୋରାଞ୍ଚଳର ମାଟକାମବେଡା କଳିଙ୍ଗସ୍ଥିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ସ୍ଥାନୀୟ…
ଟ୍ରକ୍ ପଛରେ ପିଟିହେଲା ବୋଲେରୋ
କୋଳିମାଟି,୫।୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନରେ ରହିଥିବା କନ୍ତୋମୂଶଳ ପୋଲ ନିକଟରେ ଗୁରୁବାର ଭୋର୍ ସମୟରେ ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣଙ୍କର ଜୀବନ ଯାଇଥିବା ବେଳେ ଆଉ ଦୁଇଜଣ ଆହତ ହୋଇଛନ୍ତି। ସୂଚନାନୁଯାୟୀ, ଯୋଡ଼ାରୁ ଗୋଟିଏ ବୋଲେରୋରେ ୩…
ବିଜୁ ଜୟନ୍ତୀ ପାଳିତ
କେନ୍ଦୁଝର, ୫।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟାଳୟଠାରେ ଗୁରୁବାର ଦିନ ଜିଲା ବିଜେଡି ପକ୍ଷରୁ ବିଜୁ ଜୟନ୍ତୀ ପାଳିତ ହୋଇଯାଇଛି। ଏହି ଅବସରରେ ବିଜୁ ଛକଠାରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ଦଳୀୟ ନେତା ଓ କର୍ମୀମାନେ ମାଲ୍ୟାର୍ପଣ କରିଥିଲେ। ଏଥିସହ ବିଜୁ…
ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ: ଟ୍ରକ ଜବତ, ଚାଳକ ଗିରଫ
ବଡବିଲ, ୫।୩(ସ୍ବ.ପ୍ର.)-ଦୁଇ ଜଣ ସୁରକ୍ଷାକର୍ମୀଙ୍କୁ ଟ୍ରକ ଚପାଇ ହତ୍ୟା ଉଦ୍ୟମ କରାଯିବା ଅଭିଯୋଗକ୍ରମେ କେନ୍ଦୁଝର ଜିଲା ବଡବିଲ ଥାନା ପୋଲିସ ଏକ ମାମଲା ରୁଜୁ କରି ଟ୍ରକ୍କୁ ଜବତ କରିବା ସହ ଡ୍ରାଇଭର ଜୁଲୁ ବେହେରାଙ୍କୁ ଗିରଫ କରିଛି। ପୋଲିସ ସୂଚନା…
ନିଖୋଜ ନାବାଳିକାଙ୍କୁ ମିଳିଲା ଘର ଠିକଣା
କେନ୍ଦୁଝର, ୫ା୩ (ସ୍ବ.ପ୍ର.)-୪ବର୍ଷ ତଳେ ନିଖୋଜ ଥିବା ଜଣେ ୧୨ବର୍ଷୀୟା ନାବାଳିକା ଘର ଠିକଣା ପାଇ ମଙ୍ଗଳବାର ବାପା, ଭାଇ ନିକଟକୁ ଫେରିଆସିଛନ୍ତି। ତାଙ୍କୁ ଫେରି ପାଇ ପରିବାର ଲୋକ ଓ ଗ୍ରାମବାସୀ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ଘଟଣାଟି ଏହିପରି। ଉକ୍ତ…
ଫୁଲ ଚାଷ ଆଣିଛି ନୂଆ ଆଶା
କେନ୍ଦୁଝର, ୫ା୩ (ସ୍ବ.ପ୍ର.)-ପାରମ୍ପରିକ କୃଷିଠାରୁ ଚାଷୀମାନେ ମୁହଁ ଫେରାଇ କ୍ରମେ ଅଣପାରମ୍ପରିକ କୃଷି ପ୍ରତି ମନ ବଳାଉଛନ୍ତି। ଜଳବାୟୁ ପରିବର୍ତ୍ତନ, ଅନିୟମିତ ବର୍ଷା ଆଦି କାରଣରୁ ଫସଲରେ ହେଉଥିବା କ୍ଷତି ରୋକିବା ପାଇଁ କେନ୍ଦୁଝର ଜିଲାର ସଦର ବ୍ଲକ ଅଞ୍ଚଳରେ କେତେକ…
କେନ୍ଦୁଝରରେ କରୋନା ସନ୍ଦିଗ୍ଧ ନେଇ ଚର୍ଚ୍ଚା
କେନ୍ଦୁଝର,୪।୩(ସ୍ବ.ପ୍ର.): ଆଣ୍ଡାମାନରୁ ଫେରିଥିବା ଜଣେ କରୋନା ସନ୍ଦିଗ୍ଧଙ୍କୁ ବୁଧବାର କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ତେବେ ହରିଚନ୍ଦନପୁର ଡାକ୍ତରଖାନାର ଜଣେ ଡାକ୍ତର ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ନେଇ ଚର୍ଚ୍ଚା ଚାଲିଛି। ସନ୍ଦିଗ୍ଧ ଜଣକ ହରିଚନ୍ଦନପୁର…
ପାଟଣାରେ ଅଗ୍ନିକାଣ୍ଡ: ଘରେ କେହି ନ ଥିବା ବେଳେ ଜଳିଗଲା ୨ ବଖରା
ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦିଲୀପ ମାହାନ୍ତଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଏହା ସହ ଘରର ସମସ୍ତ ଆସବାବପତ୍ର ପୋଡିଯାଇଛି। ଖବରପାଇ ସ୍ଥାନୀୟ ଅଗ୍ନିଶମ କର୍ମଚାରୀ…
ଚୋରା ଲୁହାପଥର ବୋଝେଇ ଟ୍ରକ୍ ଜବତ
ଯୋଡ଼ା,୪।୩(ଡି.ଏନ୍.ଏ.): କେନ୍ଦୁଝର ଜିଲା ଯୋଡ଼ା ଥାନା ଅନ୍ତର୍ଗତ ବେହେରା ହାଟିଂ ନିକଟରେ ଚୋରା ଲୁହାପଥର ବୋଝେଇ କରୁଥିବା ବେଳେ ପୋଲିସ ଚଢାଉ କରି ଏକ ଟ୍ରକକୁ ଜବତ କରିଥିବା ଜଣାପଡ଼ିଛି। ଯୋଡ଼ା ଆଇଆଇସି ରାଇସେନ୍ ମୁର୍ମୁଙ୍କଠାରୁ ମିଳିଥିବା ସୂଚନାନୁଯାୟୀ, ମଙ୍ଗଳବାର ବିଳମ୍ବିତ…
Archives


