କରୋନା ସାଜିଛି କଣ୍ଟା: ଧୁରଦାରେ ଅଟକି ରହିଛନ୍ତି ବାହାର ରାଜ୍ୟ ଶ୍ରମିକ
ରାଇସୁଆଁ,୧୫ା୪(ଡି.ଏନ୍.ଏ.) : ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ଏହାକୁ ନେଇ ବହୁ ଦେଶରେ ଲକ୍ଡାଉନ୍ ଭଳି ନିୟମ ଲାଗୁ ହୋଇଥିବା ବେଳେ ଆମ ଦେଶରେ ମଧ୍ୟ କରୋନା ସଂକ୍ରମଣ ରୋକିବା ପାଇଁ ଲକ୍ଡାଉନ୍ ନିୟମ ଜାରି କରାଯାଇଛି।…
ପ୍ରହସନ ପାଲଟିଛି ଲକ୍ ଡାଉନ୍ କଟକଣା: ବ୍ୟାଙ୍କରେ ରହୁନି ସାମାଜିକ ଦୂରତ୍ୱ, ଲାଗୁଛି ଖାତାଧାରୀଙ୍କ ଭିଡ
କେନ୍ଦୁଝର,୧୫।୪(ସ୍ବ.ପ୍ର.): କରୋନା ମୁକାବିଲା ନିମନ୍ତେ ରାଜ୍ୟରେ ସମ୍ପ୍ରତ୍ତି ଲକ୍ ଡାଉନ ସ୍ଥିତି ଜାରି ରହିଛି। ତେବେ ଏହି ସମୟରେ କେବଳ ଅତ୍ୟାବଶ୍ୟକୀୟ ସେବାଗୁଡ଼ିକ ଜାରି ରହିଛି। ଏହି କ୍ରମରେ ବ୍ୟାଙ୍କ ଖୋଲା ରହିଛି। ହେଲେ କେନ୍ଦୁଝର ଜିଲାର କେତେକ ବ୍ୟାଙ୍କରେ ଉପଭୋକ୍ତାମାନଙ୍କ…
୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ
କେନ୍ଦୁଝର, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲାକୁ ୩୭ଜଣ ବ୍ୟକ୍ତି ବିଦେଶରୁ ଫେରିଛନ୍ତିି। ସେମାନଙ୍କ ମଧ୍ୟରୁ ଶନିବାର ସୁଦ୍ଧା ୩୪ଜଣଙ୍କ ହୋମ କ୍ୱାରାଣ୍ଟାଇନ ଅବଧି ଶେଷ ହୋଇଛି। ଜିଲାରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇନାହଁ। ସଂକ୍ରମଣ ନ ବ୍ୟାପିବା ପାଇଁ ପ୍ରଶାସନ ତରଫରୁ…
ମୋବାଇଲ ଟାୱାରରୁ ଚୋରି, ୩ ଗିରଫ
ବଡବିଲ, ୧୫।୪(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ପୋଲିସ ଏକ ମୋବାଇଲ ଟାୱାରରୁ ଚୋରି ଅଭିଯୋଗରେ ୨ଚୋରଙ୍କ ସହ ଜଣେ ରିସିଭରଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇ ଜଣ ହେଲେ ବଡବିଲ ସେଡିଂ ବସ୍ତି ଅଞ୍ଚଳର…
ଚୋରି ବାଇକ ଉଦ୍ଧାର, ୪ ଗିରଫ
ବଡବିଲ, ୧୫।୪(ସ୍ବ.ପ୍ର.)-ବଡବିଲ ପୋଲିସ ବାଇକ ଚୋରି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସୟାବାଲି ଅଞ୍ଚଳର ଭୀଷ୍ମ କୁମାର ପାତ୍ର, କାରାକୋହ୍ଲ ଅଞ୍ଚଳର ମନୋଜ ମୁଣ୍ଡା, ବଡବିଲ ଉପର ବସ୍ତି ଅଞ୍ଚଳର ଲାଲଟୁ…
ସୌରିବନ୍ଧୁ କରଙ୍କ ବିୟୋଗରେ ଶୋକ
କେନ୍ଦୁଝର,୧୫ା୪(ଡିଏନ୍ଏ): ବିଶିଷ୍ଟ ଶ୍ରମିକ ନେତା ତଥା ଏ.ଆଇ.ଟି.ୟୁ.ସିର ରାଜ୍ୟ ସାଧାରଣ ସମ୍ପାଦକ ସୌରିବନ୍ଧୁ କରଙ୍କ ସୋମବାର ରାତିରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ରାଜ୍ୟ ସରକାରଙ୍କ ଶ୍ରମିକ ବନ୍ଧୁ…
କୂଅରେ ପଡ଼ି ବୃଦ୍ଧାଙ୍କ ପ୍ରାଣ ଗଲା
ପାଟଣା,୧୫ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଅନ୍ତର୍ଗତ ବଳିଆ ପଶି ଗ୍ରାମର ଏକ କୂଅରୁ ମଙ୍ଗଳବାର ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ହେଲେ ବଳିଆପଶି ଗ୍ରାମର ଭୀମସେନ ନାଏକଙ୍କ ସ୍ତ୍ରୀ ଭାନୁମତୀ ନାଏକ। ସୋମବାର ରାତିରେ ଭାନୁମତୀ…
ସାମାଜିକ ଦୂରତା ଉଲ୍ଲଂଘନ: ୩ ଦୋକାନ ସିଲ୍ କଲା ପ୍ରଶାସନ
କେନ୍ଦୁଝର, ୧୪ା୪(ଡି.ଏନ୍.ଏ.)-କରୋନା ସଂକ୍ରମଣ ରୋକିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ଆଗାମୀ ମେ’ ୩ତାରିଖ ପର୍ଯ୍ୟନ୍ତ ଲକ୍ଡାଉନ୍କୁ ବୃଦ୍ଧି କରିଛନ୍ତି। ଲକ୍ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନଗୁଡିକୁ ଏଥିରୁ ବାଦ୍ ଦିଆଯାଇଛି। ଗ୍ରୋଶରୀ ସାମଗ୍ରୀ କିଣିବା ସମୟରେ ଲୋକମାନେ ସାମାଜିକ…
ହାତୀ ଆକ୍ରମଣରେ ବୃଦ୍ଧଙ୍କ ଜୀବନଗଲା
କେନ୍ଦୁଝର,୧୪ା୪(ସ୍ବ.ପ୍ର.)- କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ କାଇଯୋଡ଼ା ଗ୍ରାମରେ ସୋମବାର ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜୁଗୁନୁ ମୁଣ୍ଡା। ସେ ପାଖ ଜଙ୍ଗଲକୁ କାଠ ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ।…
ଶ୍ରୀ ମେଟାଲିକ୍ସ କାରଖାନା ପରିସର ସାନିଟାଇଜ୍
କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ ଚାଲିଛି ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ବିଶୋଧନ। ସମସ୍ତ ପବ୍ଲିକ ଯାତାୟାତ ଅଫିସ, ସ୍ଥାନ ଆଦିକୁ ବିଶୋଧନ କରାଯାଇଛି। କରୋନା ପାଇଁ ଲକ୍ ଡାଉନ ଘୋଷଣା ହୋଇଥିଲେ ହେଁ କାରଖାନା ଗୁଡିକ ବାଦ କରାଯାଇଛି।…
ଘରକୁ ଘର କରୋନା ସମ୍ପର୍କିତ ଚିହ୍ନଟ କାର୍ଯ୍ୟକ୍ରମ
କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ମୁକାବିଲା ପାଇଁ କେନ୍ଦୁଝର ଜିଲା ପ୍ରଶାସନ ଘରକୁ ଘର ବୁଲି ତଥ୍ୟ ସଂଗ୍ରହ ଆରମ୍ଭ କରିଛନ୍ତି । ଏନେଇ ସୋମବାର କେନ୍ଦୁଝର ପୌରାଞ୍ଚଳରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇ ବିଭିନ୍ନ ଓ୍ବାର୍ଡରେ ଘରକୁ ଘର ବୁଲି ପ୍ରତ୍ୟେକ…
ବିନା ଭକ୍ତରେ ଚାଲିଛି ମା’ ତାରିଣୀଙ୍କ ଚଇତି ପର୍ବ
କେନ୍ଦୁଝର, ୧୩ା୪ (ସ୍ବ.ପ୍ର.)-କରୋନା ପାଇଁ ଘଟଗାଁ ମା’ ତାରିଣୀ ପୀଠରେ ଭକ୍ତ ଶୂନ୍ୟ ହୋଇ ପଡିଛି। ମା’ଙ୍କ ଚଇତି ପର୍ବ ଚାଲିଥିବା ବେଳେ ସୋମବାର ପଣା ସଂକ୍ରାନ୍ତିରେ ମା’ଙ୍କ ଠାରେ ସ୍ବତନ୍ତ୍ର ପୂଜାର୍ଚ୍ଚନା ହୋଇଛି। ପ୍ରତ୍ୟେକ ବର୍ଷ ଏହି ଦିନରେ ଲକ୍ଷାଧିକ…
Archives


