ସୋସୋ ଥାନା ଅଞ୍ଚଳରୁ ମଦ ଜବତ, ୩ ଗିରଫ

ହାଟଡ଼ିହୀ,୨୯।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସୋସୋ ଥାନା ଅଞ୍ଚଳରୁ ବୁଧବାର ପୋଲିସ ୨୮ଲିଟର ମହୁଲି ମଦ ଜବତ କରିଛି। ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି। ଏଥିସହ ଏକ ବାଇକ ମଧ୍ୟ ଜବତ ହୋଇଛି।
ପ୍ରକାଶ ଯେ, ପୋଲିସ ପେଟ୍ରୋଲିଂ କରୁଥିବା ବେଳେ ମୀଠୀଗା ଛକ ନିକଟରେ ମହୁଲି ମଦ ନେଇ ଯାଉଥିବା ଜଣେ ବ୍ୟକ୍ତିଙ୍କୁ ପୋଲିସ ଧରିଥିଲା। ସେ ହେଉଛନ୍ତି ଶିଳପୋଖରୀ ଗ୍ରାମର ବୁଧଦେବ ମାଝୀ। ତାଙ୍କ ନିକଟରୁ ପୋଲିସ ୮ ଲିଟର ମହୁଲି ମଦ ଜବତଛି। ଏ ନେଇ ଥାନାରେ ଏକ ମାମଲା (ନଂ. ୨୭/୨୦) ରୁଜୁ କରିଛି।
ସେହିପରି ପୋଡାସିଙ୍ଗିଡ଼ି ଛକଠାରେ ବାଇକ ଯୋଗେ ମଦ ନେଇ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ କାବୁ କରିଥିଲା। ସେମାନେ ହେଲେ ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମର ରଞ୍ଜନ ପରିଡା ଓ ବିଜୟ ସେଠୀ। ସେମାନଙ୍କ ନିକଟରୁ ୨୦ ଲିଟର ମହୁଲି ମଦ ଜବତ ହୋଇଛି। ଏ ନେଇ ପୋଲିସ ଆଉ ଏକ ମାମଲା (୨୮/୨୦)ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଦର୍ଶନ କରି ଫେରୁଥିବା ବେଳେ ଯୁବତୀଙ୍କୁ ଟେକିନେଲେ ଦୁର୍ବୃତ୍ତ, ଗଣବଳାତ୍କାର କରିବା ପରେ କଲେ…..

ଜୟପୁର,୨୮।୫: ରାଜସ୍ଥାନର ରାଜଧାନୀ ଜୟପୁରରେ ଜଣେ ଯୁବତୀଙ୍କ ସହ ଗଣବଳାତ୍କାରର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଘଟଣାଟି ସହରର ଭିକେଆଇ ପୋଲିସ ଷ୍ଟେସନ ଅଧୀନରେ ଘଟିଥିବା…

ପାଣି ପାଇଁ ମହାସଂଗ୍ରାମ: ପିଏଚଡି କାର୍ଯ୍ୟାଳୟ ଘେରିଲେ ମହିଳା, ବିଭାଗୀୟ ଅଧିକାରୀ ଦେଲେ ଏମିତି ପ୍ରତିଶ୍ରୁତି

ଛତ୍ରପୁର,୨୮।୫ (ଦିଲ୍ଲୀପ ସାମଲ): “ପାଣି ଟୋପେ ପାଇଁ ଜୀବନ ବିକଳ, ପ୍ରଶାସନ କିନ୍ତୁ ନିଦାବିଷ୍ଣୁ।” ଏଭଳି ଏକ ଚରମ ଅସନ୍ତୋଷ ପ୍ରକାଶ କରି ଆଜି ଛତ୍ରପୁର ପୌର…

ଓଲଟିଲା ଲୁଣ ବୋଝେଇ ଇଞ୍ଜିନ ରିକ୍ସା, ଖାଲାସୀ ମୃତ

ଭୋଗରାଇ,୨୮।୫( ପ୍ରଦୀପ ଦାସ ): ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦ୍ଦା – ବାଲିଆପାଳ ରାସ୍ତା ଜଳଧା ଗ୍ରାମ ଛକ ଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି…

ମଣ୍ଡି ଉଦ୍‌ଘାଟନ ପରେ ବି ଉଠୁନି ଚାଷୀଙ୍କ ଧାନ

କର୍ଲାମୁଣ୍ଡା,୨୮ା୫(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେ ଥିବା ବିଭିନ୍ନ ଧାନମଣ୍ଡି ଉଦଘାଟନ ହେବାର ୭ଦିନ ବିତିଯାଇଥିଲେ ସୁଦ୍ଧା ଚାଷୀଙ୍କ ଧାନ ଉଠିବାରେ ବିଳମ୍ବ…

ନିର୍ମାଣ ପରେ ବି ହସ୍ତାନ୍ତର ହେଉନି ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ନୂତନ କୋଠା, ଗ୍ରାମବାସୀ କହିଲେ…

ଛତ୍ରପୁର,୨୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ତହସିଲ ଅନ୍ତର୍ଗତ ସୁନ୍ଦରପୁର ଗ୍ରାମରେ ଲୋକଙ୍କୁ ରାଜସ୍ବ ସେବା ଯୋଗାଇଦେବା ଲାଗି ସରକାରୀ ଅର୍ଥ ଖର୍ଚ୍ଚରେ ନିର୍ମାଣ କରାଗଲା ନୂତନ…

ଅମୃତ ଧାରା ପ୍ରକଳ୍ପ ଅଚଳ: ଲୋକେ ହଟହଟା

ଲୋଇସିଂହା,୨୮।୫(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସର୍‌ ଅମୃତ ଧାରା ପ୍ରକଳ୍ପ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଛି। ଫଳରେ ଡ଼ାକ୍ତରଖାନାକୁ ଆସୁଥିବା…

ପିଇବା ପାଣି ଲାଗି ବିକ୍ଷୋଭ: ଟ୍ରାକ୍ଟର ଜବତ କଲା ପୋଲିସ

ଲୋଇସିଂହା ୨୮।୫ (ସୁଶାନ୍ତ ବାଇକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ଯୋଗୀସର୍ଡ଼ା ପଞ୍ଚାୟତ ଅଧୀନ ଛେଲବାହାଲ ସୁକତେଲ ନଦୀ ଗ୍ୟାଲେରୀ ଉପରୁ ବେଇଆନ ବାଲି ଚାଲାଣ ହେଉଛି। ଏହାର…

ଦେବଗଡରେ ଅଭାବନୀୟ ଘଟଣା, ବିଦ୍ୟୁତ କର୍ମଚାରୀଙ୍କୁ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ

ଦେବଗଡ଼,୨୮।୫(ଶଶାଙ୍କ ଶେଖର ଝାଙ୍କର): ବିଦ୍ୟୁତ କର୍ମଚାରୀଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧିଲେ ଗ୍ରାମବାସୀ। ରିଆମାଳ ଥାନା ଦୁଧିଆନାଳୀ ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଯାଇଛି । ସୂଚନା ଅନୁସାରେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri