କାଳବୈଶାଖୀ କ୍ଷତିଗ୍ରସ୍ତଙ୍କୁ ମିଳୁନି ସହାୟତା: ଏକାଠି ହୋଇ ଅଭିଯୋଗ କଲେ

ଯୋଡ଼ା, ୨୮।୪(ଡି.ଏନ.ଏ.)-କାଳବୈଶାଖୀ ପ୍ରଭାବରେ କେନ୍ଦୁଝର ଜିଲା ଯୋଡା ବ୍ଲକ ଚମକପୁର ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୌଣସି ସରକାରୀ ସହାୟତା ମିଳୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାର ପ୍ରତିବାଦ କରି କ୍ଷତିଗ୍ରସ୍ତ ହୋଇଥିବା ଲୋକେ ମଙ୍ଗଳବାର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି କରିଛନ୍ତି।
ଗତ ୨୪ତାରିଖରେ କାଳବୈଶାଖୀ ଯୋଗୁ ରେଭେନ୍ସାପୁର(କ), ରେଭେନ୍ସାପୁର(ଖ), ଶଙ୍କରପୁର, ଧୋବାକୁଚୁଡା, ଚମକପୁର, ରୁଗୁଡି, ଆଖଡାପଦ, ମୁର୍ସୁଆଁ ଆଦି ଗ୍ରାମର ପ୍ରାୟ ୬୫୦ରୁ ଊର୍ଦ୍ଧ୍ୱ ଲୋକଙ୍କର ଘର ଭାଙ୍ଗିଯାଇଥିଲା। ସେମାନଙ୍କୁ ପ୍ରାଥମିକ ସ୍ତରରେ ତାର୍ପୋଲିନ୍‌ ପାଲ ଯୋଗାଇ ଦେବା ପାଇଁ ନିୟମ ରହିଥିଲେ ହେଁ କ୍ଷତିଗ୍ରସ୍ତ ଗ୍ରାମବାସୀଙ୍କୁ ତାହା ଦିଆଯାଇ ନ ଥିବା ରେଭେନ୍ସାପୁର (କ) ଗ୍ରାମର ଜଗନ୍ନାଥ ତିରିଆ ଅଭିଯୋଗ କରିଛନ୍ତି। ସେହିପରି କ୍ଷତିଗ୍ରସ୍ତ ଗ୍ରାମବାସୀ ପ୍ରଶାନ୍ତ ବାରିକ, ଦିଲୀପ ମହାକୁଡ, ଜୟ ମୁଣ୍ଡା, ଯୋଗେନ୍ଦ୍ର ମୁଣ୍ଡା ମଧ୍ୟ ଅନୁରୂପ ଅଭିଯୋଗ କରି କହିଛନ୍ତି ଯେ , କାଳବୈଶାଖୀ ପରେ ସେମାନଙ୍କର ଘର ଭାଙ୍ଗି ପଡିଥିଲେ ହେଁ, ଏହାର ତଥ୍ୟ ସଂଗ୍ରହ ପାଇଁ କେହି ଅଧିକାରୀ ଆସି ନାହାନ୍ତି। ସେମାନେ ଏକାଠି ହୋଇ ସରପଞ୍ଚ ଓ ରାଜସ୍ବ ନିରୀକ୍ଷକଙ୍କଠାରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କର ତାଲିକା କରାଯାଇ ନ ଥିବା ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଚମକପୁର ରାଜସ୍ବ ନିରୀକ୍ଷକ ପ୍ରକାଶ ପ୍ରଧାନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଉକ୍ତ ପଞ୍ଚାୟତରେ ପ୍ରାୟ ୬୬୪ ଜଣଙ୍କର ଅଳ୍ପ ବହୁତ କ୍ଷୟକ୍ଷତି ହୋଇଥିବା ତାଲିକା ବଡବିଲ୍‌ ତହସିଲଦାରଙ୍କୁ ସେ ପ୍ରଦାନ କରିଛନ୍ତି। ଏହି ତାଲିକା କେନ୍ଦୁଝର ଜିଲାପାଳଙ୍କଠାରେ ଦାଖଲ ହେବା ପରେ ଜିଲାପାଳଙ୍କ ପକ୍ଷରୁ ସରକାରୀ ସହାୟତା ରାଶି ମଞ୍ଜୁର ହେଲେ କ୍ଷତିଗ୍ରସ୍ତ ହୋଇଥିବା ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ପ୍ରଦାନ କରାଯିବ। ଇତିମଧ୍ୟରେ ୫୭ଜଣଙ୍କୁ ତାର୍ପୋଲିନ୍‌ ପାଲ ପ୍ରଦାନ କରାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟିରେ ବ୍ରହ୍ମପୁର ଷ୍ଟେଶନ୍ ଚାଲାଣ ହେଉଥିଲା ଗଞ୍ଜେଇ! ପାଟ୍ରୋଲିଂ ବେଳେ ମାଡ଼ିବସିଲା ଅବକାରୀ ଟିମ୍

ଦିଗପହଣ୍ଡି, ୨୩।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଅବକାରୀ…

ଗାତରେ ରାସ୍ତା ନା ରାସ୍ତାରେ ଗାତ? ଲଗାଣ ବର୍ଷାରେ ମରଣଯନ୍ତା ପାଲଟିଛି ଗୁଡ଼ାରି-ବିର୍ସା ନାଳ ରାସ୍ତା; ଅଭିଯୋଗ ପରେ ବି…

ଗୁଡ଼ାରି, ୨୩।୯(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ନିକଟସ୍ଥ ବିର୍ସା ନାଳ ବ୍ରିଜ୍‌ରୁ ସହରକୁ ସଂଯୋଗ କରୁଥିବା ପ୍ରାୟ ୨ କିଲୋମିଟର ଦୀର୍ଘ ପ୍ରମୁଖ ରାସ୍ତାର…

ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡି: ମୁଖ୍ୟ ରାସ୍ତାରେ ୨ ଫୁଟର ପାଣି, ଦୋକାନ-ବ୍ୟାଙ୍କରେ ନର୍ଦ୍ଦମା ଜଳ, ଜଳବନ୍ଦୀ ବସଷ୍ଟାଣ୍ଡ ବାସିନ୍ଦା

ଦିଗପହଣ୍ଡି,୨୩।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘନୀଭୂତ ଲଘୁଚାପ ପ୍ରଭାବରେ ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ ବୁଧବାର ଦିଗପହଣ୍ଡି ସହର ସମ୍ପୂର୍ଣ୍ଣ ଉବୁଟୁବୁ ହୋଇପଡ଼ିଛି।…

ଆପଣଙ୍କର SBIରେ ଆକାଉଣ୍ଟ ଅଛି କି? ଅକ୍ଟୋବର ୧ରୁ ATMରୁ ଟଙ୍କା କାଢ଼ିବା ହେବ ମହଙ୍ଗା, ଜାଣନ୍ତୁ କେତେ କଟିବ…

ନୂଆଦିଲ୍ଲୀ,୨୩।୯: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ‘ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ’ (SBI) ନିଜ ଗ୍ରାହକମାନଙ୍କ ପାଇଁ ATM ଏବଂ ନଗଦ ଟଙ୍କା ଉଠାଣ (Cash…

ନ୍ୟାସନାଲ ପେନଚାକ ପ୍ରତିଯୋଗିତା, ସ୍ବର୍ଣ୍ଣପଦକ ବିଜେତାଙ୍କୁ ଗଞ୍ଜାମରେ ସମ୍ବର୍ଦ୍ଧନା

ଗଞ୍ଜାମ,୨୩ା୯(ବିଦ୍ୟାଧର ସାହୁ ): ଲେହ ଲଦାଖରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପେନଚାକ ସିଲାଟ ପ୍ରତିଯୋଗିତା 2026 ରେ ଓଡ଼ିଆ ପୁଅ ଶିବପ୍ରସାଦ ଜେନା ଗୋଲ୍ଡ ମେଡାଲ ହାସଲ…

ହାଟଡ଼ିହିରେ ମଣ୍ଡଳସ୍ତରୀୟ ହିନ୍ଦୀ ଦିବସ ପାଳିତ: ପ୍ରତିଯୋଗିତାରେ ବିଜେତା ଛାତ୍ରୀଛାତ୍ର ଜିଲା…

ହାଟଡିହୀ/ଛେନାପଦୀ,୨୩।୯(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମରୈଗାଁ ଉଚ୍ଚ ବିଦ୍ୟାଳୟରେ ମଣ୍ଡଳସ୍ତରୀୟ ହିନ୍ଦୀ ଦିବସ ପାଳିତ ହୋଇଯାଇଛି । ହିନ୍ଦୀ ଶିକ୍ଷୟତ୍ରୀ ମିତାରାଣୀ ବିଶ୍ୱାଳଙ୍କ…

ଆୟ ବର୍ହିଭୂତ ସମ୍ପତ୍ତି ଠାବ, PEO କାର୍ତ୍ତିକେଶ୍ୱର ବେହେରା ଗିରଫ

ବରଗଡ଼,୨୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଟାବାହାଲ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କାର୍ତ୍ତିକେଶ୍ୱର ବେହେରାଙ୍କୁ ଗିରିଫ କରିଛି ଭିଜିଲାନ୍ ଟିମ୍ । ତାଙ୍କ ଜଣାଶୁଣା ଆୟର…

କେସିଙ୍ଗାରେ ରେକର୍ଡ ବର୍ଷା, ଆତଙ୍କିତ ସ୍ଥାନୀୟ ବାସିନ୍ଦା

କେସିଙ୍ଗା,୨୩।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ବର୍ଷାରେ କେସିଙ୍ଗା ବ୍ଲକର ୨୬ଟି ଗ୍ରାମ ପଞ୍ଚାୟତରେ ଦୀର୍ଘ ଦୁଇଦିନ ଧରି ବର୍ଷା ଲାଗି ରହିଛି ।କେତେବେଳେ ବର୍ଷା ହେଉଛି ତ ଆଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?