କେନ୍ଦୁଝର

‘ସଫଳତା ପାଇବାରେ ଖବରକାଗଜ ସହାୟ ହୋଇଛି’

ବଡ଼ବିଲ, ୨୬।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ପୌରାଞ୍ଚଳରେ ରହୁଥିବା ୟଶ୍‌ ଜାଲୁକା କେନ୍ଦ୍ରୀୟ ଲୋକସେବା ଆୟୋଗ( ୟପିଏସ୍‌ସି) ଦ୍ୱାରା ପରିଚାଳିତ ପରୀକ୍ଷା-୨୦୨୦ରେ ଦେଶରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ଏବେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ…

ପଞ୍ଚଭୂତରେ ବିଲୀନ ହେଲେ ଅରିନ୍ଦମ ଦାସ

ପାଟଣା,୨୫।୯(ସ୍ବ.ପ୍ର.): ଯୁବ ସାମ୍ବାଦିକ ଅରିନ୍ଦମ ଦାସ (ସାମୀ) ଶନିବାର ପଞ୍ଚଭୂତରେ ବିଲୀନ ହୋଇଛନ୍ତି। ଜନ୍ମସ୍ଥାନ କେନ୍ଦୁଝର ଜିଲା ରାଜନଗର ପଞ୍ଚାୟତର ରାଇକଳା ନିକଟ ବୈତରଣୀ ନଦୀକୂଳରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ଦାଦା ପୁଅ ଭାଇ ମାନସ ରଞ୍ଜନ ଦାସ…

ହାତୀଗୋଠରେ୨ ନୂଆ ଅତିଥି

ଚମ୍ପୁଆ,୨୪।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ଜାମୁଦଲକ ଜଙ୍ଗଲରେ ରହିଥିବା ହାତୀପଲ ମଧ୍ୟରେ ଗୁରୁବାର ସକାଳୁ ୨ ଶାବକ ଜନ୍ମ ନେଇଛନ୍ତି। ଗୋଟିଏ ମାଈହାତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ସୂଚନା ମିଳିଛି। ବନବିଭାଗ, ପୋଲିସ ଓ ପ୍ରାଣୀଧନ ଚିକିତ୍ସକ…

ଜେଲ ଗଲେ କୋଟିପତି ଏସ୍‌ଡିଓ

କେନ୍ଦୁଝର,୨୨।୯(ଡି.ଏନ.ଏ./ସ୍ବ.ପ୍ର.): ଶେଷରେ ଭିଜିଲାନ୍ସ ହାତରେ ବନ୍ଧା ହୋଇଛନ୍ତି ବିଦ୍ୟୁତ୍‌ ବିଭାଗର କୋଟିପତି ଏସ୍‌ଡିଓ ମହେଶ୍ୱର ସେଠୀ। ମଙ୍ଗଳବାର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କ କେନ୍ଦୁଝର ସ୍ପଞ୍ଜ କଲୋନୀ ଘର ସମେତ ୫ଟି ସ୍ଥାନରେ ଚଢ଼ାଉ କରି…

ଶୌଚ ହେବାକୁ ଯାଇ ଆଉ ଫେରିଲେନି ଢାବା କର୍ମଚାରୀ

ପାଟଣା,୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ୪୯ ନମ୍ବର ମୁମ୍ବାଇ- କୋଲକାତା ଜାତୀୟ ରାଜପଥର ହାତିବାରୀ ନିକଟରେ ବୁଧବାର ଅଜଣା ଟ୍ରକ୍‌ ଧକ୍କାରେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ତୁରୁମୁଙ୍ଗା ଥାନା ଯାମଦା ଗ୍ରାମର…

ଭଙ୍ଗା ଘରେ ବିତୁଛି ଜୁଆଙ୍ଗ ଜନଜାତିଙ୍କ ଜୀବନ

କେନ୍ଦୁଝର, ୨୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲାର ପୁରାତନ ଜନଜାତି ହେଉଛନ୍ତି ଜୁଆଙ୍ଗ। ଜୁଆଙ୍ଗଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ୧୯୭୮ ମସିହାରେ ଗଠନ ହୋଇଛି ଜୁଆଙ୍ଗ ଉନ୍ନୟନ ସଂସ୍ଥା (ଜେଡିଏ)। ଏହା ମାଧ୍ୟମରେ…

ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର

କେନ୍ଦୁଝର,୨୧।୯(ସ୍ବ.ପ୍ର.): ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ବିଦ୍ୟୁତ ବିଭାଗର ଡେପୁଟି ମ୍ୟାନେଜର ମହେଶ୍ୱର ସେଠୀଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ଚଢାଉ ହୋଇଛି। ଏକ ସାଙ୍ଗରେ ତାଙ୍କର ଘଟଗାଁ, ରିମୁଳି ଓ କେନ୍ଦୁଝର ସ୍ପଞ୍ଜ କଲୋନୀସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ…

ଭୋଜି ବେଳେ ମହୁମାଛି ଆକ୍ରମଣ

ପାଟଣା,୧୯।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବେଗେନା ଗ୍ରାମରେ  ମହୁମାଛି ଆକ୍ରମଣରେ ୭ଜଣ ଗୁରୁତର ହୋଇଥିବା ବେଳେ ୧୫ଜଣ ଆହତ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଜନ୍ମେଜୟ ସେଠୀଙ୍କ ମା’ଙ୍କ ଏକାଦଶାହ କାର୍ଯ୍ୟ ଉପଲକ୍ଷେ ରୋଷେଇ କାର୍ଯ୍ୟ ହେଉଥିଲା। ସେତିକବେଳେ ଚୁଲିରୁ…

ପରଲୋକରେ ପାଟଣାର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡା

ପାଟଣା,୧୮ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାମରାୟ ମୁଣ୍ଡାଙ୍କର ଶନିବାର ପାଟଣା ବ୍ଲକ ଚାକୁଣ୍ଡାପାଳସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ଦୀର୍ଘ ଦିନ ହେବ ସେ ବାର୍ଦ୍ଧକ୍ୟଜନିତ କାରଣରୁ ଅସୁସ୍ଥ ଥିଲେ। ସେ…

ପୋଲରେ ଖାଲ: ଯାତାୟାତ ଠପ୍‌

କେନ୍ଦୁଝର,୧୭।୯(ସ୍ବ.ପ୍ର.): ମୁମ୍ବାଇ-କୋଲକାତା ଏନ୍‌ଏଚ୍‌ ୪୯ ସ୍ଥାନୀୟ ଶଙ୍କରପୁର ନିକଟ ଅରଡେଇ ନଦୀ ଉପରେ ଥିବା ପୁରୁଣା ପୋଲରେ ଖାଲ ସୃଷ୍ଟି ହୋଇଛି। ଏ ନେଇ ଯାତାୟାତ ଠପ୍‌ ହୋଇଯାଇଛି। ରାସ୍ତାରେ ଶହ ଶହ ଗାଡ଼ି ଅଟକି ରହିଛି। ଘଟଣାସ୍ଥଳରେ ସ୍ଥାନୀୟ ଲୋକ…

ରାତିରେ ଖାଇସାରି ଶୋଇବାକୁ ଯାଇଥିଲେ, ହେଲେ ସକାଳୁ…

ପାଟଣା,୧୭।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭୁଲୁଦା ଗ୍ରାମର ଜଣେ ଅବିବାହିତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କାରାଯାଇଛି। ସେ ହେଲେ ଚିତ୍ରସେନ ନାଏକ (୩୦)। ଗୁରୁବାର ରାତିରେ ଶୋଇବାଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି।…

ଲଗାଣ ବର୍ଷାରେ ତେଲ ନଦୀ, ଗୋହିରା ନାଳ ପୋଲ ଉପରେ ବନ୍ୟାଜଳ ପ୍ରବାହିତ

ପାଟଣା,୧୫ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଲଗାଣ ବର୍ଷା ଫଳରେ ବିଭିନ୍ନ ପୋଲ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି। ମଙ୍ଗଳବାର ବିଳମ୍ବିତ ରାତିରେ ସାହାରପଡ଼ା ବ୍ଲକ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଗୋଜାପଥର ନିକଟରେ ଗୋହିରା ନାଳ ପୋଲ ଉପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri