ସୂଚନା ଫଳକରେ ଅଟକିଛି ରାସ୍ତା କାମ
ଯୋଡ଼ା, ୩୦ା୫(ଡି.ଏନ.ଏ.): ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ କେନ୍ଦୁଝର ଜିଲାର ଯୋଡ଼ା ବ୍ଲକରେ ଅବସ୍ଥିତ ହାଣ୍ଡିଭଙ୍ଗା ଜଳପ୍ରପାତକୁ ରାସ୍ତା ନ ଥିବାରୁ ପର୍ଯ୍ୟଟକମାନେ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ପଡ଼ୋଶୀ ରାଜ୍ୟରୁ ଦୈନିକ…
ପ୍ରାଥମିକ ବିଦ୍ୟାଳୟ ପିଲାଙ୍କ ପାଇଁ ମିନି ଲାଇବ୍ରେରି
କେନ୍ଦୁଝର, ୩୦ା୫( ସ୍ବ.ପ୍ର.): ଛୋଟ ଛୋଟ ପିଲା ମାନଙ୍କୁ ପାଠପଢା ପ୍ରତି ଆଗ୍ରହ ବୃଦ୍ଧି କରିବା ସହ ପାଠ ସହିତ ଅନ୍ୟାନ୍ୟ ବିଷୟରେ ଜ୍ଞାନ ଆହରଣ କରି ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଏକ ନୂତନ…
ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ
କେନ୍ଦୁଝର,୨୯ା୫(ସ୍ବ.ପ୍ର.): ସଦର ଥାନା ଅନ୍ତର୍ଗତ କଣ୍ଡରାପଶି ଗ୍ରାମ ନିକଟରେ ଟ୍ରେନ୍ରେ କଟି ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାମ ରାମ ମୁଣ୍ଡା (୪୫)। ତାଙ୍କ ଘର ସ୍ଥାନୀୟ ଅଞ୍ଚଳରେ ବୋଲି ଜଣାପଡ଼ିଛି। ରବିବାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା…
ପିଣ୍ଡାରେ ଚାଲିଛି ପାଠପଢ଼ା
ଚମ୍ପୁଆ, ୨୯।୫(ଡି.ଏନ.ଏ.): ୫-ଟି’ ବ୍ୟବସ୍ଥାରେ ବଦଳୁଛି ସ୍କୁଲର ରୂପରେଖ। ଚିକିମିକିଆ ସ୍ମାର୍ଟ କ୍ଲାସ୍ ରୁମ୍ର ଚିନ୍ତାମୁକ୍ତ ବାତାବରଣରେ ପାଠ ପଢୁଛନ୍ତି ପିଲା। ଏହାକୁ ନେଇ ରାଜ୍ୟ ସରକାର ସାଉଁଟୁଛନ୍ତି ପ୍ରଶଂସା। ଶିକ୍ଷା ଭିତ୍ତିଭୂମିର ଏଭଳି ପରିବର୍ତ୍ତନକୁ ସ୍ବାଗତ କରୁଛନ୍ତି ବୁଦ୍ଧିଜୀବୀ। କିନ୍ତୁ…
୨୦ ଫୁଟ ତଳକୁ ଖସିଲା ପାର୍ଶଲ ବୋଝେଇ କଣ୍ଟେନର, ୨ ଗୁରୁତର
କେନ୍ଦୁଝର,୨୮ା୫(ସ୍ବ.ପ୍ର.): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡିଆ ଘାଟିରେ ଏକ କଣ୍ଟେନର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବାରୁ ୨ ଜଣ ଗୁରୁତର ହୋଇଛନ୍ତି। ଟ୍ରାନ୍ସ କାରଗୋ ଇଣ୍ଡିଆ ନାମକ ପାର୍ଶଲ ବୋଝେଇ କଣ୍ଟେନର ସୁରତରୁ କୋଲକାତା ଅଭିମୁଖେ ଯାଉଥିବାବେଳେ ଶନିବାର…
ଗୋଟିଏ ଜମିକୁ ଦୁଇଥର ବିକ୍ରି
କେନ୍ଦୁଝର,୨୮ା୫(ସ୍ବ.ପ୍ର.): ଟାଉନ ଥାନା ଅନ୍ତର୍ଗତ ବଡ଼ହଳ ଅଞ୍ଚଳରେ ୧୦ ଡେସିମିଲି ଜମିକୁ ଦୁଇଥର ବିକ୍ରି କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଖାତା ନମ୍ବର ୪୫ର ପ୍ଲଟ୍ ନମ୍ବର ୨୬୩ରେ ଏହି ବେଆଇନ ବିକ୍ରି ହୋଇଥିବା ଅଭିଯୋଗ ହୋଇଛି। ଜାଲ୍ କାଗଜପତ୍ର…
ଜାଲ୍ ସାର୍ଟିଫିକେଟରେ ଚାକିରି ଅଭିଯୋଗ: ପ୍ରଧାନ ଶିକ୍ଷକ ନିଲମ୍ବିତ
ପାଟଣା,୨୮।୫(ସ୍ବ.ପ୍ର.): ଜାଲ୍ ବିଇଡି ସାର୍ଟିଫିକେଟ ଦେଇ ଚାକିରି କରିବା ଅଭିଯୋଗରେ କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକ ବିଲା ରାମଚନ୍ଦ୍ରପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୁଶୀଲ କୁମାର ବେହେରାଙ୍କୁ ନିଲମ୍ବନ କରାଯାଇଛି। ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୮୧୨/୨୧ା୫ା୨୨ ଅନୁଯାୟୀ…
କ୍ଷେତ୍ର ପରିଦର୍ଶନ କଲେ ମୃତ୍ତିକା ସଂରକ୍ଷଣ, ଜଳ ବିଭାଜିକା ଉନ୍ନୟନ ନିର୍ଦ୍ଦେଶକ
କେନ୍ଦୁଝର, ୨୮ା୫(ଡି.ଏନ.ଏ.) କେନ୍ଦୁଝର ଜିଲାର ନୋଡାଲ ଅଫିସର ତଥା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକ ହେମନ୍ତ କୁମାର ପଣ୍ଡା ଦୁଇଦିନିଆ କେନ୍ଦୁଝର ଜିଲା ଗସ୍ତ କରିଥିଲେ। ଗୁରୁବାର ଓ ଶୁକ୍ରବାର ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ…
ଆମ୍ବ ଚାଷୀ ହତାଶ
କେନ୍ଦୁଝର,୨୮ା୫(ସ୍ବ.ପ୍ର.) କେନ୍ଦୁଝର ଜିଲାରେ ଆମ୍ବ ଚାଷୀ ନିରାଶ ହୋଇଛନ୍ତି। ପୂର୍ବ ବର୍ଷ ତୁଳନାରେ ଚଳିତବର୍ଷ ଉତ୍ପାଦନ କମି ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଛି। ହାଟବଜାର ଓ ରାସ୍ତାକଡ଼ରେ ଆମ୍ବର ଆସର ଦେଖିବାକୁ ମିଳୁନାହିଁ। ସୁସ୍ବାଦୁ ଆମ୍ବ ପାଇଁ କେନ୍ଦୁଝର ଜିଲା…
ବେଙ୍ଗାଲୁରୁରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ
କେନ୍ଦୁଝର, ୨୬।୫ (ସ୍ବ.ପ୍ର.): କିଛି ଦିନ ତଳେ ବାଙ୍ଗାଲୋରକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଯୁବତୀଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ଘଟିଛି। ମୃତକ ହେଲେ କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତୋଟାଡିହ ଗ୍ରାମର ଦଶରଥ ଗଡମାଝୀଙ୍କ ଝିଅ କୁନ୍ତଳା(୨୧)। ତାଙ୍କ ମୃତଦେହ ଗ୍ରାମକୁ…
ଶ୍ରୀଜଗନ୍ନାଥ ଷ୍ଟିଲ୍ କମ୍ପାନୀରେ ପିଲେଟ୍ ଉତ୍ପାଦନ ବନ୍ଦ
ବଡ଼ବିଲ, ୨୬।୫(ସ୍ବ.ପ୍ର.): କେନ୍ଦ୍ର ସରକାରଙ୍କ ନୂତନ ଏକ୍ସପର୍ଟ ଡ୍ୟୁଟି (ବହିଃ ଶୁଳ୍କ) ଲାଗୁ ହେବା ଯୋଗୁ ବିଭିନ୍ନ ଇସ୍ପାତ ଶିଳ୍ପରେ ଅଚଳାବସ୍ଥା ଦେଖାଦେଇଛି। କେନ୍ଦୁଝର ଜିଲା ବଡ଼ବିଲ ଉପକଣ୍ଠର ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ କମ୍ପାନୀର ପିଲେଟ କାରଖାନାରେ ଉତ୍ପାଦନକୁ ବୁଧବାରଠାରୁ ବନ୍ଦ…
ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ଶ୍ରମିକ
ଆନନ୍ଦପୁର/ଘସିପୁରା,୨୫ା୫(ସ୍ବ.ପ୍ର./ଡି.ଏନ୍.ଏ.): ଘସିପୁରା ଥାନା ଅଧୀନ ଶୈଲଙ୍ଗ ଓଭରବ୍ରିଜ ନିକଟରେ ମେଗା ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ ବୁଧବାର କାର୍ଯ୍ୟ ଚାଲିଥିବା ସମୟରେ ଜଣେ ଶ୍ରମିକ ମାଟି ତଳେ ଚାପି ହୋଇଯାଇଥିଲେ। ପ୍ରାୟ ୧୦ ଫୁଟ ଗଭୀର ଗର୍ତ୍ତରେ ୩ ଜଣ…
Archives


