ସୂଚନା ଫଳକରେ ଅଟକିଛି ରାସ୍ତା କାମ

ଯୋଡ଼ା, ୩୦ା୫(ଡି.ଏନ.ଏ.): ରାଜ୍ୟର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ କେନ୍ଦୁଝର ଜିଲାର ଯୋଡ଼ା ବ୍ଲକରେ ଅବସ୍ଥିତ ହାଣ୍ଡିଭଙ୍ଗା ଜଳପ୍ରପାତକୁ ରାସ୍ତା ନ ଥିବାରୁ ପର୍ଯ୍ୟଟକମାନେ ଆସିଲେ ଦୁର୍ଦ୍ଦଶା ଭୋଗୁଛନ୍ତି। ଏହି ପର୍ଯ୍ୟଟନସ୍ଥଳୀକୁ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ପ୍ରଭୃତି ପଡ଼ୋଶୀ ରାଜ୍ୟରୁ ଦୈନିକ ପର୍ଯ୍ୟଟକ ଆସିଥାନ୍ତି। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୫ କି.ମି ରାସ୍ତା ନିର୍ମାଣର ଫଳକ ୨୦୨୧ ମସିହାରୁ ଲଗାଯାଇଥିଲେ ହେଁ ଉକ୍ତ ରାସ୍ତାଟିର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ନାହିଁ।
ଅଞ୍ଚଳର ଜଣେ ଖବରଦାତା ରବୀନ୍ଦ୍ର ଖମାଣିଆ ଅଭିଯୋଗ କରି କହିଛନ୍ତି, ୨୦୨୧ମସିହା ସେପ୍ଟେମ୍ବର ୧୮ ତାରିଖରେ ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ୨୦୨୨ ମସିହା ଅଗଷ୍ଟ ୭ ତାରିଖରେ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବାର ଧାର୍ଯ୍ୟ ଥିବାବେଳେ ବର୍ତମାନ ପର୍ଯ୍ୟନ୍ତ ଏହି ରାସ୍ତା ଆରମ୍ଭ ହୋଇ ନାହିଁ। କେବଳ ଫଳକରେ ଏହି ରାସ୍ତା ନିର୍ମାଣ କରାଯାଇଥିବାର ସୂଚନା ଦିଆଯାଇଛି। ଏହି କାର୍ଯ୍ୟକୁ ଏକ ଠିକା ସଂସ୍ଥାକୁ ଦିଆଯାଇଛି। ତେବେ ସମୟସୀମା ଅତିକ୍ରାନ୍ତ ହୋଇଯାଇଥିଲେ ହେଁ ଠିକା ସଂସ୍ଥା ପକ୍ଷରୁ କାହିଁକି କାର୍ଯ୍ୟ ଆରମ୍ଭ କରାଯାଇ ନାହିଁ ଏଥିପ୍ରତି ଜନସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଜିଲା ଖଣିଜ ପାଣ୍ଠିରେ ହଜାର ହଜାର କୋଟି ଟଙ୍କା ଥାଇ ମଧ୍ୟ ଯୋଡ଼ାବ୍ଲକର ତିନିଧାରିଆ, ମୂର୍ଗାମହାଦେବ, ହାଣ୍ଡିଭଙ୍ଗା, ଗୁରୁବେଡ଼ା ଭଳି ଅନେକ ପର୍ଯ୍ୟଟନସ୍ଥଳୀ ଅବହେଳିତ ହୋଇପଡ଼ିଛି। ଏସମ୍ପର୍କରେ ଆର୍‌ଡ଼ି ବିଭାଗର ଯନ୍ତ୍ରୀ କରୁଣାକର ନନ୍ଦ କହିଛନ୍ତି, ଏହି ରାସ୍ତାରେ ରିଜର୍ଭ ଜଙ୍ଗଲ, ମେଗା ଜଳଯୋଗାଣ ପାଇପ ଲାଇନ, ଓଡ଼ିଶା ଖଣି ନିଗମ ଗେଟ ପ୍ରଭୃତି ରହିଥିବାରୁ ରାସ୍ତା ସମ୍ପ୍ରସାରଣ ହୋଇପାରି ନାହିଁ। ଏଣୁ ଏହି ରାସ୍ତାର ପୁନଃ ଏଷ୍ଟିମେଟ କରାଯାଇ ଅନୁମୋଦନ ମିଳିଲେ କାର୍ଯ୍ୟ ଆରମ୍ଭ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ବ୍ୟାପୁଛି ଜଙ୍ଗଲ ନିଆଁ, ବନ୍ୟଜନ୍ତୁ କଲବଲ

କେନ୍ଦୁଝର,୨୫ା୪(ଦୀପକ ମିଶ୍ର)କେନ୍ଦୁଝର ବନଖଣ୍ଡର ୭ଟି ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିଛି। ଏଥିରେ ବହୁ ମୂଲ୍ୟବାନ୍‌ ଗଛ ନଷ୍ଟ ହେଉଥିବା ବେଳେ ବନ୍ୟପ୍ରାଣୀ ଉତ୍ତାପରେ...

ଘରେ ପଶି ଗୃହକର୍ତ୍ତାଙ୍କ ପାଟିରେ ବନ୍ଧୁକ ଭର୍ତ୍ତି କରି ଡକାୟତି ଉଦ୍ୟମ, ମରଣାନ୍ତକ ଆକ୍ରମଣ କରି ୩ ଫେରାର

ବଡ଼ବିଲ,୨୪ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ପିଏଚ୍‌ଡି ରୋଡ୍‌ସ୍ଥିତ ଭଞ୍ଜ କଲୋନୀରେ ବୁଧବାର ଜଣେ ବ୍ୟକ୍ତିଙ୍କ ଘରେ ସ୍ପଷ୍ଟ ଦିବାଲୋକରେ ଡକାୟତି ପାଇଁ...

ନାବାଳିକାଙ୍କୁ ବଳାତ୍କାର କରି ଯୁବକଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡ

କେନ୍ଦୁଝର,୨୪ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ମାନ୍ୟବର ବିଚାରପତି ବିଜୟ କୁମାର ମିଶ୍ର ଏକ ବଳାତ୍କାର ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଦଣ୍ତାଦେଶ ଶୁଣାଇଛନ୍ତି।...

ଅବକାରୀ ଥାନା ପରିସରରେ ଭୟାବହ ଅଗ୍ନିକାଣ୍ଡ: କୋଟିଏରୁ ଉର୍ଦ୍ଧ୍ୱ ସମ୍ପତ୍ତି ନଷ୍ଟ

ବଡ଼ବିଲ,୨୪।୪ (ଦେବପ୍ରିୟ ରଣା):କେନ୍ଦୁଝର ବଡବିଲ ଅବକାରୀ ଥାନା ପରିସରରେ ମଙ୍ଗଳବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି କୋଟିଏରୁ ଉଦ୍ଧର୍‌ବ ଟଙ୍କାର ଜବତ ହୋଇ ରହିଥିବା...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri