ନଦୀସୁଅରେ ଭାସିଗଲେ ମହିଳା, ଉଦ୍ଧାର କାର୍ଯ୍ୟ ଜାରି
କେନ୍ଦୁଝର,୧୪ା୯(ସ୍ବ.ପ୍ର.): ତେଲକୋଇ ଥାନା ଅଧୀନ ତେଲକୋଇ ତଳସାହି ସତ୍ସଙ୍ଗ ସମାକୋଈ ନଦୀଘାଟରେ ପାର୍ ହେଉଥିଲା ବେଳେ ଜଣେ ମହିଳା ନଦୀସୁଅରେ ଭାସି ଯାଇ ନିଖୋଜ ହୋଇଯାଇଛନ୍ତି । ମହିଳା ଜଣକ ତଳସାହିର ପ୍ରଭାକର ହେହୁରୀଙ୍କ ସ୍ତ୍ରୀ ସରୋଜିନୀ (୫୦) ବୋଲି ଜଣାପଡ଼ିଛି।…
ବେଆଇନ କ୍ରସର, ବଢୁଛି ପ୍ରଦୂଷଣ
କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ…
୩୭ ଅନ୍ତେବାସୀ ଅସୁସ୍ଥ, ଡାକ୍ତରୀ ଟିମ୍ ପହଞ୍ଚି କଲା କୋଭିଡ୍ ପରୀକ୍ଷା
ପାଟଣା,୧୪।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡେଣୁଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ୍ରାବାସର ୩୭ ଜଣ ଅନ୍ତେବାସୀ ବୁଧବାର ଅସୁସ୍ଥ ହୋଇପଡ଼ିଛନ୍ତି। ଅନ୍ତେବାସୀଙ୍କ ସହ ୱାର୍ଡେନ ମଧ୍ୟ ଜ୍ୱର, କାଶରେ ପୀଡ଼ିତ ଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଡାକ୍ତର ଯଶୋବନ୍ତ…
ବିପର୍ଯ୍ୟସ୍ତ ରାସ୍ତା, ସମସ୍ୟା ଭୋଗୁଛନ୍ତି ମଦରଙ୍ଗାଯୋଡ଼ିବାସୀ
କେନ୍ଦୁଝର,୧୪।୯ (ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗାଯୋଡି ଗ୍ରାମରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛ। ସେଗୁଡ଼ିକ ମରାମତି କରାଯାଉ ନଥିତ୍ବାରୁ ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଭଲ ରାସ୍ତା ନଥିବାରୁ ସାଧାରଣ ଲୋକେ ଯିବାଆସିବା କରିବାରେ ଅସୁବିଧା ଭୋଗ କରୁଛନ୍ତି। ସ୍କୁଲ, କଲେଜକୁ…
ଲାଇସେନ୍ସ ଅବଧି ସରିବା ପରେ ବି ଚାଲିଛି ଲୋଡିଂ
କେନ୍ଦୁଝର, ୧୪।୯ (ସ୍ବ.ପ୍ର.): ଲାଇସେନ୍ସ ଅବଧି ସରିବା ପରେ ମଧ୍ୟ ଝୁମ୍ପୁରା ବ୍ଲକ ନୟାଗଡ଼ ରେଳ ସାଇଡିଂରେ ଲୋଡିଂ କାମ ଚାଲିଛି। ଏଭଳି ଅଭିଯୋଗ ଆସିବା ପରେ ଯୋଡ଼ା ଖଣି ଉପନିର୍ଦ୍ଦେଶକଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ପ୍ରକାଶ ଯେ, ନୟାଗଡ଼…
ଖବରଦାତା ଅରିନ୍ଦମ ଦାସଙ୍କ ପ୍ରଥମ ଶ୍ରାଦ୍ଧ ବର୍ଷିକୀ : ଉନ୍ମୋଚନ ହେଲା ସ୍ମରଣୀକା
ପାଟଣା,୧୩।୯(ସ୍ବ.ପ୍ର.): ଖବରଦାତା ଅରିନ୍ଦମ ଦାସଙ୍କ ମଙ୍ଗଳବାର ପ୍ରଥମ ଶ୍ରାଦ୍ଧ ବର୍ଷିକୀ। ଏହି ଅବସରରେ ତାଙ୍କ ପୈତୃକ ଗାଁ କେନ୍ଦୁଝର ଜିଲା ପାଟଣା ବ୍ଲକ ରାଜନଗର ପଞ୍ଚାୟତ ରାଇକଳା ଗ୍ରାମରେ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଛି। ହିନ୍ଦୁଶାସ୍ତ୍ର ମତେ ପିଣ୍ଡ ପ୍ରଦାନ କାର୍ଯ୍ୟ…
ଗୁଳିମାଡ଼ରେ ଯୁବକ ମୃତ,୨ ଅଟକ
କେନ୍ଦୁଝର/ପାଟଣା, ୧୨ା୯(ସ୍ବ.ପ୍ର.)-କେନ୍ଦୁଝର ଜିଲା ବାରିଆ ଥାନା ଅଧୀନ ଭଣ୍ଡା ମେଡିକାଲରେ ସୋମବାର ସନ୍ଧ୍ୟାରେ ଜଣେ ଗୁଳିବିଦ୍ଧ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ଝାଡ଼ଖଣ୍ଡ ରାଜ୍ୟ ଛଣପଦା ଅଞ୍ଚଳର ମୃତ୍ୟୁଞ୍ଜୟ ବେହେରା(୪୦) ବୋଲି ଜଣାପଡ଼ିଛି। ଏହି ଘଟଣାରେ ତାଙ୍କୁ ଡାକ୍ତରଖାନା ଆଣିଥିବା…
ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର
କେନ୍ଦୁଝର,୧୨।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ବନାଞ୍ଚଳରେ ଭାଲୁ ଆକ୍ରମଣରେ ଜଣେ ଛେଳି ଚରାଳି ଗୁରୁତର ଆହତ ହୋଇଛନ୍ତି। ସେ ହେଲେ ଡେମକା ମୁଣ୍ଡା(୪୫)। ସୂଚନାଯୋଗ୍ୟ, ତେଲକୋଇ ରେଞ୍ଜର କାଳିଆହତା ସାରୁପାଟ ଗ୍ରାମର ତିନିଜଣ ଲୋକ ନିକଟସ୍ଥ ଭାଲୁଘରା ହୁଡ଼ିକୁ ଛେଳି ଚରାଇବାକୁ…
୫ ଗ୍ରାମକୁ ରାଜସ୍ବ ଗ୍ରାମ ମାନ୍ୟତା ଦାବି
କେନ୍ଦୁଝର,୧୨ା୯(ସ୍ବ.ପ୍ର.): ହାଟଡିହି ବ୍ଲକ ଅନ୍ତର୍ଗତ ହଦଗଡ଼ ସଂରକ୍ଷିତ ଜଙ୍ଗଲ ପରିସରରେ ଥିବା କଅଁଳେଇ ବାଲିପାଳ ପଞ୍ଚାୟତର ମଲ୍ଲିପଶି, ସରମଣ୍ଡି, କଅଁଳେଇ ବାଲିପାଳ, ମୟୁରନଚା ଓ ଭଅଁରା ଜଙ୍ଗଲ ଗ୍ରାମକୁ ରାଜସ୍ବ ଗ୍ରାମର ମାନ୍ୟତା ଦେବାକୁ ପଞ୍ଚାୟତବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।…
ପୁଅଙ୍କ ସାମ୍ନାରେ ଭାସିଗଲେ ବାପା, ୨୪ ଘଣ୍ଟା ପରେ ବି ମିଳିନି ପତ୍ତା
କେନ୍ଦୁଝର,୧୦ା୯(ସ୍ବ.ପ୍ର.): ଦୀର୍ଘ ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ ବାଂଶପାଳ ବ୍ଲକ କେନ୍ଦୁଘାଟି ନିକଟ ବୈତରଣୀରେ ଶୁକ୍ରବାର ଅପରାହ୍ନରେ ଭାସି ଯାଇଥିବା ବ୍ୟକ୍ତିଙ୍କ ପତ୍ତା ମିଳିନାହିଁ। ପୋଲିସ ଓଡ୍ରାଫ୍ ଟିମ୍ ଜରିଆରେ ଖୋଜାଖୋଜା ଜାରି ରଖିଛି। ଫଳରେ ଆଶା ଓ ଆଶଙ୍କା ମଧ୍ୟରେ…
ଅନ୍ଧାରରେ ୫ ହଜାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ
କେନ୍ଦୁଝର, ୧୦।୯ (ସ୍ବ.ପ୍ର.): ଶିକ୍ଷା ବିଭାଗର ବିଚିତ୍ର ବ୍ୟବସ୍ଥା ଯୋଗୁଁ କେନ୍ଦୁଝର ଜିଲାର ୪୦ ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲରେ ପାଠ ପଢୁଥିବା ୫ ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହେବାକୁ ବସିଛି ା ଶିକ୍ଷୟତ୍ରୀ, ଶିକ୍ଷକ ଅଭାବରୁ ଏହି ହାଇସ୍କୁଲର…
ମଦ ପିଆଇ ଗୁପ୍ତାଙ୍ଗ କାଟିଥିଲେ ମହିଳା: ୭ ବର୍ଷ ଜେଲ
କେନ୍ଦୁଝର,୯ା୯(ସ୍ବ.ପ୍ର.): ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗ କାଟିଦେବା ଅଭିଯୋଗରେ ଶୁକ୍ରବାର ସ୍ଥାନୀୟ ସିଜେଏମ୍ ରଞ୍ଜୁଲତା ଲେଙ୍କା ଅଭିଯୁକ୍ତ ମହିଳା କମଳା ପାତ୍ରଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏପରିକି ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।…
Archives


