ବିପର୍ଯ୍ୟସ୍ତ ରାସ୍ତା, ସମସ୍ୟା ଭୋଗୁଛନ୍ତି ମଦରଙ୍ଗାଯୋଡ଼ିବାସୀ

କେନ୍ଦୁଝର,୧୪।୯ (ସ୍ବ.ପ୍ର.): ସଦର ବ୍ଲକ ଅନ୍ତର୍ଗତ ମଦରଙ୍ଗାଯୋଡି ଗ୍ରାମରେ ରାସ୍ତାଘାଟ ବିପର୍ଯ୍ୟସ୍ତ ହୋଇପଡ଼ିଛ। ସେଗୁଡ଼ିକ ମରାମତି କରାଯାଉ ନଥିତ୍ବାରୁ ଲୋକମାନେ ନର୍କ ଯନ୍ତ୍ରଣା ଭୋଗୁଛନ୍ତି। ଭଲ ରାସ୍ତା ନଥିବାରୁ ସାଧାରଣ ଲୋକେ ଯିବାଆସିବା କରିବାରେ ଅସୁବିଧା ଭୋଗ କରୁଛନ୍ତି। ସ୍କୁଲ, କଲେଜକୁ ଛାତ୍ରୀଛାତ୍ରମାନେ ଯାଇପାରୁନାହାନ୍ତି। ବିଶେଷ କରି ରୋଗୀଙ୍କୁ ଡାକ୍ତରଖାନା ନେବା ଆଣିବାରେ ସମସ୍ୟା ହେଉଛି। ଜିଲା ମୁଖ୍ୟାଳୟଠାରୁ ମାତ୍ର ୧୪କିମି ଦୂରରେ ଥିବା ଏହି ଗ୍ରାମର ଅବସ୍ଥା ଏଭଳି ରହିଥିଲେ ହେଁ ସ୍ଥାନୀୟ ସରପଞ୍ଚ, ବିଧାୟକ କିମ୍ବା ବ୍ଲକ ପ୍ରଶାସନ ପକ୍ଷରୁ ରାସ୍ତା ନିର୍ମାଣ ତ ଦୂର କଥା ମରାମତି କରିବା ନେଇ ପଦକ୍ଷେପ ନିଆଯାଉନଥିବାରୁ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଗ୍ରାମରେ ପାଖାପାଖି ୨୫୦ ପରିବାର ରହିଥିବା ବେଳେ ୧୫୦୦ ଲୋକ ରହୁଛନ୍ତି।ତେବେ ମହାଦେଇଯୋଡା ମୁଖ୍ୟ ରାସ୍ତାରୁ ଗ୍ରାମକୁ ଯାଇଥିବା ମାତ୍ର ଦେଢ କିମି ରାସ୍ତାରେ ବଡ଼ ବଡ଼ ଖାଲ ଖମା ସୃଷ୍ଟି ହୋଇ ବିପର୍ଯ୍ୟସ୍ତ ହୋଇପଡ଼ିଛି। ତୁରନ୍ତ ଏହି ରାସ୍ତାର ମରାମତି ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ବି RSSକୁ ସୁରକ୍ଷା ଦେବି…’, ରାହୁଲ ଗାନ୍ଧୀଙ୍କ ଏମିତି ବୟାନକୁ ନେଇ ଉଠିଲାଣି ରାଜନୈତିକ ଝଡ଼!

ନୂଆଦିଲ୍ଲୀ,୧୩।୮: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଦ୍ୱାରା ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ) ସମ୍ପର୍କରେ ଦିଆଯାଇଥିବା ଏକ ବିବୃତ୍ତି ଏକ ନୂତନ ରାଜନୈତିକ…

ଅଟୋ ଦୁର୍ଘଟଣାରେ ରବୀନ୍ଦ୍ରଙ୍କ ମୃତ୍ୟୁ, ସହାୟତାର ହାତ ବଢ଼ାଇଲେ ଉପଜିଲାପାଳ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ରାମନାଗୁଡ଼ା ନିକଟସ୍ଥ ପରୀକ୍ଷିତି ଠାରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ସମୟରେ ଏକ ଦ୍ରୁତ ଗତିରେ…

କାହିଁକି ଭାଜପାରେ ସାମିଲ ହେଲେ ହରଭଜନ? ନିଜେ କହିଲେ ଏହା ପଛ ବଡ଼ କାରଣ

ନୂଆଦିଲ୍ଲୀ,୧୩।୮: ହରଭଜନ ସିଂହ ଅଭିଯୋଗ କରିଛନ୍ତି ଯେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ରୀଡ଼ାକୁ ପ୍ରୋତ୍ସାହନ ଦେବାରେ କୌଣସି ଆଗ୍ରହ ଦେଖାଇ ନଥିଲେ ଏବଂ ତାଙ୍କୁ କେବେ ନିଯୁକ୍ତି ମଧ୍ୟ…

ଖାର୍ଗେଙ୍କ ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ଗର୍ଜିଲେ ପ୍ରିୟଙ୍କା ଗାନ୍ଧୀ, ଦେଶବ୍ୟାପୀ ସତ୍ୟାଗ୍ରହ କରିବ କଂଗ୍ରେସ

ନୂଆଦିଲ୍ଲୀ,୧୩।୮: ଉତ୍ତରାଖଣ୍ଡର ହଲଦ୍ୱାନୀରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ‘ବିଜୟ ଶଙ୍ଖନାଦ’ ରାଲିରେ ଯେଉଁ ମଞ୍ଚରେ ଭାଷଣ ଦେଇଥିଲେ, ସେହି ମଞ୍ଚର ‘ଶୁଦ୍ଧିକରଣ’କୁ ନେଇ ବିବାଦ…

ହରସିମରତ କୌର ବାଦଲଙ୍କୁ ଫୋନ କଲେ ମୋଦି, ପଚାରି ବୁଝିଲେ…

ନୂଆଦିଲ୍ଲୀ,୧୩।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶିରୋମଣି ଅକାଳୀ ଦଳ (SAD) ମୁଖ୍ୟ ସୁଖବୀର ସିଂହ ବାଦଲଙ୍କ ଉପରେ ଆକ୍ରମଣ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ସୂତ୍ର…

ଚିଲିକା ହତ୍ୟା ମାମଲାର ପର୍ଦ୍ଦାଫାଶ କଲା ପୋଲିସ, ଜାଣନ୍ତୁ ହତ୍ୟା ପଛର ବଡ଼ ରହସ୍ୟ…

କୃଷ୍ଣପ୍ରସାଦ,୧୩।୮(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ କୁମାରପୁର ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୋଲିକୁ ଏକ…

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri