କ୍ରଶରରେ ବ୍ଲାଷ୍ଟିଂ, ଥରିଲା ଗାଁ
ପାଟଣା,୧୦ା୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅଧୀନ ଅଙ୍କୁରା ସ୍କୁଲସାହି ତଥା ହୁଡ଼ି ସାହିରେ ଥିବା ଏକ କ୍ରଶରରେ ରବିବାର ବ୍ଲାଷ୍ଟିଂ ବେଳେ ହଠାତ୍ ଗାଁ ଥରି ଉଠିଥିଲା। ବଡ଼ ବଡ଼ ପଥରଖଣ୍ଡ ପାଖ…
ଶଯ୍ୟା ୩୫, ସେବା ପାଉଛନ୍ତି ୧୦୦
ଚମ୍ପୁଆ,୯।୭(ମହେଶ୍ୱର ଦାସ)କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ ନାନା ଘାତ ପ୍ରତିଘାତ ଭିତରେ ଗତି କରୁଛି। ସରକାର ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉନ୍ନତି କରୁଥିବା ବେଳେ ରୋଗୀ ସେବା ନିମନ୍ତେ ବିଭିନ୍ନ ଯୋଜନା ସହିତ କୋଟି କୋଟି ଟଙ୍କା ବ୍ୟୟ ବରାଦ କରୁଛନ୍ତି।…
ସ୍କୁଲରୁ ଲୁଚି ଚାଲି ଆସିଥିବା ୨ ଛାତ୍ର ଉଦ୍ଧାର
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡ଼ନେଉଳି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ରାତିରେ ଦୁଇ ଜଣ ଛାତ୍ର ଲୁଚି ପଳେଇ ଆସିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦୁଝର ସହରରେ ସ୍ଥାନୀୟ ଲୋକମାନେ ଦୁଇ ଛାତ୍ରଙ୍କୁ ଶନିବାର…
ରାସ୍ତାରେ ଲହଡ଼ି ଭାଙ୍ଗୁଛି ବର୍ଷାଜଳ, ନିଷ୍କାସନ ପାଇଁ ଦାବି
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ସଦର ବ୍ଲକ ରାଇସୁଆଁରୁ କେନ୍ଦୁଝର ସହରକୁ ଆସିବା ପାଇଁ ବାଲିଆଗୁଡ଼ା ନିକଟରେ ଏନ୍ଏଚ୍-୨୦ର ନିର୍ମାଣ ହୋଇଥିବା ସର୍ଭିସ ରୋଡ୍ ଜଳାର୍ଣ୍ଣବ ହୋଇଯାଇଛି। ବର୍ଷା ଜଳ ନିଷ୍କାସନ ହୋଇ ପାରୁ ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା…
ବେପାରୀଙ୍କୁ ବନ୍ଧୁକ ଦେଖାଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ଥାନା ଅନ୍ତର୍ଗତ ଦୋବଲାପାଳ ଛକ ନିକଟରେ ଗୋରୁ ବେପାରୀଙ୍କଠାରୁ ଟଙ୍କା ଲୁଟ୍ ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମୁଣ୍ଡରେ ବନ୍ଧୁକ ଲଗାଇ ଏବଂ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଲୁଟ୍ର…
୩ ବର୍ଷର ଝିଅକୁ ମାରି ନଦୀରେ ଫିଙ୍ଗିବା ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ ବାପା
ଆନନ୍ଦପୁର,୮ା୭(ସନ୍ତୋଷ ରାଉତ): ନିଜର ୩ ବର୍ଷର ଝିଅକୁ ଭରା ନଦୀ ଗର୍ଭକୁ ଫିଙ୍ଗି ହତ୍ୟାକରିବା ଘଟଣାର ଦୀର୍ଘ ୧୦ ବର୍ଷ ପରେ ହତ୍ୟାକାରୀ ଅଭିଯୁକ୍ତ ବାପା କ୍ରାଇମ୍ବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ। ଶନିବାର ଅଭିଯୁକ୍ତ ବାପାଙ୍କୁ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ…
ଦୁଆର ମୁହଁରେ ପହଞ୍ଚିଲା ପାଣି
କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ସମସ୍ତ ଗାଁ ଏବଂ ସହରରେ ଲୋକଙ୍କ ଦୁଆରମୁହଁରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇବା ଉପରେ ସରକାର ବିଶେଷ ଗୁରୁତ୍ୱ ଦେଉଛନ୍ତି। କେନ୍ଦୁଝର ଜିଲାର ବିଭିନ୍ନ ସ୍ଥାନରେ ଏଥିପାଇଁ ପାନୀୟ ଜଳ ଯୋଗାଣ…
କେନାଲରେ ବୁଡ଼ି ଯୁବକ ମୃତ
ହାଟଡ଼ିହୀ,୭l୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ସୋସୋ ଥାନା ଅଧୀନ ଶଢ଼ା କେନାଲରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ଶଢ଼ା ଗ୍ରାମର ହାଡ଼ିବନ୍ଧୁ ଦାସଙ୍କ ପୁଅ ସୌମ୍ୟରଞ୍ଜନ ଦାସ (୨୬)। ସେ ଗୁରୁବାର ସନ୍ଧ୍ୟା ସମୟରେ କେନାଲକୁ ଶୌଚ ହେବାକୁ…
ଛତୁ ତୋଳିବାକୁ ଯାଇ ହାତୀ ଆକ୍ରମଣରେ ମହିଳାଙ୍କ ଜୀବନ ଗଲା
କେନ୍ଦୁଝର,୭ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ତେଲକୋଇ ରେଞ୍ଜ ଗୋଳାବନ୍ଧ ବିଟ ଅନ୍ତର୍ଗତ ସିରିଆବାହାଳ ଗ୍ରାମ୍ୟ ଜଙ୍ଗଲକୁ ଛତୁ ତୋଳିବାକୁ ଯାଇଥିବା ଜଣେ ମହିଳା ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି। ମୃତ ମହିଳା ବିଦେଶୀ ପେଣ୍ଠେଇଙ୍କ ଝିଅ ଶଶିକା ବୋଲି ଜଣାପଡ଼ିଛି। ଶୁକ୍ରବାର ଦିନ…
ଆବାସ କାର୍ଯ୍ୟାଦେଶ ମିଳିଛି, ପ୍ରଥମ କିସ୍ତି ଆସୁନି
ଆନନ୍ଦପୁର,୭।୭(ସନ୍ତୋଷ ରାଉତ): ପ୍ରଧାନମନ୍ତ୍ରୀ ଆବାସ କାର୍ଯ୍ୟାଦେଶ ସହିତ ପ୍ରଥମ କିସ୍ତି ମିଳିବାର ବ୍ୟବସ୍ଥା ରହିଛି। ଗୃହି ନିର୍ମାଣ ନିମନ୍ତେ ଆର୍ଥିକ ସହାୟତା ରାଶି ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଜମାଖାତାରେ ଦାଖଲ ହେବା କଥା। ମାତ୍ର ଆନନ୍ଦପୁର ବ୍ଲକ୍ରେ ଏହାର ବ୍ୟତିକ୍ରମ ପରିଲକ୍ଷିତ…
ନାବାଳିକାଙ୍କୁ ଧରି ମୁସଲମାନ ଯୁବକ ଫେରାର
କେନ୍ଦୁଝର,୬।୭(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଟାଉନ ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟ ନାବାଳିକାଙ୍କୁ ଜଣେ ମୁସଲମାନ ଯୁବକ ଧରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ ସହାୟତା କରିଥିବା ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଅଜୁବା…
କାର୍କୁ ଧକ୍କା ଦେଇ ଘୋଷାଡ଼ି ନେଲା ଟ୍ରକ୍
ପାଟଣା,୬ା୭(ବୀରକିଶୋର ଦାଶ): କେନ୍ଦୁଝର ପାଟଣା ବ୍ଲକ ତୁରୁମୁଙ୍ଗା ଦେଇ ଯାଇଥିବା ମୁମ୍ବାଇ କୋଲକାତା ୪୯ ନମ୍ବର ଜାତୀୟ ରାଜପଥର ଝାରବେଡ଼ା ନିକଟରେ ଗୁରୁବାର ଏକ ଟ୍ରକ୍ ଧକ୍କାରେ କାର୍ର ସମ୍ମୁଖ ଭାଗ ଚୂର୍ମାର ହୋଇଯାଇଛି। ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲା ସିଙ୍ଗିଡ଼ା ପାର୍ଶ୍ୱରୁ…
Archives


