୩ ବର୍ଷର ଝିଅକୁ ମାରି ନଦୀରେ ଫିଙ୍ଗିବା ଘଟଣା: ଡେମୋ ଦେଖାଇଲେ ଅଭିଯୁକ୍ତ ବାପା

ଆନନ୍ଦପୁର,୮ା୭(ସନ୍ତୋଷ ରାଉତ): ନିଜର ୩ ବର୍ଷର ଝିଅକୁ ଭରା ନଦୀ ଗର୍ଭକୁ ଫିଙ୍ଗି ହତ୍ୟାକରିବା ଘଟଣାର ଦୀର୍ଘ ୧୦ ବର୍ଷ ପରେ ହତ୍ୟାକାରୀ ଅଭିଯୁକ୍ତ ବାପା କ୍ରାଇମ୍‌ବ୍ରାଞ୍ଚ ହାତରେ ଗିରଫ ହୋଇଥିଲେ। ଶନିବାର ଅଭିଯୁକ୍ତ ବାପାଙ୍କୁ ରିମାଣ୍ଡରେ ଆଣି କ୍ରାଇମ ବ୍ରାଞ୍ଚ ପକ୍ଷରୁ କ୍ରାଇମ୍‌ ସିନ୍‌ ରିକ୍ରିଏସନ୍‌ କରାଯାଇଛି। ଅଭିଯୁକ୍ତ ବାପା ଘଟାଇଥିବା ହତ୍ୟାକାଣ୍ଡର ସମସ୍ତ ବିବରଣୀ କ୍ରାଇମ ବ୍ରାଞ୍ଚ ନିକଟରେ ଓଗାଳିଛନ୍ତି।

ଆନନ୍ଦପୁର ଥାନା ଫକୀରପୁର ଗ୍ରାମର ପ୍ରଶାନ୍ତ ସାହାଣୀଙ୍କୁ ନିଜ ୩ବର୍ଷର ଝିଅକୁ ହତ୍ୟା କରିବାର ୧୦ ବର୍ଷ ପରେ କ୍ରାଇମ ବ୍ରାଞ୍ଚ ମହାରାଷ୍ଟ୍ରର ମୁରଦାବାଦ ଅଞ୍ଚଳରୁ ଗିରଫ କରିବା ପରେ ଚଳିତ ମାସ ୨ ତାରିଖ ଆନନ୍ଦପୁର ଏସ୍‌ଡିଜେଏମଙ୍କ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଆନନ୍ଦପୁର ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା। ଶନିବାର କ୍ରାଇମ୍‌ ବ୍ରାଞ୍ଚ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣି ନିଜ ଗ୍ରାମ ଫକୀରପୁରକୁ ନେଇଥିଲା। ସେଠାରେ ଅଭିଯୁକ୍ତ ବାପା ହତ୍ୟାକାଣ୍ଡ ଘଟଣାର ଡେମୋ ଦେଖାଇଥିଲେ।

ଅଭିଯୁକ୍ତ ବାପା ପ୍ରଶାନ୍ତ ୨୦୧୩ ଅଗଷ୍ଟ ମାସ ୧୮ରେ ପାରିବାରିକ କଳହକୁ କେନ୍ଦ୍ର କରି ନିଜର ୩ ବର୍ଷର ଝିଅକୁ ଉଛୁଳା ବୈତରଣୀ ନଦୀରେ କାଠ ଭେଳା ଦେଖାଇଥିଲେ। ଝିଅ କାହିଁ କହିବାରୁ ତାକୁ ଉଛୁଳା ପାଣିରେ ଛାଡ଼ି ଦେଇଥିଲେ। ପରେ ୫୩ନଂ ରାଜ୍ୟ ରାଜପଥର ତରତରା ଛକରୁ ଭଦ୍ରକ ଓ ସେଠାରୁ ଫେରାର ହୋଇଯାଇଥିଲେ। ଘଟଣାକୁ ନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ପୂଜା ଆନନ୍ଦପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୁକ୍ତଙ୍କ ସ୍ତ୍ରୀ ପୂଜାଙ୍କ ଅଭିଯୋଗ କ୍ରମେ ୧୨୫/୧୩ରେ ଆନନ୍ଦପୁର ଥାନାରେ ମାମଲା ରୁଜୁ ହୋଇଥିଲେ ବି ଆନନ୍ଦପୁର ପୋଲିସର କାର୍ଯ୍ୟଧାରାରେ ଅସନ୍ତୋଷ ବ୍ୟକ୍ତ କରି ପୂଜା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପରେ ମାମଲା କ୍ରାଇମବ୍ରାଞ୍ଚ ହାତକୁ ଆସିଥିଲା। ଦୀର୍ଘ ୧୦ ବର୍ଷ ପରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଅଭିଯୁକ୍ତ ବାପା ପ୍ରଶାନ୍ତଙ୍କୁ ମହାରାଷ୍ଟ୍ରର ମୁରଦାବାଦରୁ ଗିରଫ କରିବାରେ ସଫଳ ହୋଇଛି। ଅଭିଯୁକ୍ତର ପାନ୍‌ ନଂ ଓ ଆଧାର ନଂ ଏବଂ ଆକାଉଣ୍ଟକୁ ଆଧାର କରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା କ୍ରାଇମ ବ୍ରାଞ୍ଚ ଇନ୍ସପେକ୍ଟର ଦେବୀପ୍ରସାଦ ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?