Odisha Elections 2024

ସ୍କୁଲରୁ ଲୁଚି ଚାଲି ଆସିଥିବା ୨ ଛାତ୍ର ଉଦ୍ଧାର

କେନ୍ଦୁଝର,୮ା୭(ନରେଶ ଚନ୍ଦ୍ର ପଟ୍ଟନାୟକ): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ବଡ଼ନେଉଳି ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରୁ ରାତିରେ ଦୁଇ ଜଣ ଛାତ୍ର ଲୁଚି ପଳେଇ ଆସିଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କେନ୍ଦୁଝର ସହରରେ ସ୍ଥାନୀୟ ଲୋକମାନେ ଦୁଇ ଛାତ୍ରଙ୍କୁ ଶନିବାର ସକାଳେ ଦେଖିବାକୁ ପାଇଥିଲେ। ତେବେ କେନ୍ଦୁଝର ଟାଉନରୁ ଉକ୍ତ ସ୍କୁଲ ୩୦ କିମି ବୋଲି ଜଣାପଡ଼ିଛି।

ଏହି ଘଟଣା ପରେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ସେମାନେ ତିନି ଦିନ ହେଲା ସ୍କୁଲ ଯାଉଥିଲେ ଓ ହଷ୍ଟେଲରେ ରହୁଥିଲେ। ଏଣୁ କାହିଁକି ଗଲେ ତାହାର ତଦନ୍ତ ପାଇଁ ଆଦେଶ କରାଯାଇଛି। ତାଙ୍କର ବାପାଙ୍କୁ ଡକାଯାଇ କଥାବାର୍ତ୍ତା କରାଯିବ। ଯଦି ପିଲାଙ୍କୁ ଏଠାରେ ଭଲ ଲାଗୁନାହିଁ ତେବେ ଘର ପାଖ ସ୍କୁଲରେ ନାମ ଲେଖାଇବାକୁ କୁହାଯିବ।

ଅନ୍ୟପକ୍ଷରେ ରାତି ଅଧରେ ଦୁଇ ନାବାଳକ ଛାତ୍ର ସ୍କୁଲ ପରିସରରୁ ଏପରି ଲୁଚି ପଳେଇ ଆସିଥିଲେ ହେଁ କିପରି କେହି ଜାଣି ପାରିଲେ ନାହିଁ ତାହାକୁ ନେଇ ପିଲାମାନଙ୍କ ସୁରକ୍ଷାକୁ ନେଇ ଅଭିଭାବକ ପ୍ରଶ୍ନ କରୁଛନ୍ତି। ତେବେ ହଷ୍ଟେଲରେ ଓ୍ବାଡନ ରହୁଛନ୍ତି କି ନାହିଁ ତଦନ୍ତ କରିବା ସହ କେଉଁ କାରଣରୁ ଲୁଚି ପକାଇ ଆସିଥିଲେ ତାହାର ତଦନ୍ତ ଦାବି ହେଉଛି। କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ, ଅନେକ ସ୍କୁଲରେ ଶିକ୍ଷକମାନେ ରହୁ ନାହାନ୍ତି। ଜଣେ ରହିଲେ ଅନ୍ୟ ଜଣେ ଦିନ ଦିନ ଧରି ଘରକୁ ପଳାଉଛନ୍ତି। ଏ ନେଇ ଦାୟିତ୍ୱରେ ଥିବା ଅଧିକାରୀମାନେ ଜାଣି ଚୁପ୍‌ ରହୁଛନ୍ତି। ଯଦି ଗ୍ରାମବାସୀ ଓ ପିଲାଙ୍କୁ ପଚରାଯାଏ ତେବେ ସତ୍ୟାସତ୍ୟ ଜଣାପଡ଼ିବ। ନଚେତ ପିଲାଙ୍କ ପାଠପଢ଼ା ବ୍ୟାହତ ହେବା ସହ ସୁରକ୍ଷା ବ୍ୟବସ୍ଥାରେ ସମସ୍ୟା ଉପୁଜିବ ବୋଲି ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଭୋଟରଙ୍କୁ ଅନୁରୋଧ କଲେ ଆସାମ ମୁଖ୍ୟମନ୍ତ୍ରୀ

ଭେଡେନ,୧୬ା୫(ସୁଦନ ମହାକୁର): ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଭେଡେନ ବ୍ଲକ ଡାଳବ ପଞ୍ଚାୟତ ଅନ୍ତର୍ଗତ ବାନିପାଲି ଖେଳ ପଡ଼ିଆରେ ଗୁରୁବାର ଭାଜପାର ବିଜୟ ସଙ୍କଳ୍ପ...

ଅଚ୍ୟୁତ ସାମନ୍ତଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ସବ୍ୟର୍ଚ୍ଚିତା

ଜି.ଉଦୟଗିରି,୧୬ା୫(ଶିଶିର ପଟ୍ଟନାୟକ): ଜି.ଉଦୟଗିରି ସହରରେ ଗୁରୁବାର ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥୀ ସାଲୁଗା ପ୍ରଧାନ ଓ କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ପାଇଁ...

ରତ୍ନ ଭଣ୍ଡାର ଚାବି ମିଳିବାର ଅଛି ତ ଭାଜପାକୁ ଭୋଟ୍‌ ଦିଅନ୍ତୁ: ନଡ୍ଡା

ପଦ୍ମପୁର,୧୬।୫: ପଦ୍ମପୁରରେ ଭାଜପା ସଭାପତି ଜେପି ନଡ୍ଡା ବିଜେଡି ଉପରେ ବର୍ଷିଛନ୍ତି। ନଡ୍ଡା କହିଛନ୍ତି, ରତ୍ନଭଣ୍ଡାର ଚାବି ହଜିଛି, ଚାବି କୁଆଡ଼େ ଗଲା। ରତ୍ନ ଭଣ୍ଡାର...

ସାଲୁଗାଙ୍କ ପାଇଁ ପ୍ରଚାର କଲେ ସବ୍ୟ-ଅର୍ଚ୍ଚିତା

ରାଇକିଆ,୧୬ା୫(ପ୍ରଦୀପ ବେହେରା): ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ପାଇଁ କନ୍ଧମାଳ ଜିଲା ରାଇକିଆଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରଚାର ଜୋର୍‌ ଧରିଛି। ଗୁରୁବାର...

ଧାରଣାସ୍ଥଳରେ ପୋଲିସର ଲାଠିଚାର୍ଜ, ଛତ୍ରଭଙ୍ଗ ଦେଲେ ଲୋକେ

ଖଲ୍ଲିକୋଟ,୧୬ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଖଲ୍ଲିକୋଟ ଥାନା ଆଗରେ ସକାଳ ୯ଟାରୁ ଭାଜପା ସମର୍ଥକଙ୍କ ଧାରଣା ଜାରି ରହିଥିଲା। ୧.୩୦ ସମୟରେ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ...

ଖଲ୍ଲିକୋଟ ପରେ ପୋଲସରାରେ ରାଜନୈତିକ ହିଂସା: ଫୁଟିଲା ଗୁଳି, ଜଣେ ଗୁରୁତର

ପୋଲସରା,୧୬।୫: ନିର୍ବାଚନ ଭିତରେ ତେଜୁଛି ନିର୍ବାଚନୀ ହିଂସା। ଖଲ୍ଲିକୋଟ ଭଳି ପୋଲସରାରେ ବି ଦେଖିବାକୁ ମିଳିଛି ରାଜନୈତିକ ହିଂସା । ପୋଲସରାରେ ବି ଫୁଟିଛି ଗୁଳି...

ଖଲ୍ଲିକୋଟ ହିଂସାକାଣ୍ଡ: ପୋଲିସକୁ ପଥର ମାଡ଼ କଲେ ଉତ୍ତ୍ୟକ୍ତ ଲୋକ, ଲାଠି ଚାର୍ଜ କଲା ପୋଲିସ

ଖଲ୍ଲିକୋଟ,୧୬।୫: ଗଞ୍ଜାମ ଖଲ୍ଲିକୋଟ ହିଂସାକାଣ୍ଡକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଘଟଣାରେ ପୋଲିସ ୮ଜଣଙ୍କୁ ଗିରଫ କରିଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ...

ଘରକୁ ଘର ବୁଲି ପ୍ରାର୍ଥୀଙ୍କ ପ୍ରଚାର

ହାଟଡିହୀ,୧୬ା୫(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ହାଟଡିହୀ ବ୍ଲକର ୩୭ନଂ ଜୋନ୍‌ରେ ଭାଜପା କାର୍ଯ୍ୟକର୍ତ୍ତା ଏବଂ କର୍ମୀମାନେ ବିଭିନ୍ନ ପଞ୍ଚାୟତ ଗସ୍ତକରି ପ୍ରଚାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri