କନ୍ଧମାଳ

ଘରେ ପଶି ୮୦ ହଜାର ଲୁଟିନେବା ସହ ମହିଳାଙ୍କୁ ଅସଦାଚରଣ ଅଭିଯୋଗ : ମୋବାଇଲ ଛାଡ଼ି ଚାଲିଗଲେ ଲୁଟେରା, ତଦନ୍ତ ଆରମ୍ଭ

ଦାରିଙ୍ଗବାଡ଼ି,୧୬।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କିଛିଦିନର ନିରବତା ପରେ ପୁଣି ଲୁଟ୍‌ପାଟ ଆରମ୍ଭ ହୋଇଛି। ଆଗକୁ ଶାରଦୀୟ ପୂଜା ରହିଥିବା ବେଳେ ଏବେ ଚୋରି ଡକାୟତି ବୃଦ୍ଧି ପାଇଛି। ଏଭଳି ଏକ ଘଟଣା ରବିବାର ବିଳମ୍ବିତ ରାତିରେ…

କ.ନୂଆଗାଁ ବ୍ଲକରେ ଅର୍ଥ ହେର୍‌ଫେର୍‌

ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ ପାଖରୁ ଅଦ୍ୟାବଧି ଏହା ଆଦାୟ କରାଯାଇ ପାରୁନାହିଁ । ପୁଣି ସେହିପରି କ.ନୂଆଗାଁ ବ୍ଲକ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର ଅଭିଯୋଗ

ଫୁଲବାଣୀ ଅଫିସ/ଖଜୁରିପଡା, ୧୬ା୯- କନ୍ଧମାଳ ଜିଲା ଖଜୁରିପଡା ଥାନା ଅଞ୍ଚଳର ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ନେଇ ଥାନାରେ ରବିବାର ଅଭିଯୋଗ ହୋଇଛି। ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଜଣେ କନଷ୍ଟେବଳଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଦିବ୍ୟାଙ୍ଗ ଯୁବତୀ…

ଆମ୍ବୁଲାନ୍ସ ଗଲାନି, ବୁହାହେଲେ ଗର୍ଭବତୀ

ଫୁଲବାଣୀ ଅଫିସ, ୧୫ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତା ଅବରୋଧକୁ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି। ନିଜସ୍ବ ସ୍ଥାନରେ ରାସ୍ତା ଅଛି ବୋଲି ପଟ୍ଟାଧାରୀ କହୁଥିବାବେଳେ ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ରାସ୍ତା ଅବରୋଧ ପାଇଁ…

ଜାତୀୟ ମହିଳା ଆୟୋଗ ସଦସ୍ୟଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ ଅଫିସ,୧୫ା୯-ଜାତୀୟ ମହିଳା ଆୟୋଗ ସଦସ୍ୟ ଚନ୍ଦ୍ରମୁଖୀ ଦେବୀ କନ୍ଧମାଳ ଗସ୍ତରେ ଆସି ମହିଳାମାନଙ୍କ ବିଭିନ୍ନ ସମସ୍ୟା ଉପରେ ଅବଗତ ହେବା ସହ ସମୀକ୍ଷା କରିଛନ୍ତି। ଶନିବାର ଜିଲାପାଳଙ୍କ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ବୈଠକରେ ସମାଜରେ ଲିଙ୍ଗଗତ ଭେଦଭାବ ଦୂର କରିବା,…

ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ, ସ୍ବାମୀ ଗିରଫ

ବାଲିଗୁଡା,୧୫ା୯(ଡି.ଏନ.ଏ.)-ବାଲିଗୁଡ଼ାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଶାସକ୍ତ ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ଶନିବାର ସ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତ କୁନାସାଲୁ ଗ୍ରାମର ମୁଞ୍ଜୁୁକା ମଳିକ ନିଶାସକ୍ତ ଅବସ୍ଥାରେ ତାଙ୍କ ସ୍ତ୍ରୀ ଲୁଦେଡିଙ୍କୁ ଏକ ଟାଙ୍ଗିଆରେ ହାଣି ହତ୍ୟା…

ବଙ୍ଗରଦୁଆ ଘାଟିରେ କାଠ ଗାର୍ଡ଼ ୱାଲ୍‌: ବିପଦପୂର୍ଣ୍ଣ ଘାଟିର ସ୍ଥାୟୀ ସମାଧାନ ନେଇ ଦାବି

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ନିକଟ ବଙ୍ଗରଦୁଆ ଘାଟି ଏବେ ଦିନକୁ ଦିନ ବିପଦ ସଙ୍କୁଳ ହୋଇପଡିଛି। ରାସ୍ତା ପାଶ୍ୱର ମାଟି ଅତଡ଼ା ଖସିବା ସହ ପାହାଡ଼ ଉପରୁ ଗଛ ନଇଁ ପଡ଼ି ରାସ୍ତା ଅବରୋଧ କରୁଛି ।…

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ପଡ଼ିରହିଛି ଅଳିଆ ଆବର୍ଜନା : ଘଟଣା ସ୍ଥଳରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଅଳିଆ ଆବର୍ଜନା ପଡ଼ିରହି ଗନ୍ଧ ହେଉଛି । ଏହାର ସଫେଇ କରାଯାଉ ନ ଥିବା ବେଳେ ସ୍ବାସ୍ଥ୍ୟକେନ୍ଦ୍ର ଅନ୍ତଃ ବିଭାଗ ସମେତ ବାହ୍ୟ ବିଭାଗକୁ ସଫେଇ କରାଯାଉନାହିଁ। ଅସ୍ବାସ୍ଥ୍ୟକର ପରିବେଶ ଲାଗି…

ରାସ୍ତାକୁ ନେଇ ବିବାଦ: ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଫୁଲବାଣୀ ଅଫିସ,୧୪ା୯ -ଫୁଲବାଣୀ ବ୍ଲକ ଦଡକି ପଞ୍ଚାୟତର ଦୁବଗଡ ପିପଳସାହିରେ ଏକ ରାସ୍ତାକୁ ନେଇ ବିବାଦ ସୃଷ୍ଟି ହେବା ସହ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ପିପଳସାହି ବାସିନ୍ଦା ଧ୍ୱଜ ବେହେରାଙ୍କ ପୈତୃକ ସମ୍ପତି ୩ ଏକର ଜାଗା ରହିଛି ।…

ପୋକରା ଚାଉଳ ବଣ୍ଟନକୁ ନେଇ ଉତ୍ତେଜନା: ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୋଗ କଲେ ହିତାଧିକାରୀ

ଦାରିଙ୍ଗବାଡ଼ି,୧୩ା୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଗ୍ରୀନବାଡ଼ି ପଞ୍ଚାୟତ କାର୍ଯ୍ୟାଳୟରେ ଶୁକ୍ରବାର ସାଧାରଣ ବଣ୍ଟନ ଟଙ୍କିକିଆ ଚାଉଳ ପୋକରା ଥିବା ଅଭିଯୋଗ ହୋଇଛି। ଅତି ନିମ୍ନମାନର ଚାଉଳ ବଣ୍ଟନକୁ ନେଇ ଘଟଣାସ୍ଥଳରେ ହିତାଧିକାରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସେଠାରେ ଉତ୍ତେଜନା…

କୁଇ ସମାଜ ପକ୍ଷରୁ ଥାନା ଘେରାଉ

କ.ନୂଆଗାଁ, ୧୩।୯- କନ୍ଧମାଳ ଜିଲା କୁଇ ସମାଜ ପକ୍ଷରୁ ଗୁରୁବାର କ.ନୂଆଗାଁ ଥାନା ଘେରାଉ କରାଯାଇଥିଲା। କୁଡୁଡୁଲି ଉନ୍ନିତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ମହାରଣା, ସହକାରୀ ଶିକ୍ଷକ ସଦାଶିବ ବେହେରା ଏବଂ ପି.ଇ.ଟି. ଶିକ୍ଷକ ସୁଶାନ୍ତ ବଳିୟାର ସିଂ…

ବିପୁଳ ପରିମାଣର ମଦ ଜବତ : ୪ ଗିରଫ

ଦାରିଙ୍ଗବାଡ଼ି,୧୨।୯(ଡି.ଏନ୍‌.ଏ.) : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସ୍ଥାନରେ ଅବକାରୀ ଚଢ଼ାଉ କରାଯାଇଛି। ଏହି ଚଢ଼ାଉ ସମୟରେ ବିଭିନ୍ନ ସ୍ଥାନରୁ ୯୨ ଲିଟର ଚୋରା ଦେଶୀ ମଦ ଜବତ ସହ ୪ ଜଣକୁ ଗିରଫ କରାଯାଇଥିବା ଆଇଆଇସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?