କନ୍ଧମାଳ

ହୋଟେଲ ଭିତରେ ପଶିଲା ଯାତ୍ରୀବାହୀ ବସ୍‌: ଘଟଣାସ୍ଥଳରେ ଉତ୍ତେଜନା, ଚାଳକ ଅଟକ

ଦାରିଙ୍ଗବାଡ଼ି,୨୮।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ଛକଠାରେ ଏକ ଯାତ୍ରୀବାହୀ ବସ୍‌ ଭାରସାମ୍ୟ ହରାଇ ଏକ ହୋଟେଲ ଭିତରେ ଗୁରୁବାର ପୂର୍ବାହ୍ନରେ ପଶିଯିବାରୁ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ଅଡାଗାଡ଼ୁ ଗ୍ରାମର ଦୀପା ପ୍ରଧାନ, ପ୍ରମିଳା ପ୍ରଧାନ,…

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକେଇ ଘଟଣା; ମାମଲାର ତଦନ୍ତ କରିବ ଦିଲ୍ଲୀ ସିବିଆଇ

ଫୁଲବାଣୀ ଅଫିସ, ୨୮ା୧୧ -ଦିଲ୍ଲୀ ଏମ୍‌ସ (ଅଲ ଇଣ୍ଡିଆ ଇନ୍‌ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ ବ୍ୟାଙ୍କ ଶାଖାରୁ ଉଠାଣ ହେବା ଘଟଣାକୁ ନେଇ…

ବଜାରରୁ ସିରିଜ୍‌ ଚୋରି: ବାଳସୁଧାର ଗୃହ ଗଲେ ୩ ଅନ୍ତେବାସୀ ନାବାଳକ

ଶଙ୍କରାଖୋଲ,୨୬ା୧୧(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ କୁସୁମେଣ୍ଡି ପଞ୍ଚାୟତ ମଲିକ ଗଁା ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଥିବା ଏସ୍‌ସି ଏସ୍‌ଟି ଛାତ୍ରାବାସର ୩ ନାବାଳକଙ୍କୁ ପୋଲିସ ରବିବାର ରାତିରେ ନିକଟସ୍ଥ ବଜାରରେ ଚୋରି କରିବାବେଳେ ଧରିଥିଲା। ମଙ୍ଗଳବାର ଫୁଲବାଣୀ ପ୍ରଥମଶ୍ରେଣୀ ବିଚାରପତିଙ୍କ ନିକଟରେ…

ଦିଲ୍ଲୀ ଏମ୍‌ସ ଆକାଉଣ୍ଟରୁ ୪.୭୬ କୋଟି ଠକି ନେଲେ ବ୍ୟବସାୟୀ: ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସମ୍ପୃକ୍ତି ସନ୍ଦେହ

ଫୁଲବାଣୀ ଅଫିସ, ୨୫ା୧୨- ୪ କୋଟି ୭୬ ଲକ୍ଷ ୪୬ ହଜାର ୬୨୫ ଟଙ୍କା ଦିଲ୍ଲୀ ଏମ୍‌ସ(ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ)ର ଆକାଉଣ୍ଟରୁ ଚେକ୍‌ ଜରିଆରେ ଫୁଲବାଣୀ ଷ୍ଟେଟ୍‌ ବ୍ୟାଙ୍କ ଶାଖାରୁ ଉଠାଣ ହୋଇଛି। ଫୁଲବାଣୀର ମାଦିକୁନ୍ଦା ଛକରେ…

ଦାରିଙ୍ଗବାଡ଼ି ଥାନା ଏଏସ୍‌ଆଇଙ୍କ ଦେହାନ୍ତ: ବିଭିନ୍ନ ମହଲରେ ଶୋକ

ଦାରିଙ୍ଗବାଡ଼ି,୨୪।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନାର କାର୍ଯ୍ୟରତ ଏଏସ୍‌ଆଇ ଆର୍‌. ଭୀମ୍ମାରାଓ ରେଡ୍ଡୀଙ୍କ ଶନିବାର ସନ୍ଧ୍ୟା ସମୟରେ ବ୍ରହ୍ମପୁରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ପ୍ରକାଶ ଯେ, ଭୀମ୍ମାରାଓ ଶୁକ୍ରବାର ହଠାତ୍‌ ଅସୁସ୍ଥ ହୋଇ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…

କନ୍ଧମାଳ ଜିଲା ଚିଠି: ତଦନ୍ତକୁ ନେଇ ସନ୍ଦେହ

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ମୁତାବକ କନ୍ଧମାଳ ଜିଲାରେ ୨୦୧୧ ମସିହାରୁ ନିଯୁକ୍ତି ପାଇଥିବା ଶିକ୍ଷକମାନଙ୍କ ପ୍ରମାଣପତ୍ର ଯାଞ୍ଚ ପ୍ରକ୍ରିୟା ଗତ ଜୁଲାଇ ମାସରୁ ଆରମ୍ଭ ହୋଇଛି। ସମସ୍ତ ବ୍ଲକ ଶିକ୍ଷାଧିକାରୀ(ବିଇଓ) ସେମାନଙ୍କ ଅଞ୍ଚଳର ସ୍କୁଲରେ ନିଯୁକ୍ତ ଶିକ୍ଷକମାନଙ୍କ ଶିକ୍ଷାଗତ ଓ ଜାତିଗତ…

ଜାଲିନା ହେଲେ ରାଜ୍ୟ ମହିଳା କମିଶନ ସଦସ୍ୟା

ଜି.ଉଦୟଗିରି,୨୪।୧୧(ଡି.ଏନ.ଏ.)-ରାଜ୍ୟ ସରକାର ରାଜ୍ୟ ମହିଳା କମିଶନର ସଦସ୍ୟା ଭାବେ ୪ ଜଣଙ୍କ ନାମ ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରେ ଜାଲିନା ପ୍ରିୟଦର୍ଶିନୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । ଜାଲିନା ଶୁକ୍ରବାର କମିଶନ ସଦସ୍ୟା ଭାବେ ଭୁବନେଶ୍ୱରଠାରେ ଦାୟିତ୍ୱ ଗ୍ରହଣ କରିଛନ୍ତି…

ଦୁଇ ବାଇକ୍‌ ମୁହାଁମୁହିଁ: ଚାଳକ ଦ୍ୱୟଙ୍କ ଜୀବନଗଲା, ୨ ଗୁରୁତର

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା କଡ଼ମ୍ବା ଛକରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଚାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ବ୍ରାହ୍ମଣୀଗାଁ ଥାନା କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ଼ ଗ୍ରାମର ପାଉଲ…

ଡ୍ରାଇଭିଂ ଲାଇସେନ୍ସ ପାଇଁ ଲମ୍ବା ଧାଡ଼ି

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ୍‌.ଏ.): ଡିସେମ୍ବର ପହିଲାରୁ ମୋଟର ଯାନ ଆଇନ କଡ଼ାକଡ଼ି ହେବାକୁ ଥିବାବେଳେ କନ୍ଧମାଳ ଜିଲାପାଳ ବୃନ୍ଦା ଡି. ଆଞ୍ଚଳିକ ପରିବହନ ପ୍ରାଧିକରଣ ପକ୍ଷରୁ ଭ୍ରାମ୍ୟମାଣ ଗାଡ଼ିଚାଳନା ପ୍ରମାଣପତ୍ର ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସରରେ ଶନିବାର…

ବସ୍‌ ଯାତ୍ରୀଙ୍କୁ ନିଶା ଦେଇ ଲୁଟ୍‌

ଦାରିଙ୍ଗବାଡ଼ି,୨୩।୧୧(ଡି.ଏନ.ଏ)-କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳକୁ କେରଳରୁ ଫେରୁଥିବା ଜଣେ ଶ୍ରମିକଙ୍କୁ ନିଶାଦେଇ ଦୁର୍ବୃତ୍ତମାନେ ଲୁଟ୍‌ କରିଛନ୍ତି। ଲୁଟର ଶୀକାର ହୋଇଥିବା ଶ୍ରମିକ ଦାରିଙ୍ଗବାଡ଼ି ଥାନା ସିର୍କାବର୍ଗ ପଞ୍ଚାୟତର ଆତିନବାଡ଼ି ଗ୍ରାମର ମନୁ ଦିଗାଳ। ତାଙ୍କଠାରୁ ୨୦ ହଜାର ଟଙ୍କାଥିବା ଏକ ବ୍ୟାଗ…

ଫୁଲବାଣୀରେ ଏନ୍‌ସିପିସିଆର ଟିମ୍‌ର ଜନଶୁଣାଣି

ଫୁଲବାଣୀ ଅଫିସ, ୨୨ା୧୧- ଫୁଲବାଣୀ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଏନ୍‌ସିପିସିଆର) ଟିମ ପକ୍ଷରୁ ଜନଶୁଣାଣି ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି ା ଏଥିରେ କେନ୍ଦ୍ର ଶିଶୁ ସୁରକ୍ଷା ଆୟୋଗ ସଦସ୍ୟ ଡା.ଆର୍‌ଜି ଆନନ୍ଦ,…

ପିଡିଏସ୍‌ ସାମଗ୍ରୀ ହେରଫେର: ଥାନାରେ ଏତଲା ଦେଲେ ବିଡିଓ

ଶଙ୍କରାଖୋଲ,୨୧ା୧୧(ଡି.ଏନ୍‌.ଏ.) – ଚକାପାଦ ବ୍ଲକ ଚାହାଳି ପଞ୍ଚାୟତରେ ହିତାଧିକାରୀ ୩ ମାସର ସାମଗ୍ରୀ ପାଇ ନ ଥିବା ଅଭିଯୋଗ ହୋଇଥିଲା। ସାମଗ୍ରୀ ହେରଫେର କରିଥିବା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟନାରାୟଣ ସାହୁ ଓ ଯୋଗାଣ ସହାୟକ ସାରଥୀ କହଁରଙ୍କ ନାମରେ ଚକାପାଦ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri