ପୁଣି ସ୍ଥିତି ଜାହିର କଲା ମାଓବାଦୀ ସଂଗଠନ: ପୋଷ୍ଟର ଜାରି କରି ଲେଖିଲା ଏମିତି…
ବାଲିଗୁଡ଼ା,୧୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଦାରିଙ୍ଗବାଡ଼ି ଛକ ନିକଟ ଧୁଙ୍ଗିଆଦିଆ ଘାଟିରେ ଦେଖିବାକୁ ମିଳିଛି ମାଓବାଦୀ ପୋଷ୍ଟର। କେକେବିଏନ୍ ମାଓବାଦୀ ସଂଗଠନ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିବା ବେଳେ ଏଥିରେ ଅଗଷ୍ଟ ୧୮ରୁ ୨୪…
କରୋନା କଟକଣା ଭିତରେ ଜି.ଉଦୟଗିରିରେ ଉଡିଲା ତ୍ରିରଙ୍ଗା
ଜି.ଉଦୟଗିରି,୧୫।୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ହବାକ ହାଇସ୍କୁଲ ଖେଳ ପଡିଆରେ ଶନିବାର ନିରାଡ଼ମ୍ବର ଭାବେ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ବିଡିଓ ତଥା ଭାରପ୍ରାପ୍ତ ଅତିରିକ୍ତ ଉପଜିଲାପାଳ ଶାନ୍ତନୁ କୁମାର ନାୟକ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଗୋଷ୍ଠୀ ଜନସାସ୍ଥ୍ୟ…
କନ୍ଧମାଳ: ଦିନକରେ ୭୪ ପଜିଟିଭ ଚିହ୍ନଟ
ଫୁଲବାଣୀ ଅଫିସ, ୬ା୮-କନ୍ଧମାଳ ଜିଲାରେ ଗୁରୁବାର ଗୋଟିଏ ଦିନରେ ୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଜିଲାରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୬୧ ବର୍ଷୀୟ ଏହି ମୃତକ ଜଣକ ଫୁଲବାଣୀ ସହର କେନ୍ଦୁପଦର ଅଞ୍ଚଳର ବୋଲି ଜଣାପଡ଼ିଛି।…
ଏହି ବ୍ଲକରେ ୧୦ କରୋନା ଯୋଦ୍ଧାଙ୍କ ସମେତ ୧୪ ପଜିଟିଭ୍ ଚିହ୍ନଟ
ଦାରିଙ୍ଗବାଡ଼ି,୬ା୮(ଡି.ଏନ୍.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ପୁଣି ୧୪ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଦାରିଙ୍ଗବାଡ଼ି ବ୍ଲକର ୧୦ ଜଣ କରୋନା ଯୋଦ୍ଧା ରହିଛନ୍ତି। କରୋନା ଯୋଦ୍ଧାଙ୍କ ମଧ୍ୟରେ ଏକାଧିକ କନିଷ୍ଠଯନ୍ତ୍ରୀଙ୍କ…
ବ୍ୟାଙ୍କ କଲୋନୀକୁ ବ୍ୟାପିଲା ସଂକ୍ରମଣ
କନ୍ଧମାଳ ଜିଲା ଜି.ଉଦୟଗିରି ସହରରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ମହାଗୁଡା ସାହି, କଚେରୀ ସାହି, ବସଷ୍ଟାଣ୍ଡ ସାହି, ବରାଳିନୀ ସାହି, ଲକ୍ଷ୍ମ୍ମୀ ବଜାର କଣ୍ଟେନମେଣ୍ଟ ଜୋନ ହେବା ପରେ ଗୁରୁବାର ବ୍ୟାଙ୍କ କଲୋନୀକୁ କଣ୍ଟେନମେଣ୍ଟ ଜୋନ୍ ଭାବେ…
ଭଞ୍ଜନଗରରେ ହେବ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ
ଭଞ୍ଜନଗର,୫।୮(ଡି.ଏନ୍.ଏ.)- ଭଞ୍ଜନଗର,୫।୮(ଡି.ଏନ୍.ଏ.)- ଗଞ୍ଜାମ ଜିଲା ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ହେବ। ସେଥିରେ ୧୦ ଆଇସିୟୁ ବେଡ୍ ରହିବ। ରାଜ୍ୟ ସରକାର ଏବଂ କଳିଙ୍ଗ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (କିମ୍ସ)ର ମିଳିତ…
ଦାରିଙ୍ଗବାଡ଼ି ବିଡିଓଙ୍କୁ କରୋନା
ଦାରିଙ୍ଗବାଡ଼ି,୫।୮(ଡି.ଏନ୍.ଏ): କନ୍ଧମାଳ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲାର ବିଭିନ୍ନ ବ୍ଲକରେ ଏହି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଦାରିଙ୍ଗବାଡ଼ି ବିଡିଓ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହା ସହ ବୁଧବାର ଜିଲାରୁ ୨୦…
ମହାପ୍ରୟାଣ ଗାଡି ମିଳିଲାନି: ଅଟୋରେ ବୁହାହେଲା ମୃତଦେହ
ରାଇକିଆ,୨ା୮(ଡି.ଏନ୍.ଏ.)-କନ୍ଧମାଳ ଜିଲା ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୁଣି ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଶନିବାର ସକାଳେ ଜଣେ ଯୁବକଙ୍କ ମୃତ୍ୟୁପରେ ମହାପ୍ରୟାଣ ଗାଡି ନ ମିଳିବାରୁ ଅଟୋରେ ପରିବାର ଲୋକେ ମୃତଦେହ ଆଣିଛନ୍ତି। କ.ନୂଆଗଁା ବ୍ଲକ ଚାଞ୍ଚେଡି ପଞ୍ଚାୟତ କ୍ରିଟାଙ୍ଗିଆ ଗ୍ରାମର ସିକ୍ଲିନ୍…
ସାମାନ୍ୟ ଥଣ୍ଡାଜ୍ୱରକୁ ନେଇ ମାନସିକ ଚାପଗ୍ରସ୍ତ କନ୍ଧମାଳବାସୀ
କନ୍ଧମାଳ,୧ା୮: କନ୍ଧମାଳ ଜିଲାରେ ଦିନକୁ ଦିନ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ଏଥିରୁ ବାଦ୍ ପଡ଼ିନାହିଁ ଜିଲାର କୌଣସି ବ୍ଲକ। ବର୍ତ୍ତମାନ ବାଲିଗୁଡ଼ା ସହର ସମେତ ସମଗ୍ର ଅଞ୍ଚଳରେ ଥଣ୍ଡା, କାସ, ଜ୍ୱରକୁ ନେଇ ଅଞ୍ଚଳବାସୀ ଅଧିକ ମାନସିକ ଚାପରେ ରହୁଛନ୍ତି।…
ପୋଲ ତଳେ ପଡିଛି ପିପିଇ କିଟ୍: ଗ୍ରାମବାସୀ ଭୟଭୀତ
ଶଙ୍କରାଖୋଲ,୩୧ା୭(ଡି.ଏନ୍.ଏ.)-କନ୍ଧମାଳ ଜିଲା ଚକାପାଦ ବ୍ଲକ ଶଙ୍କରାଖୋଲ ନିକଟ ୧୫୭ ନଂ. ଜାତୀୟ ରାଜପଥ ନିକଟ ଗୁଡ୍ରିଗଁା ପୋଲ ତଳେ ୫ଟି ପିପିଇ କିଟ୍ ପଡ଼ିଥିବା ଶୁକ୍ରବାର ସକାଳେ ଗ୍ରାମବାସୀ ଦେଖିଥିଲେ। ଏନେଇ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି। କରୋନା ରୋଗୀମାନଙ୍କ ସ୍ବାବ୍…
ଜି. ଉଦୟଗିରିରେ ବଢି ଚାଲିଛି କଣ୍ଟେନ୍ମେଣ୍ଟ ଜୋନ ଅଞ୍ଚଳ: ଚିନ୍ତାରେ ସହରବାସୀ
ଜି.ଉଦୟଗିରି, ୩୧।୭(ଡି.ଏନ୍.ଏ.): କନ୍ଧମାଳ ଜିଲା ଜି.ଉଦୟଗିରିରେ କଣ୍ଟେନମେଣ୍ଟ ଜୋନ ଦିନକୁ ଦିନ ବଢି ଚାଲିଛି। ଅନେକ ସାହିରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ପ୍ରଥମେ କିଛି ବ୍ୟାଙ୍କ କର୍ମଚାରୀ ଚିହ୍ନଟ ହେବା ପରେ ଷ୍ଟେଟ ବ୍ୟାଙ୍କ ସିଲ କରାଯାଇଥିଲା। ଏହାପରେ ମହାଗୁଡା…
ସାପ କାମୁଡିବା ପରେ ଜଣାପଡିଲା କରୋନା ପଜିଟିଭ
ଶଙ୍କରାଖୋଲ,୩୦ା୭(ଡି.ଏନ୍.ଏ.)- କନ୍ଧମାଳ ଜିଲା ଚକାପାଦ ବ୍ଲକ ଚକାପାଦ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ମଙ୍ଗଳବାର ରାତିରେ ଘରେ ଶୋଇଥିବାବେଳେ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ବ୍ରାହ୍ମଣପାଦ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ବୁଧବାର ଜିଲା ମୁଖ୍ୟ ଚିକିତ୍ସାଳୟ…
Archives


