ଦାରିଙ୍ଗବାଡି-ବାଲିଗୁଡ଼ା ଆଇଆଇସିଙ୍କ ବଦଳି
ଦାରିଙ୍ଗବାଡି,୧୩।୭(ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଆଇଆଇସି କୌଶିକ ମାଝି ଏବଂ ବାଲିଗୁଡା ଆଇଆଇସି ବାବା ଶଙ୍କର ସରଫଙ୍କ ବଦଳି ହୋଇଯାଇଛି। କନ୍ଧମାଳ, ଗଜପତି, ଗଞ୍ଜାମ, ବ୍ରହ୍ମପୁର ଓ ବୌଦ୍ଧ ଜିଲ୍ଲାରୁ ମୋଟ ୧୭ଜଣଙ୍କ ବଦଳି ହୋଇଥିବା ବେଳେ ସେଥିମଧ୍ୟରେ କୌଶିକଙ୍କୁ…
ଏମ୍ଜିଏନ୍ଆର୍ଜିଏସ୍ରେ ଦୁର୍ନୀତି ଅଭିଯୋଗ: ପ୍ରକଳ୍ପ ପରିଦର୍ଶନ କଲେ ବିଡିଓ
ଦାରିଙ୍ଗବାଡ଼ି,୧୩ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଅଞ୍ଚଳକୁ ଗୁରୁବାର ଦାରିଙ୍ଗବାଡ଼ି ବିଡିଓ ଗଦାଧର ପାତ୍ର ଗସ୍ତ କରିଛନ୍ତି। ସେ ଉକ୍ତ ପଞ୍ଚାୟତର ଦଡିବାଡ଼ି ଗାଁ ସମେତ କୁଡ଼ିମୁଞ୍ଜା, ଲାରିବାଡ଼ି, ସିମନବାଡ଼ି ଆଦି ଅଞ୍ଚଳରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ…
ନିଅଣ୍ଟିଆ ବର୍ଷା: ଚାଷୀକୁଳ ହତାଶ
ବାଲିଗୁଡ଼ା,୧୨ା୭(ସଞ୍ଜୟ କୁମାର ପାଣିଗ୍ରାହୀ): ଆଷାଢ଼ ସରି ଶ୍ରାବଣ ଆସିଲାଣି । ହେଲେ ନିଅଣ୍ଟିଆ ବର୍ଷା ପାଇଁ ଚାଷ କାର୍ଯ୍ୟ ଘୋର ବାଧାପ୍ରାପ୍ତ ହୋଇଛି। ମୌସୁମୀ ବାୟୁ ଦୁର୍ବଳ ହେତୁ ବର୍ଷାର ପରିମାଣ କମ୍ ରହିଛି। ପାଣି ଅଭାବ ଯୋଗୁ ଚାଷୀକୁଳ ହତାଶ…
ତାମାଙ୍ଗିକୁ ବର୍ଷେ ହେଲା ଚାଲିନି ବସ୍
ଦାରିଙ୍ଗବାଡି,୧୨।୭(ଅରୁଣ ସାହୁ ): ଦାରିଙ୍ଗବାଡି ବ୍ଲକ ହାତୀମୁଣ୍ଡା ପଞ୍ଚାୟତର ଦୁର୍ଗମ ତାମାଙ୍ଗି ଗ୍ରାମକୁ ସଂଯୋଗୀକରଣ ପୋଲ ନିର୍ମାଣରେ ବିଳମ୍ବ ହେବାରୁ ଗତ ୧ ବର୍ଷ ହେଲା ବସ ଚଳାଚଳ ବନ୍ଦ ହୋଇଯାଇଛି । ଫଳରେ ତାମାଙ୍ଗି ଗ୍ରାମ ସମେତ କୁମ୍ଭାରିପଦର, ପୀଡ଼ିକାରିପି,…
ଡାକ୍ତରଙ୍କ ଅନୁପସ୍ଥିତିକୁ ନେଇ ତେଜୁଛି ଅସନ୍ତୋଷ
ଦାରିଙ୍ଗବାଡ଼ି,୧୦।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବୁଡ଼ାଗୁଡ଼ା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ରହୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ମାସରେ ଜଣେ ନୂତନ ଡାକ୍ତର ହସ୍ପିଟାଲରେ ନିଯୁକ୍ତି ପାଇଥିଲେ। ସେ କିଛିଦିନ…
ବର୍ଷାରେ ବେହାଲ ଦାରିଙ୍ଗବାଡି: ପାଣି ନିଷ୍କାସନ ପାଇଁ ଖୋଲାହେଲା ଗାତ
ଦାରିଙ୍ଗବାଡି,୯ା୭(ଅରୁଣ ସାହୁ ): ଦାରିଙ୍ଗବାଡି ବଜାର ଦେଇ ଯାଇଥିବା ୫୯ ନମ୍ବର ଜାତୀୟରାଜପଥର ତ୍ରୁଟିପୂର୍ଣ୍ଣ ରାସ୍ତା ସମ୍ପ୍ରସାରଣ ଯୋଗୁ ମାତ୍ର ୧୦ ମିନିଟ ବର୍ଷାରେ ପାଣି ଜମି ଯାତାୟାତରେ ସମସ୍ୟା ଦେଖାଯାଇଥିଲା। ଏନେଇ ଧରିତ୍ରୀରେ ଖବର ପ୍ରକାଶିତ ପରେ ଜାତୀୟ ରାଜପଥ…
ବିଦ୍ୟୁତ୍ ଆଘାତରେ କର୍ମଚାରୀ ମୃତ, ରାସ୍ତାରୋକୋ
ଫୁଲବାଣୀ,୮ା୭(ରାକେଶ କୁମାର ରାଉତ): ଫୁଲବାଣୀ ସହରରେ ବିଦ୍ୟୁତ୍ ବିଭାଗରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ବିଦ୍ୟୁତ୍ ଆଘାତରେ ଗୁରୁବାର ରାତିରେ ମୃତ୍ୟୁ ଘଟିଛି ା ସେ ହେଲେ ସ୍ଥାନୀୟ ମାଷ୍ଟରପଡାର ଜିତେନ୍ଦ୍ର ଦାସ ଓରଫ ରବିା କାମ କଲା ବେଳେ ସେ କିପରି…
ନୂଆ ରୂପ ନେବ ସ୍ବାସ୍ଥ୍ୟକେନ୍ଦ୍ର, ୨ କୋଟି ୭୮ ଲକ୍ଷ ବ୍ୟୟ ବରାଦ
ଦାରିଙ୍ଗବାଡ଼ି,୭ା୭(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ସମସ୍ୟା ରହିଛି। ପିଇବାପାଣିଠାରୁ ଆରମ୍ଭ କରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପର୍ଯ୍ୟଟନକ୍ଷେତ୍ର ଆଦିର ସମସ୍ୟା ଏବେ ସୁଦ୍ଧା ରହିଥିବା ବେଳେ ଏବେ ଏହାର ବିକାଶ ପଥରେ ଆଗକୁ ବଢ଼ିବାକୁ ଉଦ୍ୟମ…
୧୦ ମିନିଟ୍ ବର୍ଷାରେ ବେହାଲ ଦାରିଙ୍ଗବାଡ଼ି
ଦାରିଙ୍ଗବାଡ଼ି,୬ା୭(ଅରୁଣ କୁମାର ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ଅପରାହ୍ନରେ ପ୍ରବଳ ବର୍ଷିଛି। ମାତ୍ର ୧୦ ମିନିଟ୍ ବର୍ଷାରେ ବେହାଲ ହୋଇଛି ଦାରିଙ୍ଗବାଡ଼ି ବଜାର। ଉକ୍ତ ବଜାରର ଲକ୍ଷ୍ମୀବଜାର ଛକ, ତିନି ଛକ, ଚାରିଛକ ଅଞ୍ଚଳରେ କୃତ୍ରିମ ବନ୍ୟା…
କଲରାପତରିଆ ବାଘ ଶିକାର କରି ୧୧ ଗିରଫ
ରାଇକିଆ,୫ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ବଡ଼ବାରବା ରେଞ୍ଜର ବାଦଗଡ଼ ଗ୍ରାମ ୧୧ ଜଣ ବ୍ୟକ୍ତିଙ୍କୁ ବୁଧବାର କଲରାପତରିଆ ବାଘ ଶିକାର ଅଭିଯୋଗରେ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବାଦଗଡ଼ ଗ୍ରାମର…
ଜଙ୍ଗଲରୁ ବେଆଇନ ଗଞ୍ଜେଇ ଜବତ: ତିନି ଜଣ ଗଞ୍ଜେଇ ମାଫିଆ ଚମ୍ପଟ
ବାଲିଗୁଡା,୪।୭: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ବୃଦ୍ଧି ପାଉଥିବା ବେଳେ ପୋଲିସ ଏ ଦିଗରେ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ପେଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ସହ…
ବେଆଇନ ବେଧଡ଼କ ପଥର ବ୍ଲାଷ୍ଟିଂ, ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ
ଦାରିଙ୍ଗବାଡି,୪/୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଲିଗୁଡା ଥାନା ଅଞ୍ଚଳ ବୁଡ଼ାଗୁଡା ହାଟ ପଦା ନିକଟରେ ବେଆଇନ ପଥର ବ୍ଲାଷ୍ଟିଂରେ ଲକ୍ଷାଧିକ ଟଙ୍କାର ସରକାରୀ ଓ ବେସରକାରୀ ସଂସ୍ଥାର ଧନ ସମ୍ପତ୍ତି ନଷ୍ଟ ହୋଇଛି। ପ୍ରକାଶ ଯେ, ସିମନବାଡି…
Archives


