କନ୍ଧମାଳ

ଖୋଲିଲା ଇକୋ ରିଟ୍ରିଟ୍‌, ଛୁଟିଲା ପର୍ଯ୍ୟଟକଙ୍କ ସୁଅ

ଦାରିଙ୍ଗବାଡ଼ି,୧ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ଇକୋ ରିଟ୍ରିଟ୍‌ ରବିବାର ଖୋଲିଛି। ଇକୋ ରିଟ୍ରିଟ୍‌ର ଅଧ୍ୟକ୍ଷ ତଥା ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ମୁଖ୍ୟ ଅତିଥି ଭାବେ ଜି. ଉଦୟଗିରି ବିଧାୟକ ପ୍ରଫୁଲ ଚନ୍ଦ୍ର ପ୍ରଧାନ ଯୋଗ…

ଡିସେମ୍ବର ପହିଲାରେ ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ: ପରିଦର୍ଶନ କଲେ ବିଡିଓ, ପର୍ଯ୍ୟଟନ ଅଧିକାରୀ

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଚତୁର୍ଥ ଥର ପାଇଁ ରବିବାର ଇକୋ ରିଟ୍ରିଟ୍‌ର ଶୁଭାରମ୍ଭ ହେବାକୁ ଯାଉଛି। ଏହାର ଶୁଭାରମ୍ଭ ପାଇଁ ପ୍ରସ୍ତୁତି ଜୋରଦାର କରାଯାଇଛି। ଦାରିଙ୍ଗବାଡ଼ି ବିଡିଓ ପ୍ରୀତିରଞ୍ଜନ ରଥ, ଜିଲା ପର୍ଯ୍ୟଟନ ଅଧିକାରୀ କୁମୁଦିନୀ ମଲିକ ପ୍ରମୁଖ…

ବାଘ ମାରି ମାଂସ ଖାଇଲେ ଶିକାରୀ, ଗୁଳିଭର୍ତ୍ତି ବନ୍ଧୁକ ଜବତ, ବନ୍ଧାହେଲେ ୨

ଜି.ଉଦୟଗିରି,୩୦ା୧୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ରେଞ୍ଜ ଗମ୍ଭାରୀଗୁଡ଼ା ଏବଂ ମାଲାନସୁଗା ଅଞ୍ଚଳରୁ ଦୁଇ ଜଣ ବାଘ ଶିକାରୀକୁ ଗିରଫ କରି କୋର୍ଟଚାଲାଣ କରିଛି ବନ ବିଭାଗ। ଏ ନେଇ ଶନିବାର ବନ ବିଭାଗ ଅଧିକାରୀଙ୍କ ସୂଚନାନୁସାରେ ଭବାନୀ ଶଙ୍କର…

ପର୍ଯ୍ୟଟକଙ୍କ ପାଇଁ ପ୍ରଶାସନର ବଡ଼ ପଦକ୍ଷେପ: ବଦଳିବ କଫି ବଗିଚାର ରୂପରେଖ, ସପ୍ତାହକ ମଧ୍ୟରେ ହେବ…

ଦାରିଙ୍ଗବାଡ଼ି,୩୦ା୧୧(ଅରୁଣ ସାହୁ): ପର୍ଯ୍ୟଟନ କ୍ଷେତ୍ରର ଉନ୍ନତି ପାଇଁ ବ୍ଲକ ଓ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ଯୋଜନା ପ୍ରସ୍ତୁତ କରାଯାଇଛି। କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକକୁ ସ୍ବତନ୍ତ୍ର ପରିଚୟ ଦେଇଥିବା ତଥା ପର୍ଯ୍ୟଟକଙ୍କୁ ପର୍ଯ୍ୟଟନକ୍ଷେତ୍ରର ବାଟ ଦେଖାଇଥିବା କଫି ବଗିଚାର ସୌନ୍ଦର୍ଯ୍ୟକରଣ…

ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର: ୩୦୬ପଞ୍ଜିକୃତ, ୧୫୮ ଜଣଙ୍କୁ ପ୍ରମାଣ ପତ୍ର ବଣ୍ଟନ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୨୯ା୧୧(ଅରୁଣ ସାହୁ/ମନୋରଞ୍ଜନ ରଣା):କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ଶୁକ୍ରବାର ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ…

ସଜେଇ ହେଉଛି ହିଲ୍‌ଭିୟୁ ପାର୍କ: ବଦଳିଲା ଫାଟକର ରଙ୍ଗ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ):ଦାରିଙ୍ଗବାଡ଼ି ବ୍ଲକର ଅନେକ ପର୍ଯ୍ୟଟନକ୍ଷେତ୍ର ରହିଛି ତା ମଧ୍ୟରେ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହିଲ୍‌ଭିୟୁ ପାର୍କ ଏବେ ସଜେଇ ହେଉଛି। ଜାତୀୟ ରାଜପଥ ଠାରୁ ପାର୍କ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କରାଯିବା ସହ ପେଭେର ବ୍ଲକ ପକେଇ ଓସାରିଆ କରାଯାଉଛି।…

ବିଦ୍ୟାଳୟ ଅର୍ଥ ଆତ୍ମସାତ୍‌ ଅଭିଯୋଗରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କୁ ୪ ବର୍ଷ ଜେଲ୍‌

ବାଲିଗୁଡ଼ା,୨୯ା୧୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଫୁଲବାଣୀ ଭିଜିଲାନ୍ସ ଜଜ୍‌ ଏକ ଦୁର୍ନୀତି ଓ ଅର୍ଥ ଆତ୍ମସାତ ମାମଲାର ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ଡୁକୁଲାମିଲା ନୂତନ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବିଭୂନନ୍ଦନ କେଶରୀ ନାୟକଙ୍କୁ ୪…

ଠାକୁରାଣୀ ଯାତ୍ରାକୁ ଆହୁରି ଆକର୍ଷଣୀୟ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କମିଟିର ତଥା ବଣିକ ସଂଘର ସଭାପତି ଲଡ଼ୁ କିଶୋର ସାହୁଙ୍କ ଅଧ୍ୟକ୍ଷତାରେ ସମ୍ପାଦକ ଭଗବାନ ସାହୁ ସଭା ପରିଚାଳନା…

ଦାରିଙ୍ଗବାଡ଼ିରେ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୁକ୍ରବାର ଲଘୁଚାପ ଜନିତ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଲାଗିରହିଛି। ଫଳରେ ରାତି ଅପେକ୍ଷା ଦିନରେ ପ୍ରବଳ ଶୀତ ଅନୁଭୂତ ହେଉଛି। ପାଗ ମେଘୁଆ ଯୋଗୁ ଦାରିଙ୍ଗବାଡ଼ିକୁ ଅନ୍ଧକାର ଘେରି ରହିଛି।…

ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣି ଆଣୁଛି ଶାନ୍ତି ଉପତ୍ୟକା, ଜମୁଛି ଭିଡ଼

ଦାରିଙ୍ଗବାଡ଼ି,୨୯ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଲେ ଅନେକ ପର୍ଯ୍ୟଟନକ୍ଷେତ୍ର ଦେଖିବାର ସୁଯୋଗ ପାଇଥାନ୍ତି। ହେଲେ ଏଠାରେ ଏଭଳି ଏକ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ରହିଛି, ଯେଉଁଠିକି ପର୍ଯ୍ୟଟକ ଅଧିକ ପସନ୍ଦ କରିବା ସହ ଗୋଟିଏ ମୁହୂର୍ତ୍ତ…

ଦାରିଙ୍ଗବାଡିରେ କମୁଛି ପର୍ଯ୍ୟଟକଙ୍କ ସଂଖ୍ୟା: ପ୍ରଶାସନିକସ୍ତରରେ ବଢୁଛି ଚିନ୍ତା

ଦାରିଙ୍ଗବାଡି, ୨୯।୧୧(ଅରୁଣ ସାହୁ)-ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ପର୍ଯ୍ୟଟକ ଆସୁଛନ୍ତି ହେଲେ ଯେଉଁ ସଂଖ୍ୟାରେ ପର୍ଯ୍ୟଟକ ଆସିବା କଥା ସେହି ସଂଖ୍ୟକ ପର୍ଯ୍ୟଟକଙ୍କ ଆଗମନ ହେଉନାହିଁ। ଏହାର ମୁଖ୍ୟ କାରଣ ଶୀତର ଲୁଚକାଳି ସହ ପର୍ଯ୍ୟଟକ ଦାରିଙ୍ଗବାଡି ଭଳି…

ସଙ୍ଗଠନରେ ବଢୁଛି ଉତ୍ପୀଡନ: ଆତ୍ମସମର୍ପଣ କଲେ ହାର୍ଡକୋର ମାଓବାଦୀ

ଫୁଲବାଣୀ,୨୮ା୧୧(ରାକେଶ କୁମାର ରାଉତ): ସୁରକ୍ଷା ବାହିନୀର ଲଗାତାର ଚଢାଉ କନ୍ଧମାଳ ଜିଲାରେ ମାଓବାଦୀଙ୍କ କାର୍ଯ୍ୟକ୍ରମରେ ରୋକ ଲଗାଇଛି। ଗୁରୁବାର ଜଣେ କ୍ୟାଡର ମାଓବାଦୀ କନ୍ଧମାଳ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ବିଜା ମାଡଭି ଓରଫ ଟିକେଶ। ସେ ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?