ଝାରସୁଗୁଡ଼ା

ଖାଇ ସାରି ଥାଳି ଧୋଉଥିଲେ ହାଇଓ୍ବା ଚାଳକ, ପଛକୁ ବ୍ୟାକ୍‌ କରୁଥିବା ଡିଜେଲ୍‌ ଟ୍ୟାଙ୍କର ଚାପିଦେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍‌(ଏମ୍‌ସିଏଲ୍‌)ଲଖନପୁର ଖୋଲାମୁହଁ କୋଇଲାଖଣିରେ ଦୁର୍ଘଟଣା ଘଟିଛି। ଗୁରୁବାର ରାତି ୭ଟାରେ ଏକ ଡିଜେଲ୍‌ ଟ୍ୟାଙ୍କର ଚାପାରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟ ଘଟିଛି। ମୃତ ଠିକାଶ୍ରମିକ ଜଣଙ୍କ ହେଲେ ଉତ୍ତରପ୍ରଦେଶ ସ୍ବର୍ଣ୍ଣଭଦ୍ରା ଜିଲାର ମୋହନ(୩୮)। ସେ ଭିପିଆର୍‌ ନାମକ…

ଲଖନପୁରରେ ଖୋଲିଲା ସ୍ବାବ୍‌ ସଂଗ୍ରହ କେନ୍ଦ୍ର, ୪୪ଜଣଙ୍କ ସ୍ବାବ୍‌ ସଂଗ୍ରହ ହେଲା

ଲଖନପୁର,୧।୫(ଡି.ଏନ୍‌.ଏ.)-ମହାମାରୀ କରୋନା ସଂକ୍ରମଣକୁ ନେଇ ସାରା ଦେଶରେ ଏବେ ଲକ୍‌ଡାଉନ୍‌ ଜାରି ରହିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ପ୍ରୟାସ ଜାରି ରହିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ଜିଲା…

ଝାରସୁଗୁଡାରେ କୋଭିଡ ମୁକାବିଲା କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ, ଉନ୍ନୟନ କମିଶନର

ଝାରସୁଗୁଡ଼ା ଅଫିସ,୧।୫: ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ୫-ଟି ସଚିବ ଭି.କେ ପଣ୍ଡିଆନ ଶୁକ୍ରବାର ଦିନିକିଆ ଝାରସୁଗୁଡା ଜିଲା ଗସ୍ତ କରିଛନ୍ତି। ଏକ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରୁ ଯାଇ ଝାରସୁଗୁଡା ବିମାନବନ୍ଦରରେ ଓହ୍ଲାଇଥିଲେ। ପରେ ଗାଡ଼ି ଯୋଗେ…

ରକ୍ତ ଭଣ୍ଡାରରେ ଅଭାବ ଦୂର କରିବାକୁ ରକ୍ତଦାନ କଲେ କ୍ଲବ୍‌ ସଦସ୍ୟ

ଲଖନପୁର,୩୦।୪(ଡି.ଏନ୍‌.ଏ.): ମହାମାରୀ କରୋନା ସଂକ୍ରମଣକୁନେଇ ସାରା ବିଶ୍ୱରେ ଭୟାବହ ପରିସ୍ଥିତି ଦେଖାଦେଇଛି। ଏହାକୁ ନିୟନ୍ତ୍ରଣ କରିବା ପାଇଁ ସାରାଦେଶରେ ଲକ୍‌ଡାଉନ୍‌ ଜାରି ହୋଇଛି। ଏଭଳି ଜରୁରୀ କାଳୀନ ପରିସ୍ଥିତିରେ ରକ୍ତ ଭଣ୍ଡାରଗୁଡିକରେ ରକ୍ତ ଅଭାବ ଦେଖା ଦେଉଛି। ଏହାକୁ ଦୃଷ୍ଟିରେ ରଖି…

ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟରେ ଯୋଗଦେଲେ ରାହୁଲ ପି. ଆର୍‌: କରୋନା ମୁକାବିଲାକୁ ଦେବେ ପ୍ରାଥମିକତା

ଝାରସୁଗୁଡା ଅଫିସ,୩୦।୪- ୨୦୧୩ ବ୍ୟାଚ୍‌ର ଭାରତୀୟ ପୋଲିସ ସେବା(ଆଇପିଏସ୍‌) ଅଫିସର ରାହୁଲ ପି.ଆର୍‌ ଝାରସୁଗୁଡ଼ା ଜିଲା ଏସ୍‌ପି ଭାବେ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଝାରସୁଗୁଡ଼ା ଏସ୍‌ପି ଭାବେ କାର୍ଯ୍ୟ କରୁଥିବା ଅଶ୍ୱିନୀ କୁମାର ମହାନ୍ତିଙ୍କଠାରୁ ସେ ଏହି କାର୍ଯ୍ୟଭାର ଗ୍ରହଣ…

୩୧ ଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ଝାରସୁଗୁଡ଼ା କରୋନା ଆକ୍ରାନ୍ତ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲାରେ ବୁଧବାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେ ଝାରସୁଗୁଡ଼ା ଜିଲାର ହୋଇଥିବା ବେଳେ ପଶ୍ଚିମବଙ୍ଗ ରାଜ୍ୟ ପୁରୁଲିଆ ଜିଲାରେ ରହୁଛନ୍ତି। ଗତ ୨୩ ତାରିଖ ସନ୍ଧ୍ୟାରେ ସେ ଝାରସୁଗୁଡ଼ାକୁ ଆସିଥିବା ବେଳେ ସେ ୩୧…

ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ ରାଉରକେଲା ସ୍ଥିତ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ତେବେ ଝାରସୁଗୁଡାଠାରେ…

ବ୍ରଜରାଜନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ ଘୋଷଣା କଲା ପ୍ରଶାସନ

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ମ୍ୟୁନିସିପାଲିଟିର ବୁଢ଼ିଜାମ ଅଞ୍ଚଳରେ ବୁଧବାର ଜଣେ ଯୁବତୀଙ୍କ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। ଏହା ପରେ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ସ୍ବରୁପ ବୁଧବାର ରାତିରେ ବ୍ରଜରାଜଥନଗରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ୍‌ ଓ ବଫର…

ଝାରସୁଗୁଡ଼ାକୁ ଫେରିବେ ୫, ୪୦୯ ପ୍ରବାସୀ: ଅନ୍‌ଲାଇନ୍ ରେଜିଷ୍ଟ୍ରେଶନ କଲେଣି ୫,୧୨୩

ଝାରସୁଗୁଡ଼ା ଅଫିସ,୩୦ା୪: ଝାରସୁଗୁଡ଼ା ଜିଲାକୁ ଲକ୍‌ଡାଉନ୍‌ ପରେ ଫେରିବେ ୫ ହଜାରରୁ ଊର୍ଦ୍ଧ୍ୱ ପ୍ରବାସୀ। ଏଥିପାଇଁ ସେମାନେ ଅନ୍‌ଲାଇନ୍‌ ଯୋଗେ ରେଜିଷ୍ଟ୍ରେଶନ କରିଛନ୍ତି। ସେମାନେ ଆସିବା ପରେ ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।…

ସୀମାବର୍ତ୍ତୀ ଜଙ୍ଗଲ ପ୍ରବେଶ ପଥ ସିଲ୍‌ କଲା ବନ ବିଭାଗ

ଲଖନପୁର,୨୯।୪(ଡି.ଏନ୍‌.ଏ)-ମହାମାରୀ କରୋନାକୁ ନେଇ ସାରା ବିଶ୍ୱ ଚିନ୍ତିତ। ଏହାର ସଂକ୍ରମଣ ରୋକିବାକୁ ନେଇ ସାରାଦେଶରେ ଲକ୍‌ ଡାଉନ୍‌ ଜାରି ରହିଛି। ଯେମିତି ରାଜ୍ୟ ଓ ରାଜ୍ୟ ବାହାରୁ ସନ୍ଦିଗ୍ଧମାନେ ଜିଲାରେ ଅବାଧ ଭାବେ ପ୍ରବେଶ ନ କରିବେ ସେ ନେଇ ଜିଲା…

CORONAVIRUS UPDATE: ୩ ନୂଆ ଜିଲାକୁ ଛୁଇଁଲା କରୋନା: କେନ୍ଦୁଝର, ଝାରସୁଗୁଡ଼ା, ଦେବଗଡ଼ରେ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବୁଧବାର ଅପରାହ୍ନ ସୁଦ୍ଧା ୪ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି। ଅପରପକ୍ଷେ ୩ ନୂଆ ଜିଲାକୁ ଛୁଇଁଛି କରୋନା। କେନ୍ଦୁଝର, ଦେବଗଡ଼…

ଝାରସୁଗୁଡ଼ା ଜିଲାର ଜଙ୍ଗଲ ରାସ୍ତାରେ ପ୍ରବେଶ ନିଷେଧ

ଝାରସୁଗୁଡ଼ା,୨୯।୪: କରୋନା ସଂକ୍ରମଣକୁ ରୋକିବା ପାଇଁ ଝାରସୁଗୁଡା ଜିଲାର ବିଭିନ୍ନ ପ୍ରବେଶ ପଥ ଯଥା ଜାତୀୟ ରାଜପଥ, ରାଜ୍ୟ ରାଜପଥ ଓ ପୂର୍ତ୍ତ ବିଭାଗ ରାସ୍ତାଗୁଡିକରେ ପ୍ରବେଶ କଟକଣାକୁ କଡ଼ାକଡ଼ି କରାଯାଇଛି। ଏହା ସହ ପଡୋଶୀ ଜିଲା ସୁନ୍ଦରଗଡ଼ ସହ ସଂଲଗ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri