ଝାରସୁଗୁଡ଼ା

ବିଶୃଙ୍ଖଳିତ ଆଚରଣ ପାଇଁ ଫାର୍ମାସିଷ୍ଟ ନିଲମ୍ବିତ

ଝାରସୁଗୁଡ଼ା ଅଫିସ,୨୪।୬: ବିଶୃଙ୍ଖଳିତ ଆଚରଣ ଓ କର୍ତ୍ତବ୍ୟରେ ଅବହେଳା ପାଇଁ କିର୍‌ମିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ବାଗଡ଼ିହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ଶାନ୍ତନୁ ଜୟପୁରିଆଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଜିଲାପାଳ ସରୋଜ କୁମାର ସାମଲଙ୍କ ନିର୍ଦ୍ଦେଶକ୍ରମେ ଜିଲା ମୁଖ୍ୟ ଚିକିତ୍ସା ଓ…

ଝାରସୁଗୁଡ଼ାରେ ଆଉ ଜଣେ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୮

ଝାରସୁଗୁଡ଼ା ଅଫିସ,୧୫।୬: ଝାରସୁଗୁଡାରେ ସୋମବାର ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଛି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮କୁ ବୃଦ୍ଧି ପାଇଛି। ଏମାନଙ୍କ ମଧ୍ୟରୁ ୯ ଜଣ ସୁସ୍ଥ ହୋଇଥିବା ବେଳେ ୯ ଜଣ ଚିକତ୍କାଧୀନ ଅଛନ୍ତି।…

ଝାରସୁଗୁଡାରେ ଦମ୍ପତିଙ୍କୁ କରୋନା

ଝାରସୁଗୁଡା ଅଫିସ,୧୧ା୬-ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳରୁ ଗୁରୁବାର ଆଉ ୨ କରୋନା ରୋଗୀ (ଦମ୍ପତି) ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫ରେ ପହଞ୍ଚିଛି। ଜିଲାପାଳଙ୍କ ଦାୟିତ୍ୱରେ ଥିବା ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀଙ୍କ…

ଝାରସୁଗୁଡା: ଗୋଟିଏ ପରିବାରର ୪ ଜଣଙ୍କୁ କରୋନା

ଝାରସୁଗୁଡା ଅଫିସ,୧୦ା୬-ଝାରସୁଗୁଡାରେ ବୁଧବାର ୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ରହିଛନ୍ତି। ସେମାନେ ଟ୍ରେନ ଯୋଗେ କୋଲକାତା ହାଓ୍ବଡାରୁ ଝାରସୁଗୁଡା ଆସିଥିବା ବେଳେ ପ୍ରଶାସନ ଅଟକାଇ ସଙ୍ଗରୋଧରେ ରଖିଥିଲା। ଅନ୍ୟ ଜଣେ ୩୫ବର୍ଷୀୟ ସୁରଟ…

ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ

ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା ନେଇ ଜିଲାରେ ଚର୍ଚ୍ଚା ଜୋର୍‌ ଧରିଛି। ସହରର ବିଭିନ୍ନ ଛକ ଓ ଦୋକାନରେ…

ବିନା ଇଞ୍ଜିନ୍‌ରେ ଗଡ଼ିଲା ମାଲ୍‌ବାହୀ ବଗି: ୧ କିଲୋମିଟର ଯିବା ପରେ ଓଲଟି ପଡ଼ିଲା, ଉଦ୍ଧାର କାର୍ଯ୍ୟ ଜାରି

ଝାରସୁଗୁଡ଼ା ଅଫିସ,୭ା୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଅଞ୍ଚଳରେ ରବିବାର ଭୋର୍‌ ସମୟରେ ଏକ ମାଲବାହୀ ଟ୍ରେନ୍‌ର କିଛି ବଗି ବିନା ଇଞ୍ଜିନ୍‌ରେ ପ୍ରାୟ ୧ କିଲୋମିଟର ଗଡ଼ି ଯିବା ପରେ ଓଲଟି ପଡ଼ିଛି। ଏମ୍‌ସିଏଲ କୋଇଲା ଖଣିରେ ଏହି ଅଘଟଣ ଘଟିଛି।…

ଦୁର୍ଘଟଣା ରୋକିବାକୁ ନିର୍ମାଣ ହେବ ଟ୍ରକ୍‌ ଟର୍ମିନାଲ୍‌: ଟୁଇଟ୍‌ କରି ସୂଚନା ଦେଲେ ଜିଲାପାଳ

ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଦେଇ ଯାଇଥିବା ଜାତୀୟ ରାଜପଥ -୪୯ରେ ପ୍ରାୟ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି। ରାସ୍ତାକଡ଼ରେ ପାର୍କିଂ ହୋଇ ରହୁଥିବା ଟ୍ରକ୍‌ଗୁଡ଼ିକ ପାଇଁ ଏହା ବିଶେଷ ଭାବେ ହେଉଛି। ତେବେ ଏହି ଦୁର୍ଘଟଣାଗୁଡ଼ିକୁ ଏଡ଼ାଇବା ପାଇଁ ଜିଲା ପ୍ରଶାସନ…

ଝାରସୁଗୁଡ଼ାରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଲା, ସୁସ୍ଥ ହେଲେଣି ୬

ଝାରସୁଗୁଡ଼ା ଅଫିସ,୬ା୬: ଝାରସୁଗୁଡ଼ା ଜିଲାରେ ଶନିବାର ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ନେଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଅନ୍ୟପକ୍ଷରେ ୬ ଜଣ ସୁସ୍ଥ ହୋଇସାରିଛନ୍ତି। ଜିଲାପାଳ ସରୋଜ କୁମାର ସାମଲଙ୍କ ସୂଚନା ଅନୁଯାୟୀ, ବ୍ରଜରାଜନଗର…

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ବଡ ଝିଅଙ୍କ ଜୀବନ ଗଲା

ଝାରସୁଗୁଡା ଅଫିସ,୫।୬: ଝାରସୁଗୁଡା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ର ଜଣେ ଯୁବକଙ୍କ ମୃତ୍ୟୁ ପରେ ଗତ ସୋମବାର ପରିବାରର ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଶୁକ୍ରବାର ବଡ଼ ଝିଅଙ୍କ ମୃତ୍ୟୁ ଘଟିଛି। ପୂର୍ବରୁ…

ପରିବାର ସଦସ୍ୟଙ୍କ ମୃତ୍ୟୁରେ ଭାଙ୍ଗିପଡ଼ି ୫ଜଣଙ୍କ ଆତ୍ମହତ୍ୟା ଘଟଣା: ମା’, ସାନ ଝିଅ ମୃତ

ଝାରସୁଗୁଡ଼ା ଅଫିସ,୪।୬: ଝାରସୁଗୁଡ଼ା ସହରରେ ମଙ୍ଗଳବାର ଗୋଟିଏ ପରିବାରର ୫ଜଣ ସଦସ୍ୟ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ଗୁରୁବାର ମା’ ଓ ସାନ ଝିଅଙ୍କ ମୃତ୍ୟୁ ଘଟିଛି। ତେବେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ବୁଧବାର ରାତିରେ ଉଭୟଙ୍କୁ…

ପରିବାର ସଦସ୍ୟଙ୍କ ମୃତ୍ୟୁ ପରେ ଅନ୍ୟ ୫ ସଦସ୍ୟଙ୍କ ଆତ୍ମହତ୍ୟା ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ଜୀବନଗଲା

ଝାରସୁଗୁଡା ଅଫିସ,୩।୬: ଝାରସୁଗୁଡା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ସହି ନ ପାରି ଅନ୍ୟ ୫ ଜଣ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏହି ଘଟଣାରେ ବୁଧବାର ସକାଳୁ ଜଣଙ୍କ ମୃତ୍ୟୁ…

ଜଣଙ୍କ ମୃତ୍ୟୁରେ ପରିବାର ୫ ସଦସ୍ୟଙ୍କ ଆତ୍ମହତ୍ୟା ଉଦ୍ୟମ

ଝାରସୁଗୁଡା ଅଫିସ,୨।୬: ଝାରସୁଗୁଡ଼ା ଥାନା ବିଟିଏମ୍‌ ଫାଣ୍ଡି ଅଧୀନ ଲହଣ୍ଡାବୁଡ଼ ଅଞ୍ଚଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ମଙ୍ଗଳବାର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସମସ୍ତଙ୍କୁ ପୋଲିସ ଉଦ୍ଧାରକରି ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?